ନୟାଗଡ଼, (ନୟାଗଡ଼ ଦର୍ପଣ): ଅଦିନିଆ ବର୍ଷା ଚାଷୀ ଫସଲକୁ ଧୋଇଦେଇଛି। ଶାଗମାଛ ଦରରେ ଚାଷୀ ଅଭାବୀ ବିକ୍ରି କରୁଛି। ଜଳସେଚନ, ଜଳନିୟନ୍ତ୍ରଣ ଯୋଜନାର ନାଁ ଗନ୍ଧ ନାହିଁ। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର କୃଷି ବ୍ୟବସ୍ଥାକୁ ଘରୋଇ କମ୍ପାନୀକୁ ଟେକିଦେବା ପାଇଁ ଅଣ୍ଟା ଭିଡିଛନ୍ତି। ଏଭଳି ସଙ୍ଗୀନ ଅବସ୍ଥାରେ ବ୍ୟାପକ ପ୍ରଭାବଶାଳୀ କୃଷକ ଆନ୍ଦୋଳନ ଗଢି ତୋଳିବାର ଆବଶ୍ୟକତା ରହିଛି ବୋଲି ସି.ପି.ଆଇ.(ଏମ୍)ର ରାଜ୍ୟ ସଂପାଦକ କମ୍ରେଡ ସୁରେଶ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା କମଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ପାର୍ଟିର ବରିଷ୍ଠ ନେତା ଶରତଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୟାଗଡ ଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂପାଦକ ହରିଶ୍ଚନ୍ଦ୍ର ମିଶ୍ର ଗତ ଅଦିନିଆ ବର୍ଷାରେ ଜିଲ୍ଲାର ନଷ୍ଟ ଫସଲର ଏକ ମୋଟାମୋଟି ଚିତ୍ର ଉପସ୍ଥାପନ କଲାପରେ କୃଷି ଆନ୍ଦୋଳନକୁ ଅଗ୍ରାଧିକାର ଦେଇ ସଂଗଠିତ କରାଯିବ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଅଛି। ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ କୁମାର ଦାସ ଚଳନ୍ତି ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ରଖିଥିଲେ। ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ଆନ୍ଦୋଳନର ବିଧିବଦ୍ଧ ଖସଡା ଉପସ୍ଥାପନ କରିଥିଲେ। ସାଥୀ ନିତ୍ୟାନନ୍ଦ ପରିଡା, ସରୋଜ ନାୟକ, ଜ୍ୟୋତିପ୍ରଭା ଜେନା, ପବିତ୍ର ଇନ୍ଦ୍ରଜିତ, ଦୁଃଶାସନ ଜେନା, ବିପିନ ବାଜୁ, ସୁରେଶ ସ୍ବାଇଁ, ବୈକୁଣ୍ଠ ଖୁଣ୍ଟିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Related posts
-
ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।... -
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
କବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ...