ନୟାଗଡ଼ରେ “ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ ପଞ୍ଚାୟତ” ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ଖବର କାଗଜ ସମ୍ବାଦ ଗ୍ରୁପ ତରଫରୁ ଆରମ୍ଭ ହୋଇଛି “ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ ପଞ୍ଚାୟତ” ସଚେତନତା କାର୍ଯ୍ୟକ୍ରମ। ନୟାଗଡ଼ ଜିଲ୍ଲା ସମ୍ବାଦ ତରଫରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ, ନୟାଗଡ଼ ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖରେ ଥିବା ସୁନ୍ଦର ପରିବେଶ ଭିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ସମସ୍ତେ ସଚେତନତା ହୋଇ ଅନ୍ୟମାନଙ୍କୁ ସଚେତନତା କରିବା ପାଇଁ ପରାମର୍ଶ ଦେଇ ଥିଲେ। ଅନେକ ଲୋକ ସଚେତନଥିଲେ ମଧ୍ୟ ପରିବେଶ ପ୍ରତି ସ୍ୱତନ୍ତ୍ର ଭାବେ ଦାୟିତ୍ୱ ନେଉ ନାହାନ୍ତି। ପ୍ରଥମେ ନିଜେ ଦାୟିତ୍ୱ ବାନ ହେବା ସହିତ ଅନ୍ୟକୁ ଦାୟିତ୍ୱ ବାନ କରିବା ପାଇଁ ବକ୍ତବ୍ୟ ମାଧ୍ୟମରେ ସଚେତନତା କରିବା ସହିତ ଵହୁ ମାତ୍ରରେ ବୃକ୍ଷ ରୋପଣ କରିବା ଓ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ଆହ୍ୱାନ ଦେଇ ଥିଲେ। ଏହି ଅବସରରେ ସମ୍ବାଦର ଜିଲ୍ଲା ପ୍ରତିନିଧି ସନ୍ଦିପ କୁମାର ଲେଙ୍କା ସ୍ୱାଗତ ଭାଷଣ ରଖିଥିଲେ। ଅନ୍ୟତମ ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ, ଉପାଧକ୍ଷା ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଳକ ଅଧକ୍ଷ ଲୋକନାଥ ସାହୁ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, କନକ ନିୟୁଜ ଜିଲ୍ଲା ପ୍ରତିନିଧି ପ୍ରଦୀପ୍ତ ରଥ, ପରିବେଶବିତ ସୁରେଶ ଚନ୍ଦ୍ର ହୋତା, ସୁକାନ୍ତ ଚୌଧୁରୀଙ୍କ ସମେତ ବହୁ ପରିବେଶବିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପରିଶେଷରେ କାଉନସିଲର ଅଳକା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts