ରଣପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ଯୋଗାଭ୍ୟାସ କଲେ ବାଚସ୍ପତି ସୁରମା ପାଢ଼ୀ

ରଣପୁର,(ନୟାଗଡ଼ ଦର୍ପଣ): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସକାଳ ୬ଟାରେ ରଣପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ସେ କହିଥିଲେ ଯେ, ଯୋଗ ଆମର ଦୈନନ୍ଦିନ ଜୀବନଶୈଳୀକୁ ଶୃଙ୍ଖଳିତ କରିବା ସହିତ ସୁସ୍ଥ ଓ ସମୃଦ୍ଧ ଜୀବନର ମୂଳ ଆଧାର ହୋଇଥାଏ। ଏହି ଯୋଗ ଶିବିରରେ ପ୍ରାୟ ୧୫୦ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ବାଚସ୍ପତିଙ୍କ ସହ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ବ୍ଲକ ସିଡିପିଓ, କନିଷ୍ଠ ଯନ୍ତ୍ରୀ, ଅନ୍ୟାନ୍ୟ ସରକାରୀ କର୍ମଚାରୀ, ହକି ଓ ବାସ୍କେଟବଲ ଖେଳାଳି, ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ରହି…

Read More

ଅନ୍ତର୍ଜାତୀୟ ଯୋଗ ଦିବସରେ ନୟାଗଡ଼ରେ ଯୋଗ ଶିବିର ଆୟୋଜିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଯୋଗ ଦିବସ ଅବସରରେ ରବିବାର ନୟାଗଡ଼ ଅଟୋନମସ ମହାବିଦ୍ୟାଳୟ ପରିସରରେ ଡାଇମଣ୍ଡ ଜୁବୁଲି ହଲରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଯୋଗ ମହୋତ୍ସବ ସମିତିର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଧିକାରୀ, କର୍ମଚାରୀ ଓ ଯୋଗପ୍ରେମୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ନୟାଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଯୋଗ ମାଧ୍ୟମରେ ଶାରୀରିକ ଓ ମାନସିକ ସୁସ୍ଥତା ହାସଲ କରାଯାଇପାରିବ ବୋଲି ବକ୍ତାମାନେ…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ  ଯୋଗ ଦିବସ ପାଳିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସୁସ୍ଥ ଶରୀର  ବିଦ୍ୟାଧ୍ୟୟନରେ ସହାୟକ । ସୁସ୍ଥ ଶରୀର ପାଇଁ ଯୋଗ ଓ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ। ସୁସ୍ଥ ଶରୀର ସୁସ୍ଥ ମନ ସୃଷ୍ଟି କରେ ଯାହା କି ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତି ଜରୁରୀ। ସେଥିପାଇଁ ପ୍ରତି ବିଦ୍ୟାଳୟରେ ଶାରୀରିକ କ୍ରୀଡା ଶିକ୍ଷକ ନିଯୁକ୍ତି କରାଯାଇଛି। ଆଜି  ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ସାରିଛି। ରାଜ୍ୟସରକାରଙ୍କ ସୂଚନା କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଙ୍କ ନିର୍ଦେଶରେ ଶାରୀରିକ  ଶିକ୍ଷକ ଆଲୋକ ନାୟକ ଓ ସହଯୋଗୀ ଶିକ୍ଷକ ପ୍ରକୃତି ବନ୍ଧୁ  ସନ୍ତୋଷ କୁମାର ସାହୁ ପ୍ରାୟ  ଉପସ୍ଥିତ 37 ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ହତା ପଡିଆରେ ଯୋଗ ଦିବସ ପାଳନ କରାଯାଇଥିଲା। ସମସ୍ତ…

Read More

ବିଶ୍ୱ ଯୋଗ ଦିବସରେ ନୟାଗଡ଼ରେ ରେଡକ୍ରସ ଓ ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମ ପକ୍ଷରୁ ଯୋଗ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ଼ ପୁରୁଣା ସହର ସାଗର ପୁଷ୍କରିଣୀ ନିକଟସ୍ଥ ମୁନିସିପାଲିଟି ବୁଦ୍ଧ ମଣ୍ଡପ ପରିସରରେ ରେଡକ୍ରସ ଓ ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମର ସହଯୋଗରେ ଶ୍ରୀରଘୁନାଥ ଯୋଗାପୀଠ ପକ୍ଷରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୬ଟାରେ ଆରମ୍ଭ ହୋଇଥିବା ଏହି ଶିବିରରେ ଶତାଧିକ ଯୋଗପ୍ରେମୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମାଜସେବୀ ତଥା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିୟମିତ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିବେଦିତା ପତି, ଜିଲ୍ଲାର ୧୫ଟି ଯୋଗ ଶିବିରର ପରିଚାଳକ ଯୋଗଗୁରୁ ପ୍ରତାପ ରଣଶିଙ୍ଗ, ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମର କନଭେନର ସୁନିତା ରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଫୋରମର ବିଭିନ୍ନ ପଦାଧିକାରୀ କମଳିନୀ ବେହେରା, ମହାମନ୍ତ୍ରୀ,…

Read More

ଲଡୁବାବାଙ୍କ ପୀଠରେ ଶୀତଳ ଷଷ୍ଠୀ : ଦେବଦମ୍ପତିଙ୍କ ନଗର ପରିକ୍ରମା,
ଆଶୀର୍ବାଦ ପାଇଁ ୧୬ଶମ୍ଭୁଙ୍କ ମିଳନ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶୈବ ଓ ବୈଷ୍ଣବ ଧର୍ମର ସମ୍ମିଳିତ ପ୍ରସିଦ୍ଧ କ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ପୀଠରେ ଶୀତଳଷଷ୍ଠୀ ମହା ସମାରୋହରେ ପାଳିତ ହୋଇଯାଇଛି। ଗୁରୁବାର ଦିନ ଶିବ ବିବାହ ପରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଲାଗି ଲଡୁବାବାଙ୍କ ନିମନ୍ତ୍ରଣ ପାଇ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଶରଣକୁଳ ଅଂଚଳର ବିଭିନ୍ନ ଗ୍ରାମରେ ଥିବା ଠାକୁର ମାନେ ଲଡୁବାବାଙ୍କ ମନ୍ଦିରରେ ଏକତ୍ରିତ ହୋଇ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ସମସ୍ତ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ଲଡୁବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ମା ପାର୍ବତୀ, ଗୋପୀନାଥ, ଲଷ୍ମୀ ନାରାୟଣ, ଶ୍ରୀ ରଘୁନାଥ, ଜୟଦୁର୍ଗା, ଦଧିବାମନ, ମା ବିରଜାଇ, ମା ରାମଚଣ୍ଡୀ , ମା ନାରାୟଣୀ,ସନୃସିଂହନାଥ , ମା ସନ୍ତୋଷୀ, ଦୁର୍ଗା , ଅର୍ଦ୍ଧନାରୀଶ୍ୱର , ରାଧାକୃଷ୍ଣ ଓ ଉମା ମହେଶ୍ୱର ଶୋହଳଟି ବିମାନରେ ଉପବେଶନ କରି ମନ୍ଦିରର…

Read More

ରଥଯାତ୍ରା ପାଇଁ ନୟାଗଡ଼ ସହରରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ସମୟରେ ନୟାଗଡ଼ ସହରରୁ ପୁରୀକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଇବା ପାଇଁ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ନିକଟରେ ଦାବି କରାଯାଇଛି।ନାଗରିକ ମଞ୍ଚ ପକ୍ଷରୁ ଡି.ଆର.ଏମ.ଙ୍କୁ ଦିଆଯାଇଥିବା ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରଥଯାତ୍ରା ସମୟରେ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ଯଦିଓ ରେଳ ବିଭାଗ ପକ୍ଷରୁ ଦଶପଲ୍ଲାରୁ ପୁରୀକୁ ୩ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଉଛି, ମାତ୍ର ଦଶପଲ୍ଲାରୁ ଆସୁଥିବା ଏହି ଟ୍ରେନଗୁଡ଼ିକରେ ପ୍ରବଳ ଭିଡ଼ ରହୁଛି। ଫଳରେ ନୟାଗଡ଼ ଟାଉନ୍ ଷ୍ଟେସନରେ ପହଞ୍ଚିବା ବେଳକୁ ଏଥିରେ ସ୍ଥାନ ଅଭାବରୁ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଯାତ୍ରୀମାନେ ଟ୍ରେନରେ ଚଢ଼ି ନପାରି ନିରାଶ ହୋଇ ଘରକୁ ଫେରୁଛନ୍ତି।…

Read More

ନୟାଗଡ଼ରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ଅଚାନକ ପରିଦର୍ଶନ କଲେ ଉପ-ସଚିବ ମୋନାଲିଶା ଦେବତା

ନୟାଗଡ଼, (ନୟାଗଡ଼ ଦର୍ପଣ): ମହିଳା ଓ ଶିଶୁ ବିକାଶ ବିଭାଗର ଉପ-ସଚିବ ମୋନାଲିଶା ଦେବତା ଆଜି ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କ ପୁଷ୍ଟି, ଶିକ୍ଷା ଓ ସେବାର ମାନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଖଣ୍ଡପଡା ବ୍ଲକର ତେନ୍ତୁଳିଆ ପଲ୍ଲୀ ଏବଂ ନୟାଗଡ଼ ବ୍ଲକର ଶିଖରାପୁର ଓ କ୍ରୀଡାଶପୁର ଅଙ୍ଗନବାଡି କେନ୍ଦ୍ରକୁ ଯାଇ ସେଠାର କାର୍ଯ୍ୟକଳାପ ନିରୀକ୍ଷଣ କରିଥିଲେ। ପରିଦର୍ଶନ ସମୟରେ ଉପ-ସଚିବ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟର ଗୁଣବତ୍ତା, ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏବଂ କେନ୍ଦ୍ରଗୁଡ଼ିକର ସାମଗ୍ରିକ କାର୍ଯ୍ୟକ୍ଷମତା ଉପରେ ବିଶେଷ ଧ୍ୟାନ ଦେଇଥିଲେ। ସେ ଶିଶୁମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କର ଶିକ୍ଷାଗତ ଅଗ୍ରଗତି, ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ସାର୍ବିକ ବିକାଶ ସମ୍ପର୍କରେ ଅବଗତ ହୋଇଥିଲେ। ଶ୍ରୀମତୀ ଦେବତା ଶିଶୁମାନଙ୍କ ପାଇଁ…

Read More

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧକ୍ଷତାରେ ଦିବା ୧୦ ଘଟିକା ସମୟରେ ଓସ୍ୱାନ ସଭାକକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତ ସଦସ୍ୟ ମାନଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଯୋଗ ଦିବସ ଗ୍ରାମ ପଞ୍ଚାଯତ, ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟରେ ଏକା ସାଙ୍ଗରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଅଛି। ଏହି କାର୍ଯ୍ୟକ୍ରମରେ  ଅଧିକରୁ ଅଧିକ ଜନସାଧାରଣ ଯେପରି ଭାଗ ନେଇ ପାରିବେ ସେ ଉପରେ ଜିଲ୍ଲାପାଳ ସମସ୍ତ ସଦସ୍ୟଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକ୍ରମଟି ଆସନ୍ତା ତା ୨୧ ଜୁନ ୨୦୨୬ ରିଖ ପ୍ରାତଃ ୦୬ ଘଟିକାରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଥିବା ବ୍ୟକ୍ତି ବିଶେଷଙ୍କର ନାମ ପଞ୍ଜୀକୃତ କରାଯିବା ପାଇଁ…

Read More

ନୟାଗଡ଼ ଜିଲ୍ଲାର ନିଟ୍ (NEET) ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗ ପକ୍ଷରୁ ଜୁନ ୨୧ରେ ହେବାକୁ ଥିବା ‘ଏନ୍‌ଇଇଟି ’(NEET) ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ସରକାରୀ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ଏହାଦ୍ଵାରା ପରୀକ୍ଷାର୍ଥୀମାନେ ଓଏସ୍‌ଆର୍‌ଟିସି ଓ ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ନୟାଗଡ ପୁରୁଣା ବସ୍‌ଷ୍ଟାଣ୍ଡ ମେଡିକାଲ ଛକରୁ ଆଡ୍‌ମିଟ୍ କାର୍ଡ ଦେଖାଇ ନିଃଶୁଳ୍କ ଯାତ୍ରା କରିପାରିବେ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ଓଏସ୍‌ଆର୍‌ଟିସି ତରଫରୁ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ ବସ୍‌ଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପୂର୍ବରୁ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ପରୀକ୍ଷା ସରିବା ପରେ । ସମସ୍ତ ପରୀକ୍ଷାର୍ଥୀ ନିଜ ନିଜ ସ୍ଥାନକୁ ଫେରିବା ପର୍ଯ୍ୟନ୍ତ ଏହି ନିଃଶୁଳ୍କ ସେବା ଜାରି ରହିବ ।…

Read More

ରଥଯାତ୍ରା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ, ସୁଚାରୁ ପରିଚାଳନା ଉପରେ ଗୁରୁତ୍ୱ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ପବିତ୍ର ରଥଯାତ୍ରାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ପ୍ରମୁଖ ରଥଯାତ୍ରା ଭାବେ ପରିଚିତ ନୟାଗଡ଼ ରଥଯାତ୍ରାକୁ ନେଇ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଓ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁରକ୍ଷା, ଟ୍ରାଫିକ୍ ପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ସେବା ଏବଂ ଅଗ୍ନିଶମ ବ୍ୟବସ୍ଥାକୁ ନେଇ ସମ୍ପୃକ୍ତ ବିଭାଗ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର…

Read More