ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା’ ଫାଉଣ୍ଡେସନର ସଂପାଦକ ରଂଜନ ରଶ୍ମି ଜେନାଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି ବନ ମହୋତ୍ସବ- ୨୦୨୩। ଏହି ପରିପ୍ରେକ୍ଷୀରେ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ସ୍କଲାର୍ସ ଫ୍ରିଡମ୍ ଏକାଡେମୀର ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସର ଠାରୁ ବାହାରି ତ୍ରିନାଥ ଛକ ଦେଇ ୧୪ ନଂ ଓ୍ବାର୍ଡ ସ୍ଥିତ ଭବାନୀ ମନ୍ଦିର ପର୍ଯ୍ୟନ୍ତ ଏକ ଜନ ସଚେତନତା ଶୋଭାଯାତ୍ରାରେ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଓ ସମ୍ମାନୀତ ଅତିଥିଭାବେ ବରିଷ୍ଠ ସମାଜସେବୀ ଦାମୋଦର ସାହୁ, ମା ଫାଉଣ୍ଡେସନର ସଭାପତି ବସନ୍ତ କୁମାର ମିଶ୍ର, ଓ୍ବାର୍ଡ ନଂ-୧୨ କାଉନସିଲର ଅଳକା ମଞ୍ଜରୀ ନାୟକ, ଓ୍ଵାର୍ଡ ନଂ-୧୧ର କାଉନସିଲର ଅକ୍ଷୟ କୁମାର ଵିଶ୍ଵାଳ, ସୋଲପଟାର ପୂର୍ବତନ ସରପଞ୍ଚ ମନୋଜ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭ ଉଦ୍ଘାଟନ କରିବା ସହିତ ବୃଷ ରୋପଣ କରିଥିଲେ।

ମା’ ଫାଉଣ୍ଡେସନର ଉପ ସଭାପତି ଗୋପୀନାଥ ସେଠୀ ଓ ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ର, ସ୍କଲାର୍ସ ଫ୍ରିଡମ୍ ଏକାଡେମୀର ନିର୍ଦ୍ଦେଶକ ସୁଧିର କୁମାର ମହାପାତ୍ର, ଅଧ୍ୟକ୍ଷ ଆଲୋକ କୁମାର କରଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷକ/ଶିକ୍ଷୟିତ୍ରୀ, ଶତାଧିକ ଛାତ୍ରଛାତ୍ରୀ, ବନ ବିଭାଗର କର୍ମଚାରୀ ଓ ମା ଫାଉଣ୍ଡେସନ, ନୟାଗଡ଼ର ସଦସ୍ୟ , ଟୁଆଁ, ରଵି ଖୁଣ୍ଟିଆ, ସଂଜୟ ପରିଡା, ସମେତ ବହୁ ସ୍ବେଚ୍ଛାସେବୀ ଓ ପରିବେଶବିତ୍ ଯୋଗ ଦେଇଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ଓ ଗଛର ଉପକାରିତା ବିଷୟରେ ଜନ ସଚେତନତା କରାଯାଇଥିଲା। ନୟାଗଡ଼ ୧୪ ନଂ ଓ୍ବାର୍ଡ ସ୍ଥିତ ମା ଭବାନୀ ମନ୍ଦିର ପରିସରରେ ଲଗାଯାଇଥିବା ଗଛ ଗୁଡିକର ସୁରକ୍ଷା ଓ ଯତ୍ନ ନେବା ସହିତ ଆଗାମୀ ଦିନରେ ଆହୁରି ଅଧିକ ବୃକ୍ଷ ରୋପଣ କରି ନୟାଗଡ଼କୁ ସବୁଜ ସୁନ୍ଦର କରିବା ପାଇଁ ମା ଫାଉଣ୍ଡେସନ୍ ର ସମସ୍ତ କର୍ମକର୍ତ୍ତା ସଂକଳ୍ପ ନେଇଥିଲେ। ଏହି ମହତ କାର୍ଯ୍ୟକୁ ନୟାଗଡ଼ର ଜନସାଧାରଣ ଖୁବ ପ୍ରଶଂସା କରିଛନ୍ତି।

