ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ଡାକ ବିଭାଗ ନୟାଗଡ଼ ଡ଼ାକ ମଣ୍ଡଳ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ – ୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ନିର୍ଦ୍ଦେଶକ ମୁଖ୍ୟାଳୟ ଅମିତ୍ କୁମାର ଝା, ଓଡିଶା ପରିମଣ୍ଡଳ, ସମ୍ମାନିତ ଅତିଥି ଭାବେ ଅନିଲ କୁମାର ଧିର ଫିଲାଟେଲଇଷ୍ଟ, ଅଜୟ କୁମାର ବାରିକ ଫିଲାଟେଲିଇଷ୍ଟ, ଖଗେଶ୍ଵର ମଲ୍ଲିକ, ଅଧୀକ୍ଷକ, ନୟାଗଡ ଡାକ ମଣ୍ଡଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଦର୍ଶନି ୧୦୦ରୁ ଉର୍ଦ୍ଧ୍ବ ଫ୍ରେମରେ ଉଭୟ ଭାରତୀୟ ଏବଂ ବିଦେଶୀ ଡାକ ଟିକେଟ,ବିରଳ ଡାକ ଟିକେଟ, ଡାକ ଉପକରଣ, ଜିଲ୍ଲା ଓ ରାଜ୍ୟ ସଂଗ୍ରାହକ ମାନଙ୍କ ଦ୍ଵାରା ସଂଗୃହୀତ ଡାକ ଟିକେଟ ଇତ୍ୟାଦି ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକର ୮୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀକୁ ପରିଦର୍ଶନ କରିବା ସହ ଅନେକ କିଛି ଉପାଦେୟ ବିଷୟ ଜାଣିଥିବା ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଡ଼ାକ ବିଭାଗ ପକ୍ଷରୁ ଅନୁଷ୍ଠିତ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଜୁନିଅର ଓ ସିନିଅର ବର୍ଗରେ ୬୦୦ରୁ ଅଧିକ ଏବଂ ନିମନ୍ତ୍ରିତ ବର୍ଗରେ ୧୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତେବେ ନୟାଗଡ଼ ଡାକ ମଣ୍ଡଳର ଡାକ ଅଧିକ୍ଷକ ଖଗେଶ୍ୱର ମଲ୍ଲିକ ଗଣମାଧ୍ୟମକୁ ଏହି ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ବିଷୟରେ ସୂଚନା ଦେଇ କହିଛନ୍ତି ଡାକ ଟିକେଟ ସଂଗ୍ରହ ଦ୍ଵାରା ଜ୍ଞାନର ବିକାଶ ତଥା ଯୋଗଯୋଗର ବିସ୍ତାର ହୋଇ ପାରୁଛି, ତେଣୁ ପ୍ରଥମ ଥର ପାଇଁ ନୟାଗଡ଼ରେ ଅନୁଷ୍ଠିତ ଏହି ଡ଼ାକ ଟିକେଟ ପ୍ରଦର୍ଶନୀ ଦେଖିବାକୁ ବହୁ ଜନସମାଗମ ହେଉଛି। ଅନ୍ୟ ମାନଙ୍କ ମଧ୍ୟରେ ଡ଼ାକ ମଣ୍ଡଳର ସହ ଅଧିକ୍ଷକ ସପନ କୁମାର ପାଣିଗ୍ରାହୀ, ନୟାଗଡ଼ ଡାକଘରର ପୋଷ୍ଟ ମାଷ୍ଟର ପ୍ରମୋଦ କୁମାର ସେଠୀ ଏବଂ ଡ଼ାକ ଟିକେଟ ସଂଗ୍ରାହକ ଅଜିତ କୁମାର ରାଉତ ପ୍ରମୁଖ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।
Related posts
-
ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।... -
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
କବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ...