ବିଶିଷ୍ଟ ସମାଜସେବୀ ଗୋବର୍ଦ୍ଧନ ସାହୁଙ୍କ ଦେହାନ୍ତ

ବରିଷ୍ଠ ଉପଦେଷ୍ଟାଙ୍କୁ ହରାଇଲା ରାଜସୁନାଖଳା ମହୋତ୍ସଵ କମିଟି ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ଯାହାଙ୍କର ମୁହଁରେ ରହିଥିଲା ରକ୍ତମାଟି ରାଜରଣପୁରର ରକ୍ତିମ ଇତିହାସ। ଅନର୍ଗଳ କହି ପାରୁଥିଲେ ମାଆ, ମାଟି, ରାଜସୁନାଖଳାର ଭୂତ, ଭବିଷ୍ୟ ଆଉ ବର୍ତ୍ତମାନ । ଯିଏ ତନ୍ନତନ୍ନ କରି ପଢ଼ିଥିଲେ ରଣପୁର ଗେଜେଟକୁ।ଆତ୍ମୀୟତାର ନିରୁତା ବନ୍ଧନରେ ବାନ୍ଧି ରଖିଥିଲେ କୋମଳମତି ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ। ବୟସର ଅପରାହ୍ନରେ ବି ତାଙ୍କଠି ବାରିହେଇ ପଡୁଥିଲା ଯୁବସୁଲଭ ଗୁଣାବଳୀ। ରାଜସୁନାଖଳା ମହୋତ୍ସବ କମିଟି, ରାଜସୁନାଖଳାର ବରିଷ୍ଠ ମାର୍ଗଦର୍ଶକ ଭାବେ ଯୋଗଦେଇ ମହୋତ୍ସବକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ଆଣିବାରେ ସହାୟ ହୋଇଥିଲେ। ତେବେ ଏଭଳି ଜଣେ ମାନଵବାଦୀ ମଣିଷଙ୍କୁ ହରାଇ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋପୀନାଥପୁର ସାହିର ବିଶିଷ୍ଟ ସମାଜସେବୀ ତଥା ଓଡ଼ିଆ ଭାଷା ସାହିତ୍ୟକୁ ମନଭରି…

Read More

ଓଡ଼ଗାଁ ଶିକ୍ଷା ଅଧିକାରିଣୀଙ୍କୁ ଘରୋଇ ବିଦ୍ୟାଳୟ ସଂଘର ଦାବିପତ୍ର ପ୍ରଦାନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ବ୍ଲକର ସମସ୍ତ ଘରୋଇ ବିଦ୍ୟାଳୟର କର୍ମକର୍ତ୍ତାଙ୍କୁ ନେଇ କାର୍ଯ୍ୟକାରୀ ସଭାପତି ଅବିନାଶ ସାହୁଙ୍କ ଆବାହକତ୍ୱରେ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୋଭିଡ ପାଇଁ ସମସ୍ତ ବେସରକାରୀ ବିଦ୍ୟାଳୟର ଅବସ୍ଥା ଭଲ ନଥିବାବେଳେ ଏଥିରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ପ୍ରାୟ ଦେଢ଼ ବର୍ଷ ହେଲା କୌଣସି ଆର୍ଥିକ ସହଯୋଗ ପାଉନଥିବାବେଳେ ସେମାନଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଥିବା ଜଣାପଡ଼ିଛି। ସେମାନଙ୍କୁ ସରକାର ସାହାଯ୍ୟ ସହଯୋଗ କରିବା ପାଇଁ ଦାବିପତ୍ରରେ ଦ୍ୱାରା ଜଣାଇ ଦିଆଯାଇଛି। ଏହି ସମୟରେ ବିନା ଟି.ସିରେ ବ୍ଲକର ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟରେ ନାମ ଲେଖା ଚାଲିଛି ତେଣୁ ଏଭଳି ପରିସ୍ଥିତିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଟି.ସି ନେଇ ନାମ ଲେଖାଇବା…

Read More

ପ୍ରତାପ ପ୍ରସାଦରେ ଘର ଘର ବୁଲି ସଚେତନ କଲେ ସରପଞ୍ଚ

ଇଟାମାଟି,(ନୟାଗଡ଼ ଦର୍ପଣ):- ବିଶ୍ଵ ମହାମାରୀ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରତାପ ପ୍ରସାଦ ଗାଁ କଲ୍ୟାଣ ସମିତି ପକ୍ଷରୁ ଘର ଘର ବୁଲି ସଚେତନ କରାଯାଇଛି । ସୂଚନାନୁସାରେ, ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଇଟାମାଟି ପଞ୍ଚାୟତର ସରପଞ୍ଚ ସୋନାଲିକା ମନ୍ଥନଙ୍କ ପରାମର୍ଶ କ୍ରମେ ଆଜି ପ୍ରତାପ ପ୍ରସାଦ ଗାଁ କଲ୍ୟାଣ ସମିତି ପକ୍ଷରୁ ପ୍ରତାପ ପ୍ରସାଦ ଗାଁ’ର ଘରକୁ ଘର ବୁଲି ମହାମାରୀ କରୋନାର ତୃତୀୟ ଲହର ବିଷୟରେ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସହ ଅଙ୍ଗନବାଡ଼ି କର୍ମୀ ରଞ୍ଜୁଲତା ମହାପାତ୍ର, ଯାଞ୍ଚ କମିଟିର ସଭାପତି ସତ୍ୟବାଦୀ ଜଗତ ସିଂ, ଆଶାକର୍ମୀ ସବିତା ବଳିଆର ସିଂ, ୱାର୍ଡସଭ୍ୟା ବାସନ୍ତୀ ବାରିକ ଓ ପ୍ରଦ୍ମାବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Read More

୫ମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ

ନୟାଗଡ଼, :- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟ ଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ, ସମାଜସେବୀ ଭାଗିରଥି ବାଇ, ସ୍ବେଛାସେବୀ ପରମେଶ୍ୱର ସାହୁ, ନରେନ୍ଦ୍ର ବେହେରା, ଶିବଶଙ୍କର ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ଆଲୋକ ବରାଡ଼, ସୋମେଶ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ଦେଶର ଯୁବ ପିଢିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଓ ଅସହାୟଙ୍କୁ ସହାୟତାରେ ହାତ ବଢାଇବା ପାଇଁ ଗତ ଚାରି ବର୍ଷ ଧରି ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଏହି…

Read More

ବିଭିନ୍ନ ଅତ୍ୟାବଶକୀୟ ଦ୍ରବ୍ୟର ଦରବୃଦ୍ଧି ପ୍ରତିବାଦରେ ବିଭିନ୍ନ ଦଳର ବନ୍ଦ ପାଳନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ସାରା ରାଜ୍ୟରେ ଏବେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବାବେଳେ, ଓଡ଼ିଶାର ଅର୍ଥନୀତି ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରଦାମ ବୃଦ୍ଧିକୁ ନେଇ ବିଭିନ୍ନ ବାମଦଳ ପକ୍ଷରୁ ଆଜି ଦଶପଲ୍ଲା ବ୍ଲକ୍ ସାମ୍ନାରେ ସକାଳ ୬ଘଣ୍ଟିକା ଠାରୁ ମଧ୍ୟାହ୍ନ ୧୨ଘଣ୍ଟିକା ପର୍ଯ୍ୟନ୍ତ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଥିଲା । ବାମଦଳ ଗୁଡ଼ିକ ହେଲେ ସିପିଆଇ, ସିପିଏମ, ସିପିଆଇଏମଏଲ, ଫରୱାର୍ଡ ବ୍ଲକ୍ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହି ଦଳ ଗୁଡ଼ିକୁ କଂଗ୍ରେସ ଦୃଢ଼ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇବା ସହ ଦୋକାନ ବଜାର ବନ୍ଦ କରି ବିଭିନ୍ନ ପେଟ୍ରୋଲ ପମ୍ପ ଓ ବଜାରର ମୁଖ୍ୟ ଛକ ଗୁଡିକରେ ବିକ୍ଷୋଭ ପଦର୍ଶନ କରିଥିଲା। ଦଳ ତରଫରୁ ସାଧାରଣ ଲୋକଙ୍କୁ ପେଟ୍ରୋଲ…

Read More

ଅସହାୟ ନିରାଶ୍ରୟଙ୍କୁ ସହାୟତାର ହାତ ବଢ଼େଇଲା ‘ରାଇଟ ଟୁ ୱାର୍କ କ୍ୟାମ୍ପେନ’

ଗଣିଆ,(ନୟାଗଡ଼ ଦର୍ପଣ):- ସାରା ବିଶ୍ବରେ ତାଣ୍ଡବ ଚଳେଇଥିବା ମହାମାରି କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଲକଡାଉନ ସଟଦଉନରେ ଅନେକ ଗରିବ ଅସହାୟ ପରିବାର ଦିଓଳି ଦି ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏହି ସମୟରେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରାଇଟ ଟୁ ୱାର୍କ କ୍ୟାମ୍ପେନ’। ଗଣିଆ ବ୍ଲକର ବହୁ ଗରିବ, ଅସହାୟ , ନିରାଶ୍ରୟ ପରିବାରଙ୍କୁ ଚାଉଳ, ଅଟା, ବିସ୍କେଟ, ତେଲ ଓ ଅନ୍ୟାନ୍ୟ ରାସନ ସାମଗ୍ରୀ କିଟ ବଣ୍ଟନ ଜାରିରହିଥିବା ବେଳେ ବୁଧବାର ଅପରାହ୍ନରେ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ରଙ୍କ ନେତୃତ୍ୱରେ ଗଣିଆ ବ୍ଲକ ଅନ୍ତର୍ଗତ ଆଡକଟା ପଞ୍ଚାୟତ ଅଧିନସ୍ଥ ସିତୁଳିଆ ସାହିରେ ରହୁଥିବା ନିରାଶ୍ରୟ ଓ ଅସହାୟ ଗରିବ ପରିବାରବର୍ଗଙ୍କୁ ସୁଖିଲା ଖାଦ୍ୟ…

Read More

ପୋଷ୍ୟସ୍କୁଲର ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ଡ଼ଃ. ଅରୁଣ

ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସର ପ୍ରଧାନଶିକ୍ଷୟିତ୍ରୀ ବିଜୟାଲଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀମତୀ ମିଶ୍ର ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ସଂପର୍କରେ ଜଣାଇ କହିଲେ ଯେ, ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା। ପୂରାତନ ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତ ହୋଇ ନିଜ ବିଦ୍ୟାଳୟର ଭିତିଭୂମିକୁ କିପରି ଅଭିବୃଦ୍ଧି କରିବେ, ଉନ୍ନତି ପାଇଁ ଯୋଜନା କରିବେ, ପିଲାମାନଙ୍କୁ କଣ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା କରିଥିଲେ । ସ୍କୁଲର ପବିତ୍ରତାକୁ ବଜାୟ ରଖିବା ସହିତ ଭଲ କାମ କରିବା ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନରେ…

Read More

ଭାପୁରରେ ରାଜନୈତିକ ଝଡ଼

ଭାପୁର,(ନୟାଗଡ଼ ଦର୍ପଣ):- ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ନୟାଗଡ଼ ଜିଲା ଭାପୁର ବ୍ଲକରେ ରାଜନୈତିକ ପାଣିପାଗ ବଦଳିବା ଆରମ୍ଭ ହୋଇଛି। ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ମଙ୍ଗଳବାର ଆବେଦନ କରାଯାଇଛି। ବ୍ଲକର ୧୮ଜଣ ସମିତିସଭ୍ୟ ଓ ସରପଞ୍ଚଙ୍କ ସ୍ବାକ୍ଷର ଥିବା ଏହି ଆବେଦନ ପତ୍ରକୁ ୫ଜଣ ପଞ୍ଚାୟତ ପ୍ରତିନିଧ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ମଧ୍ୟରେ ସୃଷ୍ଟି ବିବାଦ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଜାଲ ଦସ୍ତଖତ ଓ ନକଲି ଲେଟର ପ୍ୟାଡ଼କୁ ବ୍ୟବହାର କରି ୨ ବର୍ଷ ହେଲା ଉପାଧ୍ୟକ୍ଷ ଗୟାଧର ପରିଡ଼ା ସରକାରୀ କାର୍ଯ୍ୟରେ ଅନିୟମିତତା, ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗ ଥାନାରେ ହୋଇଛି । ଏପରି ଦୁର୍ନୀତିରେ ତାଙ୍କୁ ଫସାଇବାକୁ…

Read More

ଦଶପଲ୍ଲା ବିଧାୟକଙ୍କ ଦ୍ଵାରା ସିଙ୍ଗାରପଲ୍ଲୀ-କାପ୍ତାପଲ୍ଲୀ ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଞ୍ଚାୟତ ଅଧିନରେ ଥିବା ସେନ୍ତେରି ଗ୍ରାମରେ ସିଙ୍ଗାରପଲ୍ଲୀ-କାପ୍ତାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଙ୍ଗାରପଲ୍ଲୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ନୂଆଗାଁ ବ୍ଲକ୍ ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଯୋଗୁଁ ଜନସାଧାରଣଙ୍କ ଗମନା ଗମନ ସୁବିଧା ହେବା ସହ ବିକାଶ ଧାରା ତ୍ୱରାନ୍ୱିତ ହୋଇପାରିଛି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ। ଗମନା ଗମନ ସୁବିଧା ପାଇଁ ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଟାକୁ…

Read More

ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ ଚାରା ବଣ୍ଟନ ଓ ବୃକ୍ଷ ରୋପଣ ସମାରୋହ

ଇଟାମାଟି,(ନୟାଗଡ଼ ଦାର୍ପଣ):- ବୃକ୍ଷ ହିଁ ଜୀବନ, ବୃକ୍ଷବିନା ଜୀବଜଗତ ଅସମ୍ଭବ। ତେଣୁ ଆସନ୍ତୁ ବୃକ୍ଷ ରୋପଣ କରିବା, ଗାଁ ଗାଁରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ ଚାରା ବଣ୍ଟନ ଓ ବୃକ୍ଷ ରୋପଣ ସମାରୋହ ମାନ୍ୟବର ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏ ସମାରୋହରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ବନଖଣ୍ଡ ଅଧିକାରୀ ଧନରାଜ ଏଚ. ଡି.। ବୃକ୍ଷ ରୋପଣ ଓ ଚାରା ବଣ୍ଟନର ମହତ କାର୍ଯ୍ୟ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ସରପଞ୍ଚ ସୋନାଲିକା ମନ୍ଥନ, ସମିତି ସଭ୍ୟା ବବିତା ରାଣୀ ଜେନା, ପ୍ରାଧ୍ୟାପକ ହରେକୃଷ୍ଣ…

Read More