ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ଅବସରରେ ମହାସମାରୋହରେ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଭାରତୀୟ ଗୈାରବମୟ ମହାପୁରୁଷଙ୍କର ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କର ଅଭିଭାଷଣ ଏବଂ ଭାରତ ମାତାର ଜୟ ଗାନରେ ଉତ୍ସବ ମୁଖର ହୋଇଉଠିଥିଲା ସ୍ଥାନଟି । ଉକ୍ତ ସମାରୋହରେ ଯୁବ କଳାକାର କେଦାର ଚନ୍ଦ୍ର ନାୟକ, ମନୋଜ କୁମାର ମହାପାତ୍ର, ଦିଲ୍ଲୀପ କୁମାର ବରାଡ, ଦେବାଶିଷ ମିଶ୍ର, ବିପିନ କୁମାର ପ୍ରଧାନ ଓ ନିର୍ଦ୍ଦେଶକ ଦେବାଶିଷ ମିଶ୍ରଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Related posts