ଗଣିଆ, (ନୟାଗଡ଼ ଦର୍ପଣ): ଆଜି ଦଶପଲ୍ଲା ବ୍ଲକ ସ୍ଥିତ କୁଆଁରୀଆ ଜଳ ସମ୍ପଦ ବିଭାଗ ବଙ୍ଗଳା ନିକଟରେ ଗଣିଆର ଅଗ୍ରଣୀ ସାମ୍ବାଦିକ ସଂଗଠନ ତରଫରୁ ବିଶ୍ଵ ରଞ୍ଜନ ସେଠୀଙ୍କ ସଭାପତିତ୍ବରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ଏହି ବୈଠକ କୁ ସଂଘର ସମ୍ପାଦକ କମଳ ଲୋଚନ ଦଳେଇ ପରିଚାଳନା କରିଥିଲେ। ବୈଠକରେ ପ୍ରଥମେ ସମାଜରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ର ଭୂମିକା , କାର୍ଯ୍ୟଶୈଳୀ ଉପରେ ସଂଘର ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁ ସମସ୍ତ ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ତତ୍ ସହିତ ଆଗାମୀ ଦିନରେ ସାରା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସମାଜର ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ସହିତ ଗରିବ, ଅବହେଳିତ ନିଷ୍ପେସିତ ଜନସାଧାରଣ ଙ୍କୁ ସହଯୋଗ ଯୋଗାଇଦେବା ସହ ସେମାନଙ୍କ ଖବର କୁ କିଭଳି ଭାବରେ ପ୍ରଶାସନ…
Read MoreCategory: ଅନ୍ୟାନ୍ୟ
ମଣ୍ଡଳ ସ୍ତରୀୟ ସାହିତ୍ୟ ସୃଜନୀ ତାଲିମ କାର୍ଯ୍ୟକ୍ରମ ଉଦଯାପିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓଡ଼ଗାଁ ମଣ୍ଡଳର ଜବାହରଲାଲ ସରକାରୀ ବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ତାଲିମ କାର୍ଯ୍ୟକ୍ରମ ଉଦ୍ଜଯାପିତ ହୋଇଯାଇଛି । ପ୍ରତିଭା ଅନ୍ୱେଷୀ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ, ରବୀନ୍ଦ୍ର କୁମାର ନାୟକ ଏ.ବି.ଇ.ଓ. ଓଡ଼ଗାଁ, ଶିକ୍ଷାବିତ୍ ନାଟ୍ୟ ନିର୍ଦ୍ଦେଶକ କବି ଗୋଦାବରୀ ବସନ୍ତିଆ, ପ୍ରମୁଖ ଯୋଗଦେଇ ତାଲିମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ତା ୧.୭.୨୦୨୪ ଠାରୁ ୩.୭.୨୦୨୪ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଏହି କାର୍ଯ୍ୟକ୍ରମକୁ ଆର.ପି.ଗଦାଧର ସ୍ୱାଇଁ,ମାଷ୍ଟର ଟ୍ରେନର ଶିଶିର କୁମାର ନାୟକ ଏବଂ ଏସ.ଆର.ଜି ପ୍ରତାପ କୁମାର ପରିଡ଼ା ସୁନ୍ଦର ଭାବରେ ପରିଚାଳନା କରିଥଲେ । ପ୍ରଶିକ୍ଷକ ମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ଗପ ଗୀତ ନାଟକ, ନୃତ୍ୟ ମାଧ୍ୟମରେ କିଭଳି ଆନନ୍ଦମୟ ଶିକ୍ଷାକୁ ବିଦ୍ୟାଳୟ ସ୍ତରରେ ପ୍ରୟୋଗ କରି ପାରିଵେ ତା…
Read Moreଆସନ୍ତା ଜୁଲାଇ ୧୫ ରୁ ୨୫ ଯାଏଁ ଅନୁଷ୍ଠିତ ହେବ ଅଷ୍ଟମ ଜିଲ୍ଲାବ୍ୟାପି ସେବା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ଜୁଲାଇ ୧୫ତାରିଖରୁ ଜୁଲାଇ ୨୫ ତାରିଖ ଯାଏଁ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବ ଜିଲ୍ଲାବ୍ୟାପି ଅଷ୍ଟମ ବାର୍ଷିକ ସେବା ଉତ୍ସବ l ଏନେଇ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସହର ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇବା ପାଇଁ ବିଗତ ୭ ବର୍ଷ ଧରି ଜିଲ୍ଲାରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏହି କ୍ରମରେ ସପ୍ତମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୧୫ ତାରିଖରୁ ଜୁଲାଇ ୨୫ ତାରିଖ ଯାଏଁ ଏହି ସେବା ଉତ୍ସବ ଅନୁଷ୍ଠିତ ହେବ l ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅଭାବ ଅନାଟନ ଭିତରେ ରହିଥିବା ଅସହାୟ…
Read Moreଜିଲ୍ଲାସ୍ତରୀୟ ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ଜିଜ୍ଞାସା’ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ମୋ’ସ୍କୁଲ ଅଭିଯାନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଜିଜ୍ଞାସା ପ୍ରଶିକ୍ଷଣ ଶିବିର ନୟାଗଡ଼ ଏନଏସି ହାଇସ୍କୁଲଠାରେ ଉଦଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷିଣ ଶିବିରକୁ ଏନଏସି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ପ୍ରଦୀପ ପ୍ରଜ୍ଜଳନ କରି ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ହାଇସ୍କୁଲ ସ୍ତରରେ ବିଦ୍ୟାର୍ଥି ମାନଙ୍କର ବିଜ୍ଞାନଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ତଥା ସେମାନଙ୍କ ଜିଜ୍ଞାସାର ସମାଧାନ ପାଇଁ ଉତ୍ସାହିତ କରିବା ସହିତ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ମାଧ୍ୟମରେ ବିଦ୍ୟାର୍ଥି ମାନଙ୍କ ସୃଜନଶୀଳତା ଏବଂ ଆଗ୍ରହ ବୃଦ୍ଧି କରିବା, ସେମାନଙ୍କୁ ନୂତନ ପ୍ରକଳ୍ପ ପ୍ରସ୍ତୁତିରେ ସାହାଯ୍ୟ କରିବା, ବିଜ୍ଞାନ ସମ୍ମତ ତତ୍ତ୍ୱ ଆଧାରିତ ଚିନ୍ତନ ମାଧ୍ୟମରେ ଅନୁସନ୍ଧାନ କରିବାରେ ସହଯୋଗ କରିବା ଦିଗରେ ଶିକ୍ଷକମାନେ ତତ୍ପର ହେବା ଆଦି ବିଷୟରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ…
Read Moreରୋଟାରୀ କ୍ଳବ୍ ତରଫରୁ ଜାତୀୟ ଡାକ୍ତର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଜାତୀୟ ଡାକ୍ତର ଦିବସ ପାଳନ ହୋଇଯାଇଛି। ସକାଳ ୦୯ଟା ସମୟରେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ଆବାହକତ୍ଵରେ ସମସ୍ତ ସଦସ୍ଯମାନେ ମୁଖ୍ଯ ଚିକିତ୍ସାଳୟ ପରିସରରେ ପହଞ୍ଚି ସମସ୍ତ ଡାକ୍ତରମାନଙ୍କୁ ଗୋଲାପ ଫୁଲ ଗୋଟିଏ ଗୋଟିଏ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଳବ୍ ସଂପାଦକ ରୋଟାରିଆନ୍ ଅବିନାଶ ସାହୁ, ରୋଟାରିଆନ୍ ଆରିଫ୍ ଖାନ୍, ଶ୍ରୀଧର ସାହୁ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଜି ରଶ୍ମିରାଜ, ସନ୍ତୋଷ କୁମାର ନାୟକ, ବାସୁଦେବ ସାହୁପ୍ରସନ୍ନ କୁମାର ବସନ୍ତିଆ, ଲକ୍ଷ୍ମୀ ନାରାୟଣ ରଥ ଓ ମଦନମୋହନ ମହାପାତ୍ର ଯୋଗଦେଇ ଥିଲେ।
Read Moreନୂତନ ଅପରାଧିକ ଆଇନ୍ର କାର୍ଯ୍ୟକାରିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭା ଗୃହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ସଭାପତିତ୍ୱରେ ଭାରତରେ ନୂତନ ଅପରାଧିକ ଆଇନ୍ର କାର୍ଯ୍ୟକାରିତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ପ୍ରତ୍ୟେକ ପୀଡ଼ିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ୍ ନ୍ୟାୟ ପାଇଁ ସଠିକ୍ ସମୟରେ ମାମଲାର ବିଚାର, ଅନଲାଇନ୍ରେ FIR କରିବାର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ମବ୍ ଲିଂଚିଙ୍ଗ୍ ଏବଂ ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନ୍ର ଅନ୍ତର୍ଭୁକ୍ତ, ସ୍ପଷ୍ଟ ଏବଂ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷର ବିବୃତି ଏବଂ ଯାଂଚ୍ର ଅଡିଓ ଭିଡିଓ ରେକଡିଂ ଇତ୍ୟାଦିକୁ ନୂତନ ଅପରାଧିକ…
Read Moreନୟାଗଡ଼ର ସର୍ବ ପୁରାତନ କେ.ସି କ୍ଲବର ନିର୍ବାଚନ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବ ପୁରାତନ କେ.ସି କ୍ଳବର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଭାଗିରଥି ଦାସ, ଉପସଭାପତି ଭାବେ ଭବାନୀ ଶଙ୍କର ଦାସ, ଯୁଗ୍ମ ସମ୍ପାଦକ ଚନ୍ଦନ ମହାପାତ୍ର, କୋଷାଧ୍ୟକ୍ଷ ସାରଦା ପ୍ରସାଦ ମହାପାତ୍ରଙ୍କ ସମେତ କାର୍ଯ୍ୟକାରୀ କମିଟିକୁ ଆଶୁତୋଷ ରଥ, ଭବରଞ୍ଜନ ଦାସ, ଦେବେନ୍ଦ୍ର କୁମାର ଶତପଥୀ, ଜୟଦେବ ଖୁଣ୍ଟିଆ, ଲଷ୍ମୀଧର ସାହୁ, ପ୍ରଦୀପ୍ତ କୁମାର ପାତ୍ର, ରବୀନ୍ଦ୍ର ନାଥ ସାହୁ, ରାମକୃଷ୍ଣ ରଥ, ରାମ ପ୍ରସାଦ ବାରିକ, ସାରଙ୍ଗାଧର ଇନ୍ଦ୍ରଜିତ, ସୁରେନ୍ଦ୍ର କୁମାର ମହାପାତ୍ର, ଉମେଶ ଚନ୍ଦ୍ର ମଙ୍ଗୁଆଳ ପ୍ରମୁଖ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଏକମାତ୍ର ସମ୍ପାଦକ ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ସମ୍ପାଦକ ଭାବେ ସଂଗ୍ରାମ କେଶରୀ ଗୁମାନ ସିଂ ପୁନର୍ବାର ନିର୍ବାଚିତ ହୋଇଥିବା ନିର୍ବାଚନ କମିଶନର…
Read Moreହାଇୱା ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ
ଭାପୁର, (ନୟାଗଡ଼ ଦର୍ପଣ): ଖଣ୍ଡପଡା ମୁଖ୍ୟ ରାସ୍ତାର କଳାପଥର – ଭାପୁର ବାଇପାସ ରାସ୍ତାରେ ହାଇୱା ସହ ଏକ ବାଇକ ଦୁର୍ଘଟଣା ଘଟିବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଖଣ୍ଡପଡା ବ୍ଲକ ବନମାଳୀପୁର ଗ୍ରାମର ବସନ୍ତ କୁମାର ସାହୁଙ୍କ ପୁଅ ଦେବାଶିଷ ସାହୁ(୨୪) ନିଜ ମୋଟର ସାଇକେଲ ନମ୍ବର OD 33 B 5108 ଯୋଗେ କଳାପଥରକୁ ଯାଉଥିବା ବେଳେ ବାଇପାସ ରାସ୍ତା ସ୍ଥିତ କାଳିଗିର ବ୍ରିଜ ନିକଟରେ ଏକ ହାଇୱା ନମ୍ବର OD 25 N 1222 ସହ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ଦେବାଶିଷଙ୍କ ମୁଣ୍ଡ ଆଘାତ ହେବା ସହ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଶଵ ପଡ଼ିରହିଥିବା ଜଣା ପଡିଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି କ୍ଷତିପୂରଣ…
Read Moreବ୍ଲକ ସ୍ତରୀୟ ଜିଜ୍ଞାସା କର୍ମଶାଳା- ୨୦୨୪ ଉଦଯାପିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ଶିକ୍ଷାକୁ ଆଖି ଆଗରେ ରଖି ଦକ୍ଷତାର ବିକାଶ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବ୍ଳକର ବିଭିନ୍ନ ଉଚ୍ଚବିଦ୍ୟାଳୟର ୩୯ରୁ ଅଧିକ ବିଜ୍ଞାନ ଶିକ୍ଷକ ମାନଙ୍କର ଶରଣକୁଳ ନିକଟବର୍ତ୍ତୀ ସୋଲପଟା ନୋଡ଼ାଲ ହାଇସ୍କୁଲ, ସୋଲପଟା ଠାରେ ବ୍ଲକ ସ୍ତରୀୟ ଜିଜ୍ଞାସା କର୍ମଶାଳା-୨୦୨୪ ଅନୁଷ୍ଠିତ ହୋଇ ଯାଇଛି। ତିନି ଦିନ ଧରି ଚାଲି ଥିବା ଏହି କର୍ମଶାଳା ଏହି ବିଦ୍ୟାଳୟରେ ୨୮ ତାରିଖରୁ ଆରମ୍ଭ ହୋଇଥିଲା। ତାହାର ଉଦଘାଟନୀ ଉତ୍ସବରେ କର୍ମଶାଳାକୁ ଜିଲ୍ଲା ଶିକ୍ଷାଧିକାରୀଣୀ ରାଜଶ୍ରୀ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ସାରସ୍ବତ ଲେକ ବିଦ୍ୟାପୀଠ କଜଲାଇପଲ୍ଲୀର ବିଜ୍ଞାନ ଶିକ୍ଷକ ଘନଶ୍ୟାମ ରାଉତ ମାଷ୍ଟର ଟ୍ରେନର ଭାବେ ତାଲିମ ପ୍ରଦାନ କରିଥିବା ବେଳେ ତାହାଙ୍କୁ ତାଲିମ ଦେବାରେ ସହଯୋଗ କରିଥିଲେ ଶିକ୍ଷକ ସୁଶାନ୍ତ…
Read Moreନୟାଗଡ଼ରେ ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା, ଶୁଭସ୍ମିତା ଜିଲ୍ଲାରେ ପ୍ରଥମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସମାଜ’ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରବିବାର ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନୀୟ ଅତିଥିଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ ପ୍ରମୁଖ ଯୋଗଦେଇଥିଲେ। ନୟାଗଡ଼ ଜିଲା ପ୍ରତିନିଧି ଉଦିତ୍ ନାରାୟଣ ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିଲେ। ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିମଧ୍ୟରୁ ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ…
Read More