ନୟାଗଡ଼(୧୯/୦୯): ଅବସର ପ୍ରାପ୍ତ ସାମରିକ କର୍ମଚାରୀ ସଙ୍ଘର ୧୯ତମ ଅଧିବେଶନ। ନୟାଗଡ଼ ଖଣ୍ଡପଡ଼ା ରୋଡ଼ସ୍ଥିତ ନୀଳମାଧଵ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା ଅବସର ପ୍ରାପ୍ତ ସାମରିକ କର୍ମଚାରୀ ସଙ୍ଘର ସଭାପତି କୃଷ୍ଣ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ସଂଘର ୧୯ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ସଙ୍ଘର ଶତାଧିକ ସଭ୍ୟ ସଭ୍ୟା ଯୋଗଦେଇଥିଲେ। ଉକ୍ତ ସଭାରେ ଅବସର ପ୍ରାପ୍ତ ସାମରିକ କର୍ମଚାରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ତଥା କୋଭିଡ୧୯ ଏବଂ କ୍ୟାଣ୍ଟିନର ଉନ୍ମୋଚନ ପାଇଁ ଆଲୋଚନା କରାଯାଇଥିଲା।
ଅବସର ପ୍ରାପ୍ତ ସାମରିକ କର୍ମଚାରୀ ସଙ୍ଘର ୧୯ତମ ଅଧିବେଶନ ଅନୁଷ୍ଠିତ
