ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବବିଫଳ ହୋଇଥିବା ବିଜେପି ସରକାର ବରଖାସ୍ତ ଦାବିରେ ଜିଲ୍ଲା କଂଗ୍ରେସ ର ମହାମହିମ ରାଜ୍ଯପାଳଙ୍କୁ ସ୍ମାରକପତ୍ର

ବିକ୍ଷୋଭ ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଧସେଇ ପସିଲେ କଂଗ୍ରେସ କର୍ମୀ ବିକ୍ଷୋଭ ସଭାରେ ଶହଶହ ମହିଳାଙ୍କ ଉପସ୍ଥିତି ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାଶଙ୍କ ଆହ୍ବାନ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ବରେ ବିକ୍ଷୋଭ ସଭା କରାଯାଇ ସଭାସ୍ଥଳରୁ ଏକ ଦଳୀୟ ଶୋଭାଯାତ୍ରାରେ ଶହଶହ କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ମୁଖ୍ଯ ଫାଟକରେ ଧସେଇ ପସି, ମୋହନ ସରକାରର ବରଖାସ୍ତ ଦାବିରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଜରିଆରେ ମହାମହିମ ରାଜ୍ଯପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ରାଜ୍ୟରେ ୯ମାସ ଧରି ବିଜେପି ସରକାର ଆସିବା ଦିନଠାରୁ ୫୫ଜଣ ମହିଳାଙ୍କୁ ଗଣଦୁଷ୍କର୍ମର ଶିକାର, ୧୬୦୦ ଯୁବତୀ, ନାବାଳିକା ନିଖୋଜ ସହିତ ଦୁଷ୍କର୍ମର ପିଡିତା କୁ ନ୍ୟାୟ ଦାବିରେ ରାଜ୍ଯର ଡବଲ ଇଂଜିନ୍…

Read More

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡିର ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତ ରାଜ ଦିବସ ବାତିଲ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭା ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ବାବୁଙ୍କୁ ଅସମ୍ମାନକୁ ଓଡ଼ିଶା ବାସୀ ଗାଁ ଗାଁରେ ବିରୋଧ କରିବେ ବୋଲି ଉପସ୍ଥିତ ନେତାମାନେ କହିଥିଲେ। ପ୍ରବାଦ ପୁରୁଷ ବିଜୁ ବାବୁ ବିଶ୍ୱରେ ପରିଚିତ ଥିଲେ। ବିଜୁ ବାବୁ ମହିଳାଙ୍କୁ ଅଗ୍ରାଧିକାର ଦେଇଥିଲେ। ସାଢ଼େ ଚାରି କୋଟି ଓଡ଼ିଆ ବିଜୁ ବାବୁଙ୍କୁ ସମ୍ମାନ ଦେଉଥିବା ବେଳେ ବିଜେପି ସରକାର ବହୁତ୍ ବଡ଼ ଛଳନା କରିଛି ବୋଲି ମତ ପ୍ରକାଶ ପାଇଥିଲା। ବିଜେପି ସରକାର ଭୟଭୀତ ହୋଇ ଏଭଳି ନିଷ୍ପତି ନେଇଛି ବୋଲି ବରିଷ୍ଠ ବିଜେଡି ନେତ୍ରୀ ଇରାନୀ…

Read More

ରାଜ୍ୟସ୍ତରୀୟ ନାଟ୍ୟମେଳାର ୩ୟ ସଂଧ୍ୟା: ‘ଭିନ୍ନ ଏକ ନିଷ୍ପତ୍ତି’ରେ ବିଭୋର ଦର୍ଶକ

ନୟାଗଡ଼,(ନୟାଗଡ଼ ଦର୍ପଣ): ବାପା ମା ନିଜ ପୁଅଝିଅଙ୍କୁ ପାଳିପୋଷି ବଡ଼ କରିବାରେ କିଛି ସର୍ତ୍ତ ରଖି ନଥାନ୍ତି। ସେମାନେ ନିଜ ପାଇଁ ନୁହେଁ, ବରଂ ପୁଅ ଝିଅଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ସ୍ବପ୍ନକୁ ସାକାର କରିବା ପାଇଁ ସେମାନେ ପ୍ରତିଟି ଆହ୍ୱାନକୁ ଖୁସି ଖୁସିରେ ସାମ୍ନା କରିଚାଲିଥାନ୍ତି। ହେଲେ, ସିଡିରେ ଗଛ ଚଢି ସାରିବା ପରେ ସିଡିକୁ ଭୁଲିଯିବା ନ୍ୟାୟରେ ଏବର ଅନେକ ପୁଅ ବାପା ମା’ଙ୍କୁ ହତାଦର କରି ଅସହାୟ କରି ଚାଲିଛନ୍ତି। କେବଳ ସାମାଜିକ ସମାଲୋଚନାରୁ ବର୍ତ୍ତି ଯିବାପାଇଁ ଏକ ନୂଆ ବାଟ ଖୋଜି ନେଇଛନ୍ତି, ଯାହାକି ଏକ ସଂସ୍କୃତିରେ ପରିଣତ ହୋଇଛି। ଅନ୍ୟର ପୁଅ ହାତରେ ନିଜର ଦାୟିତ୍ଵ ସମର୍ପି ଦେଇ, ସେମାନେ ସମାଜକୁ ଦେଖାଉଛନ୍ତି ଯେ ଆମ ବାପା ମା ଖୁସିରେ ଅଛନ୍ତି। ପରପୁଅ ଦାୟିତ୍ଵ ପାଳି ଚାଲିଛି ସତ…

Read More

ଧର୍ମପରାୟଣ ମହିଳାଙ୍କ ପରଲୋକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡଗାଁର ଅଞ୍ଚଳର ବିଶିଷ୍ଟ ଧର୍ମପରାୟଣ ମହିଳା ଉର୍ମିଳା ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ସେ ଜଣେ ଧର୍ମପରାୟଣା ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ  ଜଣାଶୁଣା ଥିଲେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ସ୍ବର୍ଗତ ଉର୍ମିଳା ପଟ୍ଟନାୟକ ଅଲେଖ ଚନ୍ଦ୍ର ପଟ୍ଟନାୟକଙ୍କ ଧର୍ମପତ୍ନୀ। ମୃତ ବେଳକୁ ତାଙ୍କୁ ୮୩ବର୍ଷ ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କର ପୁଅ, ବୋହୁ ଓ ନାତୁଣୀ, ଝିଅ, ଜ୍ୱାଇଁ ଉପସ୍ଥିତ ଥିଲେ।

Read More

ନୟାଗଡ଼ରେ କ୍ରମାଗତ ମନ୍ଦିର ଚୋରିକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ଚିଠି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଢିଲା ପ୍ରଶାସନିକ ବ୍ୟବସ୍ଥା ପାଇଁ ବିଭିନ୍ନ ମଠ ମନ୍ଦିର ସମ୍ପତି ସୁରକ୍ଷିତ ନାହିଁ। କେହି ଦୁର୍ବୁତ୍ତ କ୍ରମାଗତ ଭାବେ ବଡପଣ୍ଡୁସର ଉଗ୍ରେଶ୍ୱର ମହାଦେବ ମନ୍ଦିର, ଓଡଗାଁ ଦୁତିକେଶ୍ୱର ମହାଦେବ ମନ୍ଦିର, ନୟାଗଡ ଜଗନ୍ନାଥ ମନ୍ଦିର ଏବଂ ଗୋପୀନାଥ ମନ୍ଦିର, ଦକ୍ଷିଣକାଳୀ ମନ୍ଦିରରେ ସମାନ ପ୍ରକ୍ରିୟାରେ ଚୋରି ହୋଇ ଠାକୁରଙ୍କ ବହୁପୁରାତନ ମୂଲ୍ୟବାନ ମୂର୍ତ୍ତି, ବିଭିନ୍ନ ପ୍ରକାର ସୁନାରୂପା ଅଳଙ୍କାର ଏବଂ ଦାନ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଯିବା ପରେ ମଧ୍ୟ ଚୋରଙ୍କୁ ଧରିବା ଏବଂ ଚୋରି ଯାଇଥିବା ଠାକୁରଙ୍କ ସମ୍ପତ୍ତି ଉଦ୍ଧାର ହୋଇ ପାରୁନାହିଁ ନୟାଗଡ଼ ପୋଲିସ। ଜିଲ୍ଲାର ପ୍ରତିଷ୍ଠିତ ମନ୍ଦିର ମାନଙ୍କରେ ଯେତିକି ପୋଲିସ ସୁରକ୍ଷା ଯୋଗାଇ ଦିଆଯିବା କଥା ସେତିକି ହୋଇନଥିବାରୁ ଜିଲ୍ଲା ପୋଲିସ ଏବଂ ପ୍ରଶାସନ କାର୍ଯ୍ୟଦକ୍ଷତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନୟାଗଡ…

Read More

ଗାଇଡାନ୍ସର “ମେମୋରିଆ ୨୪-୨୫” ଉତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ସର୍ବ ପୁରାତନ ପ୍ଲେ ସ୍କୁଲ ବଚପନ୍ ଓ ଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ “ମେମୋରିଆ ୨୪-୨୫” ଦୁଇଦିନ ବ୍ୟାପୀ ମହା ଆଡ଼ମ୍ବରରେ ବାରମାସୀ ଦଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଏବଂ ଶରଣକୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ବିଜୟ କୁମାର ରଥ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।ଶିଶୁର ସର୍ବାଙ୍ଗୀନ ଉନ୍ନତି ହିଁ ପ୍ରକୃତ ଶିକ୍ଷା ବୋଲି ଅତିଥି ମାନଙ୍କ ଆହ୍ବାନ ଥିଲା । ଦ୍ଵିତୀୟ ଦିବସରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼…

Read More

ମହାଶିବରାତ୍ରି ଅବସରରେ ଶରଣକୂଳ ଲଡ଼ୁବାବା ପୀଠରେ ଜନହିତକର କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥା ଓଡିଶା ଶାଖା, ନୟାଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ନାରାୟଣ ଉଚ୍ଚ ବିଦ୍ୟାଳୟ, ଶରଣକୁଳ ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ଆନୁକୁଲ୍ୟରେ ଜାଗରଯାତ୍ରା ଉପଲକ୍ଷେ ଲଡୁବାବା ପୀଠରେ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଜଳଛତ୍ର ଆୟୋଜନ କରାଯାଇଥିଲା।ଏଥିରେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥାକୁ ସାଧୁବାଦ୍ ଜଣାଇ ନିଜେ ଜଳଛତ୍ର ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ରାତ୍ରରେ ମହାଦୀପ ଉଠିବା ବେଳକୁ ନୟାଗଡ଼ ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ଅଧିକାରୀ ସନ୍ୟାସୀ ପ୍ରଧାନ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନୀଲ କୁମାର ଦାସ ଏବଂ କାଉନସିଲର ଗୋସ୍ୱାମୀ ଦାସ, ନିରଞ୍ଜନ ପ୍ରଧାନ, ଡକ୍ଟର ପ୍ରତାପ କୁମାର ପରିଡ଼ା ଉପସ୍ଥିତ ରହି ପ୍ରାଥମିକ ସ୍ବାସ୍ଥ୍ୟ ଚିକିତ୍ସା ଶରଣକୁଳ କର୍ମଚାରୀ ମିଳିତ ଭାବରେ…

Read More

ଜାଗରଯାତ୍ରା ଉପଲକ୍ଷେ ସାମାଜିକ ସେବା କାଯ୍ୟକ୍ରମ

ନୟାଗଡ, (ନୟାଗଡ଼ ଦର୍ପଣ): ଭାରତୀୟ ଜୁନିଅର୍ ରେଡ କ୍ରସ୍ ସଂସ୍ଥା, ଓଡିଶା ଶାଖା ନୟାଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ନାରାୟଣ ଉଚ୍ଚ ବିଦ୍ୟାଳୟ, ଶରଣକୁଳ ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ଆନୁକୁଲ୍ୟରେ ଜାଗରଯାତ୍ରା ଉପଲକ୍ଷେ ଲଡୁବାବା ପୀଠ, ଶରଣକୁଳଠାରେ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଜଳଛତ୍ର ଆୟୋଜନ କରାଯାଇଥିଲା ।ମାନ୍ୟବର ସାଂସଦ,ପୁରୀ ଶ୍ରୀଯୁକ୍ତ ସମ୍ବିତ୍ କୁମାର ପାତ୍ର ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥାକୁ ସାଧୁବାଦ୍ ଜଣାଇ ନିଜେ ଜଳଛତ୍ର ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ଏହାକୁ ନୟାଗଡ଼ ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ସନ୍ୟାସୀ ପ୍ରଧାନ ଏବଂ କାଉନସିଲର ଶ୍ରୀଯୁକ୍ତ ଘନଶ୍ୟାମ ରାଉତ, ନିରଞ୍ଜନ ପ୍ରଧାନ, ମାନସ କୁମାର ସାହୁ,ଦାମୋଦର ସାହୁ, ଦେବରାଜ ସ୍ଵାଇଁ ଓ ପରମାନନ୍ଦ ଦଳାଇ ସାହାଯ୍ୟ ସହଯୋଗ କରିଥିଲେ।ନାରାୟଣ ଉଚ୍ଚ ବିଦ୍ୟାଳୟ, ଶରଣକୁଳ ଜୁନିଅରମାନେ ସେବା ପ୍ରଦାନ କରି…

Read More

ସୁଶାନ୍ତ ପାତ୍ରଙ୍କ ‘ମା’ ବୈଷ୍ଣୋଦେବୀ’ ଭଜନ ଲୋକାର୍ପିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ର ସ୍ବାତିଲଗ୍ନା ପ୍ରଡ଼କ୍ସନ ତରଫରୁ କବି ସୁଶାନ୍ତ ପାତ୍ରଙ୍କ ‘ମା’ ବୈଷ୍ଣୋଦେବୀ’ ଭଜନ ଲୋକାର୍ପିତ ହୋଇଯାଇଛି। ଶ୍ରୀ ପାତ୍ରଙ୍କ ଏହି ଭଜନ ଅତିଥିମାନଙ୍କ କରକମଳରେ ଶରଣକୁଳ ନିକଟରେ ବିଜେ ମା’ ବୈଷ୍ଣୋଦେବୀ ପୀଠ ପରିସରରେ ଲୋକାର୍ପିତ ହୋଇଛି। ଆୟୋଜିତ ଏହି ଭଜନ ଲୋକାର୍ପଣ ଉତ୍ସବରେ ନିଜେ କବି ସୁଶାନ୍ତ ପାତ୍ର, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ଵାଇଁ, ଅଧ୍ୟାପିକା ନୀଳିମା ନନ୍ଦ, ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଯୋଗଗୁରୁ ବୈକୁଣ୍ଠ ନାଥ ପ୍ରଧାନ, କୁମାର ଚନ୍ଦ୍ର ମହାପାତ୍ର ପ୍ରଭୁତି ଯୋଗ ଦେଇଥିଲେ। ମା’ ବୈଷ୍ଣୋଦେବୀଙ୍କ ଅପାର କରୁଣାରୁ ଗୀତିକାରଙ୍କ ସାରସ୍ବତ ଜୀବନ ଅତି ଉଜ୍ଜ୍ଵଳମୟ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସୁଦୂର ଜାମ୍ମୁ କାଶ୍ମୀରରୁ ନୟାଗଡ଼ର ଜାମୁକଣକୁ ମାଆଙ୍କର ଆଗମନକୁ ଲକ୍ଷ୍ୟ କରି ଲିଖିତ ଏହି ଭଜନଟିକୁ ଶ୍ରୋତାମାନେ…

Read More

କିଟ୍ ଘଟଣା ଉପରେ ସି. ପି.ଆଇ.(ଏମ୍)ର ଦାବିପତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): କିଟରେ ଘଟିଥିବା ବର୍ବରୋଚିତ କାଣ୍ଡକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସି.ପି.ଆଇ.(ଏମ୍) ନୟାଗଡ଼ ଜିଲ୍ଲା କମିଟି। କିଟ୍ ପରିସରରେ ନେପାଳୀ ଛାତ୍ର ମାନଙ୍କ ଉପରେ ଘଟିଥିବା ଅତ୍ୟାଚାର, ଛାତ୍ରୀର ଦୟନୀୟ ମୃତ୍ୟୁ ଉପରେ ହାଇକୋର୍ଟର ବିଚାରପତିଙ୍କ ଦ୍ଵାରା ବିଚାର ବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବା, ନେପାଳୀ ଛାତ୍ରମାନଙ୍କ ପ୍ରତି ଆଚରଣର ଏବଂ କିଟ୍ ମ୍ୟାନେଜମେଣ୍ଟର କାର୍ଯ୍ୟକଳାପକୁ ତଦନ୍ତ ପରିସରଭୁକ୍ତ କରିବା, କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବାକୁ ପଦକ୍ଷେପ ନେବା ପ୍ରଭୃତି ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦରେ ପାର୍ଟିର ବରିଷ୍ଠ ନେତୃତ୍ଵ ବିଶ୍ଵନାଥ ମହାପାତ୍ର, ସରୋଜ ନାୟକ, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, କୁଳମଣି ପୃଷ୍ଟି, ନିରଞ୍ଜନ ସାହୁ, ଅଧିକାରୀ…

Read More