ରୋଟାରୀ ଫିଜିଓଥେରାପି ଚିକିତ୍ସା ଶିବିର

ନୟାଗଡ଼,(୨୬/୦୯): ନୟାଗଡ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଫିଜିଓଥେରାପି ଚିକିତ୍ସା ଶିବିର ଖଣ୍ଡପଡା ବ୍ଲକର ଶିଖରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ୫୦ରୁ ଉର୍ଦ୍ଧ୍ବ ରୋଗୀ ଯୋଗଦେଇ ଫିଜିଓଥେରାପି କସରତ ଶିଖିବା ସହ ଫିଜିଓଥେରାପିଷ୍ଟ ଅଭିଳାଷ ଦାସ ଓ ସହଯୋଗୀ ନମିତା ନନ୍ଦଙ୍କ ପରାମର୍ଶ ନେଇଥିଲେ। ନୟାଗଡ଼ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ଶିବିର ର ପରିଚାଳନାରେ ସହଯୋଗ କରିଥିଲେ ରୋଟାରିଆନ ଆରିଫ ଖାନ୍, ପ୍ରବିର ପୃଷ୍ଟି, ଲକ୍ଷ୍ମୀ ନାରାୟଣ ରଥ ଓ ଆର.ସି.ସି. ଶିଖରପୁର ର ଯୁବ ସମାଜ ସେବୀ ମାନେ । ସ୍ଥାନୀୟ ଗ୍ରାମବାସୀମାନେ ଏପରି ଚିକିତ୍ସା ଶିବିରକୁ ଆଗାମୀ ଦିନ ମାନଙ୍କରେ ଜାରି ରଖିବା ପାଇଁ ଅନୁରୋଧ କରିଥିଲେ ।

Read More

ନୟାଗଡ଼ ସାମ୍ବାଦିକ ଭବନରେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(୨୫/୦୯): ମୁଣ୍ଡୁଳି ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବା ଓଟିଭିର ଯୁବ ଦକ୍ଷ ବରିଷ୍ଠ ସାମ୍ବାଦିକ ଅରିନ୍ଦମ୍ ଦାଶଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନେଇ ନୟାଗଡ଼ ସାମ୍ବାଦିକ ଭବନରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ୨ମିନିଟ ନୀରବ ପାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଶ୍ରୀକାନ୍ତ ଖଟେଇ, ସଞ୍ଜୟ କୁମାର ସ୍ୱାଇଁ, ଆର୍ତ୍ତତ୍ରlଣ ପ୍ରଧାନ, ଯଯାତି କେଶରୀ, ସୁଧାକର ମିଶ୍ର, ଶୁଭାଶିଷ ପଟ୍ଟନାୟକ, ବିଶ୍ଵଜିତ ପଟ୍ଟନାୟକ, ଗୋକୁଳ ଷଡ଼ଙ୍ଗୀ, ଦିନବନ୍ଧୁ ମହାନ୍ତି, ଟୁକୁ, ଭାଲୁ ରଥ, ପ୍ରଦୀପ ରଣାଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

Read More

ସମର୍ପଣ(ବୃଦ୍ଧାଶ୍ରମ)ରେ ଅନ୍ତେବାସୀଙ୍କ ସ୍ବାସ୍ଥ୍ଯ ପରୀକ୍ଷା

ନୟାଗଡ଼,(୨୫/୦୯): ନୟାଗଡ଼ ଲେଖନପୁର ଠାରେ ଅବସ୍ଥିତ ବୃଦ୍ଧାଶ୍ରମ ‘ସମର୍ପଣ’ ପରିସରରେ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ଯ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର କାର୍ଯ୍ୟନିର୍ବାହୀ ସଦସ୍ଯ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ଯ ପରୀକ୍ଷା ଓ ଚିକିତ୍ସା କାର୍ଯ୍ୟକ୍ରମରେ ଇଟାମାଟି ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ରାଜେଶ ମିଶ୍ର ଯୋଗ ଦେଇ ଅନ୍ତେବାସୀ ମାନଙ୍କର ବ୍ଲଡ ପ୍ରେସର ଚେକଅପ୍ ସହିତ ସ୍ବାସ୍ଥ୍ଯ ପରୀକ୍ଷା କରିଥିଲେ। କରୋନା ମହାମାରୀ ସମୟରେ କିପରି ସଚେତନତା ଅବଲମ୍ବନ କରି ଚଳିବାକୁ ହେବ ସେ ବିଷୟରେ ଡାକ୍ତର ଅନ୍ତେବାସୀମାନଙ୍କୁ ବୁଝାଇବା ସହିତ ବିଭିନ୍ନ ସ୍ବାସ୍ଥ୍ଯ ସମସ୍ଯାର ସମାଧାନ ପାଇଁ ଔଷଧ ଲେଖିଥିଲେ। ଏହି କାର୍ଯ୍ୟକ୍ରମରେ ଆଶ୍ରମର ମ୍ଯାନେଜର ସୀତାରାମ ପ୍ରଧାନ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଡାକ୍ତର ମିଶ୍ର ମହୋଦୟ ପ୍ରତ୍ଯେକ ମାସରେ ଥରେ ନିଜସ୍ବ ଆଗ୍ରହରେ ଆଶ୍ରମକୁ…

Read More

ଜିଲ୍ଲା ପରାମର୍ଶଦାତା କମିଟି ତରଫରୁ ଯୁବା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(୨୪/୦୯): ଜିଲ୍ଲା ପରାମର୍ଶଦାତା କମିଟି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟର ସଦଭାବନା ଗୃହ ପରିସରରେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୁବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଯୁବା କାର୍ଯ୍ୟକ୍ରମ ୨୦୨୧ – ୨୨ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ନେହେରୁ ଯୁବା କେନ୍ଦ୍ର କାର୍ଯ୍ୟ କରିବାକୁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା ତାଲିମ ଯୁବକଙ୍କୁ ପ୍ରଦାନ କରିବାକୁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବା ଅଧିକାରୀ ଅନୁରାଗ କୁମାର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ମହାରଣା ଓ ଦୀପକ କୁମାର କ୍ଳବ ପ୍ରତିନିଧି ଭାବେ ଯୋଗ ଦେଇଥିଲେ। ନୟାଗଡ଼ ଯୁବ ସ୍ୱେଚ୍ଛାସେବୀମାନଙ୍କ ପ୍ରତିନିଧି ଭାବେ ଆଶୁତୋଷ ଦାସ ଯୋଗଦେଇ ଯୁବକ ମାନେ…

Read More

ରଣପୁରରେ ଜଳ ଜୀବନ ମିଶନର ଏକ ମଣ୍ଡଳ ସ୍ତରୀୟ କର୍ମଶାଳା

ରଣପୁର, (୨୪/୦୯): ନୟାଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଜଳ ଜୀବନ ମିଶନର ଏକ ମଣ୍ଡଳ ସ୍ତରୀୟ କର୍ମଶାଳା ରଣପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ତଥା ଓଡିଶା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାନ, ସି.ଇ.ଡି ଏବଂ ସହଭାଗୀ ଏନ.ଜି.ଓ ସି.ଇ.ଇ.ଆର୍.ଏ ଙ୍କ ମିଳିତ ସହଯୋଗରେ ରେ ଅନୁଷ୍ଠିତ ହୋଇଯାଇଅଛି । ରଣପୁର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀମତୀ ଋତୁପର୍ଣ୍ଣା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସି.ଇ.ଇ ଆର୍.ଏ ତରଫରୁ ସଦସ୍ୟ ଶ୍ରୀ ସତ୍ୟଜ୍ୟୋତି ମହାନ୍ତି ସ୍ୱାଗତ ଭାଷଣ ଦେବା ସହ କର୍ମଶାଳା ର ଉଦ୍ଦେଶ୍ୟ ବିଷୟ ରେ ଆଲୋଚନା କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିରଞ୍ଚୀ ନାରାୟଣ ତ୍ରିପାଠୀ ଜଳ ଜୀବନ ମିଶନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ…

Read More

ରଣପୁରରେ ରେସନ୍ କାର୍ଡ଼ ଓ ସ୍ଥାୟୀପଟା ଦାବି ନେଇ ବ୍ଲକ ଓ ତହସିଲ ଅଫିସ ଆଗରେ ଧାରଣା

ରଣପୁର,(୨୪/୦୯): ନବନିର୍ମାଣ କୃଷକ ସଙ୍ଗଠନ ଓ ଦଳିତ ଆଦିବାସୀ ସଂଘ ପକ୍ଷରୁ ରଣପୁରରେ ରଣପୁର ବ୍ଲକ ଓ ତହସିଲ ଘେରାଉ କରାଯାଇଛି । ରଣପୁର ଏନ୍ଏସିରେ ବର୍ଷ ବର୍ଷ ଧରି ରେସନ୍ କାର୍ଡ଼ ଓ ସ୍ଥାୟୀ ପଟା ପାଇଁ ବ୍ଲକ ପ୍ରଶାସନ, ତହସିଲଦାର ଓ ଏନ୍ଏସିର କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରା ଯାଉନାହିଁ। କର୍ତ୍ତୃପକ୍ଷ ଭୂମିହୀନଙ୍କୁ ସ୍ଥାୟୀପଟ୍ଟା ଦେବାରେ ବିଳମ୍ବ କରୁଥିବାରୁ ରଣପୁର ଏନ୍ଏସିର ଶହ ଶହ ମହିଳା ଏବଂ ପୁରୁଷ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ନିଜ ଅଧିକାର ପାଇଁ ଧାରଣାରେ ବସିଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ଓ ତହସିଲଦାର ବିକ୍ଷୋଭ କାରୀଙ୍କ ପାଖକୁ ଆସି ଅକ୍ଟୋବର ମାସ ଶେଷ ସୁଦ୍ଧା ଯୋଗ୍ୟ ହିତାଧିକାରୀମାନଙ୍କୁ…

Read More

ନୟାଗଡ଼ ରାଜରାସ୍ତାରେ ଦୁଇ ଘଣ୍ଟା ଧରି ଆଶାକର୍ମୀଙ୍କ ଗଣବିକ୍ଷୋଭ

ନୟାଗଡ଼,(୨୪/୦୯): ସିଆଇଟିୟୁ ନେତୃତ୍ୱରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ ତରଫରୁ ସିନ୍ଦୁରିଆ ଛକଠାରୁ ଶତାଧିକ ଆଶା କର୍ମୀ ଏକ ଶୋଭାଯାତ୍ରାରେ ବାହାରି ନୟାଗଡ଼ ବଜାର ପରିକ୍ରମା କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ତଥା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଗଣବିକ୍ଷୋଭ କରିଥିଲେ । ଜାତୀୟ ରାଜପଥ ଅବରୋଧ କରି ପ୍ରାୟ ୨ ଘଣ୍ଟା କାଳ ବିକ୍ଷୋଭ କରାଯାଇଥିଲା । ଜିଲ୍ଲା ସଭାପତି ସୁରେଶ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ ବିରୋଧି ଶ୍ରମ କୋର୍ଡ, ଶ୍ରମିକ ମାରଣାନୀତି ଓ ସ୍ୱାସ୍ଥ୍ୟ ସେବାର ଘରୋଇକରଣ ନୀତିକୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ । ପ୍ରତିନିଧି ମଣ୍ଡଳୀ ସିଡିଏମଙ୍କୁ ଭେଟି ୧୮ ଦଫା ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦେବା ସହ ଜିଲ୍ଲାରେ ଦେଖା ଦେଇଥିବା ସମସ୍ୟା ଗୁଡ଼ିକ ଉପରେ ଏକ ଦାବୀ ପତ୍ର…

Read More

ଆକଳନ ହୋଇଥିବା ବର୍ଦ୍ଧିତ ଟିକସକୁ ମନ୍ତ୍ରୀଙ୍କ ବିରୋଧ

ନୟାଗଡ଼,(୨୩/୦୯): ନୟାଗଡ଼ ପୈାରପରିଷଦ ପକ୍ଷରୁ ସହରବାସୀଙ୍କ ଗୃହକୁ ଏକ ସଂସ୍ଥା ଦ୍ଵାରା ଆକଳନ କରି ନୂତନ ବର୍ଦ୍ଧିତ ହୋଲିଂ ଟ୍ୟାକ୍ସର ତାଲିକା ପୈାରପାଳିକା ପ୍ରକାଶ କରିଛି । ଯାହାକୁ ନେଇ ସହରବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଯଦି ବର୍ଦ୍ଧିତ ଟିକସ ଦରକୁ ନେଇ ଲୋକଙ୍କ କୌଣସି ଅଭିଯୋଗ ରହିଥାଏ ତେବେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି । ନୂତନ ତାଲିକା ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ଆକଳନ ସମୟରେ ଘର ମୁଲ୍ୟ, ଆୟତନ, ମହଲା ଇତ୍ୟାଦିକୁ ପ୍ରଧାନ୍ୟ ଦିଆଯାଇଛି । ଏଥିସହିତ ଘର ଭଡ଼ା ଲାଗିଥିଲେ, ତାହା ଅନୁସାରେ ଅଧିକ ହୋଲିଂ ଟ୍ୟାକ୍ସ ଆକଳନ ହୋଇଛି । ଫଳରେ ଯେଉଁ ଲୋକମାନେ ବିଗତ ଦିନରେ ୫ଶହରୁ ୬ଶହ ଟଙ୍କା ଟ୍ୟାକ୍ସ ଦେଉଥିଲେ, ଏବେ ୩ରୁ ୪ହଜାର ଦେବାକୁ ପଡ଼ିବ…

Read More

ତେଜରାତି ଦୋକାନରେ ବିଦେଶୀ ମଦ, ଜଣେ ଗିରଫ

ନୟାଗଡ଼,(୨୨/୦୯): ନୟାଗଡ଼ ସଦରଥାନା ପୁଲିସ ଜଣେ ବେଆଇନ ଚୋରା ମଦ ବେପାରୀକୁ ଗିରଫ କରିବା ସହ ବିଦେଶୀ ମଦ ଜବତ କରିଛି । ସଦରଥାନା ଅନ୍ତର୍ଗତ ବଳଭଦ୍ରପୁର ଗାଁ ଛକରେ ଥିବା ଏକ ତେଜେରାତି ଦୋକାନୀରେ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଶରତ ଚନ୍ଦ୍ର ପୃଷ୍ଟି (୪୬ବର୍ଷ) ତାଙ୍କ ତେଜରାତି ଦୋକାନରେ ବିଦେଶୀ ମଦ ବିକ୍ରି କରାଯାଉଥିବା ଦେଖାଯାଇଥିଲା । ସେହି ଦୋକାନରୁ ୬୨ ବୋତଲ ବିଦେଶୀ ମଦ ଜବତ କରାଯିବା ସହ ଶରତକୁ ଗିରଫ କରାଯାଇଥିବା ସଦର ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି।

Read More

ବ୍ଲକ୍ ଓ ପୌର ପରିଷଦର କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ଯୁବ ବିଜେଡ଼ି

ନୟାଗଡ଼,(୨୨/୦୯): ନୟାଗଡ଼ ବ୍ଲକ୍ ଓ ପୌରପରିଷଦ ପାଇଁ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆଜି ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟ ପରିସରରେ ନୟାଗଡ଼ ବ୍ଲକ୍ ଓ ପୌରପରିଷଦର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ରମେଶ କୁମାର ସାହୁ ଓ ଉପ ସଭାପତି ରବିନ୍ଦ୍ର କୁମାର ଜେନା । ନୟାଗଡ଼ ବ୍ଲକ୍ ଅଧିନରେ ଥିବା ୨୯ ଟି ପଞ୍ଚାୟତର ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଓ ପଞ୍ଚାୟତ ସଭାପତି ଚୟନ କରାଯାଇଥିବା ବେଳେ ନୟାଗଡ଼ ପୌର ପରିଷଦ ଅଧିନରେ ଥିବା ୧୩ଟି ୱାର୍ଡ ସଭାପତି ଓ ସୋସିଆଲ ମେଡିଆର କର୍ମକର୍ତ୍ତାଙ୍କ…

Read More