ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ତିନିମାସ ଧରି ମଣିପୁର ରାଜ୍ୟରେ ହିଂସା ଉଗ୍ରରୂପ ଧାରଣ କରି ସାଧାରଣ ଜନଜୀବନ ପ୍ରଭାବିଜ ହୋଇ ସାରିଲଣି, ଆଦିବାସୀ ମହିଳା ମହିଳାମାନଙ୍କ ଉପରେ ବର୍ବରୋଚିତ ଏବଂ ଲଜ୍ଜ୍ୟା ଜନକ ଘଟଣା ସମସ୍ତ ଦେଶବାସୀଙ୍କୁ ବ୍ୟଥିତ କରୁଥିବା ବେଳେ ସେଠାରୁ ହିଂସା ବନ୍ଦ କରାଇବା ଏବଂ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଦଳର ଡବଲ ଇଂଜିନ ସରକାର ବିଫଳତା ପ୍ରତିବାଦ ରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଆଜି ମଧ୍ୟାହ୍ନରେ ନୟାଗଡ଼ ଟ୍ରାଫିକ ଛକ ଠାରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯାଈ ତୁରନ୍ତ ମଣିପୁରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦାବୀ କରାଯାଇଛି l ମୋଦି ସରକାର ହିଂସା ବନ୍ଦ କରାଇବାରେ କୌଣସି ଇଛାଶକ୍ତି ନଥିବା ଯୋଗୁଁ ଗାଦୀ ଛାଡ଼ିବା ପାଇଁ ମହିଳା କଂଗ୍ରେସ କର୍ମୀ ମାନେ…
Read MoreCategory: ନୟାଗଡ଼
ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛିl ସୋରଡ଼ା ଗାଁର ଭୋଇ ସାହିର ଦୁଇ ନାବାଳକ ମହାଦେବ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ । ମହେଶ ନାୟକଙ୍କ ୬ ବର୍ଷର ନାବାଳକ ପୁଅ ରିତେଶ ନାୟକ ଏବଂ ବାବୁ ନାୟକଙ୍କ ୬ ବର୍ଷର ପୁଅ ରାକେଶ ନାୟକ । ଗ୍ରାମର କିଛି ଯୁବକ ପୋଖରୀରେ ଗାଧୋଇବା ସମୟରେ ଗଙ୍ଗାଧର ଦଳେଇ ନାମଙ୍କ ଜୈନିକ ଯୁବକଙ୍କ ଗୋଡରେ ବାଜିବାରୁ ସେ ସମସ୍ତଙ୍କୁ କହିଥିଲେ। ପୋଖରୀରେ ବହୁ ଖୋଜାଖୋଜି କଲାପରେ ଦୁଇଜଣ ନାବାଳକଙ୍କୁ ଉଧାର କରି ପରିବାର ଲୋକଙ୍କୁ ଜଣାଇବା ସହ ସଙ୍ଗେ ସଙ୍ଗେ ନିକଟସ୍ଥ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ସେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ସୁଚନା ଅନୁସାରେ ରିତେଶ…
Read Moreସରିଲା ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ଯାଞ୍ଚ, ଖୁବଶୀଘ୍ର ଗଡ଼ିବ ଟ୍ରେନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳ ସୁରକ୍ଷାଅଧିକାରୀ ଏ.ଏମ.ଚୌଧୁରୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ବୈଷୟିକ ମଣ୍ଡଳୀ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଦଶପଲ୍ଲା ଷ୍ଟେସନ କାର୍ଯ୍ୟ, ଟ୍ରାକ ଲାଇନ କାର୍ଯ୍ୟ, ଲୁପ ଲାଇନ ଓ ପ୍ୟାନେଲ ବୋର୍ଡ ଆଦି କାର୍ଯ୍ୟ ନିରିକ୍ଷଣ କରିଛନ୍ତି । ରେଳ ସୁରକ୍ଷା ଅଧିକାରୀ ଖୁବଶୀଘ୍ର ବିଭାଗକୁ ରିପୋର୍ଟ ଦେବେବୋଲି ପ୍ରକାଶ କରିଛନ୍ତି । ରିପୋର୍ଟ ଦେଲା ପରେ ଦଶପଲ୍ଲାକୁ ଟ୍ରେନ ଗଡିବ ବୋଲି ଜଣାପଡିଛି। ଏଥିନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଚୌଧୁରୀ ଯାଞ୍ଚ ସମ୍ପର୍କିତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଯାଞ୍ଚ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମୁଖ୍ୟ ବ୍ରିଜ ଅଧିକାରୀ ଏବଂ ମୁଖ୍ୟ ସିଗନାଲ ଅଧିକାରୀଙ୍କ…
Read Moreସିଭିଲ ସୋସାଇଟ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କୁ “ଭୂମିପୂତ୍ର” ସମ୍ମାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାବାସୀଙ୍କ ପ୍ରିୟ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କୁ ନୟାଗଡ଼ର ଅଗ୍ରଣୀ ଅନୁଷ୍ଠାନ ସିଭିଲ ସୋସାଇଟ ପକ୍ଷରୁ “ଭୂମିପୂତ୍ର” ସମ୍ମାନରେ ସମ୍ମାନିତ କରାଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ଭୂମିସମ୍ମାନ ପାଇ ନୟାଗଡ଼ର ଗର୍ବ ଓ ଗୌରବ ବଢାଇଥିଲେ । ଏହି ଅବସରରେ ନୟାଗଡ଼ ଜନସାଧାରଣଙ୍କ ତରଫରୁ ସିଭିଲ ସୋସାଇଟ ପକ୍ଷରୁ ନୟାଗଡ଼ର ସଭ୍ୟମାନେ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସିଭିଲ ସୋସାଇଟର ମୁଖ୍ୟ ଉପଦେଷ୍ଟା ଶ୍ରୀକାନ୍ତ ଖଟେଇ, ନିରଞ୍ଜନ ମିଶ୍ର, ଅଧ୍ୟକ୍ଷ ଗୋଦାବରୀଶ ସାହୁ, ଉପାଧ୍ୟକ୍ଷ ଭଗବତୀ ପଟ୍ଟନାୟକ, ସମ୍ପାଦକ ଧନେଶ୍ବର ପ୍ରଧାନ, ରଜନୀକାନ୍ତ ଭୂୟାଁ, ଶରତ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଆଦିକନ୍ଦ ପ୍ରଧାନ, ଅଶ୍ବିନୀ କୁମାର ଜେନା, କୈଳାଶ ଚନ୍ଦ୍ର ପ୍ରଧାନ, ଲୋକବିନ୍ଦୁ ମହାପାତ୍ର,ଉଦୟନାଥ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ…
Read Moreନୟାଗଡ଼ ବ୍ଳକରେ ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପରିସରରେ ଥିବା ସଭା ଗୃହରେ ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହା ରୁଚିକା ସମାଜ ମଙ୍ଗଳ ସମିତି ଓ ପଂଚାୟତ ସମିତି ନୟାଗଡ଼ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୁଚିକା ସମାଜ ମଂଗଳ ସମିତିର ସିଇଓ ଡ଼ଃ ବେଣୁଧର ସେନାପତି ବାଲ୍ୟ ବିବାହ ଉପରେ ପୁଙ୍ଖାନୁପୁଙ୍ଖ ବର୍ଣନା କରିଥିଲେ ଓ ବାଲ୍ୟ ବିବାହ ଯଦି କେହି କରୁଥାଏ କଣ ଆଇନ ବିଧାନ ଅଛି, ବାଲ୍ୟ ବିବାହ କରିବା ଦ୍ୱାରା ଶିଶୁର କିପରି କ୍ଷତି ଘଟୁଛି ସେ ଦିଗରେ ଆଲୋଚନା କରିଥିଲେ। ପିଲାଙ୍କ ଉପରେ ପ୍ରଥମ ନୋବେଲ ପୁରସ୍କାର ପାଇଥିବା କୈଳାସ ସତ୍ୟର୍ଥୀ ଆମ ଓଡ଼ିଶାରେ ୮ଜ଼ିଲ୍ଲା ବାଲ୍ୟ ବିବାହ ମୁକ୍ତ କିପରି ହୋଇପାରିବ ସେ ଲାଗି ନୟାଗଡରେ ରୁଚିକା ସମାଜ ମଂଗଳ ଭୁବନେଶ୍ୱର ତରଫରୁ ନୟାଗଡ଼…
Read Moreଶରଣକୁଳରେ ମଣିପୁରରେ ବର୍ବରତାକୁ ନେଇ ପ୍ରତିବାଦ ସଭା
ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ବଜାରରେ ପ୍ରତିବାଦ ସଭା ମାଧ୍ୟମରେ ସି. ପି. ଆଇ. ଏମ ଓ ଏସ ୟୁ ସି ଆଇ ପକ୍ଷରୁ ମଣିପୁରରେ ଘଟୁଥିବା ନାରୀ ଅତ୍ୟାଚାର ଓ ସଂଖ୍ୟାଲଘୁ କୁକି ଆଦିବାସୀ ସଂହାରର ନିନ୍ଦା କରାଯାଇଥିଲା। ଏଥିପାଇଁ ଦାୟୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ସିଂଙ୍କ ଇସ୍ତଫା ଦାବି କରାଯାଇଛି। କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶ୍ରମିକ ଓ କୃଷକ ନେତା ବିଶ୍ୱନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, ନିରଞ୍ଜନ ସାହୁ, ରବି ମହାପାତ୍ର, ଭାଗିରଥି ସ୍ୱାଇଁ, ଧୀରେନ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।
Read Moreତପସ୍ୟା ଶିଶୁ ଗୃହରେ ପାଠ୍ୟ ଉପକରଣ ବାଣ୍ଟିଲେ ସମାଜସେବୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟସ୍ଥ ଘଡୁଆଳ ତପସ୍ୟା ଶିଶୁ ଗୃହରେ ନୟାଗଡ଼ ପୁରୁଣା ସହର ନିବାସୀ ସମାଜସେବୀ ତଥା କଣ୍ଟ୍ରାକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ ଶିଶୁମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଛନ୍ତି। ଅନାଥ ଅସହାୟ ଶିଶୁ ମାନଙ୍କ ଶିକ୍ଷା ଅଧ୍ଯୟନରେ ସହଯୋଗ କରିବା ପାଇଁ ସମାଜସେବୀ ଅରୁଣ କୁମାର ମହାନ୍ତି ଦିନେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।ଆଜି ସେହି ଅନୁରୋଧକୁ ରକ୍ଷାକରି ଅନାଥ ଶିଶୁ ମାନଙ୍କ ମୁହଁ ରେ ହସ ଫୁଟାଇବାସହ ଉପଯୁକ୍ତ ଶିକ୍ଷା ପାଇବା ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ସ୍କୁଲ ବ୍ଯାଗ୍, ବହି ଖାତା, ପେନ୍, ପେନସିଲ୍ ଆଦି ପାଠ୍ୟ ଉପକରଣ ଶିଶୁମାନଙ୍କୁ ବଣ୍ଟନ କରିଛନ୍ତି। ଏହି ମହତ୍ କାର୍ଯ୍ୟ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ଯା ସନ୍ଧ୍ଯାରାଣୀ ପଟ୍ଟନାୟକ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି।
Read Moreମଣିପୁର ଦଙ୍ଗା ଓ ମହିଳାଙ୍କୁ ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ ଦଶପଲ୍ଲା ବ୍ଲକ୍ ସମ୍ମୁଖରେ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଣିପୁର ଦଙ୍ଗା ଓ ମହିଳାଙ୍କ ପ୍ରତି ଅମାନୁଷିକ ବିଭତ୍ସ ଅତ୍ୟାଚାର ବିରୁଦ୍ଧରେ ଦଶପଲ୍ଲା ବ୍ଲକ୍ ଅଫିସ୍ ସମ୍ମୁଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୂର ୟୁନୀୟନ୍ ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ ପକ୍ଷରୁ ଏକ ମିଳିତ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା । ଦଙ୍ଗା ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ମଣିପୁରରେ ଥିବା ଭାରତୀୟ ଜନତା ପାର୍ଟି ସରକାର ର ବିଫଳତା ଫଳରେ ଶତାଧିକ ଲୋକ ଙ୍କ ହତ୍ୟା, ହଜାର ହଜାର ଗୃହଦାହ ତଥା ମହିଳାଙ୍କୁ ଅମାନୁସିକ ଭାବରେ ଧର୍ଷଣ ଓ ହତ୍ୟାକାଣ୍ଡ ମାନ ଘଟିଚଳିଛି। ଏଥିନିମନ୍ତେ ଦାୟୀ ଉଭୟ ସରକାରଙ୍କ ଇସ୍ଥଫା ଦାବି କରାଯାଇଥିଲା ଏବଂ ତୁରନ୍ତ ଶାନ୍ତିଫେରାଇ ଆଣିବାକୁ ନିବେଦନ କରାଯାଇଥିଲା। ଦଙ୍ଗା ପ୍ରପୀଡ଼ିତ ଜନଗଣଙ୍କ ପ୍ରତି ସଂହତି ଜ୍ଞାପନ…
Read Moreସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଜି ମାଗଣା ପୋଷାକ ବଣ୍ଟନ କରାଯାଇଛି l ଅପରାହ୍ଣରେ ଆୟୋଜିତ ପୋଷାକ ବଣ୍ଟନ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ କମିଟିର ସଦସ୍ୟ ସନ୍ତୋଷ ସାହୁ, ଦାଶରଥି ବେହେରା, ଫକୀର ପରିଡ଼ା, ସୁମିତ୍ରା ସାହୁ ଓ ଅନିତା ଦାସଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ପିଲାଙ୍କୁ ପୋଷାକ ବଣ୍ଟନ କରିଥିଲେ l ଆଜିର କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ତଦାରଖ କରିଥିବା ବେଳେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ ଅବଦୁଲ ଖାଲିକ, ସଲିମ ଇବ୍ରାହିମ, ସବିତା ପଟ୍ଟନାୟକ ଓ ମଗନମ ଜାହାଁ ପ୍ରମୁଖ ସହଯୋଗ କରିଥିଲେ l ନୂଆ ପୋଷାକ ପାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଖୁସି…
Read Moreମୁଖ୍ୟ ରେଳ ସୁରକ୍ଷା ଅଧିକାରୀଙ୍କ ଦଶପଲ୍ଲା ଷ୍ଟେସନ ନିରୀକ୍ଷଣ, ଖୁବଶୀଘ୍ର ଦଶପଲ୍ଲାକୁ ଗଡ଼ିବ ଟ୍ରେନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳ ସୁରକ୍ଷା ଅଧିକାରୀ ଏ.ଏମ.ଚୌଧୁରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଷୟିକ ମଣ୍ଡଳୀ ଆଜି ପୂର୍ବାହ୍ନରେ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏଣୁ ଖୁବଶୀଘ୍ର ଦଶପଲ୍ଲାକୁ ଟ୍ରେନ ଗଡ଼ିବା ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଚୌଧୁରୀ ଯାଞ୍ଚ ସମ୍ପର୍କିତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ଏହି ଯାଞ୍ଚ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମୁଖ୍ୟ ବ୍ରିଜ ଅଧିକାରୀ ଏବଂ ମୁଖ୍ୟ ସିଗନାଲ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଆସନ୍ତା ଅଗଷ୍ଟ ମାସରେ ଦଶପଲ୍ଲା ଷ୍ଟେସନ କାର୍ଯ୍ୟକ୍ଷମ ହେବା ସହିତ ଖୁବଶୀଘ୍ର ଦଶପଲ୍ଲା ଭୁବନେଶ୍ୱର ଏବଂ…
Read More