ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦାଶିଆ ଅଜାଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର କାଣ୍ଡାରୀ ସ୍ବର୍ଗତ ଦାଶରଥି ପଟ୍ଟନାୟକ ତଥା ଦଶପଇସିଆ ଅଜା ଦାଶିଆ ଅଜାଙ୍କ ଶ୍ରାଦ୍ଧବାର୍ଷିକୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୁରିଆର ଛାତ୍ରଛାତ୍ରୀଙ୍କ ଗହଣରେ ପାଳିତ ହୋଇଛି l ବରିଷ୍ଠ ଶିକ୍ଷକ ଶେଖ ଅବଦୁଲ ଖାଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ସହକାରୀ ଶିକ୍ଷୟିତ୍ରୀ ନିଶାମଣୀ ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ l ସହକାରୀ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର,ରଶ୍ମି ରଞ୍ଜିତା ବେହେରା ଓ ଲଷ୍ମୀପ୍ରିୟା ନାୟକ ଦାଶରଥି ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ଛାତ୍ର ଛାତ୍ରୀଙ୍କ ତରଫରୁ ସ୍ବୀଟି ଲେଙ୍କା ଓ ଲଷ୍ମୀପ୍ରିୟା ପାଳ ବକ୍ତବ୍ୟ ରଖିଥିଲେ l ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ ଓ ମଗନମ ଜାହା ଦାଶିଆ ଅଜାଙ୍କ ଉପରେ କୁଇଜ ପ୍ରତିଯୋଗିତା ପରିଚାଳନା କରିଥିଲେ l ସଭା ଶେଷରେ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Related posts