ମଞ୍ଚକଳାର ନିପୁଣ ବିନ୍ଧାଣୀ ପ୍ରଭାତ ମହାରଣାଙ୍କୁ ସମ୍ବର୍ଦ୍ଧିତ

ନୟାଗଡ଼,(୨୨/୦୯): ଓଡ଼ିଆ ମଞ୍ଚ ନାଟକ କ୍ଷେତ୍ରରେ ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମଞ୍ଚକଳାର ନିପୁଣ ବିନ୍ଧାଣୀ ତଥା ନିର୍ଦ୍ଦେଶକ, ଅଭିନେତା ଓ ନାଟ୍ୟକାର ପ୍ରଭାତ କୁମାର ମହାରଣାଙ୍କୁ ନୟାଗଡ଼ର ‘ରାଗେଶ୍ରୀ ନିଳୟମ୍’ ଏବଂ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତବର୍ଷ ମଞ୍ଚକଳା ନିମନ୍ତେ ଶ୍ରୀ ମହାରଣାଙ୍କୁ ଓଡ଼ିଆ ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରଦାନ କରାଯିବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ନନ୍ଦିଘୋର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ନାଟ୍ୟ ପ୍ରତିଭାଙ୍କୁ ନୟାଗଡ଼ ଜିଲ୍ଲାର ଗୈାରବ ବୃଦ୍ଧି କରିଥିବାରୁ ଜିଲ୍ଲାର କଳାକାରମାନଙ୍କ ଉପସ୍ଥିତିରେ ସମ୍ମାନିତ କରାଗଲା। ସ୍ଥାନୀୟ ଇନସ୍ପାୟାର ଆବାସିକ ମହାବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଗୁରୁ ପ୍ରଭାତ କୁମାର ଦାଶଙ୍କ ସଭାପତିତ୍ବ ତଥା ଅଭିନେତା ଗଣେଶ ମିଶ୍ର ଏବଂ କବୀ ସୈ।ଦାମିନୀ ସ୍ଵାଇଁ…

Read More

ଦଶପଇସିଆ ଅଜା

(ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ)ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଏବଂ ପ୍ରସିଦ୍ଧ ସାରସ୍ବତ ସାଧକ ତଥା ପିତା ବାଞ୍ଛାନିଧି ପଟ୍ଟନାୟକ ଓ ମାତା ପାର୍ବତୀ ଦେବୀଙ୍କ କୁଳନନ୍ଦନ ଥିଲେ ଦାଶରଥି ପଟ୍ଟନାୟକ (୧୯୦୭–୧୯୯୭)। ଦଶ ପଇସାର ଖୁଣ୍ଟାତଡ଼ା ରାଜା ଦାଶିଆ ଅଜା ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ଥିଲେ ସମସ୍ତଙ୍କର ଅତି ଆପଣାର ।ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ଏକ ବିସ୍ମୟ ପ୍ରତିଭା ତଥା ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ। ଦାଶିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ର୍ଥ ଶ୍ରେଣୀ ଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା। ବିଶ୍ରାମ ସମୟରେ ବହି ପଢିବା ଥିଲା ତାଙ୍କର ଏକ ନିଶା। ଏହି ବହି ପଢିବା ନିଶାରୁ ଆରମ୍ଭ କଲେ ଅନନ୍ୟ ଯାତ୍ରା। ଗାଁ ଗଣ୍ତା ସହର…

Read More

ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା

ନୟାଗଡ,(12/08):- ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ବର୍ଷରୁ ୧୩ବର୍ଷର ଛାତ୍ରଛାତ୍ରୀ ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେହିପରି ୧୩ରୁ ୧୮ବର୍ଷର ଛାତ୍ରଛାତ୍ରୀମାନେ ଓଡ଼ିଆ ବକ୍ତୃତା ରେ ‘ଆଜିର ଭାରତ’ ଶୀର୍ଷକ’ରେ ବକ୍ତୃତା ଦେଇଥିଲେ। ଗୀତ ପ୍ରତିଯୋଗିତାରେ କଳାହାଣ୍ଡିର ଦିବ୍ୟାଂଶ ମୁଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନୟାଗଡ ଜିଲ୍ଲାର ଅଂଶୁମାନ ପାତ୍ର ଦ୍ୱିତୀୟ, ଓଁକାର ଔଜାଲ୍ୟ ଓ ସ୍ବୟଂ ପ୍ରଭା ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ିଆ ବକ୍ତୃତାରେ ପୁରୀ ଜ଼ିଲ୍ଲାର ସ୍ବର୍ଣ୍ଣପ୍ରଭା ପଣ୍ଡା ପ୍ରଥମ ସ୍ଥାନ, ନୟାଗଡ ଜିଲ୍ଲାର ସାଇଶ୍ରୀ ପଣ୍ଡା ଦ୍ୱିତୀୟ ଓ ସମ୍ୟକ ସ୍ୱୟଂଜିତ ମିଶ୍ର  ତୃତୀୟ ସ୍ଥାନ ଅଧିକାର କରିଥିଲେ।…

Read More

ସଂଠଣା

ପ୍ରଭାସିନୀ ବରାଡଙ୍କ ଲିଖିତ ‘ସଂଠଣା’ଆଜ୍ଞା , ଜେଜେ କହି ହାତଯୋଡି ବସିପଡିଲା ଶୁକୁଟା, ପିଣ୍ଡାତଳେ ପଡିଥିବା ଏକ ପଥର ଚଟାଣରେ ।କିରେ ଶୁକୁଟା କ’ଣ ହେଲା କିରେ ? ଟିମାଦାସେ ପିଣ୍ଡାଉପରେ ବସି ପ୍ରଶ୍ନ କଲେ ।ନାଇଁ ଆଜ୍ଞା, କହୁଥିଲି କ’ଣ କି ଏଇ ଯୋଉ ହାଣ୍ଡି ଶିରାଦ କଥା, ବେଗିବେଗି ଦିନବାର ଦେଖି ଟିକିଏ ପକେଇଦେଲେ ଭଲହନ୍ତାନି । ଆମେ ହେଲୁ ଦିନମଜୁରିଆ ଲୋକ ବସିଲେ କୋଉଠୁ ଆସିବ କହୁନ। ଭାବୁଚି ଶିରାଦ ପକେଇଦେଇ କୁଆଡେ ବାହାରକୁ ପଳେଇବି ବଡବଡିଆ ଟେକା ହଉନହଉ । ଜେଜିବୋପା ତ ସଂପତ୍ତି ବିକିଭାଙ୍ଗି ନାଟତାମସା କରି ଖଜାଭୁଜା ଖାଇ ଉଡେଇଥିଲା, ଆଉ ବୋପା ପରର ଖଟିଖଟି ଦିହକଗଲା । ମୋ କରମରେ ସେଇ ଏକା ଲେଖା ଆଜ୍ଞା ମୂଲମଜୁରି ଲାଗି ପରର ଖଟିଲେ ଚୁଲି ଜଳିବ ନହେଲେ ଉପାସ…

Read More

ଛିନ୍ନ ସମ୍ପର୍କ

ବରିଷ୍ଠ ସ୍ତମ୍ଭାକାର ତଥା କବି ଦିଲ୍ଲୀପ କୁମାର ସାହାଣୀଙ୍କ ‘ଛିନ୍ନ ସମ୍ପର୍କ’             ପନ୍ଦର ଦିନ ହେଲାଣି ସମ୍ପର୍କ ଆଉ ନାହିଁ । ଏତେ ସହଜରେ ସମ୍ପର୍କଟା ଛିନ୍ନ କରିବ ବୋଲି ସେ କେବେ ସ୍ବପ୍ନରେ  ସୁଦ୍ଧା ଭାବି ନଥିଲା । ସମ୍ପର୍କ କେବେ କାହା ସହିତ କେମିତି ଗଢି ହୁଏ ଯେମିତି କହିହୁଏ ନାହିଁ ସେମିତି ସମ୍ପର୍କ କେବେ କାହାଠାରୁ କେମିତି କେତେବେଳେ ଛିନ୍ନହେବ କହିବା ସମ୍ଭବ ନାହିଁ। ଏହା ଭାବିବା ବେଳେ ଛାତି ଭିତରେ କେଉଁଠି ଅସମ୍ଭବ ଭାବେ ଯନ୍ତ୍ରଣା ହେଉଛି ଠିକ୍ସେ ଜାଣି ପାରୁ ନଥିଲା ଦିବ୍ୟଶଙ୍କର ।            ସେ ଟିକିଏ ଆରାମ ପାଇବା ପାଇଁ ବାଲକୋନି ଉପରକୁ ଆସିଲା। ମୁଣ୍ଡ ଉପରେ ଖୋଲା ଆକାଶ ଛାତିରେ  ମଲ୍ଲୀ ଫୁଲପରି ତାରାମାନେ ହସୁଥିଲେ । ତା’କୁ ଖୁବ ଖୁସି ଲାଗିଲା  । ଏଇଠି କିଛି ମୁହୂର୍ତ୍ତ ବସିଗଲେ…

Read More

ମରିଗଲା ମହାରଣା

ଗାଁ’ର ନାଁ ଗୋବିନ୍ଦ ପୁର, ଆଖ ପାଖ ଅଂଚଳ ଭିତରେ ଖୁଵ ବଡ଼ ଗାଁ’, ଗୋବିନ୍ଦ ପୁର ଲୋକ ସଂଖ୍ୟାର ଶତକଡା ପଚାଶ ଭାଗ ବ୍ରାହ୍ମଣ ସମ୍ପ୍ରଦାୟର, ଏଇଠୁ ସବୁ ଗୋସେଇଁ ମାନେ ଯାନ୍ତି ଧର୍ମ କାଯ୍ୟ ଆଦି କରିବାକୁ ଆଖ ପାଖ ଗାଁ କୁ, ଗାଁ ର ସୌନ୍ଦର୍ଯ୍ୟ କଥା ନ କହିବା ଭଲ, ନ ଦେଖିଲା ଲୋକ ବିଶ୍ୱାସ ହିଁ କରିବନି l ଗୋବିନ୍ଦପୁର ଗାଁ ର ମୁଖିଆ ନରୋତ୍ତମ ମିଶ୍ର ଘଟଣା ବିଷୟରେ ଶୁଣି ଆସୁ ଆସୁ ତାଙ୍କରି ଆଗରେ କିଏ ଜଣେ କାଠ ଫାଳିଆରେ ଶକ୍ତ ପାହାର ଦେଲା ଚୋରର କାନ ମୂଳିକୁ, ସେଇଠି ଟଳିପଡିଲା ଅଭିଯୁକ୍ତ ଧାର ଧାର ରକ୍ତ ବୁହାଇ l ଗାଁ ମୁଖିଆ ନରୋତ୍ତମ ମିଶ୍ର ଜାତିରେ ବ୍ରାହ୍ମଣ, ଗାଁ’ର ସବୁଠୁ ଧନୀ, ଜ୍ଞାନ ବି ଢେର…

Read More

ଫଟୋ ଶୁଟ୍

ଲିପ୍ସା ପଣ୍ଡାଙ୍କ- ଫଟୋ ଶୁଟ୍ ବାହାଘର ଅଧାରେ ପଡ଼ି ରହିଚି।ପୁରୋହିତ ଲଗ୍ନ ଗଡ଼ି ଯାଉଚି ବୋଲି ଡକା ପଡୁଚି।ବରଯାତ୍ରୀ ନାଚି ନାଚି ହାଲିଆ ହେଇ ସାରିଲେଣି। ସହର ମୁଣ୍ଡରେ ପ୍ରଶେସନ୍ ପାଇଁ ମିଳିଥିବା ବୋତଲ ପ୍ରଭାବରେ ଢେର୍ ନାଚ ତାମସା କରି ସାରିଛନ୍ତି। ମୁଣ୍ଡରୁ ନିଶା ଉତୁରି ଆସିବା ସଙ୍ଗେ ସଙ୍ଗେ ପେଟରେ ଭୋକର ମାତ୍ରା ବଢ଼ି ଚାଲିଛି।ଭୋଜି ଖାଇଦେଲେ ଘରକୁ ଫେରିବେ ବୋଲି ବ୍ୟସ୍ତ ହେଇ ପଡ଼ିଲେଣି।ଉଭୟ ପକ୍ଷର ବୁଢ଼ା ବୁଢ଼ୀଏ ବର କନ୍ୟା କୁଆଡ଼େ ଗଲେ ବୋଲି ପଚାରି ଚାଲିଛନ୍ତି।ଉତ୍ତର ମିଳୁଚି: ଫଟୋ ଶୁଟ୍ ଚାଲିଚି ।ବୁଝି ପାରୁ ନାହାଁନ୍ତି ସେମାନେ, ଏଇଟା ବାହାଘରର କୋଉ ରୀତି!ଏମିତିଆ କିଛି ସେମାନେ କାଇଁ କେବେ ଶୁଣି ନଥିଲେ ତ! ଘରକୁ ଆସିଥିବା କୁଣିଆ ବୃଦ୍ଧ ଜଣେ ଜିଦ୍ କଲେ ସେଇ ନୂଆ ରୀତିଟି କଣ ସେ…

Read More

ପୋଲିସ-ଜନତା ନିକିତିର ଦୁଇ ପାର୍ଶ୍ବ

       ଲେଖକ –  ଦିଲ୍ଲୀପ କୁମାର ସାହାଣୀ ରେଳ ଗାଡ଼ିର ଦ୍ବିତୀୟ ଶ୍ରେଣୀ ପ୍ରକୋଷ୍ଠରେ ପରଷ୍ପରକୁ ପାଖାପାଖି ବସିଥିଲୁ । ରାତିର ଘନତ୍ବ କ୍ରମଶଃ ବୃଦ୍ଧି ହେବାରେ ଲାଗିଥାଏ। ବୋଧହୁଏ ରାତି ସେତେବେଳେ ଦୁଇଟା ବାଜି ସାରିଥିଲା। ଆଉ ମାତ୍ର ଏକ ଘଣ୍ଟା ପରେ ଅର୍ଥାତ ତିନିଟା ବେଳେ ଗୟାରେ ପହଞ୍ଚି ଯିବ। ବିଶ୍ବମ୍ବର ମାତ୍ରାଧିକ ନିକଟକୁ ଘୁଞ୍ଚି ଆସିଲା। ତା ଆଖି ଡୋଳା ଦୁଇଟି ଛଳଛଳ ଲାଗୁଥିଲା। କୌଣସି କାରଣରୁ ସେ ଭୟଭୀତ ହେବାପରି ମୋତେ ପ୍ରତୀତ ହେଉଥିଲା। ମୁଁ ପ୍ରଶ୍ନ କଲି, ତୁମର ଦେହ ଠିକ ଅଛି ନା ବିଶ୍ବମ୍ବର?        ସେ ଉତ୍ତର ଦେଲା  ଠିକ ଅଛି ଯେ ସାର୍ଟ୍ଟ.         ଆରେ କହୁନ ଘର କଥା ମନେ ପଡୁଛି କି?          ସାର ଆସିବା ଆଗରୁ ଯାହା ଶୁଣି ଥିଲିଟ୍ଟ.         ପୁନଶ୍ଚ ପଚାରିଲି, କ\’ଣ ଶୁଣି ଥିଲ ?         ସାର୍ ଏତେ ରାତିରେ…

Read More

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?ଗାଁ ମୁଣ୍ଡ ବରଗଛ ତଳ ଚାନ୍ଦିନୀରେ ଶୋଇବାକୁ ଖରାଦିନ ଚାରିମାସ ବହୁତ ଭିଡ । ଘରେ କାହାର ରହିବାକୁ ଇଚ୍ଛା ହୁଏନି । ଛୁଆଠାରୁ ବୁଢ।।ଏ ସମସ୍ତେ ଦଶଟାରୁ ଅଖା କି ଶପ ଖଣ୍ଡେଖଣ୍ଡେ କାଖରେ ଯାକି ସେଠି ହାଜର । ଘଂଚ ବରଗଛର ବହଳ ଅନ୍ଧାରୁଆ ଛାଇକୁ ନଦୀପଠାରୁ ପାଣିଉପର ଦେଇ ଆସୁଥିବା ସୁଲୁସୁଲିଆ ଥଣ୍ଡା ପବନ ନିଦମାଉସୀକୁ ଡାକିଆଣେ । ଯିବା ଆସିବା ଲୋକ ଘଡିଏ ବସିଗଲେ ଢୁଳାଇବାକୁ ଆରମ୍ଭ କରନ୍ତି । ମଫସଲଲୋକଙ୍କର ଗାଁ ଗଣ୍ଡାରେ ଆଉ ଆଜିକାଲି ବିଶେଷକିଛି କାମନାହିଁ । ଟଙ୍କିକିଆ ଚାଉଳର ବାସିପଖାଳ ଅମୃତପରିକା ଲାଗୁଛି । ସାଙ୍ଗରେ କୋଳିଖଟ୍ଟା କି ଆମ୍ବୁଲ ଫାଳକୁ ଧାନୁଆ କଂଚାଲଙ୍କା ଲୁଣଦେଇ ଦଳିଦେଲେ ବେଲାଏ ଦେଢବେଲା ଉଠିବାକୁ ଭାରି ସହଜ । “ବାହ୍ୟ ମଳମୁକ୍ତ ଗାଁ”…

Read More

ବନ୍ଦ କବାଟ

ରଚିତା ପରିଡାଙ୍କ ଲିଖିତ ଗଳ୍ପ ବନ୍ଦ କବାଟ : ଭସା ମେଘର ସବାରିରେ ବର୍ଷାରାଣୀ ତା’ କଳା ଓଢ଼ଣୀ ଫାଙ୍କରୁ ଚାହିଁ ମୁରୁକି ହସମାରୁଛି, ବିଜୁଳିର ରୋଷଣି ଆଉ ଘଡଘଡିର ଆତସବାଜିକୁ ଡରି ସୂର୍ଯ୍ୟ ବାଦଲ ଭିତରେ ଲୁଚିଯାଇଛି । ଦୂର ଦିଗ୍‌ବଳୟଟା ପୂରା ଅନ୍ଧାର ଦିଶୁଛି । ସନ୍ଧ୍ୟା ହେବା ପୂର୍ବରୁ କିଏ ଯେମିତି ଆକଶଟାକୁ କଳା ରଙ୍ଗରେ ରଙ୍ଗେଇ ଦେଇଛି ।ଝରକା ଫାଙ୍କରୁ ଏସବୁ ଦୃଶ୍ୟ ଦେଖିବାକୁ ତାକୁ ଭାରି ଭଲଲାଗୁଛି । ରିମ୍‌ଝିମ୍ ବର୍ଷା ତାଳରେ ନାଚିବାକୁ ତାକୁ ବି ଇଚ୍ଛା ହେଉଛି । ଥଣ୍ଡା ପବନଟାଏ ଝରକା ଦେଇ ଯେବେ ତା’ଦେହରେ ବାଜିଯାଉଛି ତାକୁ ଲାଗୁଛି ସେ ଯେମିତି ତାକୁ ହାତଠାରି ଡାକୁଛି । କିନ୍ତୁ ଏ ବନ୍ଦ କବାଟ ଖୋଲିଲେ ସିନା । ବାହାରକୁ ଯିବା ତା ପାଇଁ ସମ୍ପୂର୍ଣ୍ଣ…

Read More