ବାମ ଗ୍ରାମରେ ସେବା ଉତ୍ସବ, ୧୮୦ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଓଷଧ ବଣ୍ଟନ

ଦଶପଲା,(ନୟାଗଡ଼ ଦର୍ପଣ):- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଶିତ ବାମ ଗ୍ରାମରେ ଆଜି ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ସେବା ଉତ୍ସବରେ ବସ୍ତ୍ରଦାନ, ଖାଦ୍ୟ ବଣ୍ଟନ, ଓ ଅସହାୟଙ୍କୁ ଆର୍ଥିକ ସହାୟତା ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ଆଦିବାସୀ ଅଧ୍ୟୁଶିତ ବାମ ଗ୍ରାମରେ ମାଗଣା ସ୍ୱାସ୍ଥ୍ୟସେବା ଶିବର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି ଶିବିରକୁ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀମତୀ କ୍ଷମା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିଥିବା ବେଳେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. ଅରବିନ୍ଦ ଦାଶ, ବରିଷ୍ଠ ଡାକ୍ତର ରମେଶ ଚନ୍ଦ୍ର ଦାଶ, ସମାଜସେବୀ ଦାମୋଦର ସାହୁ, ସମାଜସେବୀ ବଂଶୀଧର ସାହୁ ଓ ସ୍ଥାନୀୟ ସମାଜସେବୀ ସୁରେନ୍ଦ୍ର କୁମାର ମହାଖୁଡ଼ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସେବା ଉତ୍ସବର ମୁଖ୍ୟ ଆଭିମୁଖ୍ୟ ଓ ଏଭଳି ଦୁର୍ଗମ ଅଂଚଳରେ ସେବା ଯୋଗାଇବା ସୋଭାଗ୍ୟର ବିଷୟ ବୋଲି ମତ ରଖିଥିଲେ । ଏହାପରେ ବିଭିର୍ଣ୍ଣ ବିଭାଗର ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ ବାମ ହାଇସ୍କୁଲ ପରିସରରେ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଡାକ୍ତର ସୋମ୍ୟ ରଞ୍ଜନ ପରିଡା, ଡା. ମୋନା ଅଲ୍ଲୀ, ଡା.ଅରବିନ୍ଦ ଦାଶ, ଡାକ୍ତର ରମେଶ ଚନ୍ଦ୍ର ଦାଶ ପ୍ରମୁଖ 180 ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ । ଏହି ଅବସରରେ ବିଭିର୍ଣ୍ଣ ପ୍ରକାର ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ବେଳେ ସେବା ସମିତି ପକ୍ଷରୁ ମାଗଣାରେ ଓଷଧ ବଣ୍ଟନ କରାଯାଇଥିଲା । ଆଜିର ଏହି ଶିବିରକୁ ସ୍ଥାନୀୟ ସମାଜସେବୀ ସୁରେନ୍ଦ୍ର କୁମାର ମହାଖୁଡ଼, ସେବା ସମିତି ସଦସ୍ୟ ପରମେଶ୍ୱର ସାହୁ, ଅମିତ କୁମାର, ସୋମ୍ୟରଂଜନ ଦାଶ, ଜ୍ୟୋତିରଞ୍ଜନ ମହାପାତ୍ର, ସମ୍ବିତ କୁମାର ସାହୁ, ସୋମ୍ୟା ସ୍ୱୟଂପ୍ରଭା, ରାଜଲକ୍ଷ୍ମୀ ମହାନ୍ତି, ମଳୟ ରଞ୍ଜନ ରାୟ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟପକ୍ଷେ ଆଜିର ଜିଲ୍ଲାବ୍ୟାପି ସେବା ଉତ୍ସବକୁ 13ଦିନ ବିତିଥିବା ବେଳେ ଆସନ୍ତା ଜୁଲାଇ 15 ତାରିଖରେ ଏହାର ଉଦଯାପନୀ ଉତ୍ସବ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଅନୁଷ୍ଠିତ ହେବ ସମିତି ଅଧକ୍ଷ ଶିବରାମ ମହାପାତ୍ର ସୂଚନା ଦେଇଛନ୍ତି ।

Related posts