ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡଗାଁ ଥାନା ଅଧ୍ଵନସ୍ଥ ବାଲିଶିଂସା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ ଓ ପଦ୍ମିନୀ ସାହୁ ବାର୍ଦ୍ଧକ୍ୟ ସମୟରେ ସେମାନଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେବାରୁ; ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରାଧିକରଣ ସେମାନଙ୍କ ଦରଖାସ୍ତକୁ ଗ୍ରହଣକରି ପଞ୍ଜୀକୃତ କରିଥିଲେ ଏବଂ ପ୍ରାଧିକରଣର ତାଲିକାଭୁକ୍ତ ଓକିଲ ରମେଶ ଚନ୍ଦ୍ର ମହାରଣାଙ୍କୁ ମୋକଦ୍ଦମା ପରିଚାଳନା ନିମନ୍ତେ ନିର୍ଦେଶ ଦେଇଥିଲେ । ମାନ୍ୟବର ପରିବାର ଅଦାଲତ, ନୟାଗଡ ସେମାନଙ୍କ କେସକୁଗ୍ରହଣକରିବା ସହିତ ଉଭୟପକ୍ଷଙ୍କ ଯୁକ୍ତିକୁ ଶୁଣି ବୃଦ୍ଧ ପିତାମାତାଙ୍କ ଭରଣ ପୋଷଣ ନିମନ୍ତେ ବଡ ପୁଅ ଶିବ ସାହୁ ବାପାଙ୍କୁ ମାସିକ ଟ. ୧୮୦୦.୦୦ ଓ ମାଙ୍କୁ ଟ. ୧୮୦୦,୦୦ ଏବଂ ସାନ ପୁଅ ବିଜୟ ସାହୁ ବାପା ଙ୍କୁ ଟ. ୧୨୦୦,୦୦ ଓ ମାଙ୍କୁ ଟ. ୧୨୦୦,୦୦ ଲେଖାଏଁ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ବୃଦ୍ଧ ପିତାମାତା ସେମାନଙ୍କ ଭରଣ ପୋଷଣ ପ୍ରାପ୍ୟ ପାଇଥିବା ହେତୁ ଜିଲ୍ଲା ଆଇନ ସେବା ପ୍ରାଧକରଣଙ୍କୁ ନିଜର କୃତଜ୍ଞତା ଜଣାଇଥିବା ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୟାଗଡଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ପାଇଲେ ବୃଦ୍ଧ ପିତାମାତା
