ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଭିନ୍ନ ଶିକ୍ଷକ ସଂଗଠନ ଏବଂ ବ୍ଲକ ଶିକ୍ଷା କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ , ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ନାୟକ, ଧନେଶ୍ୱର ସେଠି ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ସୁରେଶ ସେଠି, ପିତେଇ ପ୍ରଧାନ,ସନ୍ତୋଷ ସାହୁ, ଅଶୋକ ମଲ୍ଲ,ଚିତ୍ତରଞ୍ଜନ ଦାଶ,ଉମେଶ ସ୍ୱାଇଁ, ରବୀନ୍ଦ୍ର କୁମାର ସାହୁ,ବୈଷ୍ଣବ ମହାନ୍ତି ତଥା ଶିକ୍ଷା କର୍ମଚାରୀ ମାନସ ସେଠି,ଶୋଭେଶ ଶୁକ୍ଲା,କିଶୋର ଭଞ୍ଜ, ବିଶ୍ୱନାଥ ସ୍ୱାଇଁ ପ୍ରମୁଖ ଯୋଗଦାନ…
Read MoreCategory: ନୟାଗଡ଼
ଚାନ୍ଦପୁର ବଜାରରେ ଥିବା ପଟ୍ଟନାୟକ Bar & Restuarantକୁ ସିଲ କଲା ଅବକାରୀ ବିଭାଗ
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚାନ୍ଦପୁର ବଜାରରେ ଥିବା ପଟ୍ଟନାୟକ Bar & Restuarantକୁ ସିଲ କଲା ଅବକାରୀ ବିଭାଗର Flying squard Team. ସୂଚନା ଅନୁଯାୟୀ ଏହି ଠିପି ଖୋଲା ବିଦେଶୀ ମଦ ଦୋକାନଟି ଚମ୍ପାଗଡ ପଞ୍ଚାୟତ ଅନ୍ତର୍ଗତ ବେଣ୍ଟ ଗ୍ରାମର ଶାନ୍ତିଲତା ପଟ୍ଟନାୟକଙ୍କ ନାମରେ ଥିବାବେଳେ ସେହି ଦୋକାନକୁ ଚମ୍ପାଗଡ ଗ୍ରାମପଞ୍ଚାୟତର ସରପଞ୍ଚ ତଥା ବିଜେଡି ନେତା ପୀୟୂଷ ରଞ୍ଜନ ପରିଡ଼ା ଚଲାଉଥିଲେ । ଏହି ମଦଦୋକାନରେ ସରକାରଙ୍କ ନିୟମ ଅନୁଯାୟୀ ୧୮୦ମିଲିଗ୍ରାମର ମଦ ବିକ୍ରି ପାଇଁ ଅନୁମତି ନଥିଲେ ମଧ୍ୟ ସବିନା ଜଣେ ବିଜେଡ଼ିର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା କାରଣରୁ ସେ ୧୮୦ml ର ମଦ ବିକ୍ରି କରି ଆସୁଥିଲେ ।ଆଜି ଅପରାହ୍ନ ୩ଟା ସମୟରେ ଅବକାରୀ ବିଭାଗର Cuttack Flying squard Team ଅତର୍କିତ ଭାବେ…
Read Moreନୂଆଗାଁ ବ୍ଲକରେ ୧୭୫ରୁ ୧୭୦ଜଣ ଛାତ୍ରଛାତ୍ରୀ ଦେଲେ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକରେ ତିନୋଟି ପରୀକ୍ଷା କେନ୍ଦ୍ରରେ ୧୭୫ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେବାକୁ ନାମ ପଞ୍ଜୀକୃତ କରିବାକୁ ଥିବାବେଳେ ୧୭୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ଜଣ ପରୀକ୍ଷା ଦେଇଥିବା ବେଳେ ୨ଜଣ ଅନୁପସ୍ଥିତ ଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡଝୋଲାରେ ୫୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨ଜଣ ଅନୁପସ୍ଥିତ ଥିଲେ। ସେହିପରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିପୁରରେ ୭୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଜଣେ ଅନୁପସ୍ଥିତ ଥିଲେ। ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୁଭଶ୍ରୀ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶରତ କୁମାର ସାହୁ, ବ୍ଲକ୍ ଶିକ୍ଷାଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଅତିରିକ୍ତ…
Read Moreଓଏଏସ ପାଇଥିବା ଚିନ୍ମୟୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଚିନ୍ମୟୀ ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୟାଗଡ଼ ଏନଏସି ହାଇସ୍କୁଲର ୨୦୦୯ ବ୍ୟାଚର ଛାତ୍ରୀ ଚିନ୍ମୟୀ ୭୯ତମ ସ୍ଥାନରେ ରହି ସଫଳତାର ସହିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ୨୦୦୯ ମସିହା ମାଟ୍ରିକ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ୧୦ମ ସ୍ଥାନ ହାସଲ କରି ଚିନ୍ମୟୀ ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ। ପିତା ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ମାତା ଝୁନୁ ଦେବୀ ଉଭୟେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ବେଳେ ଚିନ୍ମୟୀ ଏବେ କେନ୍ଦ୍ରୀୟ ବିଦ୍ୟାଳୟ-୨ ଭୁବନେଶ୍ୱରରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଚିନ୍ମୟୀଙ୍କ ଏହି ଅପୂର୍ଵ ସଫଳତାରେ ଏନଏସି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ, ବରିଷ୍ଠ ଶିକ୍ଷୟିତ୍ରୀ…
Read More‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା
୧୬ଜଣ ସେମି ଫାଇନାଲକୁ ଉନ୍ନୀତ ନୟାଗଡ଼,: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଉପସ୍ଥିତ ଥିଲେ । ଏହି ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ରୁ ୨୪ବର୍ଷ ବୟସର ୩୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସତ୍ୟନାରାୟଣ ମହାପାତ୍ର , ରବୀନ୍ଦ୍ର କୁମାର ତ୍ରିପାଠୀ ଏବଂ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୬ ଜଣ କଣ୍ଠଶିଳ୍ପୀଙ୍କୁ…
Read Moreବ୍ଲକ ସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଆୟୋଜିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶା ଆନୁକୁଲ୍ୟରେ ଗୀତା ସୁଗୀତା କର୍ତବ୍ୟା କାର୍ଯକ୍ରମ ମାଧ୍ୟମରେ ଓଡ଼ଗାଁ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସରଣକୁଳଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ତୃତୀୟ ଶ୍ରେଣୀ ଠାରୁ ସ୍ନାତକ ଡିଗ୍ରୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଗୀତାର ଚତୁର୍ଥ ଅଧ୍ୟାୟର ଚାରୋଟି ବର୍ଗରେ ବିଭକ୍ତ ହୋଇ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ଓଡ଼ଗାଁ ବ୍ଲକ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିବା ସହ ସଭାପତିତ୍ବ କରିଥିଲେ। ବିଚାରକ ଭାବେ ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ , ଶିକ୍ଷାବିତ୍ କେଦାର ଚନ୍ଦ୍ର ନାୟକ, ଡ: ସନ୍ତୋଷ କୁମାର ସାହୁ , ହେମନ୍ତ କୁମାର ପ୍ରଧାନ ଓ ଆଚର୍ଯ୍ୟା ପ୍ରମୁଖ ଯୋଗଦେଇ ଗୀତାକୁ…
Read Moreଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକ
ଭାପୁର, (ନୟାଗଡ଼ ଦର୍ପଣ): ଭାପୁର ଫତେଗଡ ଥାନା ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା । ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ ଗଣଦୁଷ୍କର୍ମ କରି ଭିଡିଓ ଭାଇରାଲ ମାମଲାରେ ତିନିଜଣ ଯୁବକ ଅଟକ ରହିଥିବା ସୂଚନା ରହିଛି । ସୂଚନା ଅନୁଯାୟୀ, ଗତ ରବିବାର (ଅକ୍ଟୋବର ୨୦) ଜଣେ ୨୧ ବର୍ଷିୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିରକୁ ଆସିଥିଲେ। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସାରି ସନ୍ଧ୍ୟା ସମୟରେ ବାଇକରେ ଫେରୁଥିଲେ । ଏହି ସମୟରେ ପିଠାଖାଇ ଜଙ୍ଗଲ ରାସ୍ତାରେ ତିନିଜଣ ଯୁବକ ପ୍ରେମୀ ଯୁଗଳଙ୍କୁ ଅଟକାଇଥିଲେ । ଛୁରୀ ଦେଖାଇ ଭୟଭୀତ କରି ପ୍ରେମୀଯୁଗଳଙ୍କୁ ଜଙ୍ଗଲ ଭିତରକୁ ନେଇ ପ୍ରବଳ ମାଡମାରି ପ୍ରେମିକକୁ ଗଛରେ ବାନ୍ଧି ଦେଇଥିଲେ। ଏହାପରେ ଯୁବତୀଙ୍କ ପୋଷାକ ଖୋଲି ମୋବାଇଲରେ ଭିଡିଓ ଉତ୍ତୋଳନ…
Read Moreଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ); ନୟାଗଡ଼ ବ୍ଲକ ବିକାଶପୁର ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ ହୋଇଯାଇଛି। ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର କଅଁର ଓ ସରପଞ୍ଚ ସଞ୍ଜୁବାଳା ବିଶ୍ଵାଳ ପ୍ରମୁଖ ଯୋଗଦେଇ ଗ୍ରାମ୍ୟ ଜୟନ୍ତୀର ଆବଶ୍ୟକତା, ବିଭିନ୍ନତା ମଧ୍ଯରେ ଗାଁ’କୁ ମନେପକାଇ ଗାଁରେ ଏକାଠି ହେବାର ଅଭିନବ ପ୍ରୟାସ ଆଉ କେଉଁଠାରେ ଦେଖିବାକୁ ମିଳିବନି ବୋଲି କହିଥିଲେ। ଗାଁର ଜନ୍ମ ଜୟନ୍ତୀ ପାଳନ କରିବା ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ଏବଂ ଏଭଳି ଅନନ୍ୟ ପରମ୍ପରାକୁ ଅନ୍ୟମାନେ ଅନୁକରଣ କରିବେ ବୋଲି ଅତିଥିମାନେ କହିଥିଲେ। ଏ ଉତ୍ସବର ପ୍ରଥମ ଉଦ୍ୟୋକ୍ତା ମୁରଲୀଧର ଆଚାର୍ଯ୍ୟଙ୍କ…
Read More୨୦୨୫ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନିମନ୍ତେ ବୈଠକ
ନୟାଗଡ,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ୨୦୨୫ ନିମନ୍ତେ ନୂତନ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଆହ୍ବାନ କରାଯାଇଥିବା ବୈଠକ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ପରି ୧୭ବର୍ଷରୁ ୧୮ବର୍ଷ ଗ୍ରୁପର ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ବର୍ଷକୁ ଚାରୋଟି ଦିବସ ଯଥା-ଜାନୁଆରୀ ୧,ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧, ୨୦୨୪ ସୁଦ୍ଧା ଯେଉଁମାନଙ୍କର ବୟସ ୧୭ବର୍ଷରୁ ଉର୍ଦ୍ଧ ହୋଇଥିବ ସେମାନେ ଅଗ୍ରୀମ ପଂଜୀକରଣ କରିପାରିବେ । ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଏହାର ସର୍ଭେ କରିବେ ଏବଂ ଯେଉଁମାନଙ୍କୁ ୧୭ବର୍ଷ…
Read Moreପଞ୍ଚାୟତ ଗ୍ରାମସଭାକୁ ନେଇ ଅସନ୍ତୋଷ
ଚିହିଙ୍କି ଉଠିଲା ଗୋପାଳପୁର ଜୋନ୍ ବିଜୁ ଛାତ୍ର ଜନତା ଦଳ ରଣପୁର (ନୟାଗଡ଼ ଦର୍ପଣ): ରଣପୁର ବ୍ଳକର ସର୍ବବୃହତ ଗୋପାଳପୁର ପଞ୍ଚାୟତର ପଞ୍ଚାୟତ ଗ୍ରାମ ସଭାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ବିଡ଼ିଓଙ୍କୁ ଫେରାଦ୍ ହୋଇଛି ଛାତ୍ର ବିଜୁ ଜନତା ଦଳ। ୧୯୬୮ ମସିହା ପଞ୍ଚାୟତ ରାଜ୍ ଆଇନ୍ ର ନିୟମ ଖୁଲମ୍ ଖୋଲା ଉଲଂଘନ ହୋଇଥିବା ଏକ ଲିଖିତ ଅଭିଯୋଗ ସହ ଗୋପାଳପୁର ଜୋନର ଛାତ୍ର ବିଜୁ ଜନତା ଦଳର ସଭାପତି ରୁଦ୍ର ପ୍ରସାଦ ମହାପାତ୍ର ରଣପୁର ପଞ୍ଚାୟତ ସମିତିର ବିଡ଼ିଓଙ୍କୁ ସାକ୍ଷାତ କରି ବିଧିବଦ୍ଧ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ମୁତାବକ ଗତ ଅକ୍ଟୋବର ୨ ତାରିଖରେ ଗୋପାଳପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ନେଇ ଗ୍ରାମ ସଭା ଅନୁଷ୍ଠିତ କରାଇବା ସହ ସେମାନଙ୍କ ମନ…
Read More