ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ବିଧିବଦ୍ଧ ରୂପେ ଯୋଗଦାନ କରିଛନ୍ତି । ଫଳରେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ୱ ସମୟଧରି ଖାଲିଥିବା ଏହି ପଦବୀ ପୂରଣ ହୋଇ ପାରିଛି । ପୂର୍ବରୁ ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ନୟାଗଡ଼ ବ୍ଲକ ଦାୟିତ୍ୱରେ ରହିଥିଲେ । ନୂତନ ବିଇଓଙ୍କ ଯୋଗଦାନ ପରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ତାଙ୍କୁ ଫୁଲତୋଡ଼ା ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶିକ୍ଷକନେତା ସନ୍ତୋଷ ସାହୁ, ଲକ୍ଷ୍ମୀଧର ସାହୁ, ସଂଗ୍ରାମ ସାହୁ, ଉମେଶ ସ୍ୱାଇଁ, ରବିନ୍ଦ୍ର ସାହୁ, ଭଗବାନ ପଣ୍ଡା, ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ ପ୍ରମୁଖ ନୁତନ ବିଇଓଙ୍କୁ ସ୍ୱାଗତ ଜଣାଇଥିଲେ । ଉତ୍ତରରେ ନୂତନ ବିଇଓ ଶିକ୍ଷମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଗୁଡ଼ିକୁ ଆଲୋଚନା…
Read MoreCategory: ନୟାଗଡ଼
ମଡେଲ ଡିଗ୍ରୀ କଲେଜ, ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ନୟାଗଡ଼ର ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ମିସ ବିଜୟିନୀ ଶୁଭଦର୍ଶିନୀ ଓ ଜାତୀୟ ସେବା ଯୋଜନା ଅଧିକାରୀ ସୁନୀଲ କୁମାର ମଲ୍ଲିକ ଶିବିର ପରିଚାଳନା କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ୧୦୧ୟୁନିଟ୍ ରକ୍ତ ଦାନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣ ସିଂହ, ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ, ପରିଚାଳନା ସମିତି ସଭ୍ୟ ପବିତ୍ର…
Read Moreନୟାଗଡ଼ କଲେଜ କର୍ମଚାରୀଙ୍କ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ପ୍ରସଙ୍ଗରେ କଲେଜ ସମ୍ମୁଖରେ ଆନ୍ଦୋଳନ କରିବ ଜିଲ୍ଲା କଂଗ୍ରେସ
ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଂଜିତ ଦାସ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ 5ଦଫା ଦାବି ସମ୍ବଳିତ ଏକ ଦାବିପତ୍ର କଲେଜ ଅଧ୍ୟକ୍ଷଙ୍କୁ ଦେବା ସହ କଣ ଲେଖିଛନ୍ତି ଜାଣନ୍ତୁ… ଆପଣ ଜାଣନ୍ତି ନୟାଗଡ଼ ମହାବିଦ୍ୟାଳୟ ହେଉଛି ଆମ ସମସ୍ତଙ୍କ ପାଇଁ ଶିକ୍ଷାର ମନ୍ଦିର, ନୟାଗଡ଼ ର ଅନନ୍ୟ ପରିଚୟ l ଅଭିଭାବକ ମାନଙ୍କ ଅତୁଟ ବିଶ୍ୱାସ ଆମ କଲେଜ ଉପରେ ରହିଛି l ସମ୍ପ୍ରତ୍ତି ନୟାଗଡ଼ ମହାବିଦ୍ୟାଳୟ ରେ ପ୍ରଶାସନିକ ଅବ୍ୟବସ୍ଥା, ଢିଲା ଶାସନ ଏବଂ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ପାଇଁ ଅଧ୍ୟାପକ, କର୍ମଚାରୀଙ୍କ ଚାରିତ୍ରିକ ବିଶୃଙ୍ଖଲିତ ଆଚରଣ ପାଇଁ କଲେଜ ର ପ୍ରତିଷ୍ଠା ମାନସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଆଲୋଚନା ଆମ ମାନଙ୍କୁ ବହୁତ କଷ୍ଟ ଦେଉଛି l…
Read Moreଭାଷା ଏବଂ ସଂଖ୍ୟାଜ୍ଞାନ ଉପରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଏଫ୍ ଏଲ ଏନ୍ ଉପରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବି ଆର୍ ସି ସି ଜ୍ୟୋତ୍ସ୍ନା ରାଣୀ ସେଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କର୍ମଶାଳା ରେ ପ୍ରଥମ ଦିନ ୭୦ ଜଣ ଏବଂ ଦ୍ଵିତୀୟ ଦିନ ୧୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ଭାଷା ଶିକ୍ଷଣ ସାମଗ୍ରୀ ଏବଂ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।ବିଚାରପତି ଭାବେ ମଦନ ମୋହନ ପ୍ରଧାନ ଏବଂ ଭବାନୀ ଚରଣ ପ୍ରଧାନ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ଭାଷା ଶିକ୍ଷଣ ସାମଗ୍ରୀ ଏବଂ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ,ଦଳ ନଂ ୧ ର ଶିକ୍ଷକ ଶିକ୍ଷୟତ୍ରୀ ଅତି ଉଚ୍ଚ କୋଟୀର ପ୍ରଦର୍ଶନ…
Read Moreଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସୁଧାଂଶୁ ସାହୁ ପାଇଲେ NSS ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରସ୍କାର
ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗର ଛାତ୍ର ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଗୋଡିପଡାର ସୁଧାଂଶୁ ସାହୁ ୨୦୨୦-୨୧ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି l ସେ ପୂର୍ବରୁ ନୟାଗଡ଼, ସ୍ଵୟଂଶାସିତ ମହାବିଦ୍ୟାଳୟରେ ପଢିବା ସମୟରୁ NSS ସହ ଯୋଡ଼ି ହୋଇ ଅନେକ ଉନ୍ନତ ମାନର କାମ କରିଆସିଛନ୍ତି। ସେ ପୂର୍ବରୁ ରାଜୀବ ଗାନ୍ଧୀ ପୁରସ୍କାର, ବେଷ୍ଟ ଭଲ୍ଯୁଣ୍ଟର ପୁରସ୍କାର, ସେବା ପୁରସ୍କାର, ଜିଲ୍ଲାପାଳଙ୍କ ଠାରୁ ବେଷ୍ଟ ଭଲ୍ଯୁଣ୍ଟର ପୁରସ୍କାର, ଏକକ ଅଭିନୟ ପାଇଁ ପୁରସ୍କାର, ସାହିତ୍ୟ ପୁରସ୍କାର ଏହି ପରି ଅନେକ ପୁରସ୍କାର ସହ ରକ୍ତଦାନ ଶିବିର ଆୟୋଜନ ସହ NSS ମାଧ୍ୟମରେ ନିଜ ଅଞ୍ଚଳରେ ଅନେକ ବୃକ୍ଷରୋପଣ କାଯ୍ୟ କରିଛନ୍ତି ବିଶ୍ୱବିଦ୍ୟାଳୟରେ ଏନଏସଏସ ସହ ଯୋଡ଼ି ହୋଇ ଅନେକ କାଯ୍ୟ କରିଆସିଛନ୍ତି ।
Read Moreରୋଟାରୀ କ୍ଲବ ପକ୍ଷରୁ ନୟାଗଡ଼ରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ବର୍ଷ ଅଗଷ୍ଟ ୪ ତାରିଖ ଦିନ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଏ, ଏହି କ୍ରମରେ ନୟାଗଡ଼ ରୋଟାରୀ କ୍ଲବ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଆଜି ରୋଟାରୀ କ୍ଲବ ପରିସରରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରିଛି । କ୍ଲବ ସଭାପତି ଅବଦୁଲ ଆରିଫ ଖାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ସଭାପତି ଆରିଫ ଖାନ୍ ସ୍ବାଗତ ଭାଷଣ ଦେଇଥିବାବେଳେ କ୍ଲବ ସଂପାଦକ ଶ୍ରୀଧର ସାହୁ ଓଡିଆ ସାମ୍ବାଦିକତା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ସମସ୍ତ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ…
Read Moreନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଶିକ୍ଷାଧିକାରୀ ଭାବେ ରାଜଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏଠାରେ କାର୍ଯ୍ୟରତ ଥିବା ଶିକ୍ଷାଧିକାରୀ ଅକ୍ରୁର ବାରିକଙ୍କ ଭଦ୍ରକ ଜିଲ୍ଲାକୁ ବଦଳି ହୋଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ୧୮ଜଣ ଶିକ୍ଷାଧିକାରୀଙ୍କୁ ବଦଳି କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମତୀ ପଟ୍ଟନାୟକ ପୂର୍ବରୁ ଓସେପାର ଯୁଗ୍ମ ନିର୍ଦ୍ଦେଶିକା ଭାବେ ଭୁବନେଶ୍ୱର ଠାରେ କାର୍ଯ୍ୟରତ ଥିଲେ।
Read Moreଜିଲ୍ଲାପାଳ ବନ୍ୟାପ୍ରବଣ ଓ ବନ୍ୟାଞ୍ଚଳ ବୁଲି ଦେଖିଲେ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହାନଦୀ ଅବବାହିକାରେ ଥିବା ଖଣ୍ଡପଡ଼ା, ଭାପୁର ଓ ଗଣିଆ ବ୍ଳକର ବନ୍ୟାପ୍ରବଣ ତଳିଆ ଅଞ୍ଚଳ ମଧ୍ୟରୁ ଆଜି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଖଣ୍ଡପଡ଼ା ବ୍ଳକ ଓ ଭାପୁର ବ୍ଲକର ବନ୍ୟାଞ୍ଚଳ ଗସ୍ତକରି ସ୍ଥିତିକୁ ନିକଟରୁ ନିରୀକ୍ଷଣ କରିଛନ୍ତି । ପ୍ରଭାବିତ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି। ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିରୋ କାଜୁଆଲିଟି ଲକ୍ଷ ନେଇ ସମସ୍ତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ପାଣିଘେରରେ ଥିବା ଲୋକଙ୍କୁ ଖାଦ୍ୟ, ଔଷଧ, ପାନୀୟଜଳ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ତୁରନ୍ତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲାଇଫ୍ ବୋଟ୍ଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଛନ୍ତି ।
Read Moreମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ଇନଡୋର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଂଜନ ମିଶ୍ରଙ୍କ ସଭାପତିତ୍ୱରେ ମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ଓଡ଼ଗାଁ ବ୍ଲକର ପ୍ରାୟ ୫୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏ ଅବସରରେ ନୟାଗଡ଼ ବିଧାୟକ ମାନ୍ୟବର ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୩୪ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକ୍ ପ୍ରଶାସନିକ ଅଧିକାରୀ ଏବଂ ଓଡ଼ଗାଁ ବ୍ଲକ୍ ସାମ୍ବାଦିକମାନଙ୍କୁ ଫୁଲତୋଡା, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ରୂପେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଓ ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳି…
Read Moreପଠାଣିସାମନ୍ତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପିଲାଙ୍କୁ ଭବ୍ୟ ସ୍ଵାଗତ
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ସଭାଗୃହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଶତପଥୀଙ୍କ ସଭାପତିତ୍ବରେ ଯୁକ୍ତ ଦୁଇ ଶ୍ରେଣୀରେ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ଵାଗତ କରାଯାଇଥିଲା। ସରକାରଙ୍କର ନିର୍ଦ୍ଦେଶିତ ଧାରାରେ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଭାଗିରଥି ମହାରଣା ସଚେତନ କରାଇଥିଲେ। ଅଧ୍ୟାପକ ରବିନ୍ଦ୍ର କୁମାର ଦାସ, ଗୋପବନ୍ଧୁ ଚୌଧୁରୀ, ପ୍ରିୟରଞ୍ଜନ ରଥ,ବଳରାମ ସାହୁ,ତୃପ୍ତି ମିଶ୍ର, ପ୍ରଦୀପ୍ତ କୁମାର ଦାସ, ନିରଞ୍ଜନ ସ୍ୱାଇଁ, ଶିବନାରାୟଣ ମିଶ୍ର, ବିଜୟଲକ୍ଷ୍ମୀ ସ୍ବାଇଁ, ଲାଇବ୍ରେରିଆନ୍- ବଂଶୀଧର ହରିଚନ୍ଦନ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ।
Read More