ନୟାଗଡ଼ରେ “ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ” ଗଠନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ମୈତ୍ରୀ ସଂସଦ କାର୍ଯ୍ୟାଳୟ ଠାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡିଶାର ବରପୁତ୍ର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ନୟାଗଡ଼ ଜିଲ୍ଲାର ପ୍ରଥମ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ, ରାଜ୍ୟସଭା ସଦସ୍ୟ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା। ଆବାହକ ପ୍ରସନ୍ନ କୁମାର ପଣ୍ଡା ବୈଠକର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । ସର୍ବସମ୍ମତି ନିଷ୍ପତ୍ତିକ୍ରମେ “ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ” ଗଠନ କରାଗଲା ଏବଂ ପ୍ରସନ୍ନ କୁମାର ପଣ୍ଡା ସଭାପତି, ପ୍ରବୀର କୁମାର ପୃଷ୍ଟି ଉପସଭାପତି, ପ୍ରଦୀପ କୁମାର ସାହୁ ସଂପାଦକ, କାମାକ୍ଷା ପ୍ରସାଦ ଦାସ ଯୁଗ୍ମ ସଂପାଦକ, ଡ଼. ସୁକାନ୍ତି ମହାନ୍ତି କୋଷାଧ୍ୟକ୍ଷ, ପ୍ରଫୁଲ କୁମାର ନାୟକ ଏବଂ ଶ୍ରୀଧର ସାହୁଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନୀତ କରାଗଲା । ସାଧାରଣ ସଭା ୨୧ଜଣଙ୍କୁ ନେଇ ଗଠିତ ହେଲା। ତୁରନ୍ତ ଉକ୍ତ ନୂତନ ଗଠିତ ପରିଷଦଙ୍କୁ ସରକାରୀ ଭାବେ ପଞ୍ଜିକୃତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଆବଶ୍ୟକୀୟ ବାଇଲ ଏବଂ ମେମୋରେଣ୍ଡମ ଅବା ଆସୋସିଏସନ ପ୍ରସ୍ତୁତ କରିବା ପାଇଁ ପ୍ରମୋଦ ପଟ୍ଟନାୟକଙ୍କୁ ଦାୟିତ୍ୱ ଅର୍ପଣ କରାଗଲା। ବୈଠକ ଶେଷରେ କଳାକାର ଧନେଶ୍ବର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Related posts