ନୟାଗଡ଼: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଛି । ଏହାକୁ ନେଇ ସମସ୍ତ ବିଭାଗ ତତ୍ପରତା ଦେଖାଇ ସମୀକ୍ଷା ଆରମ୍ଭ କରିଦେଇଥିବା ଜଣାପଡିଛି । ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ମହାନିର୍ଦ୍ଦେଶକ ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସେଠାକାର ଅଗ୍ନିଶମ କର୍ମଚାରୀ ମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସଜାଗ ରୁହ କୌଣସି ମୁହୂର୍ତ୍ତରେ ମଧ୍ୟ କୋଭିଡ୍-୧୯ ମହାଯୁଦ୍ଧରେ ସମସ୍ତ କର୍ମଚାରୀ ସାମିଲ ହୋଇପାରନ୍ତି । ଏନେଇ ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ୍-୧୯ ହସ୍ପିଟାଲରେ ଅଗ୍ନିଶମ ମହାନିର୍ଦ୍ଦେଶକ ଅଚାନକ ଗସ୍ତ କରି କୋଭିଡ୍ ହସ୍ପିଟାଲରେ ଅଗ୍ନିନିରାପତ୍ତ ବ୍ୟବସ୍ଥାର ଯାଞ୍ଚ କରିବା ସହିତ ନିୟୋଜିତ ଥିବା କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ଫେରିଯାଇଛନ୍ତି ।
Read MoreCategory: ନୟାଗଡ଼
ରଣପୁର ନିର୍ବାଚନ ମଣ୍ଡଳୀର କରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ରଣପୁର: ତୃତୀୟ ପର୍ଯ୍ୟାୟରେ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ଭର୍ଚୁଆଲ ମାଧ୍ୟମରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଅଂଚଳର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ଏଠାରେ ଉଲେଖଯୋଗ୍ୟ, ଜିଲ୍ଲାପାଳ ଏହା ପୂର୍ବରୁ ଦଶପଲ୍ଲା ଓ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅନର୍ଗତ ସମସ୍ତ ଅଂଚଳର ସ୍ଥିତି ସମୀକ୍ଷା କରି ସାରିଛନ୍ତି । ଆଜି ଏହି ସମୀକ୍ଷାରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଉପସ୍ଥିତ ଥିଲେ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣପୁର ଏବଂ ଓଡ଼ଗାଁ ବ୍ଲକର ବିଡ଼ିଓ, ତହସିଲଦାର, ମେଡିକାଲ ଅଫିସର ଓ ସମସ୍ତ ସରପଞ୍ଚ ତଥା ଜିଲ୍ଲା ପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ । ବିଡ଼ିଓ, ତହସିଲଦାର ଓ ମେଡିକାଲ ଅଫିସରଙ୍କୁ ଗୋଟି ଗୋଟି କୋଭିଡର ପ୍ରତ୍ୟକ ବିଷୟ ଉପରେ ପଚାରିଥିଲେ । ପ୍ରତି ବ୍ଲକ ପ୍ରତିଦିନ ଅତି କମରେ ୧୦୦ଲେଖାଏଁ…
Read Moreଓଡ଼ଗାଁ ଝାଡ଼ସାହି ଗାଁରେ ଗୋଟିଏ ଦିନରେ ୪ମୃତ, ଗାଁ ରେ କରୋନା ଭୟ
ଓଡ଼ଗାଁ: ଓଡ଼ଗାଁ ବ୍ଲକ ଗିରିଡିପଲ୍ଲି ଗ୍ରାମ ପଞ୍ଚାୟତ ଝାଡ଼ସାହି ଗାଁରେ ଆଜି ଗୋଟେ ଦିନରେ ୩ଜଣ ପୁରୁଷ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ମୃତକମାନେ ହେଲେ ଭରତ ବେହେରା ୭୫ବର୍ଷ, ମୁରଲୀଧର ଡାକୁଆ ୬୫ବର୍ଷ, କୁମାରୀ ଡାକୁଆ ୫୨ବର୍ଷ ଓ ଗୋଲକ ପ୍ରଧାନ ୫୮ବର୍ଷ । ମୁରଲୀ କରୋନା ଆକ୍ରାନ୍ତ ହୋଇ ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ୧୧ଟାରେ ମୃତ୍ୟୁ ବରଣ କରିଥିବା ବେଳେ ଭରତ ବେହେରାଙ୍କ ଜ୍ଵରରୁ ମୃତ୍ୟୁ ହୋଇଥିବା ସୂଚନା। ସେହିପରି କୁମାରୀ ଆକ୍ରାନ୍ତ ଥାଇ ଜ୍ୱର ହେବାରୁ ତାଙ୍କୁ ମହିପୁର ମେଡିକାଲ ନେବାରେ ସେଠାରେ ସେ ମୃତ୍ୟୁ ବରଣ କରିଥିବା ବେଳେ ଗୋଲକଙ୍କୁ ମଧ୍ୟ ଜ୍ଵର ହେବାରୁ ତାଙ୍କୁ ମେଡିକାଲ ନେବା ବାଟରେ ହିଁ ମୃତ୍ୟୁ ଘଟିଛି । ଏବେବି ଗୋଲକଙ୍କ ମୃତ ଶରୀର ଗାଁରେ ପଡିରହିଥିବା ବେଳେ…
Read Moreନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ୱର ଜାରି କରନ୍ତୁ ଜିଲ୍ଲାପାଳ
ନୟାଗଡ଼: ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଲକଡାଉନ୍ ସର୍ଟଡାଉନ କଟକଣା ଲାଗି ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଏଥିରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକମାନେ । ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ତରଫରୁ ହେଲ୍ପଲାଇନ ନମ୍ୱର ଜାରି କରିବା ପାଇଁ ଦାବି କରିଛନ୍ତି ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ। କରୋନାର ଏହି ଘଡିସନ୍ଧି ମୁହୂର୍ତ୍ତରେ ବିଶେଷ କରି ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । କେତେକ ପରିବାର ଆର୍ଥିକ ସମସ୍ୟା ହେତୁ ସେମାନଙ୍କ ଯତ୍ନ ନେଉ ନଥିବା ବେଳେ କେତେକ ସେମାନଙ୍କୁ ବୋଝ ଭାବି ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଚିକିତ୍ସାଳୟକୁ ଯିବା ପାଇଁ ଚାହିଁଲେ…
Read Moreଭଡ଼ାନେଇ ଡ୍ରାଇଭର ଠାରୁ ଲୁଟି ନେଇଥିଲେ କାର
ନୂଆଗାଁ: ନୂଆଗାଁ ଅଞ୍ଚଳରୁ ଏକ କାର ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହେବାର ୨୪ଘଣ୍ଟା ନ ପୁରୁଣୁ ପୋଲିସର ତତ୍ପରତା ଲାଗି ମିଳିଗଳ କାର। ଭଡ଼ାନେଇ ଡ୍ରାଇଭର ଠାରୁ ଦୃବୁତ୍ତମାନେ ଲୁଟି ନେଇଥିଲେ କାର । ଅଭିଯୋଗ ପାଇ ନୂଆଗାଁ ପୁଲିସ କାର୍ଯ୍ୟରେ ତତପରତା ଦେଖାଇ ଅନୁସନ୍ଧାନ ଜାରି କରିଥିଲା । ଘଟଣା ଘଟିବାର ୨୪ଘଣ୍ଟା ଭିତରେ ନୂଆଗାଁ ପୁଲିସ କାରଟିକୁ ଉଦ୍ଧାର କରି ଥାନାକୁ ଆଣିଥିବା ଜଣାପଡିଛି । ସୂଚନାନୁସାରେ, କଟକ ଜିଲ୍ଲା ନରସିଂହପୁର ଥାନା ଅଞ୍ଚଳର ଫଣି ବେହେରାଙ୍କୁ ଜଣେ ଅଜଣା ବ୍ୟକ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଚାକିରି କରୁଥିବାର ମିଛ ପରିଚୟ ଦେଇ ଗାଡ଼ି ଭଡାକୁ ଆଣି ନୂଆଗାଁରେ ଛାଡିବାକୁ କହିଥିଲା । ଭଡ଼ା ପାଇବା ଆଶାରେ ଫଣି ଉକ୍ତ ଅଜଣା ବ୍ୟକ୍ତିଙ୍କୁ ନରସିଂହପୁର ଅଞ୍ଚଳରୁ ନୂଆଗାଁ ଆଣିଥିଲେ । ସେଠାରୁ…
Read Moreଓଡଗାଁରେ କରୋନା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଡ.ଅରୁଣ ସାହୁ
ସାରା ଜିଲ୍ଲାରେ ଦିନକୁ ଦିନ କରୋନା ବ୍ୟାପିବାରେ ଲାଗିଥିବା ବେଳେ ଓଡଗାଁରେ ମଧ୍ୟ ସେଇ ଅନୁପାତରେ କରୋନା ମାଡି ଚାଲିଛି । ପ୍ରଶାସନ ପକ୍ଷରୁ ଯେତେ ତାଗିଦ କଲେ ମଧ୍ୟ ଅମାନିଆ ମାନୁ ନଥିଲା ବେଳେ ମାଡ ଖାଉଛନ୍ତି, ଫାଇନ ଦେଉଛନ୍ତି ତଥାପି ଫରକ ପଡୁନି । ଏହି ନେଇ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କୋଭିଡ ସମୀକ୍ଷା କରିଛନ୍ତି । ଓଡଗାଁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ କୋଭିଡ ନିୟମକୁ କଡାକଡି କରାଯିବା ପାଇଁ ପରାମର୍ଶ ଦେଇଥିଲେ । କୋଭିଡ ଲକ୍ଷଣଯୁକ୍ତ ରୋଗୀଙ୍କୁ ହୋମ ଆଇସୋଲେସନରେ ନରଖି ତୁରନ୍ତ କୋଭିଡ କେୟାର ସେଣ୍ଟରକୁ ପଠାଯିବା ପାଇଁ ପରାମର୍ଶ ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଦେଖାଗଲେ…
Read Moreଖଣ୍ଡପଡା ନିର୍ବାଚନ ମଣ୍ଡଳୀର କରୋନା ସ୍ଥିତି ପରଖିଲେ ଜିଲ୍ଲାପାଳ
ଖଣ୍ଡପଡା: ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଦୁଇ ଗୋଟି ବ୍ଳକ ଯଥା ଖଣ୍ଡପଡା, ଭାପୁର ବ୍ଲକର କରୋନା ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଡ. ପୋମାଟୁଡୁ । ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ, ଗ୍ରାମ ପଞ୍ଚାୟତର କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏଥିରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଶ ଚନ୍ଦ୍ର ରାୟ, ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଜିଲ୍ଲାପରିଷଦ ସଭାପତି ବୈଜୟନ୍ତମାଳା ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ । ଗାଁରୁ ସହର ପର୍ଯ୍ୟନ୍ତ କେତେ କରୋନା ପଜେଟିଭ ଅଛନ୍ତି ତାଙ୍କର ଅବସ୍ଥା କଣ, କେତେଗୋଟି ଗ୍ରାମ ମାଇକ୍ରୋକଣ୍ଟେଟମେଣ୍ଟ ଘୋଷଣା କରାଯାଇଛି ଏହାର ସ୍ଥିତି ପରଖିଥିଲେ ।…
Read Moreଅକ୍ଷି ମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ
ନୟାଗଡ: ଆଜି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତର ଖେଡପଡାରେ ଅକ୍ଷିମୁଠି ଅନୁକୁଳ କରିଛନ୍ତି ରାଜ୍ୟ ସରକାରଙ୍କ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଓଡିଶାରେ ଏହି ଦିନଟିର ମାହାତ୍ମ୍ୟ ଆହୁରି ଅଧିକ ବିଶେଷ କରି କୃଷି ପ୍ରଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ଆଜିର ଦିନରେ ଅକ୍ଷି ମୁଠି ଅନୁକୂଳ କରାଯାଏ । ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି । ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ପୂଜା କରିଥାନ୍ତି । ଏହି ଦିନ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ । ଏହି ପର୍ବ ହେଉଛି କୃଷିର ପରମ୍ପରା, ଚାଷୀମାନଙ୍କୁ ସମ୍ମାନ ଦେବା ତଥା ଚାଷକୁ…
Read Moreଚାଲିଥିଲା ବାହାଘର ଭୋଜି ପହଞ୍ଚିଗଲା ପୋଲିସ
ଓଡଗାଁ: କୋଭିଡ ନିୟମକୁ ଅବମାନନା କରି ଶରଣକୁଳ ଥାନା ଅନ୍ତର୍ଗତ ଗୋଲଗାଁରେ ବହୁ ଲୋକ ସମାଗମ ହୋଇ ଚାଲିଥିଲା ବାହାଘର ଭୋଜି ଆଉ ଠିକ ସେତିକିବେଳେ ଖବର ପାଇ ଓଡଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ଓ ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ । ଚଢ଼ଉ ଦେଖି ମନୋଜ ପାଇକାରାୟ ଓ ତାଙ୍କ ବାପା ଫେରାର ହୋଇ ଯାଇଥିଲେ । ଘଟଣା ଅତି ଗୁରୁତର ହେବାରୁ ସମ୍ପର୍କିୟ ରବିନ୍ଦ୍ର ଘଡେଇ ୨୫ ହଜାର ଟଙ୍କାର ଜୋରିମାନା ଦେଇଥିଲେ । ଅଧିକାରୀମାନେ ତାଗିଦ କରିବା ସହ ଭୋଜିଭାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।
Read Moreଅକ୍ଷି ମୁଠି ଅନୁକୁଳ କଲେ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା
ଭାପୁର: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଚାଷି ତାର ବର୍ଷର ଚାଷ କାମ ଅନୁକୁଳ କରିଥାଏ । ଚାଷ କାର୍ଯ୍ୟ ଆରମ୍ଭ କରି ଚାଷି ବର୍ଷ ଯାକର ଖାଦ୍ୟ ସାମଗ୍ରୀ ପାଇଁ ବିଲରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷି ଭଲ ଅମଳ କରିଥାଏ । ଆଜି ଏହି ପବିତ୍ର ଅକ୍ଷୟ ତୃତୀୟାରେ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା ପୂଜାର୍ଚ୍ଚନା କରି ଅଖି ମୁଠି ଅନୁକୁଳ କରିବା ସହିତ ବିଲରେ ହଳ କରିଥିଲେ । କୋଭିଡ୍-୧୯ କଟକଣା ପାଳନ କରି ବ୍ଲକ୍ ଉପାଧ୍ୟକ୍ଷ ଅଖିମୁଠି ଅନୁକୁଳ କରିଛନ୍ତି ।
Read More