ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ତରଫରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୬୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ କୁନିକୁନି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଛାତ୍ରଛାତ୍ରୀ ବିଜ୍ଞାନ ଅନୁସନ୍ଧିତ୍ସୁ ହେବା ପାଇଁ…

Read More

ଆଇନ ସାକ୍ଷରତା କ୍ଲବ ଛାତ୍ରଛାତ୍ରୀଙ୍କ ପଥପ୍ରାନ୍ତ ନାଟକ ପ୍ରଦର୍ଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଏବଂ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ପ୍ରାଧିକରଣର ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ, ଲେଙ୍କୁଡିପଡା ଉଚ୍ଚ ବିଦ୍ୟାଳୟ ପ୍ରଦର୍ଶନ କରିବା ଅବସରରେ ଉଚ୍ଚ ବିଦ୍ୟାଳୟ ଆଇନ ସାକ୍ଷରତା କ୍ଲବ ଛାତ୍ର ଛାତ୍ରୀମାନେ “ଏସିଡ ଆକ୍ରମଣ “ ଉପରେ ଏକ ଚିତାକର୍ଷକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ । ଜାତୀୟ, ରାଜ୍ୟ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯବଳୀକୁ ମଧ୍ୟ ପ୍ରଦର୍ଶନ କରିଥିଲେ । ଶିକ୍ଷୟତ୍ରୀ ଶ୍ରୀମତୀ ସୌଦାମିନୀ ସ୍ଵାଇଁଙ୍କ ଲିଖିତ ଏବଂ ନିର୍ଦେଶିତ ପଥପ୍ରାନ୍ତ ନାଟକଟିକୁ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ ଉପଭୋଗ କରିଥିଲେ ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମାଣିକେଶ୍ଵର…

Read More

ଇଟାମାଟି ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଇବର ସୁରକ୍ଷା ବିଷୟରେ ବିଶେଷ ଜ୍ଞାନ ନଥିବା ଏବଂ ସଚେତନତା ଅଭାବରୁ ଛାତ୍ରଛାତ୍ରୀ, ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅନେକ ସାଇବର ଠକାମୀର ଶିକାର ହେଉଛନ୍ତି। ସାଇବର କ୍ରାଇମ୍ ଅପରାଧର ଏମିତି ଏକ ଶାଖା ଯାହା ଅନଲାଇନ୍ ମାଧ୍ୟମରେ ଲୋକମାନଙ୍କୁ ଠକି ଥାନ୍ତି ଅପରାଧୀମାନେ। ଏହି ଠକାମୀରେ ପଡିଥିବା ବ୍ୟକ୍ତି ବିଶେଷ ଯଥାଶୀଘ୍ର ଅଭିଯୋଗ କରିବାର ଆବଶ୍ୟକତା ଅଛି ଚେବେ ପୋଲିସ୍ ଅପରାଧୀ ପାଖରେ ପହଞ୍ଚିବାରେ ସକ୍ଷମ ହୋଇପାରିବ ବୋଲି ଇଟାମାଟି ଥାନା ତରଫରୁ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଇଟାମାଟି ଥାନା ଅଧିକାରୀ ଦିଲ୍ଲିପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ସଂଯୋଜନାରେ…

Read More

ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୧୮ ତାରିଖରେ ହେବାକୁଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ପାଇଁ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଉଁଶିଆପଡ଼ା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ଶିକ୍ଷକ ସଂଗଠନର ନେତୃମଣ୍ଡଳୀ ଉପସ୍ଥିତ ରହି ଏହି ଶିଶୁ ମହୋତ୍ସବକୁ ଖୁବ ଆକର୍ଷଣୀୟ କରିବା ପାଇଁ ମତାମତ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ହେବାକୁ ଥିବା ସଭା ଏବଂ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,ଜିଲ୍ଲା ପରିଷଦ ସଦସ୍ୟ, ସ୍ଥାନୀୟ ସରପଞ୍ଚ,ସମିତିସଭ୍ୟ, ବିଦ୍ୟାଳୟ ପରିଚଳାନା କମିଟି ସଭାପତି ପ୍ରମୁଖ ଅତିଥିଭାବେ ଯୋଗଦାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଓଡିଶାର ବରପୁତ୍ର କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏହି ଅବସରରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ଯୋଦ୍ଧା ତଥା ମହାନ୍ ଦେଶ ସେବକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ପ୍ରଥମେ ବିଦ୍ଯାଳୟ ପରିସରରେ ସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ପୁଷ୍ପ ମାଲ୍ଯାର୍ପଣ ପୂର୍ବକ ଧୂପ ଦୀପ ଅର୍ପଣ କରି ଥିଲେ। ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ସେବା ବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ବିଷୟରେ ଉଦବୋଧନ ଦେଇଥିଲେ। ସମସ୍ତ ଗୁରୁଜୀ…

Read More

ମର୍ଣ୍ଣି କ୍ଳବ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମର୍ନିଙ୍ଗ କ୍ଳବ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ନୟାଗଡ଼ ଖେଳ ପଡିଆ ଠାରେ ଚଳିତ ମାସ ଗତ ୨ତାରିଖରୁ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଫାଇନାଲ ମ୍ୟାଚରେ ଯଦୁମଣି କ୍ଲବ ଇଟାମାଟି ବନାମ ଖଣ୍ଡପଡ଼ା ମଧ୍ୟରେ ଖେଳ ହୋଇଥିଲା । ଆଜିର ଖେଳ ଭାରି ରୋମାଞ୍ଚକ ହୋଇଥିଲା କାରଣ ଖେଳ ଶେଷ ସୁଧା ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିବା ବେଳେ ପେନାଲିଟି ସଟ୍ ମରାଯାଇଥିଲା । ଏଥିରେ ମଧ୍ୟ ଉଭୟ ଦଳ ସମାନ ସ୍ଥିତିରେ ଥିଲେ । ଏହା ପରେ ପୁଣି ରେଫରୀଙ୍କ ଦ୍ୱାରା ଉଭୟ ଦଳକୁ ଗୋଟିଏ ଗୋଲର ସୁଯୋଗ ଦିଆଯାଇଥିଲା । ଏଥିରେ ଯଦୁମଣି କ୍ଲବ ଇଟାମାଟି ୧-୦ ଗୋଲରେ ବିଜୟ ଲାଭ କରିଥିଲା। ଆଜିର ଖେଳରେ ଶ୍ରେଷ୍ଠ…

Read More

ନିଜ ବନ୍ଧୁକରୁ ଗୁଳିଫୁଟି ଗୁରୁତର ହେଲେ ଶିକାରୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ – ବୌଦ୍ଧ ସୀମାନ୍ତ ବଦଲା ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବଦଲା ଗାଁର ସନ୍ନ୍ୟାସୀ ଜାନୀ ଶିକାର କରିବାକୁ ଯାଇଥିବା ବେଳେ ନିଜ ବନ୍ଧୁକରେ ଗୁଳି ଭର୍ତ୍ତି କରି ଯାଉଥିବା ବେଳେ ହଠାତ୍ ଝୁଣ୍ଟି ପଡ଼ିଥିଲେ। ଏହି ସମୟରେ ହଠାତ୍ ଗୁଳିଫୁଟି ତାଙ୍କର ମଳଦ୍ୱାରରେ ବାଜିଥିଲା। ସନ୍ନ୍ୟାସୀଙ୍କ ମଳଦ୍ୱାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତାଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Read More

ନୟାଗଡ଼ରେ ଅକ୍ଟୋବର ୧୬ ଏବଂ ୧୭ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚେସ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବା ନେଇ ସୂଚନା

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ୍ ଆସୋଶିଏସନ ଏବଂ କେ.ସି. କ୍ଲବ ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏ ନେଇ ଆଜି ନୟାଗଡ଼ କେ.ସି. କ୍ଲବ ପରିସରସ୍ଥ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଥମ ଦଶ ଜଣକୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯିବ| ନୟାଗଡ଼ ଚେସ୍ ଆଶୋସିଏସନ୍‌ର ସଭାପତି ଶ୍ରୀଧର ସାହୁ, ସମ୍ପାଦକ ରିତେଶ କୁମାର ରଥ, କେ.ସି. କ୍ଲବର ସଭାପତି ଭାଗିରଥ ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ ଓ ବରଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସମ୍ପୂର୍ଣ୍ଣ ବିବରଣୀ ରଖୁଛନ୍ତି । ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ…

Read More

ଲୋକାଲ ଫଣ୍ଡ ଅଡିଟରଙ୍କ ପରଲୋକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାଞ୍ଚଳରେ କାର୍ଯ୍ୟରତ ଲୋକାଲ ଫଣ୍ଡ ଅଡିଟର ସବିତା ସାହୁଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି । ସେ କିଛିଦିନ ଧରି କର୍କଟ ରୋଗରେ ପିଡ଼ିତ ଥିଲେ । ସୂଚନା ଯୋଗ୍ୟ ଯେ ସ୍ୱର୍ଗତା ସାହୁ ପ୍ରଥମେ ନୟାଗଡ଼ ବ୍ଲକ ଅନ୍ତର୍ଗତ ସିନ୍ଦୁରିଆ ପ୍ରାଥମିକ ବିଦ୍ୟାଳୟରେ କିଛି ବର୍ଷ ଶିକ୍ଷକତା କରିଥିଲେ । ପରବର୍ତ୍ତି ସମୟରେ ସେ ଲୋକାଲ ଫଣ୍ଡ ଅଡିଟର ଭାବେ ନିଯୁକ୍ତି ପାଇ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଡିଟ କାର୍ଯ୍ୟ କରୁଥିଲେ । ନୟାଗଡ଼ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ସେ ଧର୍ମପତ୍ନୀ ଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏକମାତ୍ର ପୁତ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତା ସାହୁ…

Read More

ନୟାଗଡ଼ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସଂପଦର ମେଳା ଓ ପ୍ରଶିକ୍ଷଣ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୨୧ ଓ ୨୨ ତାରିଖରେ ଏକ ଦୁଇ ଦିନିଆ ମେଳା ଓ ପ୍ରଶିକ୍ଷଣ ଶିବିର ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଉଭୟ ବିଭାଗ ସମେତ ଉଦ୍ୟାନ, କୃଷି, ଜଳ ବିଭାଜିକା ବିଭାଗର ୨୫ଗୋଟି ଷ୍ଟଲ ପଡ଼ିବା ପାଇଁ ନିଷ୍ପତି ହୋଇଅଛି । ଜିଲ୍ଲାର ସମସ୍ତ ବ୍ଲକରୁ ଦୈନିକ ସାତଶହ ଲେଖାଁଏ ଚାଷୀ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗରୁ ଏହି ମେଳା ଓ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ସଙ୍ଗେ ସଙ୍ଗେ ବିଭାଗୀୟ ବିଶେଷଜ୍ଞମାନଙ୍କ ତରଫରୁ ସଂପୃକ୍ତ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ କାର୍ଯ୍ୟକ୍ରମ ସ୍ଥିର…

Read More