ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ପାଇଁ ସାଂସଦଙ୍କ ସହ ଆଲୋଚନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ଏବଂ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବୀ ଜଣେଇଛନ୍ତି କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ମର୍ମରେ ଏକ ଦାବିପତ୍ର କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଦାନ କରିଛନ୍ତି। ସାଂସଦ ଶ୍ରୀ ମହତାବ ଦାବୀ ସମ୍ପର୍କରେ ତାଙ୍କର ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ଠିକ ସମୟରେ ଉଚିତ ପଦକ୍ଷେପ ନେବେବୋଲି ମତ ରଖିଥିଲେ। ତତ୍ ସଙ୍ଗେ ସଙ୍ଗେ କଣ୍ଟିଲୋ – ଖଣ୍ଡପଡ଼ାକୁ ତାଳଚେର- ଗୋପାଳପୁର ରେଳଲାଇନ ସଂଯୋଗ ସମ୍ପର୍କର ମଧ୍ୟ ଶ୍ରୀ ମହତାବ ପ୍ରମୋଦ ପଟ୍ଟନାୟକଙ୍କ ଠାରୁ ଅଗ୍ରଗତୀ କେତେଦୂର ହୋଇଛି ବୋଲି ପଚାରି ବୁଝିଥିଲେ ଏବଂ ଏ ସଂକ୍ରାନ୍ତରେ କଟକସ୍ଥିତ ବାସଭଵନରେ ବିସ୍ତୃତଭାବେ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Related posts