ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା କୁସୁମୀ ବ୍ୟାରେଜ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦରବ୍ଲକ ବଡ଼ପଣ୍ଡୁସର ପଞ୍ଚାୟତ ସୁନାଲଟି ଠାରେ କୁସୁମୀ ଓ ଦୁଆଣ୍ଡ ନଦୀର ମିଳନ ସ୍ଥଳରେ ନିର୍ମାଣ କରାଯାଇଥିବା କୁସୁମୀ ବ୍ୟାରେଜ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଚାଷୀର ଆୟକୁବହୁଗୁଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ଵ ଦେଇ ଆସୁଥିବା ବେଳେଜଳସେଚନ ବ୍ୟବସ୍ଥା ଚାଷୀଙ୍କ ପାଇଁ ସବୁଠୁ ବଡ଼ ଗରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି।

କୁସୁମୀ ଜଳସେଚନ ପ୍ରକଳ୍ପ ପାଇଁ ୨୦୦୮ ମସିହାରୁ ପରିକଳ୍ପନା ହୋଇଥିବା ବେଳେ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ଏହାର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ,ଅନେକ ବାଧା ବିଘ୍ନ ମଧ୍ୟରେ ୨୦୧୯ ମସିହାରେ ଏହି ପ୍ରକଳ୍ପରକାର୍ଯ୍ୟାରମ୍ଭ ହୋଇଥିବା ବେଳେ ୬୭ କୋଟି ଟଙ୍କା ବ୍ୟୟରେ ବ୍ୟାରେଜ୍ ନିର୍ମାଣ କାମ ଶେଷ ହୋଇଛି ।ୟୁଜିପିଏଲ୍ ତଥା ଭୂତଳ ପାଇପ ଲାଇନ ବ୍ୟବସ୍ଥାରେ ଚାଷ ଜମିକୁ ଜଳସେଚନ ପାଇଁ ୧୪୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି, ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ଅରୁଣ ସାହୁ,ରଣପୁର ବିଧାୟକସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବା ଶିଷ ପଟ୍ଟନାୟକ, ନବୀନ ଓଡ଼ିଶା ଜିଲ୍ଲା ସଂଯୋଜକ ଗଙ୍ଗାଧର ପଣ୍ଡା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ, ବିରଜା ଲକ୍ଷ୍ମୀ ସାହୁଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହିଥିଲେ, ଏତତଃ ବ୍ୟତୀତ କାର୍ଯ୍ୟକ୍ରମରେ ୫ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।

Related posts