ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ଜାନୁଆରୀ 19 ରୁ 21 ତାରିଖରେ ରାଜସ୍ତାନ ରାଜ୍ୟର ସବାଇ ମାଧପୁର ଠାରେ 40ତମ ଜୁନିଅର ଓ 39ତମ ସିନିଅର ଜାତୀୟ କିରୋଗୀ ଟାଏକୋଣ୍ଡୋ ଓ 13ତମ ଜୁନିଅର ଓ 12ତମ ସିନିଅର ପୂମସି ପ୍ରତିଯୋଗିତା ହୋଇଯାଇଛି। ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ରାଜସ୍ଥାନ ଟାଏକୋଣ୍ଡୋ ସଙ୍ଘ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ନୟାଗଡ ଜିଲ୍ଲାରୁ ଜଣେ ପ୍ରତିଯୋଗୀ ଏମ. ରିତିକ ରଞ୍ଜନ ମହାପାତ୍ର ଓଡିଶା ଟିମରେ ସ୍ଥାନ ପାଇଁ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସିନିଅର ପୂମସି ଫ୍ରି ଷ୍ଟାଇଲରେ ଓ ନୂଆ ପୂମସି ଇଭେଣ୍ଟ ରେ ଏମ. ରିତିକ ରଞ୍ଜନ ମହାପାତ୍ର ଉଭୟ ଇଭେଣ୍ଟ ରେ ଦୁଇଟି ସ୍ଵର୍ଣ ପଦକ ଓ ରୌପ୍ୟ ପଡକ ଜିତିଥିଲେ ଯାହା ନୟାଗଡ ଜିଲ୍ଲାରେ ଅଫିସିଆଲ…
Read MoreCategory: ନୟାଗଡ଼
ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ପ୍ରବଳ ପରାକ୍ରମୀ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷ ଓ ପଶ୍ଚିମ ଓଡ଼ିଶାର ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ସେ ମାଟିର ସିଂହ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଶିକ୍ଷକ ଶିକ୍ଷିକା ଓ ଛାତ୍ରଛାତ୍ରୀଙ୍କୁ ନେଇ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ଉଭୟ ବରପୁତ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ l ଛାତ୍ରଛାତ୍ରୀ ମାନେ ଦିବଂଗତ ମହାପୁରୁଷଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିବା ବେଳେ ସହକରୀ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ନିଶାମଣି ମିଶ୍ର, ଜ୍ୟୋତିର୍ମୟୀ ରାଉତ, ବରିଷ୍ଠ ଶିକ୍ଷକ ତାଜୁଦ୍ଦିନ ଖାଁ ପ୍ରମୁଖ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଉପରେ ଆଲୋକପାତ କରିଥଲେ l କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୁଷମା ବିଶ୍ଵାଳ, ସ୍ଵପ୍ନା ରାଣୀ…
Read Moreସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୧ଜଣ ଫାଇନାଲକୁ ଉତ୍ତୀର୍ଣ୍ଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୧ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଏହି ସେମି ଫାଇନାଲରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ ୩୩ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ବ୍ଳକ ସମ୍ମିଳନୀ କକ୍ଷରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର ମିଶ୍ର,ସଙ୍ଗୀତଗୁରୁ ମାଧବ ମହାରଣା ଏବଂ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୧ଜଣ ପ୍ରତିଯୋଗୀଙ୍କୁ ଫାଇନାଲ ପାଇଁ ବାଛିଥିଲେ । ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଏହି ପ୍ରତିଯୋଗୀ ମାନେ ହେଲେ ପ୍ରୟତାତ୍ମା ରଥ, ଶୁଚିସ୍ମିତା ନନ୍ଦ, ଓମ ପ୍ରକାଶ ପାତ୍ର, ସଙ୍ଗୀତା ପ୍ରଧାନ, ଶ୍ରୀଜଲ ମହାନ୍ତି, ଶୁଚିସ୍ମିତା ଦୋରା,…
Read Moreବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାରତ ବିକାସ ପରିଷଦ ଓ ସୋହମ୍ ସଂଗଠନର ମିଳିତ ଆନୁକୂଲ୍ୟରେ ଓଡ଼ିଶା ମାଟି ତଥା ଭାରତ ମା’ର ଦୁଇ ସୁଯୋଗ୍ୟ ପୁତ୍ର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଭାରତ ବିକାସ ପରିଷଦର କାର୍ଯ୍ୟାଳୟ ଠାରେ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ହରେକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସୁନାମଧନ୍ୟ ସାହିତ୍ୟିକ ଡ଼ଃ. କୈଳାଶ ଚନ୍ଦ୍ର ବାଣ୍ଠ ଓ ସୋହମ୍ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ଦୁଇ ମହାପୁରୁଷ ଙ୍କ ଜୀବନୀ ଓ ସ୍ବାଧିନତା ସଂଗ୍ରାମରେ ସେମାନଙ୍କର ଅବଦାନ ସମ୍ପର୍କରେ ବିଶେଷ ଭାବେ ଆଲୋକପାତ କରିଥିଲେ । ସୁସାହିତ୍ୟିକା ଡଃ. ସୁକାନ୍ତି ମହାନ୍ତି ସମୀକ୍ଷା କରିଥିବା ବେଳେ ଅଧ୍ୟାପିକା ମିନାକ୍ଷୀ ବାଳା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ…
Read More୨୩ରେ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ସେମିଫାଇନାଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ୨୩ତାରିଖରେ ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ସେମିଫାଇନାଲ ପର୍ଯ୍ୟାୟ ନୟାଗଡ଼ ସାଗର ପୋଖରୀ କୂଳ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ମୋଟ ୩୩ ପ୍ରତିଯୋଗୀ ସେମିଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟର ଅନ୍ତିମ ପ୍ରତିଯୋଗିତା ରଣପୁର ବ୍ଲକରେ ଅନୁଷ୍ଠିତ ହୋଇଥିଲା। ରଣପୁର ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୋଟ ୭ ଜଣ ପ୍ରତିଯୋଗୀ ସେମିଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ଲକ୍ଷ୍ମୀ ପ୍ରତିମା ଶତପଥୀ, ସତ୍ୟନାରାୟଣ ମହାପାତ୍ର,ଜୟଶ୍ରୀ ଦେବୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ମାନଙ୍କୁ ଚୟନ କରିଥିଲେ। ଏହି ପ୍ରତିଯୋଗିତାରେ ସଙ୍ଗୀତଧାରା ସଭାପତି ନାଟ୍ୟଭୂଷଣ ଡ ବିଜୟ ଚୌଧୁରୀ, ଉପସଭାପତି ନିର୍ମଳ ଶୁରଦେଓ, ସମ୍ପାଦକ ପ୍ରଶାନ୍ତ…
Read Moreବିଜେପି ଛାଡି ବିଜେଡିରେ ଯୋଗଦେଲେ ଇଟାମାଟି ପଞ୍ଚାୟତର ୩୦ପରିବାର
ନୟାଗଡ଼,(ନୟାଗଡ଼ ଦର୍ପଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ଆଗଧାଡ଼ିର ନେତାମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି। ଆଜି ଏହି ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟରେ ସାମିଲ ହେବା ଏବଂ ନୟାଗଡ଼ ବିଧାୟକ ଡ଼ଃ. ଅରୁଣକୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିରୋଧୀଦଳର କର୍ମୀମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ବିଜୁ ଜନତା ଦଳରେ ଏହି ୩୦ପରିବାର ଯୋଗ ଦେବା ପରେ ଇଟାମାଟି ପଞ୍ଚାୟତରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ବିଜେଡିରେ ସାମିଲ ହୋଇଥିବା ମହିଳାମାନେ ବକ୍ତବ୍ୟରେ…
Read Moreଓଡଗାଁ ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ
ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ କଲେଜ ରୋଡରେ ଥିବା ଗାଇଡ଼ାନ୍ସ ପବ୍ଲିକ ସ୍କୁଲ ରେ ୨୦୨୩-୨୪ ପାଇଁ ଏକ ବିଜ୍ଞାନ,ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ଉଦଘାଟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଚାରକ ଭାବେ ଓଡ଼ଗାଁ କ୍ଲଷ୍ଟର ର ସି ଆର ସି ସି ନରେଶ ପାଣିଗ୍ରାହୀ , ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ ଏବଂ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବୁଦ୍ଧିଆ ପାତ୍ର ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିବା ବେଳେ ଚିତ୍ର କଳା ଓ ହସ୍ତଶିଳ୍ପ ବିଭାଗରେ ଅତିଥି ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ,ପ୍ରକୃତିବନ୍ଧୁ ତଥା ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ , କଳା ଶିକ୍ଷକ ଶ୍ରୀଯୁକ୍ତ ଏକଲବ୍ୟ ଦାସ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ। ଅନୁଷ୍ଠାନର ଚେୟାରମ୍ୟାନ…
Read Moreଓଡଗାଁରେ ଗାଇଡ଼ାନ୍ସ ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା
ଓଡଗାଁ,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ପରିସରରେ ଓ ୧୯/୦୧/୨୦୨୪ ରିଖରେ ସ୍ଥାନୀୟ ମିନି ଷ୍ଟାଡିୟମ୍ ଦୁଇ ଦିନ ଧରି ମହା ଆଡମ୍ବରରେ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାରମ୍ପରିକ ରୀତି ରେ ପ୍ରିନ୍ସିପଲ୍ ଶ୍ରୀଯୁକ୍ତ ରଞ୍ଜନ କୁମାରଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ପ୍ରଥମ ଦିନରେ ସମସ୍ତ ଇଣ୍ଡୋର୍ ଖେଳଗୁଡ଼ିକ ଖେଳା ଯାଇଥିଲା ବେଳେ ଦ୍ଵିତୀୟ ଦିବସରେ ଆଉଡୋର ଖେଳ ଗୁଡ଼ିକୁ ଖେଳା ଯାଇଥିଲା । ସ୍କୁଲ ର ସମସ୍ତ ଛାତ୍ର ଓ ଛାତ୍ରୀ ଏହି କ୍ରୀଡାରେ ଭାଗ ନେଇଥିଲେ । ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବା ସୂଚନା ଦିଆଯାଇଛି । କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ପରିଡ଼ାଙ୍କ ସହଯୋଗରେ ଓ ବିଶ୍ବରଂଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉକ୍ତ କ୍ରୀଡ଼ା…
Read Moreସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ରାଉତଙ୍କ ପରଲୋକ
ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଆରଡା ପଞ୍ଚାୟତ ମହୁଲିଆ ଗ୍ରାମର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ରାଉତଙ୍କ ୧୧୨ ବର୍ଷ ବୟସରେ ନିଜ ଗ୍ରାମରେ ପରଲୋକ ହୋଇଯାଇଛି। ଏହି ସଚ୍ଚା ଦେଶପ୍ରେମୀଙ୍କ ବିୟୋଗରେ ‘ନୟାଗଡ଼ ଦର୍ପଣ’ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
Read Moreସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ମେଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆ ଆନୁକୂଲ୍ୟରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କଳା କୌଶଳ ଉପରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ମେଳା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟ ସାଧିକା ତଥା ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଲେଖିକା ବସିରନ୍ ବିବି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଡ଼ଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଉମର ମଲ୍ଲିକ ଯୋଗଦେଇଥିଲେ l ସାହିତ୍ୟ ସୃଜନୀ କ୍ଲବ୍ ରେ କବିତା ଦାସ, କୌଶଳି କ୍ଲବ୍ ରେ ସ୍ବିଟି ଲେଙ୍କା, ଜିଜ୍ଞାସା କ୍ଲବ୍ ରେ ସୁମନ କୁମାର ସାହୁ ଓ କ୍ରୀଡ଼ାଙ୍ଗନା କ୍ଲବ୍ ରେ ଶିବୁ ଦଳେଇ ଓ ବ୍ୟକ୍ତିଗତ ପ୍ରଦର୍ଶନରେ ସାହିତ୍ୟ ସୃଜନୀର ବିଜେତା କବିତା…
Read More