ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ତରଫରୁ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସହର ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଚିନ୍ମୟ ମିଶନର ସନ୍ନ୍ୟାସୀ ସ୍ବାମୀ ଚିଦଘନ୍ନାନନ୍ଦ ସରସ୍ବତୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବଚନରେ କହିଥିଲେ ଯେ, ସୁସ୍ଥ ଶରୀର ସୁସ୍ଥ ମନ ନିର୍ମାଣ କରିଥାଏ। ଶରୀର ସୁସ୍ଥ ରହିବା ପାଇଁ ପ୍ରତିଦିନ ଆସନ ଓ ମନକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ପ୍ରାଣାୟାମ କରିବା ଆବଶ୍ଯକ। ଖାଦ୍ୟ ସଂଯମତା ହିଁ ସୁସ୍ଥ ଶରୀରର ଚାବିକାଠି ବୋଲି ମଧ୍ଯ କହିଥିଲେ। ଉକ୍ତ ପ୍ରତିଯୋଗିତାର ବିଚାରକ ଭାବେ ଲଡୁକେଶ ଆଞ୍ଚଳିକ ମହାବିଦ୍ୟାଳୟର ସଂସ୍କୃତ ଅଧ୍ଯାପକ ଡକ୍ଟର ସନ୍ତୋଷ କୁମାର ସାହୁ, ରାଜ ରଣପୁର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ଯାପିକା ନିଳିମା ନନ୍ଦ, ସଂସ୍କୃତ ଶିକ୍ଷକ…
Read MoreCategory: ଅନ୍ୟାନ୍ୟ
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପ୍ରାକ୍ତନ ଛାତ୍ରଛାତ୍ରୀ ସମାବେଶ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପ୍ରାକ୍ତନ ଛାତ୍ରଛାତ୍ରୀ ସମାବେଶ। ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ଯାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ଯାଳୟ ମାନଙ୍କରେ କୌଣସି ବ୍ଯବସ୍ଥା ହୋଇ ନାହିଁ। ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏକ ଅନାଥ ଆଶ୍ରମ ଗଢ଼ିବା ପାଇଁ ସଂକଳ୍ପ ନେଇ ଏକ ନିଆରା ଢଙ୍ଗରେ ମୋ ସ୍କୁଲ ଅଭିଯାନକୁ ପାଳନ କରିବାକୁ ପ୍ରୟାସ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ତଥା ପ୍ରାକ୍ତନ…
Read Moreନୟାଗଡ଼ ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ବାରମାସୀ ଲେନରେ ଥିବା ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ୨୦୨୩-୨୪ ପାଇଁ ଏକ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅଧ୍ୟାପକ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ମୁଖ୍ୟ ଅତିଥି ରୂପେ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଚାରକ ଭାବେ ଗୁରୁକୃପା ଯୋଗ ସମିତି, ଖୋର୍ଦ୍ଧା ତଥା ବାଣପୁର ମେଡିକାଲରେ କାର୍ଯ୍ୟରତ ପ୍ରସନ୍ନ କୁମାର ମିଶ୍ର, ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଏବଂ ବିଜ୍ଞାନ ଅଧ୍ୟାପକ ବିଶ୍ଵ ମୋହନ ପଣ୍ଡା ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିବା ବେଳେ ଚିତ୍ର କଳା ଓ ହସ୍ତଶିଳ୍ପ ବିଭାଗରେ ଜଗୁ ନାରାୟଣ ସ୍କୁଲ୍, କୁରାଳର ଶିକ୍ଷକ ରାଜ କିଶୋର ନାୟକ, ଶ୍ରୀ ପଲିଟେକନିକର ଅଧ୍ୟାପକ ଅଜିତ କୁମାର ତ୍ରିପାଠୀ…
Read Moreରେଳ ଘରୋଇକରଣ ପ୍ରତିବାଦରେ ସି.ଆଇ.ଟି.ୟୁ.ର ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରର ରେଳ ବିଭାଗରେ ବ୍ୟାପକ ଘରୋଇକରଣ ଓ ଅବ୍ୟବସ୍ଥା ବିରୁଦ୍ଧରେ ନୟାଗଡ଼ ରେଳଷ୍ଟେସନ ଠାରେ ଶ୍ରମିକ ସଂଗଠନ ସିଆଇଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ମାଷ୍ଟର ସଞୟକୁମାର ପ୍ରଧାନଙ୍କ ଜରିଆରେ ସ୍ମାରକପତ୍ର ଦିଆଯାଇଛି।ତା୨୩.୧୨.୨୦୨୩ ଅପରାହ୍ନରେ ସିଆଇଟିୟୁ ନେତା ସୁରେଶ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସଙ୍ଗଠନର ଜିଲ୍ଲା ଆବାହକ ବିଶ୍ଵନାଥ ମହାପାତ୍ର ଉଦବୋଧନ ଦେଇ କହିଥିଲେ ଯେ ମୋଦୀ ଶାସନରେ ଘରୋଇକରଣ ପ୍ରକ୍ରିୟାରେ କର୍ପୋରେଟ ପୁଞ୍ଜି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି ଏବଂ ରେଳବାଇ ବିଭାଗ ଏହାର ପ୍ରୟୋଗଶାଳା ପାଲଟିଛି। ରେଳପଥ, ରେଳଗାଡ଼ି, ରେଳ ଷ୍ଟେସନ ଘରୋଇ ମାଲିକଙ୍କ ହାତରେ ଟେକିଦେବାରେ ରେକର୍ଡ ଭାଙ୍ଗିଛନ୍ତି ନରେନ୍ଦ୍ର ମୋଦୀ ନିଜର ଅତ୍ୟନ୍ତ ଅନୁଗତ ଅଶ୍ଵିନୀ ବୈଷ୍ଣବଙ୍କ ସହାୟତାରେ। ରେଳ ଯାତ୍ରାରେ ନିରାପତ୍ତା ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି, ଲଗାତାର…
Read Moreବିଜେପି ସରକାର ୧୪୬ସାଂସଦଙ୍କୁ ସଂସଦରୁ କଲେ ନିଲମ୍ବନ, ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ନେତୃବୃନ୍ଦ କଲେ ବିକ୍ଷୋଭ
ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ବିଜେପି ସରକାର ୧୪୬ ବିରୋଧୀ ଦଳ ସାଂସଦ ମାନଙ୍କୁ ସଂସଦରୁ ଅଗଣତାନ୍ତ୍ରିକ ଭାବେ ନିଲମ୍ବିତ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଉପରେ ବିଜେପି ବିଜେପି ସରକାରଙ୍କ ଏଭଳି ଆକ୍ରମଣକୁ ବିଶ୍ୱ ବ୍ୟାପି ସବୁ ସ୍ତରରେ ନିନ୍ଦା କରାଯାଉଛି। ଗଣତାନ୍ତ୍ରିକ ନୀତିନିୟମକୁ ହତ୍ୟା କରାଯାଉଥିବାରୁ ଆମର ସଂସଦୀୟ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏଆଇସିସି ସଭାପତି ତଥା ଇଣ୍ଡିଆ ମେଣ୍ଟର ପ୍ରମୁଖ ନେତା ଶ୍ରୀ ମଲ୍ଲୀକାର୍ଜୁନ ଖଡ଼ଗେ ଜୀଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ଦିଲ୍ଲୀ ସମେତ ଦେଶବ୍ୟାପି ବିକ୍ଷୋଭ କରାଯାଇଛି । ଏହି ଅବସରରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଣ୍ଡିଆ ଗଠବନ୍ଧନ ନେତୃବୃନ୍ଦ ସହ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଗଣତାନ୍ତ୍ରିକ ନିଷ୍ପତିର ପୁନଃରୁଦ୍ଧାର କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…
Read Moreତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଛାତ୍ର ଅରଜିତ୍ ମହାପାତ୍ର ବ୍ଳକରେ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୨-୨୩ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ସାମନ୍ତମାର୍ଗ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ୩ୟ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା କ୍ଷିତିପ୍ରଭା ଦଳବେହେରା ଓ ଅନୁଷ୍କା ବିଶ୍ବାଳ ମେଧାବୃତ୍ତି ପାଇ ଥିଲାବେଳେ ଅରଜିତ୍ ମହାପାତ୍ର ନୟାଗଡ଼ ବ୍ଳକରେ ମେରିଟ୍ ଲିଷ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଥିବା ଶ୍ରଦ୍ଧା ସୁମନ,କେ ଦେବସ୍ମିତା ଓ ଗୌରବ ମହାରଣା ମେଧାବୃତ୍ତି ହାସଲ କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନନ୍ଦନ ସମାରୋହ…
Read Moreଦଶପଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ପରିଷଦ ଅଞ୍ଚଳ ଅନ୍ତର୍ଗତ ଦୂର୍ଗାବଜାର ଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୟାଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ବୈଠକ କରିବା ପରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ୍ ଅନ୍ତର୍ଗତ ପାଣ୍ଡରାସିଙ୍ଗି ଠାରେ ପହଞ୍ଚିଥିଲେ। ସେଠାରେ ବିଜେପି ନେତ୍ରୀ ଇନ୍ଦୁମତି ନାୟକ, ବିଜେପିର ରାଜ୍ୟ ପରିଷଦ ସଦସ୍ୟ ତଥା ବିଜେପି ନେତା ମନୋଜ କୁମାର ବେହେରା, ଅନୁସୂଚିତ ଜାତିର କାର୍ଯ୍ୟକାରିଣୀ ସଦସ୍ୟ ରାଘବ ମଲ୍ଲିକ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ଶହ ଶହ କର୍ମୀ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ଜଣାଇ ବିରାଟ ଶୋଭାଯାତ୍ରାରେ ଆସି ମଧ୍ୟଖଣ୍ଡ ଠାରେ ପହଞ୍ଚିଥିଲେ। ମଧ୍ୟଖଣ୍ଡ ଠାରେ ବିଜେପି…
Read Moreଗ୍ରୀନକ୍ଲବ ପକ୍ଷରୁ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦ୍ଘାଟିତ
ନନ୍ଦିଘୋର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦ୍ଘାଟିତ ହୋଇଯାଇଛି। କ୍ଲବର ସଭାପତି ବିଭୁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶରଣକୁଳ ଅଞ୍ଚଳରେ କୁନୁ କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନାର ଅୟରାରମ୍ଭ କରିଛି। ଆଜିର ଉଦଘାଟନୀ ଉତ୍ସବରେ ଅତିଥିଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ଭୁବନେଶ୍ଵର ଲ’ କଲେଜର ଅଧ୍ୟକ୍ଷ ଡ.ଗିରୀଶ ରଂଜନ ସାହୁ, ସମାଜସେବୀ ତଥା ଜ୍ଞାନାଲୋକ ଟ୍ରଷ୍ଟ ଭୁବନେଶ୍ଵରର ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ସାହୁ, ପରିବେଶ ପ୍ରେମୀ ସୁବାଷ ଚନ୍ଦ୍ର ନାୟକ ଓ ପରିବେଶବିତ୍ କବି ଡ.ସୁରେଶ ଚନ୍ଦ୍ର ବରାଡ଼। ବିଭୁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…
Read Moreଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ପୁରୁଣା ସହରସ୍ଥିତ ଦକ୍ଷିଣକାଳୀ ପଡିଆରେ ମା’ ଦକ୍ଷିଣକାଳୀ ଭଲିବଲ କ୍ଲବ ଆନୁକୂଲ୍ୟରେ ଚତୁର୍ଥ ଶୁଭମ ମେମୋରିଆଲ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି। ଏହି ଅବସରରେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଷ୍ଟଦିବଶୀୟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଡିସେମ୍ବର ୧୬ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରୁ ୮ଗୋଟି ଦଳ ଅଂଶଗ୍ରହଣ କରିବେ ବୋଲି କ୍ଳବର ସଭାପତି ରାଜା ପଟ୍ଟନାୟକ ଓ ସମ୍ପାଦକ ମାନସ ପ୍ରୀତମ ସୂଚନା ପ୍ରଦାନ କରିଛନ୍ତି। ପୁରୁଣା ସହରର ବହୁ ବ୍ୟକ୍ତି ଏବଂ ଯୁବ ଖେଳାଳୀଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ଦିବସ ଖେଳରେ କୋମଣ୍ଡ ଭଲିବଲ ଆସୋସିଏସନ ଏବଂ ଭାଟସାହି ଭଳିବଲ ଆସୋସିଏସନ ମଧ୍ୟରେ ଖେଳ ହୋଇଥିବା ଜଣାପଡ଼ିଛି।
Read Moreନୟାଗଡ଼ରୁ ୪ଜଣ ସାଇକେଲ ଚୋର ଗିରଫ, ୨୬ସାଇକେଲ ଜବତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଏକ ସାଇକେଲ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଟାଉନ ପୁଲିସ ୨୬ଟି ଚୋରା ସାଇକେଲ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଅଲେଖ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସଠାରୁ ସୂଚନା ମିଳିଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ଡିମିରିପାଟଣା ଗ୍ରାମର କୁମର ସାହୁ, ପ୍ରଶାନ୍ତ କୁମାର ନାୟକ, ବାଲୁଗାଁ ପଞ୍ଚାୟତ ନୂଆକଣ୍ଟାବଣିଆ ଗ୍ରାମର ହରେଶ ସ୍ବାଇଁ ଓରଫ ମନୁଆ ବୋଲି ସୂଚନା ମିଳିଛି। ଗତ ୧୧ ତାରିଖ ନୟାଗଡ଼ ସହର ଓଡଗାଁ ଛକ ଜିନିୟସ ସୋରୁମ ସାମ୍ନାରୁ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଏକ ସାଇକେଲ ଚୋରୀ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ…
Read More