ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଲୋକ ମାନଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ଆଗ୍ରହ ଜନ୍ମାଇବା ସହିତ ହାତ ପାଆ ନ୍ତାରେ ବିଭିନ୍ନ ଫଳ, ଫୁଲ, ଔଷଧ ତଥା ଉପାଦେୟ ଗଛ ପହଞ୍ଚାଇବା କାମ ବିଗତ କିଛି ବର୍ଷ ହେଲା ଅରୋମିରା ଟ୍ରଷ୍ଟ ଓ ପରିବେଶ ସାଥି ଅନୁଷ୍ଠାନ, କୁରାଳ ଦ୍ଵାରା କରାଯାଉଅଛି। ଚଳିତ ବର୍ଷ ମଧ୍ୟ ଶ୍ରୀ ଅରବିନ୍ଦଙ୍କ ଏକ ଶହ ପଚାଶ ତମ ଜନ୍ମ ବାର୍ଷିକ ତଥା ପ୍ରଫେସର୍ ରାଧାମୋହନଙ୍କ ସ୍ମୃତି ଉପଲକ୍ଷେ ବନ ବିଭାଗର ସହଯୋଗରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଚାରା ବଣ୍ଟନ କାର୍ଯ୍ୟ କୋଭିଡ ନିୟମ ଅନୁଯାୟୀ ଆରମ୍ଭ କରାଯାଇ ଅଛି। ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ପରିବେଶ ସାଥିର ଆବାହକ ସୁକାନ୍ତ ଭାଇ ସାଥି ସୀମାଞ୍ଚଳ ସାହୁ, ମାତୃଭୂମି କୁରାଳର କୋଷାଧ୍ୟକ୍ଷ ରାଜ କିଶୋର ନାୟକ ଓ ୱାର୍ଡ଼…
Read MoreCategory: ନୟାଗଡ଼
କେନ୍ଦ୍ରସରକାରଙ୍କ ଦରବୃଦ୍ଧିକାରୀ ନୀତି ବିରୋଧରେ ତାତିଲେ ବିଭିନ୍ନ ବାମପନ୍ଥୀ ଦଳ
ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ମହାମାରୀ କରୋନା ସମୟରେ ପେଟ୍ରୋଲିୟମ ଜାତ ପଦାର୍ଥ ଯଥାକ୍ରମେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଆଖିବୁଜା ଦରବୃଦ୍ଧି ପ୍ରତିବାଦରେ ଆଜି ରଣପୁର ସିପିଆଇ(ଏମ) ସମେତ ଚାରୋଟି ବାମପନ୍ଥୀ ଦଳ କେନ୍ଦ୍ର ସରକାରଙ୍କ ଏହି ଖାଉଟି ମାରଣ ନୀତି ପ୍ରତିବାଦରେ ପ୍ରବଳ ବର୍ଷିଛନ୍ତି। ଏହି କ୍ରମରେ କେନ୍ଦ୍ରୀୟ ଦଳ ର ନିଷ୍ପତ୍ତି କ୍ରମେ ରଣପୁର ବ୍ଲକର ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ଆଗାମୀ ଜୁଲାଇ ୧୫ରେ ହେବାକୁ ଥିବା ଓଡିଶା ବନ୍ଦ ଡାକରା ପାଇଁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାମପନ୍ଥୀ ନେତା ସୁରେଶ ସ୍ୱାଇଁ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ଏହି ଶୋଭାଯାତ୍ରାକୁ ଦଳୀୟ ପତାକା ଦେଖାଇ ଉଦଘାଟନ କରିଥିଲେ।ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁରଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ୫୭ନଂ ଜାତୀୟ ରାଜପଥ ସଂଲଗ୍ନ ବିନୋଦ ପଡ଼ାଠାରେ…
Read Moreମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଆଜି ସକାଳ ୯ଘଣ୍ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦଶପଲ୍ଲା ନିକଟସ୍ଥ ଭୋଗରା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୯ଘଣ୍ଟା ସମୟରେ ଫୁଲବାଣୀ ପଟୁ ଆସୁଥିବା ଏକ କାର୍ (ଓଡି୧୨ଡି୦୯୩୩ ) ନିଜର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କଦମ୍ବ ଗଛକୁ ଧକ୍କାଦେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
Read Moreଦାସିଆ ଅଜାଙ୍କ ଜନ୍ମ ସ୍ଥାନରେ ପାଳିତ ହେଲା ୧୧୪ତମ ଜୟନ୍ତୀ
ନୂଆଗାଁ,(ନୟାଗଡ଼ ଦର୍ପଣ):- ଓଡ଼ିଶା ପାଠାଗାର, ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ପ୍ରଖ୍ୟାତ ସଂଗ୍ରାହକ, ପ୍ରସିଦ୍ଧ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ(ଦାସିଆ ଅଜାଙ୍କ) ୧୧୪ ତମ ଜୟନ୍ତୀ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଦାସିଆ ଅଜାଙ୍କ ନାତି ଦୀପକ୍ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ପାଠାଗାର ସଂଗ୍ରହାଳୟ ପକ୍ଷରୁ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ, ଧୂପ ଓ ମାଲ୍ୟାର୍ପଣ କରାଯାଇଥିଲା। ଅପରାହ୍ନରେ ଦାସିଆ ଅଜାଙ୍କ ସାଧନା ପୀଠ ଉଦୟପୁର ପାଠାଗାର, ସଂଗ୍ରହାଳୟ ପରିସରରେ ଦାସିଆ ପ୍ରେମୀମାନଙ୍କ ଦ୍ଵାରା ନିରାଡମ୍ବର ଭାବେ ପ୍ରାର୍ଥନା ସଭା, ଭଜନ, ନାମ ସଂକୀର୍ତ୍ତନ ଏବଂ ଭାଗବତ ପାଠ କାର୍ଯ୍ୟକ୍ରମମାନ କରାଯାଇ ଦାସିଆ ଅଜାଙ୍କୁ ଏବଂ ଦାସିଆ ଅଜାଙ୍କ ସହଧର୍ମିଣୀ ପୁର୍ଣ୍ଣମାସି ଦେବୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ସୂଚନାଥାଉକି, ଦାସିଆ ଅଜା ଏକ ଗ୍ରାମୀଣ ପରିବେଶରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର…
Read Moreଗଣିଆ ବନାଞ୍ଚଳ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟକୁ ଉଦଘାଟନ କଲେ ବନଖଣ୍ଡ ଅଧିକାରୀ
ଗଣିଆ,(ନୟାଗଡ଼ ଦର୍ପଣ):- ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ଗଣିଆ ବନାଞ୍ଚଳ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟ କୋରନା କଟକଣାରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଏବଂ ଶ୍ଵେତାଲୀନା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓ ବନଖଣ୍ଡ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ସମସ୍ତ ଅତିଥି ମାନଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ପ୍ରଦାନ କରି ନିଜ ଆବାସିକ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ବନଖଣ୍ଡ ଅଧିକାରୀଙ୍କ କରକମଳରେ ରିବନକଟା କାର୍ଯ୍ୟ ସମ୍ପର୍ଣ୍ଣ ହେବାପରେ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଓ ଅତିରିକ୍ତ ବନଖଣ୍ଡ ଅଧିକାରିଣୀ ଶ୍ଵେତାଲୀନା ସାହୁ ନୂତନ କାର୍ଯ୍ୟାଳୟ ମଧ୍ୟରେ ଥିବା…
Read Moreଦୁଇ ନାବାଳିକାଙ୍କୁ ଉଦ୍ଧାର କଲା ନୟାଗଡ଼ଚାଇଲଡ଼ ଲାଇନ
ନୂଆଗାଁ,(ନୟାଗଡ଼ ଦର୍ପଣ):- ବାହାଡାଝୋଲା ବେରୁଆବାରି ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ଅଷ୍ଟମ ଶ୍ରେଣୀରୁ ପାଠଛାଡି ଦେଇଥିବାବେଳେ ପରିବାର ପକ୍ଷରୁ ଝିଅଟିର ବିବାହ କାର୍ଯ୍ୟ ଚଳିତ ମାଅ ଆସନ୍ତା ୧୪ ତାରିଖରେ ହେବା ପାଇଁ ସ୍ଥିର କରାଯାଇଥିଲା। ତତ୍ ସହିତ ଅନ୍ୟଜଣେ ଦଶପଲ୍ଲା ଅଞ୍ଚଳର ୧୫ବର୍ଷୀୟା ନାବାଳିକାକୁ ପୁଅ ଘର ଲୋକ ତାଙ୍କ ନିଜ ଘରକୁ ଆଣି ଘରଲୋକ ମିଶି ଗତ ୮ତାରିଖରେ ବିବାହ କରିଦେଇଛନ୍ତି । ଏହାପରେ ଚାଇଲଡ ଲାଇନର ଟୋଲଫ୍ରି ନମ୍ବର ୧୦୯୮କୁ ଖବର ଆସିବାପରେ ସେହି ଝିଅକୁ ପୁଅ ଘରୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁମଙ୍ଗଳ ସମିତି ସୁଭାଷ ଚନ୍ଦ୍ର ମହାନ୍ତିଙ୍କ ପାଖରେ ହାଜର କରାଯାଇଥିଲା। ଉଭୟ ଝିଅଙ୍କୁ ବର୍ତ୍ତମାନ ୱାନଷ୍ଟପ ସେଣ୍ଟରରେ ରଖାଯାଇଛି । ଏହି ଚଢ଼ାଉରେ ଚାଇଲଡ଼ ଲାଇନର ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସ୍ବର୍ଣ୍ଣାଲତା ଜେନା, ଅଳକା ପାହାଡସିଂହଙ୍କ ସମେତ…
Read Moreଦୀର୍ଘ ୭୨୦ ବର୍ଷର ପରମ୍ପରାରେ କରୋନା ଲଗାଇଲା ରୋକ
ରଥଖଳା କୁ ଆସିଲେନି ବିଶ୍ଵକର୍ମା ମହାପ୍ରଭୁ ଚଢ଼ିଲେନି ନନ୍ଦିଘୋଷ ରଣପୁର,(ନୟାଗଡ଼ ଦର୍ପଣ):- ବିଗତ ବର୍ଷ ରଥ,ପଥ, ଜଗନ୍ନାଥ ସମସ୍ତେ ପ୍ରସ୍ତୁତ ଥିଲେ ଘୋଷଯାତ୍ରା ପାଇଁ। ମାତ୍ର ଅନ୍ତିମ ମୁହୂର୍ତ୍ତରେ କରୋନା କଟକଣା ଲଗାଇଲା ରୋକ। ପୁରୀ ବ୍ୟତୀତ ରଣପୁରରେ ଗଡିବନି ରଥ। ବହୁ ବାଦ ବିସମ୍ବାଦ ଆନ୍ଦୋଳନ ଧର୍ମଘଟ ପରେ ମଧ୍ୟ ମିଳିଲାନି ଅନୁମତି। ନିରାଶ ହୋଇଥିଲେ ସମଗ୍ର ନୟାଗଡ଼ ଜିଲ୍ଲା ସମେତ ରଣପୁର ବ୍ଲକର ଲକ୍ଷ ଲକ୍ଷ ଭକ୍ତ। ତେବେ କରୋନାର ଦ୍ଵିତୀୟ ଲହର ପାଇଁ ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ଆଗରୁ ଲାଗିଗଲା କୋଭିଡ କଟକଣା। ଯେଉଁଥିପାଇଁ ନାଁ ଆସିଲେ ରଥଖଳାକୁ ବିଶ୍ୱକର୍ମା ନାଁ ହେଲା ରଥ ଅନୁକୂଳ । କେବଳ ସୀମିତ ସେବକଙ୍କୁ ନେଇ ଯଥାତଥା ବିଧିର ପାଳନ କରାଗଲା। ପୁରୀ ଯାଇପାରୁନଥିବା ଭକ୍ତଙ୍କ ପାଇଁ ରଣପୁରର ରଥଯାତ୍ରା ଥିଲା ଶ୍ରୀକ୍ଷେତ୍ରର ରଥଯାତ୍ରା।…
Read Moreନୟାଗଡ଼ ରୋଟାରୀ କ୍ଳବ୍ ଦ୍ବାରା ଅନ୍ନପୂର୍ଣ୍ଣା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ):- ପ୍ରତିବର୍ଷ ଗରିବ ଅସହାୟ ଅଭାବୀ ଗ୍ରସ୍ତ ଲୋକମାନଙ୍କୁ ଅନ୍ନଦାନ କରି ରୋଟାରୀ କ୍ଳବ୍ ଅନ୍ନପୂର୍ଣ୍ଣା ଦିବସ ପାଳନ କରିଆସୁଥିବା ବେଳେ ଆଜି ଏହି ପରିପ୍ରେକ୍ଷୀରେ ପବିତ୍ର ରଥଯାତ୍ରା ଅବସରରେ ନୟାଗଡ଼ ରୋଟାରୀ କ୍ଳବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ସ୍ଥାନୀୟ ଲେଖନପୁର ଠାରେ ଗଢ଼ି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ କ୍ଳବ୍ ତରଫରୁ ଅନ୍ନଦାନ କରି ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଳବର ସଂପାଦକ ମିହିର ରଂଜନ ନାୟକ, କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ରଥ, ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ ଓ ସମର୍ପଣ ପରିଚାଳନା କମିଟିର ସଂପାଦକ ଅରୁଣ କୁମାର ମହାନ୍ତି ଉପସ୍ଥିତ ଥିଲେ। କ୍ଳବର ଏତାଦୃଶ କାର୍ଯ୍ୟକ୍ରମରେ ଅନ୍ତେବାସୀମାନେ ଖୁସି ବ୍ଯକ୍ତି କରିଥିଲେ।
Read Moreଘୋଷଯାତ୍ରାରେ ସବୁଜ ବାହିନୀ ଦ୍ୱାରା ବୃକ୍ଷରୋପଣ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ପବିତ୍ର ଘୋଷଯାତ୍ରା ଅବସରରେ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଭଗବତୀପ୍ରସାଦ ପରିସରରେ ଏବଂ ବିଦ୍ୟାଳୟ ଖେଳ ପଡିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଓଡଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ, ସମ୍ମାନିତ ଅତିଥି ରୂପେ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ବନରକ୍ଷୀ ସନ୍ତୋଷ କୁମାର ପରିଡ଼ା, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ନାୟକ, ଉତ୍କଳମଣି ସେବାସଂଘର ସମ୍ପାଦକ ବସନ୍ତ କୁମାର ଆଲଟିଆଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଉପସ୍ଥିତ ଥିଲେ। ପ୍ରଥମେ ବୃକ୍ଷକୁ ଫୁଲ, ଚନ୍ଦନ, ଧୂପ ଦୀପ ଦେଇ ପୂଜା କରାଯାଇଥିଲା। ପରେ ବଉଳ, ପଣସ, ପେସ୍ତାବାଦାମ, କୃଷ୍ଣଚୁଡା, ଶିଶୁ, ଲେମ୍ବୁ ଆଦି ବୃକ୍ଷଗୁଡିକୁ ରୋପଣ କରାଯାଇଥିଲା।ବିଦ୍ୟାଳୟ ତରଫରୁ ଏଭଳି…
Read Moreପବିତ୍ର ଶ୍ରୀଗୁଣ୍ଡିଚାରେ ନୟାଗଡ଼ ଦର୍ପଣର ୱେବ ପୋର୍ଟାଲର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାର ଘରେ ଘରେ ପରିଚିତ ତଥା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ବ୍ୟକ୍ତିତ୍ୱ ଏବଂ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସୁବିଧା ଅସୁବିଧାର ଖବର ପ୍ରସାରଣ କରି ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇପାରିଥିବା ପାକ୍ଷିକ ଖବର କାଗଜ ନୟାଗଡ଼ ଦର୍ପଣ ତା’ର ୱେବ ପୋର୍ଟାଲ www.nayagarhdarpan.com ଆରମ୍ଭ କରିଛି। ଆଜି ପବିତ୍ର ରଥ ଯାତ୍ରା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନୟାଗଡ଼ର ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ “ନୟାଗଡ଼ ଦର୍ପଣ” ୱେବ ପୋର୍ଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ବିଶ୍ୱନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିଶୁ…
Read More