ସେବା ଉତ୍ସବ ପକ୍ଷରୁ ମିନି ମାରାଥନ ଓ ଯୁବ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ମିନି ମାରାଥନ ଓ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଏକ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଜିଲ୍ଲାର ଅଗ୍ରଣୀ ଯୁବ ସଂଗଠନର ଯୁବକ ଯୁବତୀ ମାନେ ନୟାଗଡ଼ ଦୁର୍ଗାପ୍ରସାଦ ଠାରୁ ବାହାରି ପ୍ରାୟ ୩ କିମି ମାରାଥନରେ ଅଂଶଗ୍ରହଣ କରି ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ପହଂଚିଥିଲେ। ସବୁଜ ପୃଥିବୀ ଯିବା ଆଗରୁ ଆମକୁ ସବୁଜିମାମୟ ପୃଥବି ଗଢ଼ିବା ବାର୍ତା ନେଇ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ମାରାଥନକୁ ସକାଳେ ସେଵା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ନୟାଗଡ଼ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ବିଜେପି ନେତା ସନ୍ତୋଷ ପ୍ରଧାନ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ସବୁଜ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ଏହାପରେ ନୟାଗଡ଼ ଜଗନ୍ନାଥ ମନ୍ଦିର କବି ଯଦୁମଣି ମଣ୍ଡପ ଠାରେ ଯୁବ ଦିବସ ପାଳିତ ହୋଇଥିଲା। ଏଥିରେ ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଜେପି ଯୁବ ମୋର୍ଚ୍ଚା ର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ସମାଜସେବୀ ଶାରଦାପ୍ରସାଦ ମହାପାତ୍ର, ଯୁବ ଉଦ୍ୟୋଗୀ ତଥା ଯୁବ ନେତା ଚନ୍ଦନ ସାହୁ, ସମାଜସେବୀ ସନ୍ତୋଷ ନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିବେକାନନ୍ଦଙ୍କ ଆଦର୍ଶରେ ଛାତ୍ରଛାତ୍ରୀ ଅନୁପ୍ରାଣିତ ହୋଇଥିଲେ। ଉପସ୍ଥିତ ଅତିଥି ମାନେ ବିବେକାନନ୍ଦଙ୍କ ଆଦର୍ଶରେ ଯୁବପିଢ଼ି ବ୍ରତୀ ହେବା ସହ ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ଶେଷରେ ସମସ୍ତ ମାରାଥନ ଅଂଶଗ୍ରହଣକାରୀଙ୍କ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ଓଡିଶା ମାଇନିଂ କର୍ପୋରେସନ ସହାଭାଗୀତାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୁବପିଢ଼ି ମତୁଆଲା ହୋଇଥିଲେ। ଆଜିର କାର୍ଯ୍ୟକ୍ରମକୁ ସେବା ସମିତି ପକ୍ଷରୁ ସୋମ୍ୟା ସୋୟମ ପ୍ରଭା, ପରମେଶ୍ୱର ସାହୁ, ଆଶୁତୋଷ ସାହୁ, ଶୁଭାଶିଷ ନାୟକ, ପ୍ରଶାନ୍ତ ସାହୁ, ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ, ଅମିତ କୁମାର, ଆସିଫ ଖାଁ, ଅଭୟ କୁମାର ନାୟକ, ଶ୍ଵେତାରଶ୍ମି ମହାରଣା, ଉମାକାନ୍ତ ମହାପାତ୍ର ପ୍ରମୁଖ୍ ପରିଚାଳନା କରିଥିଲେ।

Related posts