ନୟାଗଡ଼ ଜିଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପାଣିପୋଇଲା ନିକଟସ୍ଥ ବୁଢ଼ୀଝରି ଶାଳବଣିରେ ନୟାଗଡ଼ ଜିଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଛି। ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଜିଲା ପରିଷଦ ସଭ୍ୟ ତଥା ସାମ୍ବାଦିକ ରାମେଶ୍ବର ଶତପଥୀ, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ନିଶିକାନ୍ତ ରଥ, ପ୍ରଭାକର ଶିରୋମଣୀ, ସାମ୍ବାଦିକ ସୁବାସ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଏପ୍ରିଲ ମାସରେ ତିନିଦିନ ଧରି ସଂଘ ତାର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରିବ ବୋଲି ନିଷ୍ପତି ନିଆଯାଇଛି। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ଲାଗି ମତ ପ୍ରକାଶ ପାଇଥିଲା। ଜୟନ୍ତୀ ପାଳନ ଲାଗି ସଂଘର କର୍ମକର୍ତ୍ତାମାନେ ନିଜର ମତ ଉପସ୍ଥାପନା କରିଥିଲେ। ଏଥିସହ ଏକ କମିଟି ଗଠନ କରାଯାଇ…

Read More

ଜଙ୍ଗଲ ନିଆଁ ରୋକିବା ପାଇଁ ଅରୋମୀରା ଟ୍ରଷ୍ଟ ପ୍ରତିଷ୍ଠାତାଙ୍କ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ପାଖେଇ ଆସୁଛି ଗ୍ରୀଷ୍ମ ଋତୁ। ଜଙ୍ଗଲ ନିଆଁ ରୋକିବା ପାଇଁ ଅରୋମୀରା ଟ୍ରଷ୍ଟ ପ୍ରତିଷ୍ଠାତା ସୁକାନ୍ତ ଚୌଧୁରୀଙ୍କ ଭିନ୍ନ ପ୍ରୟାସ। ଗ୍ରୀଷ୍ମ ଋତୁରେ ବାୟୁ ମଣ୍ଡଳର ଉଷ୍ମତା ସହିତ ଜଙ୍ଗଲ ନିଆଁ ଜନ ଜୀବନକୁ ଅସ୍ତ ବ୍ୟସ୍ତ କରି ଦେଇଥାଏ। ଏହି ନିଆଁ ଜଙ୍ଗଲ, ପଶୁ ପକ୍ଷୀଙ୍କ ଅକାଳ ମୃତ୍ୟୁ ଆଣିବା ସହିତ ଉପକାରୀ ଉଭିଦମାନଙ୍କୁ ପୋଡ଼ି ଜାଳି ନଷ୍ଟ କରିବା ସହ ଜୈବ ଭାରସାମ୍ୟ ନଷ୍ଟ କରି ଦେଇଥାଏ।ଚଳିତ ବର୍ଷ ଅଧିକ ଉତ୍ତାପ ବୃଦ୍ଧିର ପୂର୍ବାନୁମାନକୁ ଆଖି ଆଗରେ ରଖି ଆଗୁଆ ପଦକ୍ଷେପ ସ୍ୱରୂପ ପୂର୍ବ ବର୍ଷମାନଙ୍କ ପରି ଓଡଗାଁ ବ୍ଲକ୍ କୁରାଳସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୋମୀରା ଟ୍ରଷ୍ଟ ତରଫରୁ ସମ୍ପୂର୍ଣ୍ଣ ମାନବ କୃତ ଜଙ୍ଗଲ ନିଆଁକୁ ରୋକିବା ଲାଗି ଗାଁ କୁ ଗାଁ ବୁଲି ଲୋକମାନଙ୍କୁ  ସଚେତନ କରୁଛନ୍ତି…

Read More

ନୟାଗଡ ମେଡିକାଲ କଲେଜ ସ୍ଥାପନା ପ୍ରସଙ୍ଗ

ଜିଲ୍ଲାବାସୀଙ୍କୁ ଡବଲ ଇଞ୍ଜିନ ସରକାର ଲଲିପପ ଧରେଇଲେ ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ବିଧାନସଭାରେ ବଜେଟ ଉପସ୍ଥାପନ ପରିପ୍ରେକ୍ଷୀରେ ମୋହନ ସରକାରଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ମୋହର ମାରି ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭଦ୍ରକ ଜିଲ୍ଲା ଏବଂ ନୟାଗଡ ଜିଲ୍ଲା ଭୌଗଳିକ ଏବଂ ଜନସଂଖ୍ୟା ଦୃଷ୍ଟିରୁ ସମାନ। ଏକଦିନରେ ଜିଲ୍ଲାର ମାନ୍ୟତା ପାଇଥିଲା। ତେବେ ଉଭୟ ଜିଲ୍ଲାର ଜନସାଧାରଣ ମେଡିକାଲ କଲେଜ ପାଇଁ ବାରମ୍ବାର ଦାବୀ ଉଠାଉ ଥିଲେ। କିନ୍ତୁ ବିଜେପି ସରକାର ପାତରଅନ୍ତର ନୀତି ଆପଣାଇ ନୟାଗଡ ଜିଲ୍ଲା ବାସୀଙ୍କୁ ଭଣ୍ଡେଇ ଦେଇଛନ୍ତି ବୋଲି ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଟୁଇଟ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ଯେତେବେଳେ ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ…

Read More

ଭାରତର ବିଭିନ୍ନ ଜନଜାତିର ଭାଷା ଆଧାରରେ ଜାତୀୟସ୍ତରୀୟ ଅନୂଦିତ କାବ୍ୟପାଠ

ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ୫ ଟି ରାଜ୍ୟର ୧୫  ଜଣ ଯୁବ କବି ତଥା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ଅନୁବାଦକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା  ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର। ” ଶବ୍ଦ ଖୋ ଗୟେ ବସନ୍ତ କେ ଫୁଲୋଁ ମେଁ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ , ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ଓଡ଼ିଶା,,ଆସାମ, ରୁ ସାହିତ୍ୟିକମାନେ ପ୍ରତିନିଧିତ୍ଵ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍ତରାଖଣ୍ଡର ବିଶିଷ୍ଟ ଲେଖକ, ଅନୁବାଦକ ଗମ୍ଭୀର ସିଂହ ପଲାନୀ ଯୋଗଦେଇ କହିଥିଲେ-ବର୍ତ୍ତମାନ ସାହିତ୍ୟ ରେ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଏବଂ ଯୁବ ପିଢୀ ର ଯୋଗଦାନ ଏହି ଆବଶ୍ୟକତା କୁ ସଫଳ କରିପାରିବ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଯୁବ ଅନୁବାଦକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁବାଦ ସାହିତ୍ୟ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମରେ…

Read More

ଭକ୍ତି ସଙ୍ଗୀତ ଗ୍ରାଣ୍ଡ ଫାଇନାଲ,ବିଷ୍ନୁପ୍ରିୟା ହେଲେ ନୟାଗଡ଼ ‘ସଙ୍ଗୀତ କଲ୍ଲୋଳ’

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମଣ୍ଡପ ଠାରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ନୟାଗଡ଼ ବ୍ଲକର ବିଷ୍ନୁପ୍ରିୟା ବେହେରା ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧିରେ ଭୂଷିତ ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଭାପୁର ବ୍ଲକର ଓମ ପ୍ରକାଶ ମହାରଣା ଏବଂ ତୃତୀୟ ସ୍ଥାନରେ ନୟାଗଡ଼ ବ୍ଲକର ଶୁଚିସ୍ମିତା ଦୋରା ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ  ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ନମିତାରାଣୀ ଦାଶ,କଣ୍ଠଶିଳ୍ପୀ ରଶ୍ମିତା ଦାଶ ଏବଂ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଶୋକ…

Read More

ନେହେରୁ ଯୁବା କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” ଏବଂ  ଭାରତ  ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗ ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ  “ଜିଲ୍ଲା  ସ୍ତରୀୟ କ୍ରୀଡା ପ୍ରତିଯୋଗୀତା” ନୟାଗଡ ଷ୍ଟାଡିୟମ ଖେଳପଡିଆ ଠାରେ  ଅନୁଷ୍ଠିତ ହୋଇଯାଇଅଛି। ଏହାକୁ ନୟାଗଡ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ନୟାଗଡ ମୁନିସପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ସୋହମ ସଙ୍ଗଠନର  ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର  ଅନାଦି ଚରଣ ମହାନ୍ତି, ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ ନୟାଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବିଜୟୀ ହୋଇ ଆସିଥିବା ଯୁବକ ବର୍ଗର ଫୁଟବଲ, ୧୦୦ ମିଟର ଦୌଡ, ଟାଇକୁଣ୍ଡ ଏବଂ…

Read More

ଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ସବ ଏକ ଜାତୀୟ ଛୁଟି ଦିବସ ନୁହେଁ ବରଂ ସମସ୍ତଙ୍କ ପାଇଁ ଏକ ଅଭୁଲା ସ୍ମୃତି ରୁପେ ମାନସ ପଟ୍ଟରେ ସାଇତା ହୋଇ ରହିବ। ନିଜେ ନିଜେ ନିରନ୍ତର ଅଧ୍ୟୟନ ସହ ବ୍ୟାୟାମ ନାଚ ଗୀତ ପ୍ରତି ସମସ୍ତେ ସମୟ ଦେବା ଉଚିତ ବୋଲି ଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତି ବରିଷ୍ଠ ପ୍ରଶାସକ ନିରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରି ଛାତ୍ର ଛାତ୍ରୀମାନଙ୍କୁ ଯେତେ ଭଲ ପାଠ ପଢ଼ିଲେ ବା ସଫଳତାର…

Read More

ନୟାଗଡ ଡାକ୍ତରଖାନା ପରିସରରେ ସ୍ଥାୟୀ ପବ୍ଲିକ ପାର୍କିଂ ବ୍ୟବସ୍ଥା କରାଯାଉ: କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ପ୍ରତ୍ୟହ ଅନୁଭୂତ ହେଉଛି। ଡାକ୍ତରଖାନା ପରିସରରେ ବଡବଡ଼ ଅଟ୍ଟାଳିକା, ଷ୍ଟାଫ କ୍ୱାର୍ଟର ନିର୍ମାଣ ହେବା ପରେ ପବ୍ଲିକ ପାର୍କିଂ, ୧୦୮ ଆମ୍ବୁଲାନ୍ସ, ଘରୋଇ ଆମ୍ବୁଲାନ୍ସ ପାର୍କିଂ ଏପରିକି ହସ୍ପିଟାଲ ଷ୍ଟାଫମାନଙ୍କ ଗାଡି ପାର୍କିଂ ପାଇଁ ଧ୍ୟାନ ଦିଆଯାଉ ନାହିଁ ଯାହାଫଳରେ ଜବରଦସ୍ତ ପାର୍କିଂ ସମସ୍ୟା ସମାଧାନ ପାଇଁ ଏବେ ଡାକ୍ତରଖାନା ପରିସରରେ ଥିବା ପୁରୁଣା ସର୍ଜରୀ ୱାର୍ଡ ଭଙ୍ଗା ଯାଉଥିବା ଉଦ୍ଧିଷ୍ଟ ସ୍ଥାନକୁ ପବ୍ଲିକ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ନୟାଗଡ ବିଧାୟକ ଡ଼ ଅରୁଣ ସାହୁ, ନୟାଗଡ ଜିଲ୍ଲପାଳଙ୍କୁ ନୟାଗଡ କଂଗ୍ରେସ ନେତା ତଥା ବରିଷ୍ଟ ଆଇନଜୀବୀ ରଣଜିତ ଦାଶ ସାମାଜିକ ଗଣମାଧ୍ୟମ ସ ଯୋଗେ ପ୍ରସ୍ତାବ ଦେଇଛନ୍ତି। ପ୍ରାୟ ୧୩…

Read More

ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମର  ଉଦଯାପନ ଉତ୍ସବ ପାଳିତ

ଶରଣକୂଳ, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଡିପଡା ଠାରେ ୮ଦିନ ବ୍ୟାପି ଚାଲୁଥିବା  ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମ  ଆଜି ମହା ସମାରୋହରେ ସମାପନ ହୋଇଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଭୁବନେଶ୍ଵର ଓ ନୋଡାଲ କେନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ନୟାଗଡ଼ଙ୍କ ସହଯୋଗରେ ଆୟୋଜିତ ଉକ୍ତକାର୍ଯ୍ୟକ୍ରମରେ  ବିଦ୍ୟାଳୟର ୧୪୯ ଜଣ ଛାତ୍ରୀ ଅଂଶଗ୍ରହଣକରି ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ଗୁଡିକ ବିଷୟରେ ପ୍ରଶିକ୍ଷଣ ନେଇଥିଲେ। ମହାବିଦ୍ୟାଳୟର ଅଧକ୍ଷ୍ୟା ଡକ୍ଟର.ଉଷାରଣୀ ପଟ୍ଟନାୟକ ସଭାପତିତ୍ଵ କରିଥିବାବେଳେ ମୁଖ୍ୟାତିଥି ଭାବେ ଗୋଡିପଡା ଗ୍ରାମପଞ୍ଚାଯତର ସରପଞ୍ଚ ଅନ୍ତର୍ଯ୍ୟାମି ସାହୁ ଯୋଗଦେଇ ବାଳିକାମାନେ ପ୍ରଶିକ୍ଷିତ ହେଲେ ସମଯରେ ଦେଖାଯାଉଥିବା ଅନେକ ପ୍ରକାର ବିଶୃଙ୍ଖଳାକୁ ପ୍ରତିହତ କରିବାରେ ସମର୍ଥ ହୋଇପାରିବେ। ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପୁଲକ କୁମାର ମହାନ୍ତି, ଲକ୍ଷ୍ମୀଧର ଦାସ ଓ ବିଜ୍ଞାନଗାର ସହାୟକ ପବିତ୍ର କୁମାର ପୃଷ୍ଟି…

Read More

ଖବର କାଗଜ ବିତରକ କଲ୍ୟାଣ ଟ୍ରଷ୍ଟ କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ସଦର ମହକୁମା ରେ କାର୍ଯ୍ୟରତ ୩୫ଜଣ ଖବର କାଗଜ ବିତରକମାନଙ୍କୁ ନେଇ ଖବର କାଗଜ ବିତରକ କଲ୍ୟାଣ ଟ୍ରଷ୍ଟ ନାମରେ ଏକ ସଙ୍ଘ ଗଠନ ପରେ ବୁଧବାର ଅପରାହ୍ନରେ ପୁରୁଣା ଛାତ୍ର ବାସ ରୋଡ଼ ସ୍ଥିତ ଏକ ଭଡା ଘରେ ଟ୍ରଷ୍ଟର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ତଥା ଉକ୍ତ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ କାର୍ଯ୍ୟାଳୟକୁ ଉଦଘାଟନ କରିବା ସଂଗେ ସଂଗେ ଖବର କାଗଜ ଏବଂ ଖବର କାଗଜ ବିତରକ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି କହିଥିଲେ। ଉଭୟଙ୍କ ମଧ୍ୟରେ ଉତ୍ତମ ସମନୁୟ ଏବଂ ବୁଝାମଣା ରହିଲେ ସଙ୍ଘ ଆଗକୁ ବଢିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମ୍ବାଦିକ ସଙ୍ଘର କାର୍ଯ୍ୟକାରୀ ସଭାପତି, ପ୍ରଗତିବାଦୀ ଜିଲ୍ଲା ପ୍ରତିନିଧି ତଥା…

Read More