ନୟାଗଡ଼,(ନୟାଗଡ଼ ଦର୍ପଣ): ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା-୨୦୨୫ରେ ଶ୍ରେଷ୍ଠ ୫ରେ ନୟାଗଡ଼ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ ମିଶ୍ର କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ୩୦ଟି ଜିଲାରୁ ୩୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସଂସଦୀୟ ବ୍ୟାପାର ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଥିବା ରାଜ୍ୟ କୃଷି ଭବନ ପରିସରରେ ଅନୁଷ୍ଠିତ ଏକ ଛାୟା ପାର୍ଲିଆମେଣ୍ଟ ଅଧିବେଶନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୂମିକାରେ ନିଖୁଣ ଅଭିନୟ କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ତାଙ୍କର ଏହି ଚମତ୍କାର ଅଭିନୟ ପାଇଁ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ରହି ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରାଜ୍ୟସ୍ତରରେ କୃତିତ୍ୱ ହାସଲ କରିଥିବା ପ୍ରିୟରଞ୍ଜନ ଏବଂ ଗାଇଡ ଶିକ୍ଷୟିତ୍ରୀ ଉଷାରାଣୀ ପ୍ରଧାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Related posts
-
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟଙ୍କ ଆଶା ବାଡ଼ି
ନୟାଗଡ଼, (ନୟାଗଡ଼ ଦର୍ପଣ): ବାଉଁଶିଆ ପଡା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର... -
ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ମୁକୁଳିତ ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଆଜି ନୀଳମାଧବ ହୋଟେଲ ଠାରେ ପୂର୍ବାହ୍ନ... -
ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”
January 18, 2025 Jajati Comments Off on ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର...