୧୪ବିରୋଧୀ ପରିବାର ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଦିନକୁ ଦିନ ଶକ୍ତିଶାଳୀ ହେଉଛି । ଗତକାଲି ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପଞ୍ଚାୟତ ଧଝୋଲା ଗ୍ରାମର ୩ ୱାର୍ଡ ସଭ୍ୟଙ୍କ ସହ ୧୫ ପରିବାର ବିଜେଡିରେ ସାମିଲ ହୋଇଥିଲେ । ଆଜି ଇଟାମାଟି ଗ୍ରାମ ପଞ୍ଚାୟତ ଇଟାମାଟି ଗ୍ରାମର ୧୪ ବିରୋଧୀ ପରିବାର ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିରୋଧୀ ଦଳର ଅନେକ ନେତା ବିଜେଡିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ଏଭଳି ଧାରା ଲାଗୁ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ ଚିନ୍ତାଧାରାରେ ସାମିଲ ହୋଇ ବହୁ ବିରୋଧୀ ଦଳର ନେତା ବିଜେଡିରେ ସାମିଲ ହେବା ଦେଖାଯାଉଛି । ଆଜି ଇଟାମାଟି ପଞ୍ଚାୟତ ପଡିଆଠାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ୧୪ ବିରୋଧୀ ପରିବାର ବିଜେଡିରେ ସାମିଲ ହୋଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ମନମୋହନ ମହାନ୍ତି, ମାୟାଧର ଜେନା, ସୁରେଶ ଜେନା, ସୁଦାମ ପ୍ରଧାନ, ବିକ୍ରମ ଜେନା, ରାଜକିଶୋର ମହାନ୍ତି, ଆନନ୍ଦ ଦାସ, ଆନନ୍ଦ ବେହେରା, ସୁବାଷ ସେଠୀ, ରବି ସ୍ୱାଇଁ, ପ୍ରମୋଦ ବେହେରା, ସନ୍ତୋଷ ଲାଞ୍ଜ, ଭାସ୍କର ଜେନା ଓ ସୁନୀଲ ଅଗ୍ରୱାଲ ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ, ସମିତିସଭ୍ୟା ଗୋଲାପରାଣୀ ସେଠୀ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ୍ ପ୍ରସାଦ ସାହୁ, ପଞ୍ଚାୟତ ବିଜେଡି ସଭାପତି ଶରତ ଚନ୍ଦ୍ର ସାହୁ, କାର‌୍ୟ୍ୟକାରୀ ସଭାପତି କିଶୋର ନାୟକ, ସମାଜସେବୀ ପ୍ରଫୁଲ ଜେନା, ପଞ୍ଚାୟତ ପର‌୍ୟ୍ୟବେକ୍ଷକ ହୃଷିକେଶ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

Related posts