ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକାର “ସ୍ୱାତୀଲଗ୍ନା କଳା ସମ୍ମାନ-୨୦୨୨” ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକା ତରଫରୁ ନୟାଗଡ଼ ଜିଲ୍ଲାର ରାବରା ଗ୍ରାମର ଶ୍ରୀଯୁକ୍ତ ସୀତାରାମ ଚୌଧୁରୀ ଓ ଶରଣକୁଳ ନିକଟସ୍ଥ ଗୋଡିପଲ୍ଲୀ ଗ୍ରାମର ସଂଗ୍ରାମ କେଶରୀ ସ୍ୱାଇଁକୁ “ସ୍ୱାତୀଲଗ୍ନା କଳା ସମ୍ମାନ 2022″ରେ ସମ୍ମାନିତ କରାଯାଇଛି। ଶ୍ରୀଯୁକ୍ତ ସୀତାରାମ ଚୌଧୁରୀ ଏକକ ଅଭିନୟ କ୍ଷେତ୍ରରେଜଣେ ଅନନ୍ୟ ଅଗ୍ରଦୂତ। ଆନ୍ଧ୍ର, ଓଡ଼ିଶା ତଥା ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟମାନଙ୍କରେ ଏକକ ଅଭିନୟ କରି ସେ ଅନେକ ସୁଖ୍ୟାତି ଅର୍ଜ୍ଜନ କରି ପାରିଅଛନ୍ତି। ସମୟ ଶ୍ରୋତରେ ହଜିଯାଉଥିବା ବିଲୁପ୍ତପ୍ରାୟ “ଏକକ ଅଭିନୟ”କୁ ସେ ନିଜ ଅଧ୍ୟବସାୟ ବଳରେ ଉଜ୍ଜୀବିତ କରି ଆଜିପର୍ଯ୍ୟନ୍ତ ବଞ୍ଚେଇ ରଖି ଆସିଥିବାରୁ ଶ୍ରୀ ଚୌଧୁରୀ ମହୋଦୟଙ୍କୁ ଚଳିତ ବର୍ଷ ପାଇଁ “ସ୍ଵାତୀଲଗ୍ନା କଳା ସମ୍ମାନ ୨୦୨୨” ରେ ସମ୍ମାନିତ କରାଯାଇଛି ସେହିପରିହେ ଅନନ୍ୟ ପ୍ରତିଭୂ ସଂଗ୍ରାମ କେଶରୀ…

Read More

ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଏକ ଟ୍ରେନିଂ

ନୟାଗଡ଼,(ନୟାଗଡ଼ ଦାର୍ପଣ): ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣ-ପୂର୍ବ କ୍ଷେତ୍ର, ଭୁବନେଶ୍ଵର ଆନୁକୂଲ୍ୟରେ ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ (TIER-III) ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶ୍ରୀ ସୁଧାଂଶୁ କୁମାର ମହାନ୍ତି, ରାଜୀବ କୁମାର ତ୍ରିପାଠୀ, ସଞ୍ଜୟ କୁମାର ନାୟକ, ଶ୍ରୀ ସଚିଦାନନ୍ଦ ପୃଷ୍ଟି ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ସୁରେଶ ପ୍ରଧାନ, ଅଧ୍ୟାପକ ଆଶୁତୋଷ ମିଶ୍ର, ଗଣେଶ ମିଶ୍ର, ପ୍ରସନ୍ନ କୁମାର ବସନ୍ତିଆ ପ୍ରମୁଖ ଯୋଗଦେଇ ଭୂତଳ ଜଳ ସ୍ଥିତି, ଗୁଣବତ୍ତା ଏବଂ ପରିଚାଳନା ଆଦି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀ ମାନଙ୍କ…

Read More

ବିଶ୍ୱ ଜଳ ସଂରକ୍ଷଣ ଦିବସ ପାଳିଲେ ଛାତ୍ରଛାତ୍ରୀ

ଓଡ଼ଗାଁ(ନୟାଗଡ଼ ଦର୍ପଣ): ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ବ ଜଳ ଦିବସ’। ଏହି ଦିବସ ପାଳନ କରିବାର ପ୍ରଧାନ ଉଦ୍ଦେଶ୍ୟ ହେଲା ଜଳ ପ୍ରଦୂଷଣ ନିବାରଣ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ତଥା ଏହି କାର୍ଯ୍ୟରେ ସକ୍ରିୟ ସହଯୋଗ ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବା। ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କଦ୍ବାରା ବିଶ୍ବ ଜଳ ସଂରକ୍ଷଣ ଦିବସ ଆଜି ପାଳିତ ହୋଇଯାଇଛି। କାଯ୍ୟକ୍ରମ ଅଧିକାରୀ ସୁଷମା ମଞ୍ଜରୀ ପାଣିଗ୍ରାହୀଙ୍କ ତତ୍ବାବଧାନରେ ସ୍ବେଚ୍ଛାସେବୀ ମାନେ ମହାବିଦ୍ୟାଳୟରେ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ଜଳ ସଂରକ୍ଷଣ ବିଷୟରେ…

Read More

ବଜେଟ୍ ୨୦୨୨: ଏହି ବଜେଟକୁ କିପରି ସହଜରେ ବୁଝିବେ? କେବଳ ଏହି ୧୦ ଟି ପ୍ରଶ୍ନ ଏବଂ ଉତ୍ତର ପଢନ୍ତୁ |

ଆସନ୍ତା 25 ବର୍ଷ ପାଇଁ ସରକାର ଏହି ବଜେଟକୁ ମୁଖ୍ୟ ଯୋଜନା ବୋଲି ବର୍ଣ୍ଣନା କରିଛନ୍ତି। ରୋଜଗାର, ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷି ଉପରେ ବଜେଟରେ ମୁଖ୍ୟ ଧ୍ୟାନ ଦିଆଯାଇଛି। ସରକାର ଆଗାମୀ ଆର୍ଥିକ ବର୍ଷରେ ଅର୍ଥାତ୍ ଏପ୍ରିଲ 2022 ରୁ ମାର୍ଚ୍ଚ 2023 ପର୍ଯ୍ୟନ୍ତ 39.44 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ | ଏହା କେବଳ ଏକ ଆକଳନ ଏବଂ ଏହା ପରିବର୍ତ୍ତନ ହୋଇପାରେ | ସାଧାରଣ ଲୋକ ସରଳ ଶବ୍ଦରେ ବଜେଟ୍ ବୁଝିବାକୁ ଚାହାଁନ୍ତି | ବଜେଟ୍ 2022 ର ଭାଷଣରେ, ଏହିପରି ଅନେକ ଶବ୍ଦ ବ୍ୟବହୃତ ହୁଏ, ଯାହାର ଅର୍ଥ ଅନ୍ୟ କିଛି | ଏପରି ପରିସ୍ଥିତିରେ, ଯଦି ଆପଣ ସହଜ ଭାଷାରେ ଏବଂ କମ୍ ସମୟ ମଧ୍ୟରେ ବଜେଟ୍ ବୁଝିବାକୁ ଚାହାଁନ୍ତି, ତେବେ ଆମେ ପ୍ରଶ୍ନ ଏବଂ ଉତ୍ତର…

Read More

ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମିନି ମାରାଥନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଏକ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରାଥନର ଶୁଭ ଉଦଘାଟନ କରିଥିବା ବେଳେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ସମାଜସେବୀ ସନ୍ତୋଷ ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟର ଅଧକ୍ଷ ଶାରଦା ପ୍ରସାଦ ମହାପାତ୍ର, ଯୁବ ସମଜସେବୀ ଚିତ୍ତ ରଂଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସାହିତ୍ୟିକ ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ମଞ୍ଚ ପରିଚାଳନା…

Read More

ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ, ଆଜ୍ଞାମାଳ ପହଞ୍ଚିଲା ପରେ ବଡ଼ରାଉଳ ପୀଠରେ ପୂଜାର୍ଚ୍ଚନା

ଗଣିଆ,(ନୟାଗଡ ଦର୍ପଣ): ଜଗତର ନାଥ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡ ରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଏକ ୪ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ, ମହାପ୍ରସାଦ, ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ନୟାଗଡ଼ ଅଭିମୁଖେ ପହଞ୍ଚିଥିଲେ। ନୟାଗଡ ବନବିଭାଗ ଜରିଆରେ ସେହି ପ୍ରତିନିଧିଦଳ ମା” ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ଦାଶ, ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ…

Read More

ଜିଲ୍ଲା ପରିଷଦ ନିମନ୍ତେ ଜିଲ୍ଲାର କେଉଁ ଜୋନ କାହା ପାଇଁ ସରଂକ୍ଷିତ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ସଂରକ୍ଷିତ ତାଲିକା ଇତି ମଧ୍ୟରେ ପ୍ରକାଶ ପାଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିବା ସହ ସମସ୍ତ ଜୋନ ଗୁଡିକରେ ସଂରକ୍ଷଣରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଜିଲ୍ଲା ପରିଷଦ ସଭ୍ୟ ପାଇଁ ଓଡ଼ଗାଁ ୧ ନଂ ଜୋନ୍ ଅନୁସୂଚିତ ଜାତି ମହିଳା, ଓଡ଼ଗାଁ ୨ନଂ ଜୋନ୍ ମହିଳା, ଓଡ଼ଗାଁ ୩ ନଂ ଜୋନ୍ ମହିଳା, ଓଡ଼ଗାଁ ୪ ନଂ ଜୋନ୍ ମହିଳା, ଖଣ୍ଡପଡ଼ା ୫ନଂ ଜୋନ୍ ଅଣସଂରକ୍ଷିତ, ଖଣ୍ଡପଡ଼ା ୬ ନଂ ଜୋନ୍ ମହିଳା, ଖଣ୍ଡପଡ଼ା ୭ ନଂ ଜୋନ୍ ମହିଳା, ଗଣିଆ ୮ ନଂ ଜୋନ୍ ଅନୁସୂଚିତ ଜାତି, ଦଶପଲ୍ଲା ୯ ନଂ ଜୋନ୍ ଅନୁସୂଚିତ ଜନଜାତି, ଦଶପଲ୍ଲା ୧୦ ନଂ ଜୋନ୍ ମହିଳା, ୧୧ ନଂ ଜୋନ୍…

Read More

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନ ପଞ୍ଜିକରଣ

ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ସରକାର କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ୮ ରୁ ୧୮ ବର୍ଷ ବୟସର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଲୁକାୟିତ କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା କ୍ରୀଡ଼ା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୱେବସାଇଟ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ଆସନ୍ତା ୧୫ ତାରିଖ ସୁଧା ଆହ୍ୱାନ କରାଯାଇଛି । ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ ଏବଂ ଚୟନ ହୋଇଥିବା ପ୍ରତିଭାମାନଙ୍କୁ ଛାତ୍ରାବାସରେ ଅବସ୍ଥାନ କରିପାରିବେ ବୋଲି ସୂଚନା ମିଳିଛି । କ୍ରୀଡ଼ା ଛାତ୍ରାବାସରେ ଅବସ୍ଥାନ କରିପାରିବେ ଅଥବା କ୍ରୀଡ଼ା ଛାତ୍ରାବାସ ବାହାରେ ରହି କ୍ରୀଡ଼ା ବିଭାଗ ଦ୍ୱାରା ପରିଚାଳିତ…

Read More

ପଞ୍ଚାୟତ ସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ

ପୋଷାକ ଭତ୍ତା, ସ୍ମାର୍ଟ ଫୋନ, ଗସ୍ତ ଖର୍ଚ୍ଚ ଘୋଷଣା ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ମିଶନ ଶକ୍ତି ଆନ୍ଦୋଳନ ଆଜି ଓଡିଶାର ୭୦ ଲକ୍ଷ ମା ମାନଙ୍କ ଜୀବନରେ ଏକ ବଡ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ରେକର୍ଡ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ତା ସହିତ ସୁଧ ରିହାତି ବାବଦରେ ମଧ୍ୟ ୨୦୦ କୋଟି ଟଙ୍କା ମା ମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କ୍ରମେ ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ଯୋଗାଣ, ଆହର କେନ୍ଦ୍ର ପରିଚାଳନା, ମାଛ ଚାଷ ଆଦି ବିଭିନ୍ନ ସରକାରୀ କାମ ମଧ୍ୟ ମିଶନ ଶକ୍ତି ମା ମାନଙ୍କୁ ଯୋଗାଇ ଦିଆଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ଶକ୍ତି…

Read More

ସେବା ନିବୃତ ହେଉଥିବା ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟକ ମାନଙ୍କ ପୋତ୍ସାହନ ରାଶିରେ ବୃଦ୍ଧି

ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସବେତନ ଚିକିତ୍ସା ଛୁଟି, ଉପକୃତ ହେବେ ୧.୩୦ ଲକ୍ଷ ଅଙ୍ଗନବାଡୀ କର୍ମୀ ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡୀ କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଙ୍ଗନବାଡୀ ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟିକା ମାନେ ୬୨ ବର୍ଷ ବୟସରେ ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି । ସେମାନଙ୍କ କାର୍ଯ୍ୟର ଗୁରୁତ୍ବ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେବା ନିବୃତ ଅଙ୍ଗନବାଡୀ କର୍ମୀ ମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି । ୧. ଅଙ୍ଗନବାଡୀ କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର…

Read More