ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ୧୪ତମ ଅନୁବାଦ ସାହିତ୍ୟ ଆଧାରିତ ଆଲୋଚନାଚକ୍ର ଓ ଅନୂଦିତ ବହୁଭାଷୀ କାବ୍ୟପାଠ ଅନୁଷ୍ଠିତ ହୋଇଅଛି। ଅନୁଷ୍ଠାନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଅନୁବାଦକ ପ୍ରଦୀପ କୁମାର ଦାଶ , ଚିତ୍ତରଞ୍ଜନ ବ୍ରହ୍ମା, ମଂଜୁଳା ଆସ୍ଥାନା ମହାନ୍ତି,ଡ. ସଂଜୟ କୁମାର ମିଶ୍ର ଆଲୋଚକ ଭାବେ ଯୋଗଦେଇ ଯଥାକ୍ରମେ ଅନୁବାଦରେ ମୂଳ ଲେଖକ ଏବଂ ଅନୁବାଦକ ମଧ୍ୟରେ ସନ୍ତୁଳନର ଆବଶ୍ୟକତା, ଅନୁବାଦକ ଜଣେ ସର୍ଜନଶୀଳ ସ୍ରଷ୍ଟା, ଅନୁବାଦ ଶବ୍ଦାନୁଗାମୀ ଅଟେ ନା ସ୍ୱତନ୍ତ୍ର, ଭାରତୀର ସାଂସ୍କୃତିକ ଏକତା ଦିଗରେ ଅନୁବାଦର ଭୂମିକା ବିଷୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ। ପ୍ରତ୍ୟେକ ଭାଷାର ନିଜସ୍ବ ରୂପ ଓ ଶୈଳୀଗତ ବିଶେଷତା ଅଛି। ଭାରତ ପରି ବହୁଭାଷୀ ରାଷ୍ଟ୍ରରେ ସାମାଜିକ, ସାଂସ୍କୃତିକ, ଆର୍ଥିକ…
Read MoreCategory: ଅନ୍ୟାନ୍ୟ
ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” ପକ୍ଷରୁ ବନ ମହୋତ୍ସବ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” ପକ୍ଷରୁ ଶରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବୈଷ୍ଣବଗିରି ପର୍ଯ୍ୟଟନ ସ୍ଥଳୀରେ “ବନ ମହୋତ୍ସବ – ୨୦୨୩” ପାଳନ କରାଯାଇଛି । ଏହାକୁ ଖେଡ଼ପଡ଼ା ବନପାଳ ସୁମିତ୍ରା ମିଶ୍ର , ଶରଧାପୁରର ଯୁବ ସମାଜସେବୀ ସନ୍ତୋଷ କୁମାର ମୁଦୁଲି, ସଂଗଠନର ଉପସଭାପତି ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି ଓ ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ବୃକ୍ଷ ଦେବତାଙ୍କୁ ପୂଜା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେଠାରେ ବେଲ, ଅଶୋକ, ନିମ୍ବ, ବଉଳ ଆଦି ଅନେକ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯୟକ୍ରମରେ ସୋହମ୍ ସଂଗଠନ ର ସଦସ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ, ରଘୁନାଥ ଦାଶ, ପ୍ରଶାନ୍ତ କୁମାର ଶତପଥୀ, ରବୀନ୍ଦ୍ର କୁମାର ନାୟକ, ସ୍ୱେଚ୍ଛାସେବୀ ନିର୍ମଳ…
Read Moreନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିରରେ ମୋଟ ୧୮୫ଗୋଟି ମାମଲା ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ୧୩୨ ଗୋଟି ମାମଲା ଥିବା ବେଳେ ୪ ଗୋଟି ଗ୍ରାମ୍ୟ ସମସ୍ୟା ରହିଥିଲା । ୬୭ ଗୋଟି ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪୩ ଜଣଙ୍କୁ ସାହାଯ୍ୟ କରାଯାଇଥିବାବେଳେ ରେଡକ୍ରସରୁ ୬ଜଣଙ୍କୁ ସାହାଯ୍ୟ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା…
Read Moreକବି ଡ. ସୁରେଶ ବରାଡ଼ଙ୍କୁ ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି ସମ୍ମାନ
ଓଡଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଶିଷ୍ଟ କବି, ଲେଖକ, କଥାକାର ଏବଂ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ଉପସଭାପତି ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କୁ ତାଙ୍କର ସାମଗ୍ରିକ ସାହିତ୍ୟ ସାଧନା ପାଇଁ ପଶ୍ଚିମ ବଙ୍ଗର ଆସାନସୋଲସ୍ଥିତ ନବ୍ୟ ଫାଉଣ୍ଡେସନ ତରଫରୁ ସମ୍ମାନ ସୂଚକ ‘ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି’ ସମ୍ମାନରେ ଭୂଷିତ କରାଯାଇଛି। ଡ.ବରାଡ଼ ୨୨ ଖଣ୍ଡ ବିଭିନ୍ନ ଉପାଦେୟ ପୁସ୍ତକ ରଚନା କରି ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠିତ କବି ଓ ଲେଖକ ହିସାବରେ ସୁନାମ ଅର୍ଜ୍ଜନ କରିଛନ୍ତି। ତାଙ୍କର ଏହି ଉପାଦେୟ ପୁସ୍ତକ ଗୁଡ଼ିକ ବିଭିନ୍ନ ବିଦ୍ୟାଳୟ, ଧର୍ମ ଅନୁଷ୍ଠାନ ଏବଂ ଗ୍ରାମ ମାନଙ୍କରେ ଲୋକ ମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇ ପାରିଛି। ତାଙ୍କ ସାହିତ୍ୟ ସାଧନାକୁ ଦୃଷ୍ଟିରେ ରଖି ତାଙ୍କୁ ରାଷ୍ଟ୍ରିୟ ସାହିତ୍ୟ ଶିରୋମଣି ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିପାଇଁ ଆଜି ଶରଣକୁଳ ନିକଟସ୍ଥ ହରିହରପୁରସ୍ଥ…
Read Moreଗୋପିନାଥସ୍ଵାମୀ ବିଦ୍ଯାପୀଠର ୧୯୯୦ ବ୍ଯାଚ୍ ବନ୍ଧୁମିଳନ ସମାରୋହ
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଗୋପିନାଥସ୍ୱାମୀ ବିଦ୍ଯାପିଠର ୧୯୯୦ ବ୍ଯାଚ୍ ବନ୍ଧୁମିଳନ ସମାରୋହ ବିଦ୍ଯାଳୟ ପରିସରରେ ପାଳିଚ ହୋଇଯାଇଛି। ଦୀର୍ଘ ୩୩ବର୍ଷର ବ୍ଯବଧାନ ପରେ ନିଜ ସହପାଠୀମାନଙ୍କ ସହିତ ଏକତ୍ରିତ ହେବା ଏକ ଉତ୍ସବ ମୁଖର ବାତାବରଣ ମଧ୍ଯରେ ୧୯୯୦ବ୍ଯାଚ୍ ର ସମସ୍ତ ସହପାଠୀଙ୍କ ମନରେ ଉଲ୍ଲାସ ଭରିଦେଇଥିଲା। ଦୀର୍ଘ ବର୍ଷ ଧରି ବିଦ୍ଯାଳୟ ଛାଡ଼ିଥିବା ପୂର୍ବତନ ଛାତ୍ରଛାତ୍ରୀ ପୁଣି ଏକାଠି ହୋଇଥିଲେ ସୋସିଆଲ ମିଡ଼ିଆ ମାଧ୍ଯମରେ। ଯାହାର ଫଳ ସ୍ୱରୂପ ଗତ ଦୁଇମାସ ତଳେ ଜଣେ ସହପାଠୀଙ୍କ ମ୍ରୁତ୍ଯୁରେ ସହଯୋଗ କରି ବନ୍ଧୁତ୍ୱର ପରିପ୍ରକାଶ ପୁଣି ଉଦିତ ହୋଇଥିଲା। କାରଣ ବନ୍ଧୁତ୍ୱର ନିଦର୍ଶନ ସ୍ୱରୂପ ସେମାନେ ସହପାଠୀର ପରିବାର ସହିତ ଏହି ଦୁଃଖ ସମୟରେ ଠିଆ ହୋଇଥିଲା। ସେହିଠାରୁ ଆରମ୍ଭ ହେଲା ବନ୍ଧୁମିଳନ ସମାରୋହର ଅଙ୍କୁରୋଦ୍ଗମ। ଏହିପରି ପ୍ରତିବର୍ଷ ବନ୍ଧୁମିଳନ କରି ନିଜ ନିଜର ଅନୁଭୁତି…
Read More୭ମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ ହୋଇଯାଇଛି l ସେବା ସମିତି ପକ୍ଷରୁ ଚଳିତ ବର୍ଷ ସପ୍ତମ ଥର ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଛି l ପୂର୍ବରୁ ଏହି ସେବା ଉତ୍ସବ ଜରିଆରେ ଜିଲ୍ଲାର ବିଭିନ୍ନ ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟସେବା ଶିବିର, ଅଙ୍ଗଦାନ ଶିବିର, ରକ୍ତଦାନ ଶିବିର, ଚଷମା ବଣ୍ଟନ, ଅନ୍ନଦାନ, ବସ୍ତ୍ରଦାନ ପ୍ରଭୃତି ସେବା ଭିତ୍ତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ପାଇଁ ଦୁର୍ଗମ ଅଞ୍ଚଳରେ ଅସହାୟ ଲୋକଙ୍କୁ ବସ୍ତ୍ରଦାନ, ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ, ଅଙ୍ଗଦାନ ଶିବିର, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସେବା ଶିବିର ଆଦି ବିଭିନ୍ନ ସେବାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ନୟାଗଡ଼ ସହରର…
Read Moreଓଡ଼ଗାଁ ଠାରୁ ନୂଆଗାଁ ପିଡ଼ବ୍ଲୁଡି ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ଓଡ଼ଗାଁ ଠାରୁ ବାହାଡ଼ଝୋଲା ଦେଇ ନୂଆଗାଁ ପି ଡବ୍ଲୁ ଡି ରାସ୍ତାର ଗୁମି ପର୍ଯ୍ୟନ୍ତ ପ୍ରଶସ୍ତି ଓ ଉନ୍ନତିକରଣ କାର୍ଯ୍ୟର ପାଇଁ ଅଟକଳ ମୂଲ୍ୟ ୨୩ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯିବା ସହ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଅଞ୍ଚଳବାସୀଙ୍କ ତରଫରୁ ଏକ କୃତଜ୍ଞତା ସଭା ବାବା ଦୁତିକେଶ୍ୱରଙ୍କ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା, ସ୍ଥାପକ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ , ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି…
Read Moreନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ହୋଲି ଫାମିଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ, ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ପୋକ୍ସ ଏବଂ ସାଇବର ନିରାପତ୍ତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଶିକ୍ଷୟତ୍ରୀ ଅନିତା ସାହୁ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ କର୍ମଚାରୀ, ଆଇନସେବାର ମାଧ୍ୟମ ବର୍ଣନା କରିଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ପୋକ୍ସ ଏବଂ ସାଇବର ନିରାପତ୍ତା ବୁଝାଇଥଲେ । ସଦସ୍ୟ ମହମ୍ମଦ ଉମର ମଲ୍ଲିକ ଏବଂ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଛାତ୍ର ଶୃଙ୍ଖଳା ଜାତୀୟତା ଏବଂ ନିରାପତା ଉପରେ ମତବ୍ୟକ୍ତ କରିଥିଲେ । ଅଧକ୍ଷା ସୁଶ୍ରୀ ହେଲନା ଜର୍ଜ, ପବିତ୍ର କୁମାର ବଡ଼ସେଠ, ଏହିପରି ସଚେତନତା କାର୍ଯ୍ୟକ୍ରମ ର ଉପାଦେୟତ ଉପଲବ୍ଧି କରିଥିଲେ ।…
Read Moreପବିତ୍ର ବାହୁଡା ଅବସରରେ ଭଜନ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ବାହୁଡା ଯାତ୍ରା ଅବସରରେ ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଏବଂ ଦେବୋତ୍ତ ବିଭାଗର ମିଳିତ ସହଯୋଗରେ ଭଜନ ସମାରୋହ ପୁରୁଣା ସହର ବଡ଼ଦାଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଭଜନ ସମାରୋହ କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଦାମୋଦର ସାହୁ ମିଳିତ ଭାବେ ଉଦଘାଟନ କରିଥିଲେ। ପରମ୍ପରା ସମ୍ପାଦକ ଡ. ନିର୍ମଳ ଶୁରଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଭଜନ ସମାରୋହରେ ଜିଲ୍ଲାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ଏହି କ୍ରମରେ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ,ପୂର୍ଣ୍ଣଚନ୍ଦ୍ର ମିଶ୍ର,ସୁଶ୍ରୀ ମହାପାତ୍ର, ବିଜୟାନନ୍ଦ ମହାପାତ୍ର, ଭୂମିକା ମହାପାତ୍ର, ରଞ୍ଜନ ଦାଶ, ଯଶୋବନ୍ତ ପଟ୍ଟନାୟକ,ସୃଜନିକା ଦାଶ,ଗୋପୀନାଥ ସେଠୀ, ପ୍ରଦୀପ୍ତ ରଥ,ଶିବରାମ ଗାଆଣ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ କବୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ଦ୍ଵାରା ରଚିତ…
Read Moreଗୋଛା ମାଳରେ ଆଦିବାସୀ ମେଳି
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଦିବାସୀ ଅଧିକାର ମଞ୍ଚର ଆହ୍ୱାନରେ ଓଡଗାଁ ବ୍ଲକ ଗୋଛା ମାଳରେ ଆଦିବାସୀ ନେତା ଦୁତିକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ମେଳି ସଭା ଅନୁଷ୍ଠିତ ହୋଇଯାଇଛି ତା୧୯.୦୬.୨୩ରେ ! ଆଦିବାସୀ ଅଧିକାର ସଂଗ୍ରାମର ନେତୃତ୍ୱ ନେଉଥିବା ବରିଷ୍ଠ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ଏହି ସଭାରେ କ୍ଷୋଭ ପ୍ରକାଶକରି କହିଥିଲେ ଯେ ବିକାଶ ଯୋଜନା ଆଳରେ ଆଦିବାସୀମାନଂକୁ ସେମାନଙ୍କ ପ୍ରକୃତିଦତ୍ତ ଅଧିକାର ଉପରେ ଆଘାତ ପୂର୍ଵକ ବଞ୍ଚିତ କରାଯାଉଛି!ବନ ଉନ୍ନୟନ ନିଗମ ଓଡଗାଁ ବ୍ଲକର ସହସ୍ରାଧିକ ହେକଟର ପତିତ ଅନାବାଦୀ ଜମି ଆଦିବାସୀମାନଙ୍କ ଭୋଗ ଦଖଲରୁ ଛଡାଇଆଣି କାଜୁ ରୋପଣ କରିଛନ୍ତି ଏବଂ ଗ୍ରାମବାସୀଙ୍କ ଅଗୋଚରରେ କାଜୁ ମାଫିଆ ମାନଙ୍କୁ ଶାଗମାଛ ଦରରେ ଟେକିଦେଇ ପ୍ରଚୁର କିଳାପୋତେଇ ଅର୍ଜନ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି!କୌଣସି ପରିସ୍ଥିତିରେ ବି ବାହାର କାଜୁ ମାଫିଆମାନଙ୍କୁ ଆଦିବାସୀ ମାଳରେ…
Read More