ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଇଟାମାଟିର ‘ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ୍ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ୍’ ଓ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଏକାଦଶ ଦିବସରେ ରଣପୁର ବ୍ଲକ୍ ଅନ୍ତର୍ଗତ ଖଇରପଲ୍ଲୀ ଓ ରାଜ ସୁନାଖଳା ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଖଇରପଲ୍ଲୀ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ଏବଂ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ତାରିଆ ଠାରେ ବୃକ୍ଷ ରୋପଣ, ବାଲିଆ ଗ୍ରାମ ଏବଂ ରାଜସୁନାଖଳା ଗ୍ରାମ ପଞ୍ଚାୟତର କୋଟଗଡ଼ ଗ୍ରାମରେ ପ୍ରତି ଘରକୁ ଘର ଯାଇ ଦୁଇ ଅନୁଷ୍ଠାନର ସଦସ୍ୟ ଓ ସ୍ଵେଚ୍ଛାସେବୀ ମାନେ ଆମ୍ବ, ପଣସ, ଅଁଳା, ଡାଳିମ୍ବ, ଅଶୋକ, ଜାମୁ, ବାଉଁଶ, ବେଲ ଓ ଗଙ୍ଗ ଶିଉଳି ଭଳି ଏକ ହଜାରରୁ ଉର୍ଦ୍ଧ ଔଷଧୀୟ ଚାରା ବଣ୍ଟନ କରିଛନ୍ତି । ଏହି ମହତ୍ ଜନହିତକର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଇରପଲ୍ଲୀ ପଞ୍ଚାୟତର ସରପଞ୍ଚ ବୃନ୍ଦାବନ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ସମାଜସେବୀ ରବି ନାରାୟଣ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ଵ ରଞ୍ଜନ ଓ ହେମନ୍ତ କୁମାର ବିଶ୍ବାଳ, ୱାର୍ଡ ସଭ୍ୟ ଅଶୋକ ସାମନ୍ତରାୟ ପ୍ରମୁଖ ଅତିଥିମାନେ ଯୋଗଦେଇ ଗଛର ଉପକାରିତା ଉପରେ ଆଲୋକପାତ କରିଥିଲେ। ବିଶେଷ କରି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତି ବେଶ୍ ପ୍ରେରଣା ଦାୟୀ ହୋଇଥିଲା । ଏଥି ସହିତ ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସାହୁ, ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ, ସଦସ୍ୟ ବିଭୂତି କୁମାର ଜେନା ,ପବିତ୍ର ଇନ୍ଦ୍ରଜିତ, ସଦସ୍ୟା ପୂର୍ଣ୍ଣିମା ମହାପାତ୍ର, ବ୍ୟଙ୍ଗ କଲମ ସମ୍ପାଦକ ତଥା ହାସ୍ୟ ଅଭିନେତା ରବୀନ୍ଦ୍ର ରାଉତ, ଧ୍ରୁବ ଚରଣ ପରିଡ଼ା, ଜୟଦେବ ମହାରଣା, ବାଳକୃଷ୍ଣ ଷଡ଼ଙ୍ଗୀ, ତୋଫାନ ମୁଦୁଲି, ଦେବରାଜ ସାହୁ, ବବୁଲ ଦାସ, ନବ କିଶୋର ସାଥୁଆ, ସଞ୍ଜୟ ଦୋରା, କିଶୋର ଦୋରା, ସନ୍ତୋଷ କୁମାର ମହାପାତ୍ର, ଅଜୟ କୁମାର ସାମନ୍ତରାୟ, ଗୋପାଳ ଚନ୍ଦ୍ର ବସ୍ତିଆ, ଶରତ କୁମାର ନାୟକ, ସନ୍ତୋଷ କହଲସିଂହ,ବେଲେଶ୍ୱର ପରିଡ଼ା ଓ ଅମିତ କୁମାର ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ।
Related posts
-
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ ଜିଲ୍ଲାପାଳ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ... -
ନୟାଗଡ଼ ଜିଲ୍ଲା ମାଟି ତଳେ ମୂଲ୍ୟବାନ ଲିଥିୟମ ଧାତୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ। ଭୁବନେଶ୍ବରରେ ଅନୁଷ୍ଠିତ ଜିଓଲଜିକାଲ...