ନୂଆଗାଁ, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ୨୦୨୫ ଫେବୃଆରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଇଁ ନୂଆଗାଁ ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ୧୮ତାରିଖ ପୂର୍ବରୁ ସ୍ମରଣିକାରେ ପ୍ରକାଶ ପାଇବାକୁ ଥିବା ଲେଖା ଯାହାକି ନିଜ ବ୍ଲକ୍ ଉପରେ ଆଧାରିତ ହୋଇଥିବ ଏବଂ ଅଡିସନ୍ ମାଧ୍ୟମରେ କଳାକାର ଚୟନ ଉପରେ ଗୁରୁତ୍ୱାରୋପ କରଯାଇଥିଲା। ଅଧିକରୁ ଅଧିକ ଷ୍ଟଲ୍ ମହୋତ୍ସବରେ ପଡ଼ିବା ପାଇଁ ଓ ଏଲଏମ ବିଭାଗ ଏବଂ ଶାନ୍ତି ଶୃଙ୍ଖଳା ପାଇଁ ତହସିଲଦାର ଏବଂ ପୁଲିସ ବିଭାଗକୁ ଦାୟିତ୍ଵ ଦିଆଯାଇଥିଲା। ଶତାୟୁ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ବ୍ଲକର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଦଶପଲ୍ଲା ବିଧାୟକ କହିଥିଲେ। ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ଦଶପଲ୍ଲା ବିଧାୟକ । ଏହି ପ୍ରସ୍ତୁତି ବୈଠକରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ଡାକ୍ତର ଅମୃତ କୁମାର ରାଉଳ, ତହସିଲଦାର ହେମନ୍ତ କୁମାର ନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ, ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ପଣ୍ଡା ମଞ୍ଚାସୀନ ଥିବା ବେଳେ ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ଅବସର ପ୍ରାପ୍ତ ଶିକ୍ଷକ, ସାମ୍ୱାଦିକ, ମହୋତ୍ସବ କମିଟିର ସଦସ୍ୟ, ଅଞ୍ଚଳର ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଫେବୃଆରୀ ୨ ତାରିଖରୁ ମହୋତ୍ସବ ଆରମ୍ଭ ହେବ ବୋଲି ଜଣା ପଡ଼ିବା ପରେ ନୂଆଗାଁ ବ୍ଲକର ଜନ ସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Related posts
-
ନୟାଗଡ଼ରେ ସ୍ବାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ୧୬୨ ତମ ଜୟନ୍ତୀ ଅବସରରେ ନୟାଗଡ଼ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି... -
କବିତା ରଚନାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲେ କାହ୍ନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ କବିତା ରଚନାରେ... -
ନୂଆଗାଁରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୩ଜଣ
December 28, 2024 Jajati Comments Off on ନୂଆଗାଁରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୩ଜଣନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ +୩ଡିଗ୍ରୀ...