ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ‘ଶ୍ରୀରଘୁନାଥ ଭଜନ’

ଓଡ଼ଗାଁ,(୨୭/୦୮):- ଓଡ଼ଗାଁର ଆରାଧ୍ୟ ଦେବତା ଶ୍ରୀଶ୍ରୀ ରଘୁନାଥଙ୍କ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଓଡ଼ଗାଁର କବି ଲୋକନାଥ ମିଶ୍ର( ଭରଦ୍ଵାଜ)ଙ୍କ ରଚିତ ଗୀତ ଶ୍ରୀରଘୁନାଥ ଭଜନଟି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି। ଉକ୍ତ ଭଜନଟି ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରସ୍ତୁତ ହୋଇଥିବାବେଳେ ସଂଗୀତ ପରିଚାଳନା କରିଛନ୍ତି ଅଶୋକ କୁମାର ସାହୁ, ସଂଗୀତ ଓ କଣ୍ଠଦାନ କରିଛନ୍ତି ସରଣକୁଳର ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ। ଭଜନ ଲୋକାର୍ପଣ ଉତ୍ସବ ରେ କବି ଶରତଚନ୍ଦ୍ର ଷଢଙ୍ଗୀ, କଣ୍ଠଶିଳ୍ପୀ ଯଶୋବନ୍ତ ପଟ୍ଟନାୟକ, କବି ପ୍ରହଲ୍ଲାଦ ବେହେରା, କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, କବୟିତ୍ରୀ ପ୍ରଭାତୀ ପଟ୍ଟନାୟକ, କବି ଅରୁଣ କୁମାର ସାହୁ, ରବିନ୍ଦ୍ର କୁମାର ତ୍ରିପାଠୀ, ପ୍ରମୋଦ କୁମାର ପଣ୍ଡା, ସ୍ୱରୂପ ରଞ୍ଜନ ମିଶ୍ର, କବି ସାରସ କୁମାର ମିଶ୍ର, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, ବିଜୟ କୁମାର ଦାଶ ସମେତ ଅନେକ କବି ଓ କଣ୍ଠଶିଳ୍ପୀ ଯୋଗ ଦେଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଭଜନଟି ବେଶ୍ ଲୋକାଦୃତ ହେବବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

Related posts