ଦୁର୍ନୀତିର ତଦନ୍ତ ହେଲେ ଫସିବେ ବହୁ ନେତା ବୋଲି ଅଭିଯୋଗ କଲା କଂଗ୍ରେସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଚୟନରେ କେଳେଙ୍କାରୀ ଦୁର୍ନୀତି ସବୁ ସୀମା ଟପି ସାରିଲାଣି। ସୁସ୍ଥ ସବଳମାନେ ନିଜକୁ ବିଭିନ୍ନ ଶାରୀରିକ ବିକଳାଙ୍ଗ ଯଥା କାନକୁ ଶୁଭୁନି, ଆଖିକୁ ସାମାନ୍ୟ ଦୃଶ୍ୟମାନ ହେଉଥିବା, ସାମାନ୍ୟ ଗୋଡଭଙ୍ଗା ପାଇଁ ହୁଇଲ ଚେୟାରରେ ଚଳପ୍ରଚଳ ଦର୍ଶାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସର୍ବନିମ୍ନ ୬୦ ପ୍ରତିଶତ ଏବଂ ତଦୁର୍ଦ୍ଦ ଦିବ୍ୟାଙ୍ଗ ପ୍ରମାଣପତ୍ର ହାସଲ କରିଛନ୍ତି। ଏହି ଦିବ୍ୟଙ୍ଗ ପ୍ରମାଣପତ୍ର ପାଇ ବିଭିନ୍ନ ସରକାରୀ ନିଯୁକ୍ତି, ମଧୁବାବୁ ଭତ୍ତା, ରାସନ କାର୍ଡ, ଆବାସ ଗୃହ ଏପରିକି ସ୍ୱତନ୍ତ୍ର ଶ୍ରେଣୀ ଠିକାଦାରୀ ଲାଇସେନ୍ସ ହାତେଇ ସରକାରୀ ଅର୍ଥରାଶି ଆତ୍ମସାତ କରୁଛନ୍ତି। ଯେଉଁମାନେ ଏମିତି ଜାଲ ପ୍ରମାଣପତ୍ରନେଇ ସରକାରୀ ଅର୍ଥ ହଡ଼ପ କରିଛନ୍ତି ତଦନ୍ତ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…
Read MoreCategory: ନୟାଗଡ଼
ଏନଏସି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ଅନୁଷ୍ଠିତ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦାନ କରି ସରକାରୀ ସ୍କୁଲରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ଆଜି ସବୁକ୍ଷେତ୍ରରେ ଏବଂ ସବୁ ସ୍ଥାନରେ ଉଚ୍ଚ ଆସନରେ ଅଧିଷ୍ଠିତ ଅଛନ୍ତି। ପିତାମାତାମାନେ ପିଲାଙ୍କ ପରସେଣ୍ଟଜ ବା ନମ୍ବର ପଛରେ ନପଡ଼ି ସେମାନଙ୍କୁ ଭଲ ମଣିଷ କରି ଗଢ଼ିବା ପାଇଁ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଯୋଗୁଁ ଶିକ୍ଷା କ୍ଷେତ୍ରରେ…
Read Moreନୂଆଗାଁ ବ୍ଳକ କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମରେ ଚାଲିଥିବା କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ସମ୍ମାନୀତ ଅତିଥି ଭାବେ ବ୍ଲକ୍ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର, ସମାଜ ସେବୀ ଶଙ୍କର୍ଷଣ ବେହେରା, ବିଜେଡ଼ି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସରପଞ୍ଚ ନିରୁପମା ପାତ୍ର, କବି ଓ ଗାଳ୍ପିକ ରୋଜାଲିନ ସେନାପତି, ସମିତି ସଭ୍ୟ ପ୍ରଫୁଲ୍ଲ ବେହେରା, ମହୋତ୍ସବ କମିଟି ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ, ସମ୍ପାଦକ ଭଗବାନ ପ୍ରଧାନ, ଗ୍ରାମ୍ୟ ସଭାପତି ପ୍ରମୋଦ କୁମାର ଦାଶ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ମଞ୍ଚାସିନ ରହି କୋରଡ଼ାଗଡ଼ ମାଟିର ଐତିହ୍ୟ ସଂସ୍କୃତି…
Read Moreନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଧୁମଧାମରେ ଉଦ୍ଘାଟିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇ ଉଦଘାଟନ କରିଥିବା ବେଳେ ଜୀବନର ସ୍ମୃତି ଅତି ମଧୁର, ତାକୁ ସାଇତି ରଖିବା ଦରକାର । ବିଭିନ୍ନ ଜୟନ୍ତୀର ସମାରୋହ ଦ୍ୱାରା ବିଦ୍ୟାଳୟର ଇତିହାସ ଜାଣିବାର ସୁଯୋଗ ମିଳିଥାଏ। ଛାତ୍ରଛାତ୍ରୀଙ୍କ ସଫଳତାରେ ଶିକ୍ଷକ ଆତ୍ମତୃପ୍ତି ପାଇଥାଏ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଡ. ସଂଗ୍ରାମ ଜେନା, ବିଶିଷ୍ଟ ଅତିଥିଭାବେ ନୟାଗଡ଼ ଜିଳ୍ଲାପାଳ ରବୀନ୍ଦ୍ରନାଥ ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ବ୍ଳକ ଅଧ୍ୟକ୍ଷ କିଶୋର…
Read Moreକାଜୁଫସଲ ଅଧିକାର ଦାବିରେ ଆଦିବାସୀ ମେଳି, ଏପ୍ରିଲ ୨୭ରେ କଲେକ୍ଟର ଚାଲ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଶାଳିଆଝରି ଠାରେ ୩୮ଖଣ୍ଡ ଆଦିବାସୀ ପଲ୍ଲାର ଶତାଧିକ ମୁଖିଆ ପ୍ରତିନିଧି ନକୁଳ ପ୍ରଧାନଙ୍କ ସଭାପତିତ୍ୱରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ବ୍ୟାନରରେ ଏକତ୍ରିତ ହୋଇ କାଜୁପଦା ଉପରେ ଅଧିକାର ସାବ୍ୟସ୍ତ ପାଇଁ ସଂକଳ୍ପ ଵଧ ହୋଇଛନ୍ତି। ବୁଢ଼ାବୁଢ଼ୀଆଣୀ ବନ୍ଧର ବିସ୍ଥାପିତ ଆଦିବାସୀମାନଙ୍କର ପାରମ୍ପରିକ ଅଧିକୃତ ପଦା ମାନଙ୍କରେ କାଜୁ କର୍ପୋରେସନ ଓ ବନ ଉନ୍ନୟନ ନିଗମ ମୂଳ ଅଧିବାସୀଙ୍କ ଠାରୁ ବେଦଖଲ କରି ଏଠାରେ କାଜୁ ଚାଷ କରାଇଥିଲେ ଏବଂ ଫଳଭୋଗୀ ହେବାର ପ୍ରଲୋଭନ ଦେଖାଇ ଏମାନଙ୍କ ଦ୍ୱାରା ଫସଲ ଜଗାରଖା କରାଇଥିଲେ।ମାତ୍ର ଚଞ୍ଚକତାପୂର୍ଣ୍ଣ ଭାବେ ଫଳ ଧରିଲା ପରେ ବନ ନିଗମ ଏହାକୁ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ବାହୁବଳୀ ମାଫିଆ ଦଳକୁ ନିଲାମ ଦେଇଛି। ଏବଂ ବିଡ଼ରମାନେ ଆଦିବାସୀମାନଙ୍କ ଉପରେ ଜୁଲମ ଚଳାଇଛନ୍ତି। ଏହାର ପ୍ରତିବିଧାନ ପାଇଁ…
Read Moreଇସଲାମ ଧର୍ମର ମୁଖ୍ୟପର୍ବ ଇଦୁଲ ଫିତର ନୟାଗଡ଼ରେ ଧୁମଧାମରେ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଇସଲାମ ଧର୍ମର ମୁଖ୍ୟପର୍ବ ଇଦୁଲ ଫିତର ସ୍ଥାନୀୟ ଇଦଗାହ ଠାରେ ପାଳନ ହୋଇଛି। ଜିଲ୍ଲାସ୍ତରୀୟ ଏହି ଇଦୁଲ ଫିତର ପର୍ବରେ ଧର୍ମଗୁରୁ ଜଲାଲୁଦ୍ଦିନ ଖାଁ ମିଫତାହି ନମାଜ ପାଠ କରାଇଥିବା ବେଳେ ଜିଲ୍ଲାର କୋଣଅନୁକୋଣରୁ ମୁସଲିମ ଅଧିବାସୀ ଏଥିରେ ସାମିଲ ହୋଇଥିଲେ। ଏହି ପର୍ବର ପୂର୍ବରୁ ଏକ ମାସ ଧରି ମୁସଲିମ ଭାଇଭଉଣୀମାନେ ମାସ ବ୍ୟାପୀ ରୋଜା (ଉପବାସ), ନମାଜ, ଦାନଧର୍ମ, ତରାବୀ ନମାଜ ପାଠ ସହିତ କୋରାନ ପାଠ କରି ଶେଷଦିନରେ ଚାନ୍ଦ ଦର୍ଶନକରି ତା ପରଦିନ ଇଦ ପାଳନ କରିଥିଲେ। ଘରେ ଘରେ ସିମେଇ, ଲଚ୍ଛା, ମିଷ୍ଟାନ, ବିରୟାନୀ ଓ ଭୋଜିଭାତର ଆୟୋଜନ ହୋଇଥାଏ । ସଭିଏଁ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ତଥା ଇଦମୁବାରକ କହି ଅଭିନନ୍ଦନ ଜଣାଇଥାନ୍ତି। ଏହା ଏକ ଭାଇଚାରାର ପର୍ବ ଏଥିରେ ଜାତିଧର୍ମ ନିର୍ବିଶେଷରେ…
Read Moreଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ନୂତନ କର୍ମକର୍ତ୍ତା ଚୟନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ରଘୁନାଥ ଧାମ ଓଡ଼ଗାଁଠାରେ ଗଢ଼ି ଉଠିଥିବା ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ତିନି ବର୍ଷ ପୂର୍ତ୍ତି ଉପଲକ୍ଷେ ସଂସଦୀୟ ନିୟମ ଦୄଷ୍ଟିରୁ ଆଜି ନୂତନ କର୍ମକର୍ତ୍ତାମଣ୍ଡଳୀ ଚୟନ କରାଯିବା ସହ ଏକ ଜନ୍ତାଳ ଭୋଜି ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ସର୍ବସମ୍ମତିକ୍ରମେ ପଞ୍ଚାନନ ପଣ୍ଡା ସଭାପତି, ଶରତଚନ୍ଦ୍ର ଷଡ଼ଙ୍ଗୀ ଓ ଭାବଗ୍ରାହୀ ମହାପାତ୍ର ଉପସଭାପତି, ରଞ୍ଜନ କୁମାର ଦାଶ ମୁଖ୍ୟ ପରିଚାଳକ, ପରମାନନ୍ଦ ସ୍ୱାଇଁ ଓ ବବିତାରାଣୀ ମହାପାତ୍ର ସହପରିଚାଳକ, ଯଶୋବନ୍ତ ପଟ୍ଟନାୟକ ସମ୍ପାଦକ, ରମାକାନ୍ତ ପ୍ରଧାନ କୋଷାଧ୍ୟକ୍ଷ, ପ୍ରହଲ୍ଲାଦ ବେହେରା ସଂଯୋଜକ, ପ୍ରିୟଦର୍ଶନୀ ମହାପାତ୍ର ସଂଯୋଜିକା ଏବଂ ରବୀନ୍ଦ୍ର କୁମାର ଘଡେଇଙ୍କୁ ଆବାହକ ରୂପେ ଚୟନ କରାଯାଇଥିଲା। ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ବାଜ) ଶୁଭେଚ୍ଛା ଜଣାଇବା ସହ ମୁଖ୍ୟ ଉପଦେଷ୍ଟା…
Read Moreନୟାଗଡ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଓଡିଶା ଅମଲା ସଂଘ ମିଳିତ ଅମଲା ମଂଚର ନିଷ୍ପତ୍ତି କ୍ରମେ ନୟାଗଡ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା, ଆବାହକ ଶ୍ରୀଧର କୁମାର ସାହୁ ଓ ସଂପାଦକ ପଦୀପ୍ତ କୁମାର ନନ୍ଦଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅମଲା ମାନଙ୍କୁ ନେଇ ଦିବା ୧୦ ଘଟିକା ସମୟରେ ଜିଲ୍ଲାପାଳ ନୟାଗଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଅଛି । ଉକ୍ତ ଦାବିପତ୍ରରେ ଦୀର୍ଘ ଦିନ ହେବ ଜିଲ୍ଲାସ୍ତରୀୟ ଅମଲା ମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି, ବାରମ୍ବାର ଦାବି ପତ୍ର ଦାଖଲ କରାଯାଉଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁ ନଥିବାରୁ ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି । ସୂଚନାଯୋଗ୍ୟ, ବିଗତ ଦିନରେ ରାଜ୍ୟ…
Read Moreନୟାଗଡ଼ରେ କଂଗ୍ରେସର ଜୟଭାରତ ସତ୍ୟାଗ୍ରହ ଏବଂ କ୍ୟାଣ୍ଡେଲ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜନବିରୋଧୀ ମୋଦି ସରକାରଙ୍କ କବଳରୁ ଗଣତନ୍ତ୍ର, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ସମ୍ବିଧାନର ସୁରକ୍ଷା ତଥା ଦେଶ ବଞ୍ଚାଓ ସହ ବେଦାନ୍ତ ଜମି ଦୁର୍ନୀତି ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ କଟୁ ଭତ୍ସନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅପାରଗ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିରୁଦ୍ଧରେ ଦଳୀୟ କର୍ମୀ ନାରାବାଜି କରିବା ପରେ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ସହର ମୁଖ୍ୟରାସ୍ତା ପରିକ୍ରମା କରି ମହିଳା କଲେଜ ଛକ ଠାରୁ ପୁଣି ଟ୍ରାଫିକ ଛକ ପର୍ଯ୍ୟନ୍ତ ଆସିଥିଲା। ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ, ବ୍ଲକ କଂଗ୍ରେସ ସଭାପତି ଫକୀର…
Read Moreଶରଣକୁଳର ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରରେ ନପଢ଼ିବାରୁ ଛାତ୍ରଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଯୁକ୍ତ ଦୁଇ କଲେଜ ବିରୁଦ୍ଧରେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ୨୦୨୨-୨୪ ବ୍ୟାଚ ଆଡମିଶନ କରିଥିବା ବିଜ୍ଞାନ ଛାତ୍ରଛାତ୍ରୀ ମାନେ କଲେଜ ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଲ୍ୟାବ ଆସିଷ୍ଟାଣ୍ଟ ମାନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଶରଣକୁଳରେ ଥିବା ରାମକୃଷ୍ଣ କୋଚିଂ ସେଣ୍ଟରକୁ ଉକ୍ତ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବାକୁ ବାଧ୍ୟ କରୁଛନ୍ତି। କିନ୍ତୁ ଏହି ପିଲାମାନେ ଏହି କୋଚିଂ ସେଣ୍ଟରକୁ ଯିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ସେମାନଙ୍କୁ ଯାବତୀୟ ମାନସିକ ଓ ଶାରିରୀକ ଯନ୍ତ୍ରଣା,ଖରାପ ଭାଷା ପ୍ରୟୋଗ କରିବା, ମାଡ଼ ମାରିବା ଓ ବାର୍ଷିକ ପରୀକ୍ଷା ଦିଆଇ ନଦେବା ଭଳି ଧମକ ଦେବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ପୁନଶ୍ଚ ଏହି ଛାତ୍ରଛାତ୍ରୀ ମାନେ ଉକ୍ତ କୋଚିଂ ସେଣ୍ଟରରେ…
Read More