ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକରେ ଆଜି ଦୁଇ ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ ଘଟଣା ସମଗ୍ର ଶିକ୍ଷା ମହଲକୁ ଶୋକାକୁଳ କରିଦେଇଛି। ଆଜି ସକାଳେ ରଣପୁର ଗୋପାଳପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁଙ୍କ ଦେହାନ୍ତ ଘଟିଥିଲା। ତାଙ୍କୁ ରଣପୁର ମେଡିକାଲକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଗୋପାଳପୁର ବଜାରରେ ଏକ ଶୋକାକୁଳ ଶୋଭାଯାତ୍ରା କରାଯାଇ ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକମାନେ ଯୋଗଦେଇ ସ୍ବର୍ଗତ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମଭୂମି ଦେଉଳିକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ…

Read More

ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ପୁଲିସ ପ୍ରତି ଲୋକଙ୍କ ମନରେ ଭୟ ନାହିଁ । ଥାନାରେ ବିଜେପି କର୍ମୀଙ୍କ ଦବଦବା । ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ । ଏଭଳି ପ୍ରସଙ୍ଗ ନେଇ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଷୋଦଗାର କରିଛନ୍ତି ବିଜେଡି ନେତା । ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଦୁର୍ବଳ ସରକାର ପାଇଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସାଧାରଣ ଜନତାକୁ ଭୟଭୀତ କରିଥିବା କହିଛନ୍ତି । ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଅରାଜକତା ବଢ଼ିଛି । ଅପରାଧିମାନେ ଆଇନକୁ ଭୃକ୍ଷେପ କରୁ ନାହାନ୍ତି । ବର୍ବରତା ସୀମା ଅତିକ୍ରାନ୍ତ କରିଛି । ଢେଙ୍କାନାଳ…

Read More

ଓଡ଼ଗାଁରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟାକଲେ ଖଣି ମାଫିଆ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର ସାହୁ (୩୮)ଙ୍କୁ ନିର୍ମମ ହତ୍ୟା। ସୂଚନା ମୁତାବକ ଅଜିତ ଏବଂ ତାଙ୍କ ବନ୍ଧୁମାନେ ରାସ୍ତା କଡ଼ରେ ଠିଆ ହୋଇଥିବା ସମୟରେ ପୂର୍ଣ୍ଣଚନ୍ଦ୍ର ନାୟକ, ମୁନା ସାହୁ, ଜଗନ୍ନାଥ ପଣ୍ଡା, କୁଲୁ ଭଟ୍ଟ ସମେତ ଛଅ ଜଣ ଏକ ଧଳା ରଙ୍ଗର ମହିନ୍ଦ୍ରା ଗାଡ଼ିରେ ଆସି ହଠାତ୍ ଖଣ୍ଡାରେ ଆକ୍ରମଣ କରିଥିଲେ ଯାହା ଫଳରେ ଅଜିତ କୁମାର ସାହୁଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ତଦନ୍ତ ସମୟରେ ଏହା ନିଶ୍ଚିତ ହୋଇଛି ଯେ ମୃତ ଅଜିତ ସାହୁ ଏବଂ ତାଙ୍କ ବନ୍ଧୁ ସନ୍ତୋଷ କୁମାର ପ୍ରଧାନ ରାତି ପ୍ରାୟ 12.50 ସମୟରେ ସନ୍ତୋଷ କୁମାର ପ୍ରଧାନଙ୍କ ଏକ କାରରେ କଦଳୀବନ୍ଧରେ ଲାଟେରାଇଟ୍ ପଥର ଖଣ୍ଡରେ ଲୋଡ୍ ହୋଇଥିବା ଦୁଇଟି…

Read More

ଗଣିଆ ବାଲିସାହି ନିକଟରୁ ଯୁବକଙ୍କ ଜଳାପୋଡ଼ା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଗଣିଆ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗଣିଆ ଚୌବଙ୍ଗ ଅନ୍ତର୍ଗତ ବାଲିସାହି ନିକଟସ୍ଥ ଏରୁଣ୍ଡିପଥର ରାସ୍ତା କଡ଼ରୁ ଜଣେ ଯୁବକଙ୍କ ଜଳାପୋଡ଼ା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି।ସୂଚନା ଅନୁଯାୟୀ, ବାଲିସାହି ନିକଟ ଏକ ନିଛାଟିଆ ସ୍ଥାନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଥିବାରୁ ପ୍ରଥମେ ମୃତକଙ୍କ ପରିଚୟ ମିଳିବା କଷ୍ଟକର ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଗଣିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା।ତେବେ ସନ୍ଧ୍ୟା ସମୟରେ ମୃତ ଯୁବକଙ୍କ ମା’ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି। ମୃତ…

Read More

ନୟାଗଡ଼ରେ ଖୋଲିଲା ବିପି ଚେସ ଏକାଡେମୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌରାଞ୍ଚଳରେ ଚେସ ଖେଳାଳି ମାନଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରଥମ ଥର ପାଇଁ ସ୍ଥାପିତ ଏକ ଚେସ ଏକାଡେମୀ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ନୟାଗଡ଼ ଟାଉନ ଷ୍ଟେସନ ରୋଡ଼ରେ ଥିବା ଫିଟନେସ ପ୍ଲାନେଟ ନିକଟରେ ଅବସ୍ଥିତ ଏହି ଚେସ ଏକାଡେମୀକୁ ଓଡ଼ିଶା ଚେସ ଆସୋସିଏସନ ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ ଏବଂ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ  ମିଳିତ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ଲକ୍ଷ୍ମୀଧର ସାହୁ, ରାଜ୍ୟ ଚେସ ଆସୋସିଏସନ କାର୍ଯ୍ୟକାରିଣୀ କମିଟି ସଦସ୍ୟ ରିତେଶ ରଥ, ପୂର୍ବତନ ସଭାପତି ଶ୍ରୀଧର ସାହୁ,ସଦସ୍ୟ ବିଶ୍ୱରଂଜନ ଦାଶ ତଥା ଚେସ ଏକାଡେମୀର ନିର୍ଦ୍ଦେଶକ ବାଲାରସେନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଚେସ ଖେଳ ଶିଖିବା ତଥା ବିଭିନ୍ନ…

Read More

ନୟାଗଡ ଜିଲ୍ଲା କୋର୍ଟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧ‌ିକରଣ ଅଧକ୍ଷ ଅଜନ୍ତା ଷଡଙ୍ଗୀ ଓ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତକ୍ଷ ତତ୍ଵବଧାନରେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫୪ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୪,୬୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୩୭ ଟି ଦେୱାନି କେସରୁ ୭୮ ଟି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୯୮ ଟି ରୁ ୬ ଟି ଫଇସଲା କରାଯାଇ ୧,୨୯,୫୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୨୮…

Read More

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ କରିଥିବା ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ ଦାବୀ କଲା ସାମ୍ବାଦିକ ସଙ୍ଘ

ନୟାଗଡ଼,(ନୟାଗଡ଼ ଦର୍ପଣ): ସୋସିଆଲ ମିଡିଆକୁ ଅସ୍ତ୍ର କରି ବହୁ ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ କରାଯାଉଛି। ସମାଜରେ ଘଟୁଥିବା ଘଟଣା ଓ ଦୁର୍ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ପ୍ରୟାସ କରାଯାଉଛି। ନୟାଗଡ଼ ଜିଲ୍ଲାର ଏକ ନିଦ୍ଦିଷ୍ଟ ଗୋଷ୍ଠୀ ରାଜ୍ୟ ବାହାରେ ରହି ଏଭଳି ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଛନ୍ତି । ଏହି ବ୍ୟକ୍ତିମାନେ ଏକ ର‌୍ୟାକେଟ ଗଠନ କରି ବିଭିନ୍ନ ରାଜନୈତିକ ବ୍ୟକ୍ତିତ୍ୱ, ଆଇନଜୀବୀ, ସାମ୍ବାଦିକ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ଅଶାଳୀନ ଭାବେ ପୋଷ୍ଟ କରୁଛନ୍ତି । ଏହି ର‌୍ୟାକେଟରେ ଆହୁରି କିଛି ଲୋକ ପ୍ରଚ୍ଛଦ ପଟରେ ରହିଛନ୍ତି । ଗତକିଛି ଦିନ ହେବ ଏହି ଗୋଷ୍ଠି ନୟାଗଡ଼ ଜିଲ୍ଲାର ପ୍ରମୂଖ ସାମ୍ବାଦିକଙ୍କୁ ବ୍ୟକ୍ତିଗତ ଭାବେ ଏବଂ ସଂଘ ନାମରେ ଅନେକ ଅପମାନଜନକ ପୋଷ୍ଟ କରି ଆସୁଛନ୍ତି । ମୁଖ୍ୟ କାର୍ପଟଦାର ଭାବେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଥିବା…

Read More

ବିଶ୍ୱ ହାସ୍ୟ ଦିବସରେ ଡ.କୁଳାଙ୍ଗାର ପାଇଲେ ଚଳିତବର୍ଷ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତିବର୍ଷ ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ଚଳଚିତ୍ର ଜଗତର ଲୋକପ୍ରିୟ କଳାକାର ଅଶ୍ରୁ୍ମୋଚନ ମହାନ୍ତି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବ୍ୟଙ୍ଗ କବି ଜ୍ଞାନ ହୋତା,ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି,ଡ.କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ,ରବୀନ୍ଦ୍ର ରାଉତ, ବିଭୁ ମିଶ୍ର,ସଚିକାନ୍ତ ବେହେରା,…

Read More

ମନରେଗା ପ୍ରଚଳନ କର – କ୍ଷେତ ମୂଲିଆ ୟୁନିଅନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା କ୍ଷେତମଜଦୂର ୟୁନିଅନ ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅବସରରେ କଷ୍ଟିଡାକୁଆ ଭବନରେ ମଇ ୩ ତାରିଖରେ କେନ୍ଦ୍ର ସରକାର ବନ୍ଦ କରିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପୁନଃ ପ୍ରଚଳନ ଓ ଦୈନିକ ସାତଶହ ଟଙ୍କା ମଜୁରୀ ସହିତ ଦୁଇଶହ ଦିନର କାମ ନିମନ୍ତେ ଆନ୍ଦୋଳନ ଗଢି ତୋଳିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା ଲାଲ୍ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀକୁ ଉଦ୍ଘାଟନ କରି ସଂଗଠନର ରାଜ୍ୟ ସଂପାଦକ କମ୍ରେଡ୍ ନିର୍ମଳ ଚନ୍ଦ୍ର ନାୟକ କେନ୍ଦ୍ର ସରକାରର ଶ୍ରମିକ ବିରୋଧୀ ନୀତିକୁ କଟୁ ସମାଲୋଚନା କରିବା ସହିତ କାମ ଅଭାବରୁ କ୍ଷେତ ମୂଲିଆ ଓ ଅଭାବୀ ଚାଷୀମାନେ କିଭଳି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି, ତାହାର ନିଛକ ଚିତ୍ର…

Read More

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭାରେ ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ ବୋଲି କହିଲେ ରାଜ୍ୟ ସଭାପତି ବିଭୂତି ଭୂଷଣ କର

ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଶ୍ରମ ଦିବସ ଅବସରରେ ଏକ ପ୍ରତିବାଦ ସଭା ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଆବାହକତ୍ୱରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ପବିତ୍ର ମହାରଥା ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହ ସାମ୍ବାଦିକଙ୍କ ନାର୍ଯ୍ୟ ଦାବି ଉପରେ ଆଲୋଚନା କରିଥିଲେ । ଉତ୍କଳ ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଦେବପ୍ରସାଦ ମିଶ୍ରଙ୍କ ପରଲୋକକୁ ନେଇ ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକଙ୍କ ନାର୍ଯ୍ୟ ଦାବି ପୂରଣ…

Read More