ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ନୟାଗଡ଼ ଠାରେ ପ୍ରବାଦ ପୁରୁଷ ତଥା ଓଡିଶା ପାଠାଗାର ଆନ୍ଦୋଳନର ପିତାମହ, ପ୍ରଖ୍ୟାତ ସଂଗ୍ରାହକ ସାହିତ୍ୟ ସାଧକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଆଚାର୍ଯ୍ୟl ଶ୍ରୀମତୀ ପ୍ରମୋଦିନୀ ମିଶ୍ର ଦାଶିଆ ଅଜା ଙ୍କ ଜୀବନୀ ଓ କାର୍ଯ୍ୟlବଳୀ ବିଷୟରେ ବର୍ଣ୍ଣନା କରିଥିଲେ। ଏକାଗ୍ରତା, ବ୍ୟବସ୍ଥିତତା, ସାଂସ୍କୃତିକ ଚେତନା ଆମେ ତାଙ୍କ ଜୀବନୀ ରୁ ଶିକ୍ଷା କରିବା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସହପ୍ରାନ୍ତ ପରୀକ୍ଷା ସଂଯୋଜକ ଶ୍ରୀ ରୁଦ୍ର ନାରାୟଣ ବେହେରା, ପ୍ରାନ୍ତ ବିଦ୍ୟାମନ୍ଦିର ଶୈକ୍ଷିକ ପ୍ରମୁଖ ଶ୍ରୀ କୈଳାସ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ। ପ୍ରଧାନlଚାର୍ୟ୍ଯ ଙ୍କ ତତ୍ୱାବଧାନ ରେ ସମସ୍ତ ଗୁରୁଜୀଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ ପାଳିତ
