ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନରେ ଆଜି ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଚି। ବାହାନଗା ଭୟାବହ ରେଳ ଦୁର୍ଘଟଣା ପାଇଁ ନିରାଡ଼ାମ୍ୱର ଢଙ୍ଗରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ସାମ୍ବାଦିକ ରଜତ କୁମାର ପଟ୍ଟନାୟକ, ଭାଜପା ନେତା ସନ୍ତୋଷ ପ୍ରଧାନ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମାଜର ଭଲ ପାଇଁ ଚିନ୍ତା କରୁଥିବା ଅନୁଷ୍ଠାନ ସହ ସବୁବେଳେ ରହିଛି ଓ ରହିବି। ପରେ ଭାଜପା ନେତା…
Read MoreCategory: ଅନ୍ୟାନ୍ୟ
ସ୍ବେଛାସେବୀ ଅନୁଷ୍ଠାନ ‘ସୋହମ’ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ‘ସୋହମ‘ ତରଫରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲ ସହଯୋଗରେ ଏହାର ରକ୍ତ ଭଣ୍ଡାରରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ହସ୍ପିଟାଲର ରକ୍ତ ଭଣ୍ଡାର ଅଫିସର ଡ଼ା. ବେଣୁଧର ଶତପଥୀ , ସୋହମ ଅନୁଷ୍ଠାନ ର ସଭାନେତ୍ରୀ ଡ. କବିତା ମିଶ୍ର, ସଦସ୍ୟ ଶୁଭକାନ୍ତ ରଣସିଂହ, ପ୍ରହଲ୍ଲାଦ କୁମାର ସାହୁ, ଦେବାଶିଷ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ୧୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଉତ୍କଳ ହସ୍ପିଟାଲ ର ଚୌଧୁରୀ ସୁବାଷ ଚନ୍ଦ୍ର ଦାସ, ସନାତନ ସାହୁ, କାଜଲ ମହାନ୍ତି, ଦମୟନ୍ତୀ ହାଁସଦା, ହେମନ୍ତ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
Read More୫ସୁଦ୍ଧା ଦାବି ପୂରଣ ନହେଲେ ୮ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବି ଗୁଡ଼ିକ ପ୍ରତି ସରକାର ବାରମ୍ବାର ଏଡ଼ାଇ ଚାଲିଥିବା ପ୍ରତିବାଦରେ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ସରକାରଙ୍କୁ ଚରମବାଣୀ ଦିଆଯାଇଛି । ଆସନ୍ତା ୫ତାରିଖ ଶିକ୍ଷକ ଦିବସ ଅବ୍ୟବହିତ ପୂର୍ବରୁ ସରକାର ଶିକ୍ଷକମାନଙ୍କ ଦାବି ପୂରଣ ନକଲେ ୮ ତାରିଖରୁ ସମସ୍ତ ବର୍ଗର ଶିକ୍ଷକ ସମୂହ ଛୁଟିରେ ରହିବେ ଶିକ୍ଷକ । ଫଳରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ତାଲା ଝୁଲିବା ସହିତ ପିଲାମାନଙ୍କ ପାଠପଢ଼ା ଠପ୍ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁଙ୍କୁ ଭେଟି ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଗୁଡ଼ିକ ମଧ୍ୟରେ ଠିକାପ୍ରଥା ଉଚ୍ଛେଦକରି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା…
Read Moreଦଶପଲ୍ଲା ଥାନାକୁ ବଡ଼ ସଫଳତା, ଜଣକୁ ଗିରଫ କରିବା ସହ ବିଭିନ୍ନ ନିଶା ଦ୍ରବ୍ୟ ଏବଂ ଗାଡି ଜବତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାକୁ ମିଳିଛି ସଫଳତା । ଗାଡି ସହ କଫ ସିରଫ, ମଦ ଓ କିଛି ନିଶା ଦ୍ରବ୍ୟ ଦଶପଲ୍ଲା ପୁଲିସ ଜବତ କରିବା ସହିତ ଜଣକୁ ଗିରଫ କରିଛି । ଗତ କାଲି ଦଶପଲ୍ଲା ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଘୋଳାହାଣ୍ଡି ଓସ୍ତ ଛକଠାରେ ଶଙ୍କର ପ୍ରଧାନ ଓରଫ ଭାଲୁଙ୍କ ଦୋକାନରେ ଚଢ଼ଉ କରିଥିଲେ । ତାଙ୍କ ଠାରୁ ୨୩ ଗୋଟି କଫ ସିରଫ ବୋଟଲ ଜବତ କରିବା ସହ ୬ ଗୋଟି କିଙ୍ଗଫିସର ବିୟର, ୯ ଗୋଟି ବାକାଡି ବ୍ଲାକ ମଦ, ୬ ଗୋଟି ମାକଡ୍ରଲ ଓ କିଛି ନିଶା ଔଷଧ ଜବତ କରିଥିଲେ । ଏଥି ସହିତ ଓଡି୨୫ଏଚ୦୪୯୪ ଗ୍ଲାମର ମଟର ସାଇକେଲ ଗାଡିକୁ ଜବତ କରାଯାଇଛି । ଦଶପଲ୍ଲା…
Read Moreଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରରେ ଦେବଦଳନ ରଥ ଚକ
ନୂଆଗାଁ,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଅବସରରେ ଅପରାହ୍ନରେ ଦୁରଦୁରା ଗ୍ରାମରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରରେ ପୁରୀରୁ ଦେବଦଳନ ରଥର ଚକ ଆସି ପହଞ୍ଚିଛି। ଦୁରୁଦୁରା ଗ୍ରାମରେ ରଥଚକ ପହଞ୍ଚିବା ପରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଥମେ ଆଜ୍ଞାମାଳ ଦେଇ ଶ୍ରଦ୍ଧାଳୁମାନେ ଗ୍ରାମକୁ ରଥଚକ୍ରକୁ ପାଛୋଟି ନେବା ସହ ଗ୍ରାମ ପରିକ୍ରମା କରିଥିଲେ । ପରେ ଉକ୍ତ ରଥଚକକୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟରେ ସଂସ୍ଥାପନ କରାଯାଇଥିଲା l ଘଣ୍ଟ, ମୃଦଙ୍ଗ, ତୁରୀ, ଗିନି ଧ୍ଵନିରେ ଦୁରୁଦୁରା ଗ୍ରାମ ଉତ୍ସବମୁଖର ହୋଇଉଠିଥିଲା । ଏଥି ସହିତ କବିସୂର୍ଯ୍ୟନଗରରୁ ଆସିଥିବା ଘଣ୍ଟବାଦ୍ୟ ଦଳ ଏବଂ ମା’ ମଙ୍ଗଳା ପାଇକ ଆଖଡ଼ାର କଳାକାରମାନେ ସେମାନଙ୍କର ପାଇକ ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ସହଯୋଗରେ ସଂଗ୍ରହାଳୟକୁ ଆସିଥିବା ସଂଗ୍ରହାଳୟର ସଂପାଦକ ସଞ୍ଜୟ କୁମାର…
Read Moreଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଗହ୍ମା ପୂର୍ଣ୍ଣିମାରେ ଗୋ-ପୂଜନ କାର୍ଯ୍ୟ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯିବାର ବିଧି ରହିଛି। ଗୋମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି । ଏହି ପରମ୍ପରାକୁ ପାଥେୟ କରି ଆଜି ପବିତ୍ର ଗହ୍ମା ପୂର୍ଣମା ଅବସରରେ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଜି ଗୋ – ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଚି। ଇଟାମାଟିରେ ଥିବା ଗୋଶାଳାରେ ଆଜି ବନ୍ଦାପନା କରାଯାଇ ପରେ ଗୋମାତାଙ୍କୁ ପିଠା ଓ ଘାସ…
Read Moreମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବିଧାୟକଙ୍କୁ ଆଶୀର୍ବାଦ ଦେଲେ ଗ୍ରାମବାସୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଯୋଡିହେଉଛି ଗାଁ’କୁ ସହର ଆଉ ସୁଗମ ହେଉଛି ଗମନା ଗମନ l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହେଲା ନୟାଗଡ଼ ନିର୍ବାଚନ ମଣ୍ଡଳୀର ନୟାଗଡ଼ ବ୍ଲକର ବିଭିନ୍ନ ଗ୍ରାମ l ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆସିଲା ନିର୍ଦେଶନାମା l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇଥିବା ରାସ୍ତା ଗୁଡିକ ହେଲା ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହି ଠାରୁ ବନମାଳିପୁର ନୂତନ ରାସ୍ତା ପାଇଁ 4କୋଟି 41ଲକ୍ଷ ଟଙ୍କା, ପିଡବ୍ଲୁଡି ରୋଡ଼ ଠାରୁ ଭାୟା ଶଙ୍ଖେଇ ଉଚ୍ଚ ବିଦ୍ୟାଳୟ – ଆଦର୍ଶ ବିଦ୍ୟାଳୟ – ତେନ୍ତୁଳିଆପଲ୍ଲୀ – ନୋତ୍ତର – ଶଙ୍ଖେଇ ରାସ୍ତା ପାଇଁ 4କୋଟି 26ଲକ୍ଷ ଟଙ୍କା l ସେହିପରି ହାଟଦ୍ୱାର ଠାରୁ ମଙ୍ଗରାଜପୁ- ଖମାରସାହି ରାସ୍ତା ନିର୍ମାଣ ପାଇଁ…
Read Moreନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ଶେଷ ସ୍ପର୍ଶ “ଶ୍ରାବଣୀ” କବିତା ଆସର ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟାୟର ଏହି ସଭାରେ ମୁଖ୍ୟ ଅତିଥିଭାବରେ ନୟାଗଡ଼ର ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ କବି ଲେଖକ ମାନେ ଅନ୍ୟାୟ ଅନୀତି ଓ କୁ ସଂସ୍କାର ବିରୁଦ୍ଧରେ ଲେଖନୀ ଚାଳନା କରିବା ପାଇଁ ମତାମତ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶୀଷ ପଟ୍ଟନାୟକ ଓ ମଣ୍ଡଳ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ କାଳଜୟୀ ସାହିତ୍ୟ ରଚନା ଉପରେ ବକ୍ତବ୍ୟ ଦେଇଥିଲେ l ଜିଲ୍ଲାର ଶତାଧିକ କବି ଲେଖକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କବିତା ପାଠ କରିଥିଲେ l…
Read Moreଚନ୍ଦ୍ରାୟନ ଟିମରେ ନୟାଗଡ଼ ଜିଲ୍ଲାର ଦୁଇ ଯୁବ ବୈଜ୍ଞାନିକ ତଥା ଭାପୁରର ଆଶିଷ ଓ ଓଡ଼ଗାଁର ପୀୟୂଷକାନ୍ତିଙ୍କୁ ଶୁଭେଚ୍ଛାର ସୁଅ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ସାରା ଦେଶ ଉତ୍ସାହିତ ଅଛି। ଏହି ଟିମ୍ରେ କାମ କରୁଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ବଡ଼ସହରା ପଞ୍ଚାୟତ ସାନସହରା ଗ୍ରାମର ଯୁବ ବୈଜ୍ଞାନିକ ଆଶିଷ ପଟ୍ଟନାୟକ ଓ ଓଡ଼ଗାଁ ବ୍ଲକ୍ ସୁନାମୁହିଁ ଗ୍ରାମର ବୈଜ୍ଞାନିକ ପୀୟୂଷକାନ୍ତି କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୂଚନା ମିଳିଛି। ଦୁଇ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି। ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଓ ଭାପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପଟ୍ଟନାୟକଙ୍କ ନାତି ଏବଂ ତାଙ୍କ ପିତା ପୂର୍ବତନ ପ୍ରଧାନଶିକ୍ଷକ ମୁରଲୀଧର ପଟ୍ଟନାୟକ ଓ ମାତା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମଞ୍ଜୁରାଣୀ ପଟ୍ଟନାୟକ। ସେ ଇସ୍ରୋ ଶ୍ରୀହରିକୋଟାରେ ୨୦୦୬ ମସିହାରୁ ବୈଜ୍ଞାନିକ ଭାବେ ଯୋଗଦାନ କରି କାର୍ଯ୍ୟ କରିଆସୁଛନ୍ତି। ସେ ରକେଟ୍ ତଥା…
Read Moreନୂଆରୂପ ପାଇବ ନୟାଗଡ଼ ମୁନିସିପାଲିଟି, ୱାର୍ଡ଼ ୱାର୍ଡ଼ ବୁଲି ସମୀକ୍ଷା କରୁଛନ୍ତି ବିଧାୟକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ସମସ୍ତ ୱାର୍ଡର ରୂପାନ୍ତରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଗତ ସପ୍ତାହରେ ନୟାଗଡ଼ ସହରରେ ବିକାଶର ଯାତ୍ରା ଚାଲିଛି। ୫-ଟି ମାଧ୍ୟମରେ ଅନେକ ପ୍ରକଳ୍ପ ଅନୁମୋଦନ ହୋଇଛି । ପ୍ରତ୍ୟେକ ୱାର୍ଡକୁ ଲକ୍ଷାଧ୍ୟକ ଟଙ୍କା ମିଳିଥିବାବେଳେ ଟଙ୍କାର କିପରି ସୁବିନିଯୋଗ ହେବ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ ସମସ୍ତ ୱାର୍ଡ ବୁଲି ଏହାର ସମୀକ୍ଷା କରିଛନ୍ତି। ଶୁକ୍ରବାର ୱାର୍ଡ ନଂ-୭ ରୁ ସମୀକ୍ଷା ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ମହିଳାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସହରର ପୁରୁଖା ଲୋକମାନେ ଏଥିରେ ସାମିଲ ହୋଇଥିଲେ । ବିଭିନ୍ନ ୱାର୍ଡରେ କାଉନସିଲରମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ଏହା ପରେ ୮ନଂ ୱାର୍ଡରେ ସମୀକ୍ଷା କରାଯାଇଥିଲା। ସେହିପରି ଭାବେ ୯ ନଂ ଓ…
Read More