ନୟାଗଡର ବିଭିନ୍ନ ସଂଗଠନ ପକ୍ଷରୁ ବନଖଣ୍ଡ ଅଧିକାରୀ ଏଚ.ଡି. ଧନରାଜଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ନୟାଗଡ(୧୯/୦୯): ନୟାଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏଚ. ଡି.ଧନରାଜଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା। ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସୋହମ୍ ସଂଗଠନ’ ପରିସରରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏଚ. ଡି.ଧନରାଜଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମହାନଦୀ ବନ୍ୟପ୍ରାଣୀ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସମୀର କୁମାର ଶତପଥୀ, ନୟାଗଡ଼ ସହକାରୀ ବନଖଣ୍ଡ ଅଧିକାରୀ ସୁଶ୍ରୀ ଶ୍ବେତାଲିନାଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା । ଆବାହକ ଶ୍ରୀଯୁକ୍ତ ସୁକାନ୍ତ ଚନ୍ଦ୍ର ଚୌଧୁରୀ ଅତିଥିପରିଚୟ ପ୍ରଦାନ କରିଥିଲେ । ସମଗ୍ର ନୟାଗଡ ଜିଲ୍ଲାର ପରିବେଶ ପ୍ରେମୀ ଗଛସାର ତଥା ଅନ୍ତର୍ଯ୍ୟାମୀ ସାର , ଦାମ ସାର, ଅକ୍ରୁର ବେହେରା କେନ୍ଦୁଢିପୀ ଜଙ୍ଗଲସୁରକ୍ଷା ସଭାପତି, ଅନ୍ତର୍ଯ୍ୟାମୀ ମିଶ୍ର ଓସ୍ତିଆ, ଆଦିତ୍ୟପ୍ରସାଦ ଦାସ ଜୁନିୟର ଇଂଜିନିୟର ଗୋଡିପଡା ଘରଚଟିଆ ସୁରକ୍ଷା କର୍ମୀ, ସୁବାସ ନାୟକ ଆଙ୍ଗିସିଙ୍ଗି ଜଙ୍ଗଲ ସୁରକ୍ଷା ସଭାପତି, ରମେଶ ଚନ୍ଦ୍ର ଜେନା ଫ୍ରେଣ୍ଡ ସେଲ୍ଫ,, ଉତ୍ପଳ କୁମାର ସାହୁ କଳିଙ୍ଗ ଟିଭି ଜିଲ୍ଲା ସାମ୍ବାଦିକ ପ୍ରମୁଖ ଯୋଗଦେଇଥିଲେ। ରେଣୁବାଳା ସୁବୁଦ୍ଧିଙ୍କ ସ୍ବାଗତ ସଂଗୀତ ପରିବେଶବିତଙ୍କୁ ଅଭିଭୂତ କରାଇଥିଲା ।ବିଦାୟୀ ବନଖଣ୍ଡ ଅଧିକାରୀଙ୍କୁ ମାନପତ୍ର ଓ ଉପଢୌକନଦେଇ ଉତ୍ସବର ସଭାପତି ତଥା ସମାଜସେବୀ ଦାମସାର ସମ୍ବର୍ଦ୍ଧିତ କରିଥିଲେ । ଦର୍ଶନ ଅଧ୍ୟାପକ ବେଦଧ୍ବନୀ ଦେବା ସହ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ଆରମ୍ଭ କରିଥିଲେ ପରିଶେଷରେ ସୋହମ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Related posts