ନୟାଗଡ଼ ଜବାହାର ନାବୋଦୟ ବିଦ୍ୟାଳୟରେ “ଚିତ୍ରକଳା ସନ୍ନିବେଶିତ ଶିକ୍ଷା”ଉପରେ ପ୍ରଶିକ୍ଷଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତିରେ “ଚିତ୍ରକଳା ସନ୍ନିବେଶିତ ଶିକ୍ଷା”କୁ ଗୁରୁତ୍ଵ ଦୃଷ୍ଟିରୁ ,ଏକ ମାସ ବ୍ୟାପି ଚିତ୍ରକଳା କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଜବାହାର ନାବୋଦୟ ବିଦ୍ୟାଳୟ ନୟାଗଡ଼ ଠାରେ ଆରମ୍ଭ ହୋଇଅଛି । ସଂଗୀତ ଶିକ୍ଷକ ରଞ୍ଜିତ କୁମାର ମିଶ୍ରଙ୍କ ତତ୍ୱାଧାନରେ ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିବା ସହିତ, ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ ।  ଅଧ୍ୟକ୍ଷ ଏସ. ଟି. ରହମାନ, ନବୋଦୟ ବିଦ୍ୟାଳୟ ସଂଗଠନ, ଏହିପରି ପ୍ରଶିକ୍ଷଣ ମାଧ୍ୟମରେ, ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ବୃଦ୍ଧି କରିବା ଲକ୍ଷ୍ୟ, ଯୁଗୋପଯୋଗୀ ବୋଲି ଦର୍ଶାଇଥିଲେ । ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମାଲିକ ମନୁଷ୍ୟ ସମାଜ ଏବଂ ସଭ୍ୟତାରେ ଚିତ୍ରକଳାର ଐତିହାସିକ ପୃଷ୍ଠଭୂମି ଏବଂ ବର୍ତ୍ତମାନର ଶିକ୍ଷାପ୍ରଦ୍ଧତିରେ ଚିତ୍ରକଳାର…

Read More

ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ ପରେ ବୃଦ୍ଧ ଦମ୍ପତିଙ୍କର ଥଇଥାନ

ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଦୈନିକ ସମ୍ବାଦପତ୍ର “ସମାଜ”ର ୦୧.୦୯.୨୩ ତାରିଖରେ ପ୍ରକାଶିତ ଶୀର୍ଷକ “ବୃଦ୍ଧ ଦମ୍ପତିଙ୍କ ଠିକଣା ପାଲଟିଛି ବିଦ୍ୟାଳୟ ବାରଣ୍ଡା” ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ, ନୟାଗଡ଼ ଆନନ୍ଦ ନାରାୟଣ ମହାରଣାଙ୍କ ଦୃଷ୍ଟି ଗୋଚର ହୋଇଥିଲା । ପରିଣତ ବୟସରେ ପୁଅ-ବୋହୁ ନ ପଚାରିବାରୁ ଖଣ୍ଡପଡ଼ା ବ୍ଲକ କୀଆଝର ପଞ୍ଚାୟତ ସାତ ଗୋଛିଅ ଗ୍ରାମର ମୂଳିଆ ନାୟକ(୨୦) ଓ ପତ୍ନୀ ସୁବର୍ଣ୍ଣ(80) ଅସହାୟ ଅବସ୍ଥାରେ ବିଦ୍ୟାଳୟ ବାରଣ୍ଡାରେ ପଡିରହିଥିଲେ । ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ, ନୟାଗଡ଼ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ପ୍ରାଧିକରଣର ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ଖଣ୍ଡପଡ଼ା ତାଲୁକ ଆଇନ ସେବା କମିଟିର ଗ୍ରାମୀଣ ସ୍ୱେଛାସେବି ଜୟନ୍ତୀ ବେହେରାଙ୍କୁ ବୃଦ୍ଧ ଦମ୍ପତିଙ୍କ ସହିତ ସାକ୍ଷାତ…

Read More

ସ୍ବେଛାସେବୀ ଅନୁଷ୍ଠାନ ‘ସୋହମ’ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ‘ସୋହମ‘ ତରଫରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲ ସହଯୋଗରେ ଏହାର ରକ୍ତ ଭଣ୍ଡାରରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ହସ୍ପିଟାଲର ରକ୍ତ ଭଣ୍ଡାର ଅଫିସର ଡ଼ା. ବେଣୁଧର ଶତପଥୀ , ସୋହମ ଅନୁଷ୍ଠାନ ର ସଭାନେତ୍ରୀ ଡ. କବିତା ମିଶ୍ର, ସଦସ୍ୟ ଶୁଭକାନ୍ତ ରଣସିଂହ, ପ୍ରହଲ୍ଲାଦ କୁମାର ସାହୁ, ଦେବାଶିଷ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ୧୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଉତ୍କଳ ହସ୍ପିଟାଲ ର ଚୌଧୁରୀ ସୁବାଷ ଚନ୍ଦ୍ର ଦାସ, ସନାତନ ସାହୁ, କାଜଲ ମହାନ୍ତି, ଦମୟନ୍ତୀ ହାଁସଦା, ହେମନ୍ତ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Read More

ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ଇଟାମାଟି ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଇଟାମାଟି, (ନୟାଗଡ଼ ଦର୍ପଣ): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ ଇଟାମାଟି ଶାଖର ବରଦାନୀ ଭବନ ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଥିଲା ଆଶ୍ରମ ର ସଞ୍ଚାଳିକା ରାଜ ଯୋଗିନୀ ସସ୍ମିତା ଭଉଣୀ ଯଦୁମଣି ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ତଥା ଗ୍ରାମର ବରିଷ୍ଠ ନାଗରିକ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଉତ୍ସବ ପ୍ରାରମ୍ଭ ରେ ରକ୍ଷା ବନ୍ଧନ ଉପରେ ଆଲୋକପାତ କରି ସସ୍ମିତା ଭଉଣୀ ସମସ୍ତଙ୍କୁ ଅଭିଭୂତ କରିଥିଲେ, ଡଃ ରାଜ କିଶୋର ବରାଡ, ଜଗନ୍ନାଥ ଦାସ, ଡ଼ ରଙ୍ଗନାଥ ବେହେରା, ଭାଗିରଥିବାଇ, ଉମେଶ ଚନ୍ଦ୍ର ପଟ୍ଟନାୟକ, କିଶୋର ଚନ୍ଦ୍ର ନାୟକ, ରାଜ କିଶୋର ନାୟକ, କିଶୋର ଚନ୍ଦ୍ର ସାହୁ ଏବଂ ନରେଶ କୁମାର ସାହୁ ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ। ଉତ୍ସବ ଶେଷରେ ଆଶ୍ରମର ନିରଞ୍ଜନ ଭାଇ…

Read More

୫ସୁଦ୍ଧା ଦାବି ପୂରଣ ନହେଲେ ୮ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବି ଗୁଡ଼ିକ ପ୍ରତି ସରକାର ବାରମ୍ବାର ଏଡ଼ାଇ ଚାଲିଥିବା ପ୍ରତିବାଦରେ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ସରକାରଙ୍କୁ ଚରମବାଣୀ ଦିଆଯାଇଛି । ଆସନ୍ତା ୫ତାରିଖ ଶିକ୍ଷକ ଦିବସ ଅବ୍ୟବହିତ ପୂର୍ବରୁ ସରକାର ଶିକ୍ଷକମାନଙ୍କ ଦାବି ପୂରଣ ନକଲେ ୮ ତାରିଖରୁ ସମସ୍ତ ବର୍ଗର ଶିକ୍ଷକ ସମୂହ ଛୁଟିରେ ରହିବେ ଶିକ୍ଷକ । ଫଳରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ତାଲା ଝୁଲିବା ସହିତ ପିଲାମାନଙ୍କ ପାଠପଢ଼ା ଠପ୍ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁଙ୍କୁ ଭେଟି ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଗୁଡ଼ିକ ମଧ୍ୟରେ ଠିକାପ୍ରଥା ଉଚ୍ଛେଦକରି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା…

Read More

ଦଶପଲ୍ଲା ଥାନାକୁ ବଡ଼ ସଫଳତା, ଜଣକୁ ଗିରଫ କରିବା ସହ ବିଭିନ୍ନ ନିଶା ଦ୍ରବ୍ୟ ଏବଂ ଗାଡି ଜବତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାକୁ ମିଳିଛି ସଫଳତା । ଗାଡି ସହ କଫ ସିରଫ, ମଦ ଓ କିଛି ନିଶା ଦ୍ରବ୍ୟ ଦଶପଲ୍ଲା ପୁଲିସ ଜବତ କରିବା ସହିତ ଜଣକୁ ଗିରଫ କରିଛି । ଗତ କାଲି ଦଶପଲ୍ଲା ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଘୋଳାହାଣ୍ଡି ଓସ୍ତ ଛକଠାରେ ଶଙ୍କର ପ୍ରଧାନ ଓରଫ ଭାଲୁଙ୍କ ଦୋକାନରେ ଚଢ଼ଉ କରିଥିଲେ । ତାଙ୍କ ଠାରୁ ୨୩ ଗୋଟି କଫ ସିରଫ ବୋଟଲ ଜବତ କରିବା ସହ ୬ ଗୋଟି କିଙ୍ଗଫିସର ବିୟର, ୯ ଗୋଟି ବାକାଡି ବ୍ଲାକ ମଦ, ୬ ଗୋଟି ମାକଡ୍ରଲ ଓ କିଛି ନିଶା ଔଷଧ ଜବତ କରିଥିଲେ । ଏଥି ସହିତ ଓଡି୨୫ଏଚ୦୪୯୪ ଗ୍ଲାମର ମଟର ସାଇକେଲ ଗାଡିକୁ ଜବତ କରାଯାଇଛି । ଦଶପଲ୍ଲା…

Read More

ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରରେ ଦେବଦଳନ ରଥ ଚକ

ନୂଆଗାଁ,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଅବସରରେ ଅପରାହ୍ନରେ ଦୁରଦୁରା ଗ୍ରାମରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରରେ ପୁରୀରୁ ଦେବଦଳନ ରଥର ଚକ ଆସି ପହଞ୍ଚିଛି। ଦୁରୁଦୁରା ଗ୍ରାମରେ ରଥଚକ ପହଞ୍ଚିବା ପରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଥମେ ଆଜ୍ଞାମାଳ ଦେଇ ଶ୍ରଦ୍ଧାଳୁମାନେ ଗ୍ରାମକୁ ରଥଚକ୍ରକୁ ପାଛୋଟି ନେବା ସହ ଗ୍ରାମ ପରିକ୍ରମା କରିଥିଲେ । ପରେ ଉକ୍ତ ରଥଚକକୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟରେ ସଂସ୍ଥାପନ କରାଯାଇଥିଲା l ଘଣ୍ଟ, ମୃଦଙ୍ଗ, ତୁରୀ, ଗିନି ଧ୍ଵନିରେ ଦୁରୁଦୁରା ଗ୍ରାମ ଉତ୍ସବମୁଖର ହୋଇଉଠିଥିଲା । ଏଥି ସହିତ କବିସୂର୍ଯ୍ୟନଗରରୁ ଆସିଥିବା ଘଣ୍ଟବାଦ୍ୟ ଦଳ ଏବଂ ମା’ ମଙ୍ଗଳା ପାଇକ ଆଖଡ଼ାର କଳାକାରମାନେ ସେମାନଙ୍କର ପାଇକ ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ସହଯୋଗରେ ସଂଗ୍ରହାଳୟକୁ ଆସିଥିବା ସଂଗ୍ରହାଳୟର ସଂପାଦକ ସଞ୍ଜୟ କୁମାର…

Read More

ଦଶପଲ୍ଲା ବିଧାୟକଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଶତାଧିକ ଭଉଣୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ସ୍ଥାନୀୟ କୁଆଁରିଆ ବଙ୍ଗଳା ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ବ୍ଲକ, ନୂଆଗାଁ ବ୍ଲକ ଏବଂ ଗଣିଆ ବ୍ଲକ୍‌ର ଶତାଧିକ ମହିଳା ଏକତ୍ର ହୋଇ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଏବଂ ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନାଙ୍କ ସମେତ ବହୁ ମହିଳା ଏକତ୍ର ହୋଇ ଏହି ଉତ୍ସବ ପାଳନ କରିଛନ୍ତି। ତେବେ ଭଉଣୀମାନଙ୍କ ରାକ୍ଷୀର ପାଉଣା ସ୍ବରୂପ ସମଗ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିବା ପାଇଁ ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ ।

Read More

ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଗହ୍ମା ପୂର୍ଣ୍ଣିମାରେ ଗୋ-ପୂଜନ କାର୍ଯ୍ୟ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯିବାର ବିଧି ରହିଛି। ଗୋମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି । ଏହି ପରମ୍ପରାକୁ ପାଥେୟ କରି ଆଜି ପବିତ୍ର ଗହ୍ମା ପୂର୍ଣମା ଅବସରରେ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଜି ଗୋ – ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଚି। ଇଟାମାଟିରେ ଥିବା ଗୋଶାଳାରେ ଆଜି ବନ୍ଦାପନା କରାଯାଇ ପରେ ଗୋମାତାଙ୍କୁ ପିଠା ଓ ଘାସ…

Read More

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବିଧାୟକଙ୍କୁ ଆଶୀର୍ବାଦ ଦେଲେ ଗ୍ରାମବାସୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଯୋଡିହେଉଛି ଗାଁ’କୁ ସହର ଆଉ ସୁଗମ ହେଉଛି ଗମନା ଗମନ l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହେଲା ନୟାଗଡ଼ ନିର୍ବାଚନ ମଣ୍ଡଳୀର ନୟାଗଡ଼ ବ୍ଲକର ବିଭିନ୍ନ ଗ୍ରାମ l ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆସିଲା ନିର୍ଦେଶନାମା l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇଥିବା ରାସ୍ତା ଗୁଡିକ ହେଲା ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହି ଠାରୁ ବନମାଳିପୁର ନୂତନ ରାସ୍ତା ପାଇଁ 4କୋଟି 41ଲକ୍ଷ ଟଙ୍କା, ପିଡବ୍ଲୁଡି ରୋଡ଼ ଠାରୁ ଭାୟା ଶଙ୍ଖେଇ ଉଚ୍ଚ ବିଦ୍ୟାଳୟ – ଆଦର୍ଶ ବିଦ୍ୟାଳୟ – ତେନ୍ତୁଳିଆପଲ୍ଲୀ – ନୋତ୍ତର – ଶଙ୍ଖେଇ ରାସ୍ତା ପାଇଁ 4କୋଟି 26ଲକ୍ଷ ଟଙ୍କା l ସେହିପରି ହାଟଦ୍ୱାର ଠାରୁ ମଙ୍ଗରାଜପୁ- ଖମାରସାହି ରାସ୍ତା ନିର୍ମାଣ ପାଇଁ…

Read More