ଓଡ଼ଗାଁ,(୨୭/୦୮): ଓଡ଼ଗାଁ ସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ୧୦ଦିନିଆ ଆତ୍ମନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ତାଲିମ ପ୍ରାର୍ଥୀମାନଙ୍କ ନିମନ୍ତେ ମାଗଣା ତାଲିମ ନେବା ସହ ଖାଇବା ,ପିଇବା ସୁବିଧା ରହିଅଛି । ଏନ.ଏସି କାର୍ୟ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ କାର୍ୟ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏଥିରେ ସମୁଦାୟ ୩୨ ପ୍ରକାର ପ୍ରଶିକ୍ଷଣ ସମ୍ବନ୍ଧୀୟ ସୁବିଧାମାନ ରହିଅଛି ଯଥା: କମ୍ପ୍ୟୁଟର ଶିକ୍ଷା, ମୋଟର ମରାମତି, ଡ୍ରାଇଭିଙ୍ଗ, ମହମବତୀ ନିର୍ମାଣ, ପେପର ବ୍ୟାଗ, ବଡି, ପାମ୍ପଡ଼ ଆଚାର ଆଦି ପ୍ରସ୍ତୃତ କରିହେବ ।ବିଶେଷ କରି ସମଗ୍ର ଜିଲ୍ଲାରେ ବ୍ୟକ୍ତିର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ ହୋଇପାରିବ ଏହାର ମୂଳ ଲକ୍ଷ୍ୟ ଅଟେ । ୧୮ ବର୍ଷରୁ ୪୫ ବର୍ଷ ବୟସର ବ୍ୟକ୍ତି ପର୍ୟ୍ୟନ୍ତ ସମସ୍ତେ ଏହି ତାଲିମ ନେଇପାରିବେ ବୋଲି କୁହାଯାଇଛି । ଏହି କାର୍ୟ୍ୟକ୍ରମ ଆସନ୍ତା ମାସ ୪ ତାରିଖ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହେବ ବୋଲି ଜଣାଯାଇଛି । ଆଜି ମହିଳାମାନଙ୍କୁ ମହମବତୀ ନିର୍ମାଣ ସମ୍ୱନ୍ଧୀୟ ତାଲିମ ପ୍ରଦାନ କରାଯାଇଥିଲା । ଆଜିର କାର୍ୟ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ନୟାଗଡ଼ର ନିର୍ଦ୍ଦେଶକ ମନୋଜ କୁମାର ସ୍ୱାଇଁ ଉପସ୍ଥିତଥିବା ବେଳେ ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର ପ୍ରଧାନ ତାଲିମ ପ୍ରଦାନ କରିଥିଲେ । ମୋହନ ମହାପାତ୍ର କାର୍ୟ୍ୟକ୍ରମକୁ ସୁପରିଚାଳନା କରିଥିଲେ ।
ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ମହିଳାଙ୍କୁ ତାଲିମ
![](https://nayagarhdarpan.com/wp-content/uploads/2021/08/odagaon-1-500x280.jpg)