ଦାସିଆ ଅଜାଙ୍କ ୧୧୯ତମ ଜୟନ୍ତୀ ପାଳନ କଲା ପୂଜ୍ୟପୂଜା କମିଟି

ନୟାଗଡ଼,(ନୟାଗଡ଼ ଦର୍ପଣ): ପାଠାଗାର ଆନ୍ଦୋଳନର ଆଗଧାଡିର ନାୟକ, ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୧୧୯ ତମ ଜୟନ୍ତୀ ଅବସରରେ ପୂଜ୍ୟପୂଜା କମିଟି, ନୟାଗଡ଼ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ନୟାଗଡ଼ ବଜାର ସ୍ଥିତ ପ୍ରତିମୂର୍ତ୍ତି ନିକଟରେ ସମାପନ ହୋଇଯାଇଛି। ପୂଜ୍ୟପୂଜା କମିଟି ସଭାପତି ଶ୍ରୀ ପ୍ରଶନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଧୁପ ଦୀପ ପ୍ରଦାନ କରାଯାଇଥିଲା। କମିଟି ର ବରିଷ୍ଠ ସଦସ୍ୟ ରାମକୃଷ୍ଣ ରଥ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ କୃତିତ୍ୱ ଓ ଅବଦାନ ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦଶ ପଇସାର ରାଜା ଦାସିଆ ଅଜା ଅମର ରହେ ସ୍ଲୋଗାନ ଦେଇଥିଲେ ଉପସ୍ଥିତ ସଂସ୍କୃତି ପ୍ରେମୀ ମାନେ । ଏହି କାର୍ଯ୍ୟକ୍ରମରେ ସିଭିଲ ସୋଆଇଟ ନୟାଗଡ଼ର ଚେୟାରମ୍ୟାନ ଗୋଦାବରୀଶ ସାହୁ, ଭାଇସ ଚେୟାରମ୍ୟାନ ଭଗବତୀ ପଟ୍ଟନାୟକ, ରୋଟାରିଆନ ପୂର୍ଣ୍ଣ ଚନ୍ଦ୍ର ସାହୁ, ଭାଗିରଥି ସାହୁ, ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସ୍କାଉଟ୍ ଛାତ୍ର ମାନେ,  ଦେବଦୂତ ସଂଗଠନର ସଦସ୍ୟ ବୃନ୍ଦ, ସମାଜସେବୀ  ରଞ୍ଜନ କୁମାର ଜେନା ଏବଂ ନୟାଗଡ଼ ର ଅନେକ ଯୁବ ବ୍ୟକ୍ତିତ୍ବ ଉପସ୍ଥିତ ରହୀ ଦାସିଆ ଅଜାଙ୍କ ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପୂଜ୍ୟପୂଜା କମିଟି ର ବରିଷ୍ଠ ସଦସ୍ୟ ଶ୍ରୀଧର ସାହୁ ଏବଂ ଧିରେନ୍ଦ୍ର ପଟ୍ଟନାୟକ। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ଶରତ ଚନ୍ଦ୍ର ଆଚାର୍ଯ୍ୟ।

Related posts