ନୟାଗଡ଼,(ନୟାଗଡ଼ ଦର୍ପଣ): ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ବାସୀଙ୍କ ପାଇଁ କଂଗ୍ରେସର ଦଶ ଦଫା ଗ୍ୟାରେଣ୍ଟି କାର୍ଡକୁ ନୟାଗଡ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଉନ୍ମୋଚନ କରିଛନ୍ତି। ନୟାଗଡ ଜିଲ୍ଲା ବାସୀଙ୍କ ପାଇଁ ନୟାଗଡରେ ନୂଆ ଚିନିକଳ ସ୍ଥାପନ ଗ୍ୟାରେଣ୍ଟି ସହ ରାଜ୍ୟ ବାସୀଙ୍କୁ କଂଗ୍ରେସ ଦଳର ୯ ଗ୍ୟାରେଣ୍ଟି ମଧ୍ୟରେ…୧. ଗୃହ ଜ୍ୟୋତି ଯୋଜନା ରେ ରାଜ୍ୟର ପ୍ରତ୍ୟେକ ଘରୋଇ ବିଦ୍ୟୁତ ଉପୋଭୋକ୍ତା ଙ୍କ ପାଇଁ ୨୦୦ ୟୁନିଟ ବିଜୁଳି ଦେୟ ଛାଡ଼ଳ୨. ଯୁବବିକାଶ ଯୋଜନାରେ ରାଜ୍ୟର ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ସହିତ ମାସିକ ୩୦୦୦ଟଙ୍କା ବେକାରୀ ଭତ୍ତା।୩. କୃଷକ ବନ୍ଧୁ ଯୋଜନାରେ ବୋନସ ସହିତ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା। କୃଷକ…
Read MoreCategory: ଅନ୍ୟାନ୍ୟ
ଏ.ଡି.ଏମ. ଦେଲେ ପ୍ରତିଶୃତି, ଚତୁର୍ଥ ଦିନରେ ଭାଙ୍ଗିଲେ ଆମରଣ ଅନଶନ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଚତୁର୍ଥ ଦିନରେ ରାଜସୁନାଖଳାକୁ ଏନ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ। ଅନଶନ ସ୍ଥଳରେ ଦିନ ତମାମ ଜମିଲା ନେତାଙ୍କ ଭିଡ଼। ପହଁଚିଲେ ଶାସକ, ବିରୋଧୀ ଦଳର ଅନେକ ନେତା। ଗୁରୁବାର ବିଳମ୍ବିତ ରାତିରେ ସିପିଏମ ନେତା ସୁରେଶ ସ୍ୱାଇଁ ପହଞ୍ଚି ସମର୍ଥନ ଜଣାଇଥିଲେ। ଶୁକ୍ରବାର ସକାଳ ସମୟରେ ପ୍ରଥମେ ବିଜେପି ମଣ୍ଡଳ ସଭାପତି ଜୟନ୍ତ କୁମାର ନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପ୍ରଭାରୀ ଅଶୋକ ମିଶ୍ର ପହଞ୍ଚି ରାଜ୍ୟ ସରକାର ଖୁବଶୀଘ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦେବାକୁ ଦାବି କରିବା ସହ ଅନଶନକାରୀ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ପ୍ରଧାନଙ୍କ ମାତୃଭୂମି ପ୍ରୀତିକୁ ନେଇ ପ୍ରଶଂସା କରିଥିଲେ ଅଶୋକ ମିଶ୍ର। ମାଧ୍ୟାନ୍ନରେ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ…
Read Moreହୁସେନ, ସତ୍ୟବ୍ରତ ପିସିସି ସାଧାରଣ ସମ୍ପାଦକ, ସରୋଜ ପରିଡା ସମ୍ପାଦକ ମନୋନୀତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ, ଏବଂ ରଣପୁର ର ଯୁବନେତା ସତ୍ୟବ୍ରତ ନାୟକ ଙ୍କୁ ପିସିସି ସାଧାରଣ ସମ୍ପାଦକ ଏବଂ ଦଶପଲ୍ଲା ର ବରିଷ୍ଠ ନେତା ସରୋଜ ପରିଡା ଙ୍କୁ ପିସିସି ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ଏଆଈସିସି ସାଧାରଣ ସମ୍ପାଦକ ସଂଗଠନ ଶ୍ରୀ କେ ସି ବେନୁଗୋପାଳ ହୁସେନ ଖାଁ ଦଳରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି, ପିସିସି ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ସଫଳତା ର ସହ ତୁଲାଇ ଥିବା ବେଳେ ଶ୍ରୀ ସତ୍ୟବ୍ରତ ନାୟକ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର କେନ୍ଦ୍ରୀୟ ସମ୍ପାଦକ ଦାୟିତ୍ୱ ରେ ଅଛନ୍ତି, ସେହିପରି ସରୋଜ ପରିଡା ପୂର୍ବରୁ ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇ ଥିଲେ। ଏହି ନୂତନ ପଦବୀ ପାଇବା…
Read Moreଟାଉନ ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆମେ ଅଛୁ ଆପଣମାନେ ନିର୍ଭୟରେ ରୁହନ୍ତୁ। ନୟାଗଡ଼ ପୋଲିସର ଫ୍ଲାଗ ମାର୍ଚ୍ଚରୁ ଏମିତି କିଛି ବାର୍ତ୍ତା ମିଳୁଥିବା ନଜରକୁ ଆସିଥିଲା। ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନେଇ ସରଗରମ ଗାଁ ଠୁ ସହର। ଆଉ ଏଭଳି ସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସର ଫ୍ଲାଗ ମାର୍ଚ୍ଚ। ନୟାଗଡ଼ ଟାଉନ ପୋଲିସ ଆଜି ସନ୍ଧ୍ୟା ୫ଟା ସମୟରେ ନୟାଗଡ଼ ସିନ୍ଦୁରିଆରୁ ବାହାରି ଟ୍ରାଫିକ ଛକ, ଖଣ୍ଡପଡ଼ା ରୋଡ଼ ବଲାଙ୍ଗୀ ବନ୍ଧ, ପୁରୁଣା ସହର, ଓଡ଼ଗାଁ ଛକ, ତ୍ରିନାଥ ଛକ ଓ କଲେଜ ପର୍ଯ୍ୟନ୍ତ ଟାଉନ ଥାନା ଅଧିକାରୀ ରଶ୍ମିରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ କରିଛି। ଏଥିରେ ସମସ୍ତ ପୋଲିସ କର୍ମଚାରୀ ସାମିଲ ହୋଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ନୟାଗଡ଼ ସହରରେ ପୋଲିସର ଏହି ଫ୍ଲାଗ ମାର୍ଚ୍ଚ ଅପରାଧିକ କାର୍ଯ୍ୟକଳାପ ଉପରେ…
Read Moreଓଡ଼ଗାଁ ବନପାଳ ସରିତା ବରାଳଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ଅଧିକାରିଣୀ ବନପାଳ ସରିତା ବରାଳଙ୍କୁ ବିଶ୍ୱ ବନ ଦିବସ ୨୦୨୪ ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର ପ୍ରଦାନ। ଜଙ୍ଗଲ ସୁରକ୍ଷା ଓ ପରିଚାଳନା ପାଇଁ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଶଂସା ପତ୍ର ସହ ଦଶ ହଜାର ଟଙ୍କାର ଚେକ ଏବଂ ମେଡାଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ସରିତା ବରାଳଙ୍କ କାର୍ଯ୍ୟଦକ୍ଷତା ଓ ଜଙ୍ଗଲ ସୁରକ୍ଷା ପାଇଁ ଉଦ୍ୟମ ପାଇଁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଭାରତୀୟ ପ୍ରଶାସନିକ ସେବା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ଓଡିଶା ବନବାହିନୀ ମୁଖ୍ୟ ଦେବଦତ୍ତ ବିଶ୍ୱାଳ ଏବଂ ଭାରତୀୟ ବନ…
Read Moreଇଟାମାଟିରେ ବିଶ୍ୱ କବିତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ମାର୍ଚ୍ଚ ଏକୋଇଶି ବିଶ୍ୱ କବିତା ଦିବସ ଅବସରରେ ନୟାଗଡର ସମସ୍ତ ସାହିତ୍ୟାନୁଷ୍ଠାନର ଆବାହକତ୍ୱରେ ଶିଶୁ ସାହିତ୍ୟିକା ଡ.ସୁକାନ୍ତି ମହାନ୍ତି ତଥା ବାର୍ଷଭାନବିର ଲେଖକ ସ୍ବର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ବିଶିଷ୍ଟ ସାହିତ୍ୟାନୁରାଗୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କବିତା ଆସର ଆୟୋଜିତ ହୋଇଥିଲା। ଏପରିକି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଓ ବେଗୁନିଆ ବ୍ଲକ୍ରୁ ଅନେକ କବି କବୟିତ୍ରୀ ଯୋଗଦେଇ କବିତା ପାଠ ଓ ଅଣୁଗଳ୍ପ ପଠନ କରିଥିଲେ। ଆଜିର ଆସରରେ କବି ନିର୍ମଳ ଚନ୍ଦ୍ର ଶୂରଦେଓ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ବସିରନ ବିବି, କବି ଗୋଦାବରୀଶ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ସେହିପରି କବି ଗୋଲଖ ବିହାରୀ ନାୟକ, କବି ଦାମୋଦର ସାହୁ, କବି ସୁଦର୍ଶନ ପ୍ରଧାନ, କବି ନିରାକାର ସ୍ବାଇଁ,…
Read Moreତିନିଦିନରେ ପହଞ୍ଚିଲା ଆମରଣ ଅନଶନ, ଭେଟିଲେ ବିଧାୟକ ଏବଂ ତହସିଲଦାର
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ତିନିଦିନରେ ଏନ ଏ ସି ଦାବିରେ ଅନଶନ। ଅନଶନକାରୀ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ଙ୍କୁ ଭେଟିଲେ ରଣପୁର ବିଧାୟକ ଏବଂ ତହସିଲଦାର। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦାବି ନେଇ ତିନିଦିନ ହେବ ଆମରଣ ଅନଶନ ଜାରି ରଖିଛନ୍ତି ସାମ୍ବାଦିକ ତଥା ସମାଜସେବୀ ଆର୍ତତ୍ରାଣ ପ୍ରଧାନ। ମଙ୍ଗଳବାର ଠାରୁ ଚାଲିଥିବା ଏହି ଅନଶନ କୁ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ସ୍ବେଛାସେବୀ ସଂଗଠନ, ସାମାଜିକ କର୍ମୀ, ଯୁବବର୍ଗ, ବରିଷ୍ଠ ନାଗରିକ ସାମ୍ବାଦିକ ସମର୍ଥନ ଜଣାଇଛନ୍ତି। ଆଜି ଦିନସାରା ଅନଶନସ୍ଥଳ ରେ ଭିଡ଼ ଲାଗି ରହିଛି। ଦିନକୁ ଦିନ ସ୍ଥାନୀୟ ଲୋକଙ୍କ ଭିତରେ ସରକାର ଙ୍କ ପ୍ରତି ଆକ୍ରୋଶ ତଥା ପ୍ରତିବାଦ ର ସ୍ୱର ମଜବୁତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ…
Read Moreରାଜସୁନାଖଳାକୁ ଏନଏସି ମାନ୍ୟତା ଦାବିରେ ଦ୍ୱିତୀୟ ଦିନରେ ପହଞ୍ଚିଲା ଆମରଣ ଅନଶନ
ରାଜସୁନାଖଳା, (ନୟାଗଡ଼ ଦର୍ପଣ): ରାଜସୁନାଖଳା କୁ ଏନ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ। ଦୁଇ ଦିନ ଧରି ଅବ୍ୟାହତ ରହିଛି ଅନଶନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରା ଯାଇ ନ ଥିବାରୁ ଆମରଣ ଅନଶନ ରେ ବସି ରହିଛନ୍ତି ଯୁବ ସମାଜସେବୀ ଆର୍ତତ୍ରାଣ ପ୍ରଧାନ। ରାଜ୍ୟ ସରକାର ଦୁଇ ଦୁଇ ଥର ରାଜ୍ୟର ଅନେକ ସ୍ଥାନକୁ ଏନ ଏ ସି ମାନ୍ୟତା ଦେଇଥିଲେ। ମାତ୍ର ଜିଲ୍ଲାର ଦ୍ୱିତୀୟ ବୃହତମ ସହରାଞ୍ଚଳ ରାଜସୁନାଖଳା କୁ ଏହି ମାନ୍ୟତା ରୁ ବଞ୍ଚିତ କରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଶରଣକୁଳ ଏବଂ ବୋଲଗଡ଼ ଭଳି କମ ସହରାଞ୍ଚଳ ସ୍ଥାନକୁ ଏହି ମାନ୍ୟତା ମିଳିଥିବା ବେଳେ ରାଜସୁନାଖଳା କୁ କାହିଁକି ଉପେକ୍ଷା ବୋଲି ପ୍ରଶ୍ନ କରିଛନ୍ତି ଆର୍ତତ୍ରାଣ। ଏନେଇ…
Read Moreବିଶ୍ୱ ବିଦ୍ୟାଳୟମାନଙ୍କରେ ସଂବିଧାନ ସ୍ୱୀକୃତ ସମସ୍ତ ଭାଷାର ବିଭାଗ ରହିବା ଆବଶ୍ୟକ- ଡ. ମୁଳେ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅଠାଇଶ ତମ ଆଭାସୀ ଅନୁବାଦ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ” ଅନୁବାଦ କକ୍ଷ” ରେ ବକ୍ତାଭାବେ ଉପସ୍ଥିତ ଥିଲେ ପ୍ରସିଦ୍ଧ ଲେଖକ , ଅନୁବାଦକ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସଦସ୍ୟ ତଥା ଭାରତର ପାସପୋର୍ଟ ମ୍ୟାନ ଡ. ଜ୍ଞାନେଶ୍ୱର ମନେହର ମୁଳେ। ମରାଠି, ହିନ୍ଦୀ,ଇଂରାଜୀ, ସଂସ୍କୃତ, କନ୍ନଡ଼,ଜାପାନୀ,ଋଷିୟାନ୍ ଓ ପଞ୍ଜାବୀ ଭାଷାରେ ବିଶେଷ ଜ୍ଞାନ ଥିବା ଡ.ମୁଳେ ବିଭିନ୍ନ ରାଷ୍ଟ୍ରରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକରିଛନ୍ତି। ଅନୁବାଦ କେବଳ ଭାଷା ପାଇଁ ନୁହେଁ ବରଂ ଦେଶ ଓ ବିଶ୍ଵ ପାଇଁ କାର୍ଯ୍ୟ କରିଥାଏ। ବିଶ୍ଵର ସଂସ୍କୃତି,ପରମ୍ପରା, ସାହିତ୍ୟ,କଳା ଆଦିର ବାହାକ ହେଉଛି ଅନୁବାଦକ। ଭାରତ ପରି ଏକ ବହୁଭାଷୀ ଦେଶରେ ଅନୁବାଦ ବେଶ ଗୁରୁତ୍ଵ ରଖେ। ଭାରତୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ସଂବିଧାନ ସ୍ୱୀକୃତ ସମସ୍ତ ଭାଷାର ବିଭାଗ ରହିବା…
Read Moreସାଧାରଣ ନିର୍ବାଚନ:ଗୋଟିଏ ଦିନ ପୂର୍ବରୁ ବୁଥରେ ପହଞ୍ଚିବା ନିୟମକୁ ନେଇ ଉଦ୍ବେଗ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରେ ମେ’ ମାସ ୨୦ ଏବଂ ୨୫ ତାରିଖରେ ଭୋଟଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେବା କାର୍ଯ୍ୟ ସମାପନ ହୋଇଛି । ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ଯଥା ନୟାଗଡ଼,ଦଶପଲ୍ଲା,ରଣପୁର ଏବଂ ଖଣ୍ଡପଡ଼ା ପାଇଁ ସମୁଦାୟ ୯୩୭ଟି ବୁଥ୍ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ବୁଥ୍ ପାଇଁ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ଜଣ ପୁଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଏଥି ମଧ୍ୟରୁ ମହିଳା ମାନଙ୍କ ପାଇଁ ୧୨୦ଟି ପିଙ୍କ୍ ବୁଥର ମଧ୍ୟ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ବୁଥ୍ ପାଇଁ ଜଣେ ସୁରକ୍ଷା କର୍ମୀ,ଜଣେ ବିଏଲଓଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ତେବେ ପୂର୍ବରୁ ପ୍ରଚଳିତ…
Read More