ନୟାଗଡରେ କଂଗ୍ରେସର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ପୂର୍ବରୁ ବୁଥ ସ୍ତରରୁ ସାଙ୍ଗଠନିକ ସମୀକ୍ଷା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକର୍ତା ସମ୍ମିଳନୀର ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶା କଂଗ୍ରେସ ସହ ପ୍ରଭାରୀ ଶ୍ରୀ ସହାନୱାଜ ହୁସେନ ଚୌଧୁରୀ,ନୟାଗଡ ଡିସିସି ସଭାପତି ଆଇନଜୀବୀ ରଣଜିତ ଦାଶ, ଜିଲ୍ଲା ପ୍ରଭାରୀ ପିସିସି ଉପସଭାପତି ବିଭୁତି ଭୂଷଣ ମିଶ୍ର, ପ୍ରଗମାନ କାର୍ଯ୍ୟକର୍ତା ମଦାସର ଚୌଧୁରୀ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଚିବ ରାଜୀବ ପଟ୍ଟନାୟକ, ପୂର୍ବତନ ସାଂସଦ ନକୁଳ ନାୟକ, ବରିଷ୍ଠ ନେତା ହୁସେନ ଖାନ ପ୍ରମୁଖ ଆବାସିକ ଏହି ଦଳୀୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଏଆଇସିସି ସମ୍ପାଦକ ବ୍ଲକ କଂଗ୍ରେସ ସଭାପତି, ଟାଉନ ସଭାପତି, ମହିଳା ଯୁବ ଛାତ୍ର କଂଗ୍ରେସ ସଭାପତି ଏବଂ ଦଳର ଛାମୁଆ ସଂଗଠନ ମୁଖ୍ୟ ଏବଂ ଜିଲ୍ଲା ର ଚାରିଗୋଟି ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳ ରୁ ସାଂସଦ ଏବଂ ବିଧାୟକ ଭାବେ ପ୍ରତିଦ୍ବନ୍ଦୀତା କରିବା ପାଇଁ ଆଶାୟୀ ପ୍ରାର୍ଥୀ ମାନଙ୍କୁ ପୃଥକପୃଥକ ଭାବେ ସାକ୍ଷାତ କରି ବୁଥ କାର୍ଯ୍ୟକର୍ତା ପୋଲିଙ୍ଗ ଏଜେଣ୍ଟ ସମ୍ପର୍କ ରେ ଆଲୋଚନା କରିଥିଲେ l ବୁଥ ସ୍ତରରୁ ଦଳ ର ସମସ୍ତ କାର୍ଯ୍ୟକର୍ତା ପ୍ରଗମାନ ଆପ ସହ ଅନଲାଇନ ପଞ୍ଜିକରଣ ଏବଂ ବୁଥ ଏଜେଣ୍ଟ ମାନେ ଆଈଏନସାଥି ସହ ଯୋଡି ହେବା ପାଇଁ ମନ୍ତ୍ର ଦିଆ ଯାଇଥିଲା l ନୟାଗଡ ଦଶପଲ୍ଲା ଖଣ୍ଡପଡା ଏବଂ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଦଳ ଉପଯୁକ୍ତ ପ୍ରାର୍ଥୀ ଦେଇ ବିଜେଡି ବିଜେପି ବିରୁଦ୍ଧରେ ଲଢେ଼ଇବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି।

Related posts