ଦଶପଲ୍ଲା ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନାର ଥାନା ଅଧିକାରୀ ବସନ୍ତକୁମାର ସାହୁଙ୍କ ପୁରୀ ଜିଲ୍ଲାକୁ ବଦଳି ହେବା ପରେ ନୂତନ ଥାନା ଅଧିକାରୀ ଭାବେ ମୁକେଶ କୁମାର ବେହେରା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ବେହେରା ପୂର୍ବରୁ ୨୦୨୨ ଏପ୍ରିଲ୍ ମାସଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ବାଣିଗୋଛା ଥାନାରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ଚାନ୍ଦପୁର ଥାନାକୁ ବଦଳି ହୋଇଥିଲେ। ଚାନ୍ଦପୁର ଥାନାରୁ ଏବେ ଦଶପଲ୍ଲା ଥାନା ଅଧିକାରୀ ଭାବେ ଦାୟିତ୍ଵ ମିଳିବା ପରେ ଦଶପଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସମେତ ବେଧଡ଼କ ନିଶା କାରବାରକୁ ବନ୍ଦ କରିବା ଦିଗରେ ବିଶେଷ ଗୁରୁତ୍ଵ ଦେବେ ବୋଲି ସୂଚନା ଦେଇଛନ୍ତି। ପୋଲିସକୁ ଜନସାଧାରଣ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।

Read More

ଓଡ଼ଗାଁ ବ୍ଲକର ବିଭିନ୍ନ କ୍ଲଷ୍ଟରରେ ମାସିକ ବୈଠକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଆଜି ପ୍ରତ୍ୟେକ ବ୍ଲକରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଉକ୍ତ ବୈଠକ ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କରାଯାଇଥିଲା।ଏ ଅବସରରେ କୋମଣ୍ଡ କ୍ଲଷ୍ଟର ଅନ୍ତର୍ଗତ ଧନୁର୍ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ ସେଣ୍ଟ୍ରାଲ୍ ସ୍କୋୟାର୍ ଫାଉଣ୍ଡେସନ ତରଫରୁ ରାଜ୍ୟ ଏଫ୍.ଏଲ୍.ଏନ୍ ମୁଖ୍ୟ ପ୍ରତିନିଧି ମିସ୍ ଶ୍ୱେତା ଡୋଭାଲ୍।ପ୍ରାଥମିକ ବିଦ୍ୟାଳୟରେ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମର ତଦାରଖ କରିବା ସହ ସେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷଣକାର୍ଯ୍ୟ ସମ୍ବନ୍ଧରେ ବିଭିନ୍ନ ପରାମର୍ଶ ଦେଇଥିଲେ।ଏହା ବ୍ୟତୀତ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଯୋଗଦେଇ ଚଳିତ ଶିକ୍ଷାବର୍ଷ ଠାରୁ ଆରମ୍ଭ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କ ନୂତନ ୟୁନିଫର୍ମବଣ୍ଟନ ଓ ୟୁଡାଇସ୍ ପ୍ଲସ୍ ପୂରଣ ଉପରେ…

Read More

ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ଡିଆରଡିଏ ସୃଜନ ସଭା ଗୃହରେ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଉଦଘାଟକ ହିସାବରେ ଯୋଗଦାନ କରି ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ଜଳନ କରି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶିକା ଡ.ପ୍ରୀତି ପ୍ରତିଭା ଭୋଳ ଯୋଗଦାନ ୍‌କରିଥବା ବେଳେ ସମ୍ମାନୀତ ଅତିଥିଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ,ଶିକ୍ଷକ ସଂଗଠନ ଓଷ୍ଟାର ପ୍ରାକ୍ତନ ସଭାପତି ପଦ୍ମନାଭ ବିଶ୍ୱାଳ,ଜିଲ୍ଲା ପରିଶଦ ସଦସ୍ୟ ସୁବାସ…

Read More

ବନ ମହୋତ୍ସବ ଅବସରରେ ପରିବେଶ ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା’ ଫାଉଣ୍ଡେସନର ସଂପାଦକ ରଂଜନ ରଶ୍ମି ଜେନାଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି ବନ ମହୋତ୍ସବ- ୨୦୨୩। ଏହି ପରିପ୍ରେକ୍ଷୀରେ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ସ୍କଲାର୍ସ ଫ୍ରିଡମ୍ ଏକାଡେମୀର ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସର ଠାରୁ ବାହାରି ତ୍ରିନାଥ ଛକ ଦେଇ ୧୪ ନଂ ଓ୍ବାର୍ଡ ସ୍ଥିତ ଭବାନୀ ମନ୍ଦିର ପର୍ଯ୍ୟନ୍ତ ଏକ ଜନ ସଚେତନତା ଶୋଭାଯାତ୍ରାରେ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଓ ସମ୍ମାନୀତ ଅତିଥିଭାବେ ବରିଷ୍ଠ ସମାଜସେବୀ ଦାମୋଦର ସାହୁ, ମା ଫାଉଣ୍ଡେସନର ସଭାପତି ବସନ୍ତ କୁମାର ମିଶ୍ର, ଓ୍ବାର୍ଡ ନଂ-୧୨ କାଉନସିଲର ଅଳକା ମଞ୍ଜରୀ ନାୟକ, ଓ୍ଵାର୍ଡ ନଂ-୧୧ର…

Read More

୧୫ପଞ୍ଚାୟତର ବିଭିନ୍ନ ଗାଁର ଆବଶ୍ୟକତା ବୁଝିବା ସହ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଦେଲେ ବିଧାୟକ ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁବାର ନୟାଗଡ଼ ବ୍ଲକ ୧୫ ପଞ୍ଚାୟତ ଗସ୍ତରେ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରତି ପଞ୍ଚାୟତରେ ବୈଠକ କରି ପ୍ରତି ଗାଁର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି । ଗାଁର ରୂପରେଖ ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ ଚାଲିଥିବା ବେଳେ ମୁରବୀଙ୍କ ନିଷ୍ପତ୍ତିକୁ ଅରୁଣ ପ୍ରାଧାନ୍ୟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ବିକାଶ ପାଇଁ ଦେଇଥିବା ବାର୍ତ୍ତାକୁ ଲୋକଙ୍କ ପାଖରେ ବିଧାୟକ ଉପସ୍ଥାପନ କରିବା ସହ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର କିଭଳି ବିକାଶ ହୋଇଛି ତାହା ଆଲୋଚନା କରୁଛନ୍ତି। ପ୍ରତି ପଞ୍ଚାୟତ ପାଇଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବିକାଶ ମୂଳକ କାର୍ଯ୍ୟର ତାଲିକା ପ୍ରସ୍ତୁତି କରାଯାଉଛି । ଗୁରୁବାର ନୟାଗଡ଼ ବିଧାୟକ ଡ. ସାହୁ ନୟାଗଡ଼ ବ୍ଲକର…

Read More

ଦୁଡ଼ା ଗ୍ରାମରେ ସେବା ଉତ୍ସବ ଓ ମାଗଣା ସ୍ବାସ୍ଥ୍ୟ ଶିବିର

ଦଶପଲ୍ଲା,(ନୟାଗଡ଼ ଦର୍ପଣ) : ଚଳିତ ମାସ ପହିଲା ଠାରୁ ୧୫ ଦିନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ନୟାଗଡ ସେବା ଉତ୍ସବ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ସପ୍ତମ ବାର୍ଷିକ ସେବା ମହୋତ୍ସବ କାର୍ଯ୍ୟକ୍ରମ ଆଜି ଦଶପଲ୍ଲା ବ୍ଲକର ଦୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସେବା ଉତ୍ସବ ସମିତି ଓ ସୀତାରାମ ୟୁଥ କ୍ଲବର ମିଳିତ ଆନୁକୁଲ୍ୟରେ ମାଗଣା ସ୍ବାସ୍ଥ୍ୟସେବା ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ପ୍ରାୟ ୨୫o ଜଣ ରୋଗୀ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ନେଇ ଯାଇଥିଲେ। ସେବା ଉତ୍ସବ ସମିତି ପକ୍ଷରୁ ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ଅପହଂଚ ଅଂଚଳରେ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥାଏ। ଏତଦବ୍ୟତୀତ ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ ଜିଲ୍ଲାର…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୟାଗଡଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ପାଇଲେ ବୃଦ୍ଧ ପିତାମାତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡଗାଁ ଥାନା ଅଧ୍ଵନସ୍ଥ ବାଲିଶିଂସା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ ଓ ପଦ୍ମିନୀ ସାହୁ ବାର୍ଦ୍ଧକ୍ୟ ସମୟରେ ସେମାନଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେବାରୁ; ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରାଧିକରଣ ସେମାନଙ୍କ ଦରଖାସ୍ତକୁ ଗ୍ରହଣକରି ପଞ୍ଜୀକୃତ କରିଥିଲେ ଏବଂ ପ୍ରାଧିକରଣର ତାଲିକାଭୁକ୍ତ ଓକିଲ ରମେଶ ଚନ୍ଦ୍ର ମହାରଣାଙ୍କୁ ମୋକଦ୍ଦମା ପରିଚାଳନା ନିମନ୍ତେ ନିର୍ଦେଶ ଦେଇଥିଲେ । ମାନ୍ୟବର ପରିବାର ଅଦାଲତ, ନୟାଗଡ ସେମାନଙ୍କ କେସକୁଗ୍ରହଣକରିବା ସହିତ ଉଭୟପକ୍ଷଙ୍କ ଯୁକ୍ତିକୁ ଶୁଣି ବୃଦ୍ଧ ପିତାମାତାଙ୍କ ଭରଣ ପୋଷଣ ନିମନ୍ତେ ବଡ ପୁଅ ଶିବ ସାହୁ ବାପାଙ୍କୁ ମାସିକ ଟ. ୧୮୦୦.୦୦ ଓ ମାଙ୍କୁ ଟ. ୧୮୦୦,୦୦ ଏବଂ ସାନ ପୁଅ ବିଜୟ ସାହୁ ବାପା ଙ୍କୁ ଟ. ୧୨୦୦,୦୦ ଓ ମାଙ୍କୁ ଟ. ୧୨୦୦,୦୦ ଲେଖାଏଁ ଦେବାପାଇଁ…

Read More

ଦାସିଆ ଅଜାଙ୍କ ୧୧୬ତମ ଜନ୍ମବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୬ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ତରଫରୁ କଚେରୀ ବଜାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ମୁନିସିପାଲଟି ଉପାଧ୍ୟକ୍ଷ…

Read More

ନୂଆଗାଁର ବିଭିନ୍ନ ସ୍ଥାନରେ ସେବା ଉତ୍ସବ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୩ ଆଜି ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେବା ଉତ୍ସବ ସମିତିର କର୍ମକର୍ତା ମାନେ ବିଭିର୍ଣ୍ଣ ଅଭାବୀ ପରିବାରଙ୍କୁ ସହାୟତାର ହାତ ବଢ଼ାଇଥିଲେ। ସେବା ଉତ୍ସବ ସମିତି ପକ୍ଷରୁ ଏହି ଅବସରରେ ସପଡା ଗ୍ରାମରେ ମିଲେଟ ମିଶନ, ବାଲ୍ୟ ବିବାହ ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଥପ୍ରାନ୍ତ ନାଟକ ମାଧ୍ୟମରେ ମାଣ୍ଡିଆ ଚାଷର ଉପକାରିତା ଓ ବାଲ୍ୟ ବିବାହକୁ ନେଇ କଲେଜ ଛାତ୍ରଛାତ୍ରୀମାନେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ଏହାପରେ ସଂପଡା, ଭୂଇଁରଗଡି ଗ୍ରାମରେ ସେବା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମବାସୀଙ୍କୁ ନେଇ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଚପଲ, ଛତା ଓ…

Read More

ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ କୃଷ୍ଣସପ୍ତମୀ ତା୯/୭/୨୦୨୩ରିଖ ଦିନଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଗୁରୁମା ଚାରୁ ପଟ୍ଟନାୟକ ଦ୍ୱୀପ ପ୍ରଜ୍ବଳନ କରିଥିଲେ। ପ୍ରଧାନାଚାର୍ୟ୍ଯ ଅମ୍ବିକା ପ୍ରସାଦ ପଟ୍ଟନାୟକ ସମ୍ମିଳନୀର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ଶିଶୁ ମାତୃଗର୍ଭରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଂସ୍କାର ଗ୍ରହଣ କରିବା ସମୟ। ଏହି ବୟସରେ ଶିଶୁ ତା’ର ପରିବାର, ବିଦ୍ୟାଳୟ ଓ ସମାଜରୁ ବିଭିନ୍ନ କଥା ଶିଖେ। ଶିଶୁମାନେ ବିଦ୍ୟାଳୟରେ ଯେପରି କ୍ରିୟାକଳାପ କରନ୍ତି ତାହାକୁ ଘରେ ମା’ମାନଙ୍କ ଦ୍ୱାରା ଶିଶୁ ଅଭ୍ୟାସ କରିବା ଆବଶ୍ୟକ। ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ଭାଗ୍ୟଲତା ସାହୁ ଅତିଥି ପରିଚୟ କରିଥିଲେ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମା’ ମାନଙ୍କ ପ୍ରୟୋଗିକ କାଲାଂଶ ଶିଶୁବାଟିକାର ଗୁରୁମାମାନେ କରିଥିଲେ। ପରିଚାଳନା ସମିତିର ସଦସ୍ୟା ଜ୍ୟୋଛନାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Read More