ନୟାଗଡ଼ରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ସମସ୍ତ ଜନସାଧାରଣଙ୍କ ଭାବନାରେ ଜାତୀୟତାବୋଧର ଜାଗରଣ କରିବା ସହିତ ଏକତା ଓ ଦେଶଭକ୍ତିରେ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଚଳିତ ଅଗଷ୍ଟ ୯ତାରିଖ ରୁ ୧୫ତାରିଖ ପର୍ଯ୍ୟନ୍ତ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପରିପ୍ରେକ୍ଷୀରେ ଆଜି ଦିବା ଘ.୧୨.୩୦ମି. ସମୟରେ ନୟାଗଡ଼ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ତର୍କ, କୁଇଜ୍‌, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗିତ ଇତ୍ୟାଦିର ପ୍ରତିଯୋଗିତା କରାଯାଇଥିଲା । ଏଥି ନିମନ୍ତେ ତ୍ରିରଙ୍ଗା ପଟ୍ଟଚିତ୍ର, ତ୍ରିରଙ୍ଗା ସେଲଫି ପଏଣ୍ଟ , ଷ୍ଟାଣ୍ଡି ଇତ୍ୟାଦି କରାଯାଇଛି।

ଗ୍ରାମାଂଚଳର ପ୍ରତ୍ୟେକ ପରିବାରକୁ ପଞ୍ଚାୟତ ସମିତି ମାଧ୍ୟମରେ ଏବଂ ସହରାଞ୍ଚଳର ପ୍ରତ୍ୟେକ ପରିବାରକୁ ଏନ.ଏ.ସି ଓ ପୌରପାଳିକା ମାଧ୍ୟମରେ ତ୍ରିରଙ୍ଗା ପତାକା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପରିବାରର ସଦସ୍ୟମାନେ ପତାକା ସହିତ ସେଲଫି ନେଇ ସୋସିଆଲମିଡିଆରେ ଅପଲୋଡ୍ କରିବା ପାଇଁ ଅନୁରୋଧ କରାଯାଉଛି । ଆସନ୍ତା ତା.୧୩.୦୮.୨୦୨୪ରିଖରେ ସକାଳ ୭ଘଟିକା ସମୟରେ ନୟାଗଡ଼ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ,ଭାରତ ବିକାଶ ପରିଷଦର ସଭ୍ୟ, ଗଣମାଧ୍ୟମର ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ତ୍ରିରଙ୍ଗା ଯାତ୍ରା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କରାଯିବ । ଏଥି ସହିତ ଅଗଷ୍ଟ ୧୫ଦିନ ଆନୁଷ୍ଠାନିକ ପ୍ୟାରେଡ୍ ପରେ ନୟାଗଡ଼ର ସ୍ୱାଧୀନତା ସଂଗ୍ରାମୀ ଓ ଜାତୀୟ ପୁରସ୍କାରପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ । ସନ୍ଧ୍ୟାରେ ପଠାଣି ସାମନ୍ତ ସଂସ୍କୃତି ଭବନରେ ଜାତୀୟତା ଓ ଦେଶପ୍ରେମ ଭିତ୍ତିକ ନୃତ୍ୟ ଓ ସଙ୍ଗିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ଜନସାଧାରଣ ଏହି ଜାତୀୟ କାର୍ଯ୍ୟକ୍ରମରେ ଭାଗ ନେବା ଓ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

Related posts