ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଦାସିଆ ଅଜାଙ୍କ ଜନ୍ମ ଜୟନ୍ତୀ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶ ପଇସାର ରାଜା ଦାସିଆ ଅଜାଙ୍କ ୧୧୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ସ୍ଥାନୀୟ କଚେରୀ ବଜାର ସ୍ଥିତ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୂଜ୍ୟପୂଜା କମିଟିର ସଦସ୍ଯମାନେ ଉପସ୍ଥିତ ହୋଇ ସ୍ବର୍ଗତ ଦାସରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଧୂପ ପୁଷ୍ପ ମାଲ୍ଯାର୍ପଣ ପୂର୍ବକ ସ୍ମୁତିଚାରଣ କରିଥିଲେ। ପୂଜ୍ୟପୂଜା କମିଟିର ସଂପାଦକ ସମାଜସେବୀ ଅରୁଣ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାହିତ୍ଯିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ଜନକ ଦାସିଆ ଅଜାଙ୍କ ମହନୀୟତା ବିଷୟରେ ଆଲୋଚନା କରିଥିବା ବେଳେ ନୟାଗଡ଼ ପୌରପରିଷଦର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମାଜସେବୀ ଶ୍ରୀକାନ୍ତ ଖଟେଇ, କାଉନସିଲର ଜାନକୀବଲ୍ଲଭ ଜେନା, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ରୋଟାରୀ କ୍ଳବ ସଭାପତି ଅବଦୁଲ ଆରିଫ୍ ଖାଁନ୍, ଶ୍ରୀଧର ସାହୁ, ଅବିନାଶ ସାହୁ, ସନ୍ତୋଷ କୁମାର ନାୟକ ଆଦି ପ୍ରମୁଖ ସଦସ୍ଯ ମାନେ ଉପସ୍ଥିତ ରହି ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୁତି ଚାରଣ କରିଥିଲେ।

Related posts