ଦଶପଲ୍ଲା,(ନୟାଗଡ଼ ଦର୍ପଣ) : ଚଳିତ ମାସ ପହିଲା ଠାରୁ ୧୫ ଦିନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ନୟାଗଡ ସେବା ଉତ୍ସବ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ସପ୍ତମ ବାର୍ଷିକ ସେବା ମହୋତ୍ସବ କାର୍ଯ୍ୟକ୍ରମ ଆଜି ଦଶପଲ୍ଲା ବ୍ଲକର ଦୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସେବା ଉତ୍ସବ ସମିତି ଓ ସୀତାରାମ ୟୁଥ କ୍ଲବର ମିଳିତ ଆନୁକୁଲ୍ୟରେ ମାଗଣା ସ୍ବାସ୍ଥ୍ୟସେବା ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ପ୍ରାୟ ୨୫o ଜଣ ରୋଗୀ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ନେଇ ଯାଇଥିଲେ। ସେବା ଉତ୍ସବ ସମିତି ପକ୍ଷରୁ ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ଅପହଂଚ ଅଂଚଳରେ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥାଏ। ଏତଦବ୍ୟତୀତ ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ, ବସ୍ତ୍ର, ଚଷମା, ଛତା, ଚପଲ ଆଦି ବଣ୍ଟନ କରାଯାଉଛି। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ବାବଧାନତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚକ୍ଷୁ ବିଶେଷଜ୍ଞ ଡ଼ ଅରବିନ୍ଦ ଦାସ, ଅମ୍ରିତରାଜ ଶତପଥି, ବିଶ୍ଵରଂଜନ ମହାପାତ୍ର, ସୁରେନ୍ଦ୍ର କୁମାର ନାୟକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଫାର୍ମାଶିଷ୍ଟ ଗଣେଶ୍ବର ଓଝା, ପ୍ରିୟବ୍ରତ ପ୍ରଧାନ ଉପସ୍ଥିତ ରହି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସୀତାରାମ ୟୁଥ କ୍ଲବ ସଦସ୍ୟ ସୁଜିତ ପ୍ରଧାନ, ସରୋଜ ସାହୁ, ବ୍ରଜେନ୍ଦ୍ରପ୍ରସାଦ ଧଳ,ସେବା ସମିତି ସଦସ୍ୟ ଗୁଲସନ କୁମାର ଦାସ, ଗାୟତ୍ରୀ ପ୍ରିୟଦର୍ଶିନୀ, ରାଜଲକ୍ଷ୍ମୀ ମହାନ୍ତି, ପରମେଶ୍ବର ସାହୁ, ଲିଙ୍କନ ସାହୁ, ଅଭିଜିତ କର, ସ୍ମୃତିଶିଖା ପରିଡା, ଏସ ଓଁକାର, ମଳୟ ରଞ୍ଜନ ରାୟ, ଯୁଧିଷ୍ଠିର ବେହେରା, କରଣ ବଡଟିଆ ପ୍ରମୁଖ ସାମିଲ ହୋଇଥିଲେ। ତେବେ ୧୨ ଦିନ ଧରି ଚାଲିଥିବା ଏହି ସେବା କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖରେ ଉଦଯାପନୀ ହେବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

