ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ମାନବ ଅଧିକାର ରକ୍ଷକ ତରଫରୁ ଏକ ଜିଲ୍ଲା ଓ ବ୍ଲକ ସ୍ତରୀୟ ଆୟୋଜନ ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିଲା। ଏଥିରେ ରାଜ୍ଯ ମୁଖ୍ୟ ନିର୍ଦ୍ଦେଶକ ମୀନକେତନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଜିଲ୍ଲାର ସରକାରୀ ବେସରକାରୀ ଓ ବିଭିନ୍ନ ସ୍ତରରେ ଅବହେଳିତ ହୋଇଥିବା ଅସହାୟ, ନିରୀହ, ସରଳ, ନିଷ୍ପେସିତ ପୀଡିତ ଲୋକମାନେ ନିଜର ନ୍ୟାୟ ପାଇଁ ଦୀର୍ଘଦିନ ଧରି ଲଢେଇ ଜାରି ରଖି ମଧ୍ଯ କୌଣସି ସୁଫଳ ନପାଇ ବୟସର ଅପରାହ୍ନରେ ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କୁ କିଭଳି ମାନବ ଅଧିକାର ରକ୍ଷକ ଜରିଆରେ ନ୍ୟାୟ ମିଳିପାରିବ ସେ ବିଷୟରେ ଜିଲ୍ଲାର ବିଭିନ୍ନ ପଦବୀରେ ଥିବା କର୍ମଚାରୀଙ୍କୁ ଉଦବୋଧନ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସଭାରେ ଜିଲ୍ଲା ସଭାପତି ସାରଦା ପ୍ରସନ୍ନ ଦାସ, ଉପସଭାପତି ଭବାନୀ ଶଙ୍କର ଦାସ, ପ୍ରଦୀପ…
Read MoreCategory: ନୟାଗଡ଼
ୟୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନମେଳା ଅନୁଷ୍ଠିତ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ସଦର ମହକୁମାସ୍ଥିତ ଯୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୯ ଜଣ ଛାତ୍ରଛାତ୍ରୀ ବିଜ୍ଞାନ, ଗଣିତ, ଇଂରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଓ ହିନ୍ଦୀ ବିଷୟରେ ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ନୟାଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ସମସ୍ତ ପାଠ୍ୟ ବିଷୟରେ ଏଭଳି ଏକ ଶିକ୍ଷା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ସହିତ ପ୍ରଦର୍ଶନୀକୁ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କର ପ୍ରୟାସ ଓ ନୂତନ ଚିନ୍ତାଧାରାକୁ ଉଚ୍ଚ ପ୍ରଶଂସା କରି ସେମାନଙ୍କୁ ଆଗାମୀ ଦିନରେ ଆହୁରି ଉନ୍ନତି କରିବା ପାଇଁ ଉତ୍ସାହିତ କରିଥିଲେ। ବିଭିନ୍ନ ବିଷୟର ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କାର୍ଯ୍ୟରେ…
Read Moreନୟାଗଡ଼ ଜିଲ୍ଲା ସ୍ତରୀୟ “ଭାରତକୁ ଜାଣ” ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ସମୃଦ୍ଧ ପ୍ରବୃଦ୍ଧ ବର୍ଗର ବ୍ୟକ୍ତିମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସାଙ୍ଗକୁ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହିତ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ନୟାଗଡ଼ ଏନଏସି ହାଇସ୍କୁଲ ସଭାକକ୍ଷରେ ‘ଭାରତକୁ ଜାଣ’ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଶ୍ରବଣ କୁମାରର ପିତାମାତା ଭକ୍ତି, ବାଜି ରାଉତର ଦେଶଭକ୍ତି ,ବୀର ସଭରକରଙ୍କ ଦେଶପ୍ରେମ ଜାଗରଣ କରିବା ସହିତ ଭାରତର ଐତିହ୍ୟ ପରମ୍ପରା ସଂସ୍କୃତି ବିଷୟରେ ପରିଚିତ କରିବା ପାଇଁ ପ୍ରତିବର୍ଷ ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ କେନ୍ଦ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥାଏ। ଆଜି…
Read Moreନାଟ୍ୟକାର ରାମଚନ୍ଦ୍ରଙ୍କର ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ନାଟ୍ୟଜଗତର ମୂର୍ଦ୍ଧନ୍ୟ କାଣ୍ଡାରି, ଯୋଗଜନ୍ମା ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୬ ତମ ଜନ୍ମଦିବସ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ଥିବା ନାଟ୍ୟରଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସାହିତ୍ୟିକ ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟନିର୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ସିଭିଲ ସୋସାଇଟିର ପ୍ରମୁଖ ଗୋଦାବରୀଶ ସାହୁ, ପୂଜ୍ୟପୂଜା ସମିତିର ପ୍ରମୁଖ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଗଣମାଧ୍ୟମ ପ୍ରମୁଖ ରାମକୃଷ୍ଣ ରଥ, ଶ୍ରୀକାନ୍ତ ଖଟେଇ, ଶିକ୍ଷାବିତ ବିଜୟ କୁମାର ରଥ, ସୌଦାମିନୀ ସ୍ଵାଇଁ, ଡ. ନୀଳିମା ନନ୍ଦ, ନିରଞ୍ଜନ ମିଶ୍ର, ସମାଜସେବୀ ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ପୁଷ୍ପାଞ୍ଜଳି ପୂର୍ବକ ଯୁଗଜୟୀ ନାଟ୍ୟରଥୀଙ୍କ ନାଟକ ଭାଇ ଭାଉଜ, କିସ ପୁଣି ଦେଖା ନ ଯାଏ, ନରୋତ୍ତମ…
Read Moreୟୁନିଟେକ ପବ୍ଲିକ ସ୍କୁଲରେ ଶୈକ୍ଷିକ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ୟୁନିଟେକ ପବ୍ଲିକ ସ୍କୁଲରେ ଆଜି ଶୈକ୍ଷିକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ଇଁରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଏବଂ ହିନ୍ଦୀ ସବୁ ବିଷୟରେରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ମୋଟ ୧୫୯ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ନୟାଗଡରେ ପ୍ରଥମ ଥର ପାଇଁ ଏହିଭଳି ପ୍ରଦର୍ଶନୀ ହେଇଅଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରଦୀପ ପ୍ରଜ୍ବଳନ କରି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ବିଚାରକ ମଣ୍ଡଳୀରେ ବିଜ୍ଞାନ ପ୍ରକଳ୍ପ ସବୁକୁ ଅଧ୍ୟାପିକା ଗୀତାଞ୍ଜଳି ତ୍ରିପାଠୀ, ଭାରତୀ ମିଶ୍ର, ଡ଼ା. ସନ୍ତୋଷ କୁମାର ବେହେରା, ପୂର୍ଣ୍ଣିମା ତ୍ରିପାଠୀ, ଲଷ୍ମୀଧର ସାହୁ, ଇଂରାଜୀ ଏବଂ ସାମାଜିକ ବିଜ୍ଞାନ ପ୍ରକଳ୍ପ ସବୁକୁ କେଶବଚନ୍ଦ୍ର…
Read Moreପିଏମ୍ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ କନଫରେନସ୍ ହଲ ଠାରେ ପିଏମ୍ ଧନଧାନ୍ୟ କୃଷି ଯୋଜନା ଓ ଜାତୀୟ ଡାଲିଜାତୀୟ ଫସଲ ମିଶନର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କୃଷି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସରୋଜ ରଣସିଂହ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଜିଲ୍ଲା କୃଷି ଅସ୍ଵୀକାରୀ ଶିବନାରାୟଣ ସିଂ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଅନିଲ ସ୍ବାଇଁ ଏବଂ ବିଭିନ୍ନ ବ୍ଲକରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀ ସ୍ୱାଇଁ ଯୋଗ ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ…
Read Moreନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ
ରଣପୁର,(ନୟାଗଡ଼ ଦର୍ପଣ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ନରସିଂହପୁର କ୍ଲଷ୍ଟରରେ ଶୁକ୍ରବାର ଦିନ ମଣ୍ଡଳ ସ୍ତରୀୟ ସୁରଭି ନରସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମ ପଂଚାୟତ ସରପଞ୍ଚ ଝୁନୁବାଳା ରଣସିଂହ, ମୁଖ୍ୟ ବକ୍ତା ଭାବେ ସମିତିସଭ୍ୟ ଗୀତାଞ୍ଜଳି ସାହୁ, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଶିକ୍ଷବିତ ବିଦେଶିନୀ ପତି, ଅଶୋକ କୁମାର ଦାଶ ଏବଂ ସମ୍ମାନିତ ଅତିଥି ଭାବେ କବି ଅଜୟ କୁମାର ପ୍ରଧାନ, ନରସିଂହପୁର ଉଚ୍ଚ ବିଦ୍ୟାଳୟ ସଭାପତି ସୁବଳ ଚରଣ ସିଂ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳାଦ୍ରୀ ବିହାରୀ ସୁବୁଦ୍ଧି, ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ ସଭାପତି ସୁନୀଲ କୁମାର ମହାନ୍ତି, ଅତିଥି ଶିକ୍ଷକ ଫକୀର ନାୟକ, ପ୍ରଶାନ୍ତ କୁମାର ରଥ ପ୍ରମୁଖ ଯୋଗ…
Read Moreକଦଳୀବନ୍ଧ ରେ ପୋଷାକ ବିତରଣ ଉତ୍ସବ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ , ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର କିରାଣୀ ବିମଳ ବାରିକ, ଲକ୍ଷ୍ମଣ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ମିନତୀ ଡାକୁଆ ମଞ୍ଚାସୀନ ଥିଲେ।ବିଦ୍ୟାଳୟର ପରିବେଶ ସବୁଜିମା ହୋଇଥିବା ସହିତ ଶ୍ରେଣୀ କକ୍ଷ ଗୁଡ଼ିକରେ ସ୍ୱଳ୍ପ ମୂଲ୍ୟ ଓ ଅଦରକାରୀ ଜିନିଷରେ ହାତତିଆରି ଶିକ୍ଷଣସାମଗ୍ରୀ ଓ ମଧ୍ୟାହ୍ନ ଭୋଜନ ବଗିଚା ଦେଖି ଅତିଥି ମାନେ ଖୁସି ହୋଇଯାଇଥିଲେ।ଉଚ୍ଚନୀଚ ମନୋଭାବ ଓ ଧନୀ ଗରିବ ମନୋଭାବକୁ ତ୍ୟାଗକରି ସଭିଙ୍କ ମନରେ ସମାନତା ଭାବ…
Read Moreପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ କହିଲେ ଇଂ ଦେବାଶିଷ ପଟ୍ଟନାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ମୁଖ୍ଯ ଅତିଥି ପୁଷ୍ପ ମାଲ୍ଯାର୍ପଣ କରିଥିଲେ। ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ମୁଖ୍ଯ ଅତିଥି ଆଲୋଚନା…
Read Moreଲୋକ ନୋଡ଼ାଲ ବିଦ୍ୟାପୀଠରେ “ଦ୍ୱିତୀୟ ଏକକ ପରୀକ୍ଷା’ ଫଳ ପ୍ରକାଶନ ଉତ୍ସବ ପାଳିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ଦ୍ଵିତୀୟ ଏକକ ପରୀକ୍ଷାର ଫଳ ପ୍ରକାଶନ ଉତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୈାରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶରଣକୁଳ କ୍ଳଷ୍ଟରର ସିଆରସିସି ରାଜକିଶୋର ନାୟକ ଯୋଗ ଦେଇଥିଲାବେଳେ ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୈକୁଣ୍ଠ ନାଥ ପ୍ରଧାନ ଯୋଗଦେଇଥିଲେ। ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭା ଆରମ୍ଭ ହୋଇଥିଲା। ତପିରେ ଶ୍ରେଣୀ ଅନୁସାରେ ଫଳ ପ୍ରକାଶ କରାଯାଇ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧଧିକାର କରିଥିବା ଛାତ୍ରଛାତୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ ସଂଯୋଜନା…
Read More