ଓଡ଼ଗାଁ ବ୍ଲକର ନୂତନ କଂଗ୍ରେସ କମିଟି ଗଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ କଂଗ୍ରେସର ନୁତନ କମିଟି ଗଠନ କରାଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଣଜିତ ଦାସଙ୍କ ଅନୁମୋଦନ କ୍ରମେ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟି ଘୋଷଣା କରିଛନ୍ତି। ଉକ୍ତ କମିଟିରେ ୨୫ ଜଣ ସଦସ୍ୟ ଅଛନ୍ତି। ଉପସଭାପତି ଭାବେ ବିଭୁତି ଭୁଷଣ ରାଉତ, ବିମଳ କୁମାର ଦାସ, ନବ କିଶୋର ସାହୁ। ସାଧାରଣ ସମ୍ପାଦକ ଭାବେ ରାଧାକାନ୍ତ ମହାପାତ୍ର, ନିଶାନ୍ତ କୁମାର ଦାଶ, ପ୍ରକାଶ କୁମାର ପାଣିଗ୍ରାହୀ, ପ୍ରଭାତ କୁମାର ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପାଣୁ ଚରଣ ମହାରଣା। ସମ୍ପାଦକ ଭାବେ ପ୍ରଦୀପ କୁମାର ମହାରଣା, ସୀତାରାମ ଦଳବେହେରା, ଗୋପାଳ କୃଷ୍ଣ ସାହୁ, ସୁଧିର କୁମାର ଦାସ, ମହେଶ୍ଵର ମାର୍ଥା, ଚନ୍ଦନ ବରାଡ, ପ୍ରକାଶ କୁମାର ମହାପାତ୍ର, ସୁବାଷ ଚନ୍ଦ୍ର ନାୟକ।…

Read More

ଓଡ଼ିଶାର ନୂତନ ଡିଜିପଙ୍କ ନାମ ଘୋଷଣା

ଭୁବନେଶ୍ବର,(ନୟାଗଡ଼ ଦର୍ପଣ): ଓଡିଶାର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀ ଜଣଙ୍କୁ ନିଯୁକ୍ତ କରିଛନ୍ତି। ସେ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ। ସେ ବର୍ତ୍ତମାନ ଆଇବିର ନିର୍ଦ୍ଦେଶକ ଅଛନ୍ତି। ବିଧବଧ ଭାବେ ତାଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ସେ ନୂଆ ବର୍ଷରେ ନୂଆ ଡିଜିପି ଦ୍ବାୟିତ୍ବ ଗ୍ରହଣ କରିବେ। ଚଳିତ ଡିସେମ୍ବରରେ ଶେଷରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ସେଥିପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ତରଫରୁ 14 ଜଣିଆ ନାମ ପଠାଯାଇଥିଲା। ଏଥିରେ କେନ୍ଦ୍ର ସରକାର ତିନିଜଣଙ୍କ ନାମ ମନୋନିତ କରି ପଠାଇଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ସୁନୀଲ ବଂଶଲ ନାମକୁ ନୂଆ ଡିଜିପି ଭାବେ ଘୋଷଣା କରିଛନ୍ତି।

Read More

“ସୋହମ” ପରିସରରେ ଶୋକସଭା ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): “ସୋହମ” ସଂଗଠନ କାର୍ଯ୍ୟାଳୟ ଠାରେ ଭାରତର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଓ ବୈଜ୍ଞାନିକ ପଦ୍ମଭୂଷଣ ଡଃ. ତ୍ରିଲୋଚନ ପ୍ରଧାନ, ପଦ୍ମଶ୍ରୀ ନନ୍ଦ ସାର୍ ଓ ଭାରତର ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସମେତ ଅନ୍ୟ ୧୨ ଜଣ ସହିଦଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିଦ୍ୟାଧର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଯାଇଛି । ପ୍ରଥମେ ସମସ୍ତ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ ଓ ପଦ୍ମଶ୍ରୀ ନନ୍ଦ ସାରଙ୍କ ଶିକ୍ଷା ପ୍ରତି ଅବଦାନ ଓ ସହିଦ ମାନଙ୍କ ବୀର ଗାଥାର ସ୍ମୃତି ଚାରଣ କରିଥିଲେ । ତତ୍ପରେ ସଂଗଠନ ର ସଂପାଦକ ଶ୍ରୀ କାମାକ୍ଷା ପ୍ରସାଦ ଦାଶ ବୈଜ୍ଞାନିକ…

Read More

କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ଅଦାଲତ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ୧୧୮୭ ଗୋଟି ଦେୱାନି ଓ ଫୌଜଦାରୀ ମାମଲା ଆଗତ ହୋଇ ତନ୍ମଧ୍ୟରୁ ୧୩୩ ଗୋଟି ମାମଲା ଫଇସଲା ହୋଇଛି । ଏଥି ନିମନ୍ତେ ୩୬ଲକ୍ଷ ୯୬ହଜାର ୯୪୮ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ ଲାଗି ସ୍ଥିରିକୃତ ହୋଇଅଛି । ସେହିପରି ୧୬୪୮ ଗୋଟି ବ୍ୟାଙ୍କ ଋଣ ଅନାଦେୟ ମାମଲାର ଆଗତ ହୋଇ ୧୬୬ ଗୋଟି ମାମଲାର ଫଇସଲା ହୋଇ ୫୨ଲକ୍ଷ ୪୧ହଜାର ୨୮ଟଙ୍କା ବ୍ୟାଙ୍କ ଋଣ ରାଶି ସେଟଲମେଣ୍ଟ (ରାଜିନାମା) ସ୍ୱାକ୍ଷରିତ ହୋଇଛି। ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଜଜ୍ ରୁପଶ୍ରୀ…

Read More

ନୟାଗଡ଼ ବ୍ଲକ ପରିସରରେ ନିଯୁକ୍ତି ମେଳା

ନୟାଗଡ଼,(ନୟାଗଡ ଦର୍ପଣ): ଓରମାସ ପକ୍ଷରୁ ନୟାଗଡ଼ ବ୍ଲକ୍ ପରିସରରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷା ଗୋଲାପ ଦଳବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆୟୋଜିତ ସଭାରେ ବ୍ଲକ୍ ଉପାଧ୍ୟକ୍ଷ ସୁବାଷ କଅଁର ସାମ୍ମାନିତ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ମେଳାରେ କିଭଳି ଯୁବକ ଯୁବତୀ ମାନେ ନିଯୁକ୍ତି ପାଇ ସ୍ୱାବଲମ୍ବୀ ହୋଇ ପାରିବେ ତା ଉପରେ ବକ୍ତବ୍ୟ ରଖିଥିଲେ । ‘ଆସ ଶିଖିବା, ଚାକିରି କରିବା’ ଏହା ଉପରେ ସଭାରେ ଯୋଗ ଦେଇଥିବା ଜିଲ୍ଲା ସଂଯୋଜକ(ଦକ୍ଷତା) ଅବିନାଶ ଜେନା ବକ୍ତବ୍ୟ ରଖିଥିଲେ, କେଳୁ ଚରଣ ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ୍ ଜିବୀକା ସଂଯୋଜିକା ସଂଯୁକ୍ତା କର, ବ୍ଲକ୍ ଜିବୀକା ସଂଯୋଜକ ଆଲୋକ କୁମାର ମୁଦୁଲି ଓ ଜିତେନ୍ଦ୍ର ସାମନ୍ତ ଉପସ୍ଥିତ ଥିଲେ…

Read More

ଶୀତଦିନେ ମାଛ ପରି ହୋଇଯାଉଛି କି ଚର୍ମ, ଆପଣାନ୍ତୁ ଏହି ଉପଚାର

ଶୀତ ଋତୁ ଆସି ଯାଇଛି ଏପରି ପରିସ୍ଥିତିରେ ଚର୍ମର ଶୁଷ୍କତା ବହୁ ମାତ୍ରାରେ ଦେଖାଯାଏ। ବେଳେବେଳେ ଏହି ଶୁଷ୍କତା ଏତେ ବଢିଯାଏ ଯେ, ମାଛ ପରି ଆମ ଚର୍ମ ଦେଖାଯିବା ଆରମ୍ଭ କରେ। ଏଭଳି ସ୍ଥିତିରେ, ଶୀତଦିନେ ଆପଣଙ୍କ ଚର୍ମର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକାରର ଚର୍ମକୁ ଫିସ ସ୍କେଲ ସ୍କିନ ମଧ୍ୟ କୁହାଯାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ସେହି ଟିପ୍ସଗୁଡ଼ିକ ହେଉଛି- ଫିସ ସ୍କେଲ ସ୍କିନର ଏହା ହେଉଛି ଲକ୍ଷଣ: – ଫିସ ସ୍କେଲ ସ୍କିନ ଦ୍ଵାରା ଚର୍ମ ବହୁତ ଶୁଷ୍କ ହୋଇଯାଏ ଏବଂ ମାଛର ବାହ୍ୟ ପୃଷ୍ଠ ପରି ଦେଖାଯାଏ। – ଏହା ସହିତ…

Read More

ନୟାଗଡ଼ ଜିଲ୍ଲା ଖବରକାଗଜ ବିତରକ ସଂଘ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଖବରକାଗଜ ବିତରକ ସଂଘ ସାଧାରଣ ବୈଠକ ନୟାଗଡ଼ ସହର ରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ତଥା ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସାମ୍ବାଦିକ ଅନୀଲ କୁମାର ପଣ୍ଡା, ସଭାପତି କାଶୀନାଥ ମିଶ୍ର, ସମ୍ପାଦକ ବୈକୁଣ୍ଠ ନାଥ ନାୟକ, କୋଷାଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ମହାପାତ୍ର ଏବଂ ସହ ସମ୍ପାଦକ ଜଗନ୍ନାଥ ତ୍ରିପାଠୀ ପ୍ରମୂଖ ଉପସ୍ଥିତ ରହି ସଂଘର ଆଗାମୀ କାର୍ଯ୍ୟପନ୍ଥା ଏବଂ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସହାୟତା ପାଇବା ବାବଦରେ ଆଲୋଚନା କରିଛନ୍ତି । ସମସ୍ତ ହକରଙ୍କୁ ସଂଘ ପକ୍ଷରୁ କୋଭିଡ୍ ସହାୟତା ପାଇବା ପାଇଁ ଫର୍ମ ଯୋଗାଇ ଦିଆଯାଇଛି । ଆଗାମୀ ସୋମବାର ମଧ୍ୟରେ ସମସ୍ତ ବିତରକ ସଂଘ ମାଧ୍ୟମରେ ଫର୍ମ ଏବଂ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ…

Read More

୩୦ଲିଟର ଦେଶୀ ମଦ ଜବତ, ୨ ଗିରଫ

ଓଡ଼ଗାଁ:(ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଦର୍ଶ ଥାନା ପୋଲିସ ୩୦ ଲିଟର ଦେଶୀମଦ ସହିତ ୨ ଜଣଙ୍କୁ ଗିରଫ କରିଛି।ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟlୟତ ଅତର୍କିତ ଚଢ଼ାଉକରି ଜାମୁପାଟଣାର ଗୋକୁଳ ନାହାକ(୫୦)କୁ ଗିରଫ କରିବା ସହିତ ତାଠାରୁ ୧୦ ଲିଟର ମଦ ଜବତ କରିଥିବାବେଳେ ବାଣ୍ଠପୁର ପଞ୍ଚାୟତ ଶାଳିଆଝରି ଗ୍ରାମର ପଞ୍ଚାନନ ବେହେରା (୫୬)ଙ୍କୁ ଗିରଫ କରିବା ସହିତ ତାଠାରୁ ୨୦ ଲିଟର ମଦ ଜବତ କରାଯାଇଥିବା ସୂଚନା ମିଳିଛି।ଉଭୟଙ୍କ ନାମରେ ୧୩୬/୨୧ ଓ ୧୩୭/୨୧ରେ ମାମଲା ରୁଜୁହେଇଥିବା ଆଦର୍ଶଥାନା ପକ୍ଷରୁ ସୂଚନା ମିଳିଛି।

Read More

ସମ୍ଭାବ୍ୟ ବାତ୍ୟା କାରଣରୁ ମଞ୍ଚାୟନ ନାଟକ ମହୋତ୍ସବ ସ୍ଥଗିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ନାଟ୍ୟଶାଳା ମଞ୍ଚାୟନ ତରଫରୁ ଡିସେମ୍ବର ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପଠାଣି ସାମନ୍ତ ସଂସ୍କୃତି ଭବନ, ନୟାଗଡ଼ ଠାରେ ଅନୁଷ୍ଠିତ ହେବାକୁଥିବା ନାଟକ ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ଏହି ନାଟକ ମହୋତ୍ସବ ପରବର୍ତ୍ତୀ ସମୟରେ ତା.୨୪-୧୨-୨୦୨୧ ରୁ ୨୬-୧୨-୨୦୨୧ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ମଞ୍ଚାୟନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି। ୨୪-୧୨-୨୦୨୧ରେ ଶତାବ୍ଦୀର କଳାକାର ଭୁବନେଶ୍ୱର ସଂସ୍ଥାର ନାଟକ ‘ବାଞ୍ଛାର ବଗିଚା’, ୨୫ ତାରିଖରେ ଜୀବନରେଖା ଭୁବନେଶ୍ୱରର ନାଟକ ‘ଆଧେ ଅଧୁରେ ” ଏବଂ ୨୬ ଡିସେମ୍ବରରେ ରାଗେଶ୍ରୀ ନିଳୟମ୍ ନୟାଗଡ଼ର ନାଟକ “ରିଲେରେସ” ପରିବେଷଣ କରାଯିବ।

Read More

ଜିଲ୍ଲାରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଲେ ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ୪ ଓ ୫ତାରିଖରେ ବାତ୍ୟା ‘ଜୱାଦ’ର ପ୍ରଭାବ ଦେଖିବାକୁ ମିଳିବ । ଓଡ଼ିଶାର କିଛି ଜିଲ୍ଲାରେ ଏହାର ପ୍ରଭାବ ଦେଖାଇବ । ପ୍ରବଳ ଜୋରରେ ବର୍ଷା ହେବା ସହିତ ପବନର ଗତି ଯୋର ରହିବ । ଏହାକୁ ନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟତଃ ଜିଲ୍ଲାରେ ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦିଆଯାଇଛି । କୃଷି ଅଧିକାରୀ, ଉଦ୍ୟାନ ବିଭାଗ କର୍ମଚାରୀ ଚାଷୀ ମାନଙ୍କ ପାଖରେ ପହଞ୍ଚି କୃଷକମାନଙ୍କୁ ସଚେତନତା କରାଇବା ପାଇଁ କୁହାଯାଇଛି । ପନିପରିବା ଚାଷ ଯେପରି ନଷ୍ଟ ନହେବ, ଯଥାଶୀଘ୍ର…

Read More